ଓଡିଶା

odisha

ଜୋର ଧରିଲା 'ଅନନ୍ତ ହଟାଓ' ସ୍ବର, ଅମରେଶଙ୍କ ନେତୃତ୍ବରେ ଅନେକ କର୍ପୋରେଟର ନବୀନ ନିବାସରେ ଏକାଠି - ODISHA ASSEMBLY ELECTION 2024

By ETV Bharat Odisha Team

Published : Mar 31, 2024, 8:54 PM IST

BJD Tension In Bhubaneswar Central Assembly Constituency: ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବିରୋଧ ରେ ଏକାଠି ହୋଇଛନ୍ତି 20ରୁ ଅଧିକ କର୍ପୋରେଟର । ଟିକେଟ ଆଶାୟୀ ଅମରେଶ ଜେନାଙ୍କ ନେତୃତ୍ବରେ ନବୀନ ନିବାସରେ ଜଣାଇଲେ ଆପତ୍ତି । ଅଧିକ ପଢନ୍ତୁ

ଜୋର ଧରିଲା 'ଅନନ୍ତ ହଟାଓ' ସ୍ବର, ଅମରେଶଙ୍କ ନେତୃତ୍ବରେ ୨୦ରୁ ଉର୍ଦ୍ଧ୍ବ କର୍ପୋରେଟର ନବୀନ ନିବାସରେ ଏକାଠି
ଜୋର ଧରିଲା 'ଅନନ୍ତ ହଟାଓ' ସ୍ବର, ଅମରେଶଙ୍କ ନେତୃତ୍ବରେ ୨୦ରୁ ଉର୍ଦ୍ଧ୍ବ କର୍ପୋରେଟର ନବୀନ ନିବାସରେ ଏକାଠି

ଭୁବନେଶ୍ବର: ନାନା ପ୍ରଚେଷ୍ଟା ସତ୍ତ୍ବେ ଥମୁନି ଭୁବନେଶ୍ବର ବିଜେଡିରେ କଳି । ଗତ ବିଜୁ ଜୟନ୍ତୀରେ ନବୀନ ନିବାସ ଆଗରେ ବିଜେଡିର 3 ଟାଣୁଆ ନେତା ଯଥା ପୂର୍ବତନ ମେୟର ମିହିର ମହାନ୍ତି, କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୁପକାର ଶକ୍ତି ପ୍ରଦର୍ଶନ କରିଥିଲେ । ତେବେ ଆଜି ପୁଣି ମଧ୍ୟ ନିର୍ବାଚନ ମଣ୍ଡଳୀକୁ ନେଇ ତେଜିଛି କନ୍ଦଳ । ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ଏକାଠି ହୋଇଛନ୍ତି 20ରୁ ଅଧିକ କର୍ପୋରେଟର ।

ଏହା ମଧ୍ୟ ପଢନ୍ତୁ...ବିଜେଡି ଟିକେଟ ଦାବି ଜୋରଦାର; ନବୀନ ନିବାସରେ ମିହିର, ଅମରେଶ ଓ ବିରଞ୍ଚିି

ଜୋର ଧରିଲା 'ଅନନ୍ତ ହଟାଓ' ସ୍ବର । ଆଜି ମଧ୍ୟ ଭୁବନେଶ୍ବର ବିଜେଡ଼ିର ଶତାଧିକ ନେତା ଓ କର୍ମୀ ନବୀନ ନିବାସ ପହଞ୍ଚି ବିଧାୟକ ଅନନ୍ତ ଜେନାଙ୍କ ବିରୋଧରେ ଵିଷୋଦଗାର କରିଥିଲେ । ଅନନ୍ତଙ୍କ କାର୍ଯ୍ୟରେ କେହି ସନ୍ତୁଷ୍ଟ ନୁହନ୍ତି, ଅନନ୍ତ ଟିକେଟ ପାଇଲେ ବିଜେଡ଼ି ଅସୁବିଧାର ସମ୍ମୁଖୀନ ହୋଇପାରେ ବୋଲି ଚରମ ବାଣୀ କର୍ପୋରେଟରମାନେ ଶୁଣାଇଛନ୍ତି । 45ନଂ ୱାର୍ଡ କର୍ପୋରେଟର ଅମରେଶ ଜେନା ଏହି ଟିମର ନେତୃତ୍ବ ନେଇଥିଲେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ବିଭିନ୍ନ ସମୟରେ ଦଳୀୟ କର୍ମୀଙ୍କୁ ଅଣଦେଖା କରୁଛନ୍ତି । ମହିଳାମାନଙ୍କ ପ୍ରତି ବ୍ୟବହାର ଠିକ ହେଉନଥିବା କଥା ଜଣେ ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟା ପ୍ରଣବ ପ୍ରକାଶଙ୍କ ଆଗରେ ଫେରାଦ ହୋଇଛନ୍ତି ।

ସମାଜର ଗରିବ ଶ୍ରେଣୀର ଜନସାଧାରଣଙ୍କୁ ନବୀନ ପଟ୍ଟନାୟକ ଅନେକ ଯୋଜନାରେ ଲାଭନ୍ବିତ କରୁଥିବାବେଳେ ବିଧାୟକ ଏହାର ଓଲଟା ଦିଗରେ କାର୍ଯ୍ୟ କରୁଛନ୍ତି । ଯଦି ବିଧାୟକ ଅନନ୍ତ ଜେନାଙ୍କୁ ଦଳ ଟିକେଟ ଦିଏ, ଜନ ଅସନ୍ତୋଷ ବୃଦ୍ଧି ପାଇବାର ସମ୍ଭାବନା ଅଛି ବୋଲି ପରୋକ୍ଷରେ ଇଙ୍ଗିତ କରିଛନ୍ତି ମଧ୍ୟ ନିର୍ବାଚନ ମଣ୍ଡଳୀର ପ୍ରାୟ 20ରୁ ଊର୍ଦ୍ଧ୍ବ କର୍ପୋରେଟର । ସୂଚନାଯୋଗ୍ୟ କି ଦୀର୍ଘଦିନ ହେବ ଭୁବନେଶ୍ବର 45 ନଂ ୱାର୍ଡର କର୍ପୋରେଟର ଅମରେଶ ଜେନା ମଧ୍ୟ ନିର୍ବାଚନ ମଣ୍ଡଳୀରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରୁଛନ୍ତି । ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଦୃଢ଼ ପ୍ରତିଦ୍ବନ୍ଦୀ ଭାବେ ନିଜକୁ ପ୍ରସ୍ତୁତ କରିବା ସହ ପ୍ରୋଜେକ୍ଟ କରୁଛନ୍ତି ଅମରେଶ । ବିଭିନ୍ନ ୱାର୍ଡରେ ଜନସମ୍ପର୍କ ପଦଯାତ୍ରା କରିବା ସହ ବିଧାୟକ ଅନନ୍ତଙ୍କ ବିରୋଧରେ ମେଳି କରୁଛନ୍ତି । ଅନନ୍ତଙ୍କୁ ହଟେଇବାକୁ ଚେଷ୍ଟା ଜାରି ରଖିଛନ୍ତି ଅମେରେଶ । ତେବେ ସମୟ କହିବ ମଧ୍ୟ ଭୁବନେଶ୍ବର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଟିକେଟ କାହାକୁ ମିଳୁଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details