ହାଇଦ୍ରାବାଦ: ଫେବୃଆରୀ 19ରୁ ଆରମ୍ଭ ହେବାକୁ ଯାଉଛି ଚାମ୍ପିଅନ୍ସ ଟ୍ରଫି 2025 । ଦୁବାଇରେ କେବଳ ଭାରତର ମ୍ୟାଚ ଖେଳାଯିବ ଓ ବାକି ସମସ୍ତ ମ୍ୟାଚ ପାକିସ୍ତାନରେ ଆୟୋଜନ ହେବ । ଏହି ମେଗା-ଇଭେଣ୍ଟ ଆରମ୍ଭ ହେବା ପୂର୍ବରୁ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏଥିପାଇଁ ପୁରସ୍କାର ରାଶି ଘୋଷଣା କରିଛି । ଟୁର୍ଣ୍ଣାମେଣ୍ଟରେ, କେବଳ ଚମ୍ପିଆନ ଦଳ ଉପରେ ଉପରେ ନୁହେଁ ବରଂ ସମସ୍ତ 8ଟି ଦଳ ଉପରେ ଟଙ୍କା ବର୍ଷା ହେବ । ଚଳିତ ବର୍ଷର ପୁରସ୍କାର ରାଶି 2017 ତୁଳନାରେ 53 ପ୍ରତିଶତ ବୃଦ୍ଧି ପାଇଛି ।
🚨 THE PRIZE MONEY OF CHAMPIONS TROPHY 2025 WINNER - 20.8 CRORES INR 🚨 pic.twitter.com/1i3CT3JJ8U
— Tanuj Singh (@ImTanujSingh) February 14, 2025
ଚାମ୍ପିଅନ୍ସ ଦଳ ପାଇଁ ପୁରସ୍କାର ରାଶି:
ଶେଷ ଥର ପାଇଁ 2017ରେ ଚାମ୍ପିଅନ୍ସ ଟ୍ରଫି ଖେଳାଯାଇଥିଲା । ଏହାପରେ ଚଳିତ ବର୍ଷ ଆଇସିସି ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି । ଯେଉଁ ଦଳ ଏଥର ଟ୍ରଫି ହାତେଇବ ସେହି ଦଳ ଉପରେ ଟଙ୍କା ବର୍ଷା ହେବ । ବିଜେତା ଦଳକୁ 20 କୋଟି 80 ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବି । ଯାହା ଆଇପିଏଲ 2024ର ପୁରସ୍କାର ରାଶିଠାରୁ ଅଧିକ ।
ଏହା ମଧ୍ୟ ପଢନ୍ତୁ-IPL 2025: ଏହି ତାରିଖରେ ବାଜିବ ବିଗୁଲ, ଓପନିଂ ମ୍ୟାଚରେ ମୁହାଁମୁହିଁ KKR-RCB ! - IPL 2025
ସେମିଫାଇନାଲରେ ପହଞ୍ଚିଥିବା ଦଳ ମଧ୍ୟ କୋଟି କୋଟି ଟଙ୍କା ପାଇବେ:
ଏହି ଟୁର୍ଣ୍ଣାମେଣ୍ଟର ଉପବିଜେତା ହୋଇଥିବା ଦଳକୁ 10 କୋଟି 40 ଲକ୍ଷ ଟଙ୍କା ମିଳିବ । ସେହିପରି ସେମିଫାଇନାଲରେ ପରାଜିତ ଦୁଇ ଦଳଙ୍କୁ 5 କୋଟି 20 ଲକ୍ଷ ଟଙ୍କା ପ୍ରଦାନ କରାଯିବ । 2017 ସଂସ୍କରଣ ତୁଳନାରେ ମୋଟ ପୁରସ୍କାର ରାଶି 53 ପ୍ରତିଶତ ଅଧିକ ରହିଛି ।
8 ଦଳ ଉପରେ ହେବ ଟଙ୍କା ବର୍ଷା:
2025 ଚାମ୍ପିଅନ୍ସ ଟ୍ରଫିରେ, କେବଳ ଫାଇନାଲ ଏବଂ ସେମିଫାଇନାଲରେ ପହଞ୍ଚିଥିବା ଦଳ ଗୁଡ଼ିକୁ ନୁହେଁ ବରଂ ସମସ୍ତ ୮ଟି ଦଳକୁ ପୁରସ୍କାର ରାଶି ପ୍ରଦାନ କରାଯିବ । ପଞ୍ଚମ ଏବଂ ଷଷ୍ଠ ସ୍ଥାନରେ ଥିବା ଦଳ ଗୁଡ଼ିକୁ 3 କୋଟି ଲେଖାଏଁ ଟଙ୍କା ମିଳିବ 7ମ ଏବଂ 8ମ ସ୍ଥାନରେ ଥିବା ଦଳ ଗୁଡ଼ିକୁ 1 କୋଟି 20 ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ । ଏହା ସହିତ, ଗ୍ରୁପ୍ ପର୍ଯ୍ୟାୟରେ ପ୍ରତ୍ୟେକ ମ୍ୟାଚ୍ ଜିତିଥିବା ବିଜେତା ଦଳକୁ 29 ଲକ୍ଷ ଟଙ୍କା ପ୍ରଦାନ କରାଯିବ ।
🚨 THE PRIZE MONEY IN CHAMPIONS TROPHY 2025: (INR).
— Tanuj Singh (@ImTanujSingh) February 14, 2025
Winner - 20.8 Cr.
Runner Up - 10.4 Cr.
Semifinalists - 5.2 Cr.
5th & 6th Spots - 3 Cr.
7th & 8th Spots - 1.2 Cr.
For Every Match - 29 Lakhs. pic.twitter.com/AF1DWuEBM0
8 ଦଳ ମଧ୍ୟରେ ହେବ ଫାଇଟ:
1996 ପରେ ପ୍ରଥମ ଥର ପାକିସ୍ତାନରେ କୌଣସି ICC ଇଭେଣ୍ଟ ଆୟୋଜନ ହେବାକୁ ଯାଉଛି । ଚାମ୍ପିଅନ୍ସ ଟ୍ରଫି 2025ରେ ମୋଟ 8ଟି ଦଳ ରହିଛନ୍ତି । 8ଟି ଦଳକୁ 4 ଜଣିଆ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଗ୍ରୁପର ଶ୍ରେଷ୍ଠ ଦୁଇଟି ଦଳ ସେମିଫାଇନାଲକୁ ଯିବେ।