ETV Bharat / politics

ରେଭେନ୍ସା-ଓଡ଼ିଆ ଅସ୍ମିତା, ନବୀନଙ୍କୁ ଜବାବ ଦେଲେ ଜୟନାରାୟଣ - Naveen Jay Narayan X War

author img

By ETV Bharat Odisha Team

Published : Sep 11, 2024, 7:04 AM IST

Updated : Sep 11, 2024, 9:54 AM IST

Naveen- Jay Narayan On Ravenshaw Issue: ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନ ପ୍ରସଙ୍ଗରେ X ୱାର । ବିରୋଧୀ ଦଳ ନେତା ନବୀନଙ୍କ ମହାପୁରୁଷ ଉପଖ୍ୟାନ । ବିଜେପି ନେତା ଜୟନାରାୟଣଙ୍କ ଜବାବ 'ଆଉ ଏକ ଜନ୍ମ ନେବାକୁ ପଡ଼ିବ' ।

Naveen-Jay Narayan On Ravenshaw Issues
Naveen-Jay Narayan On Ravenshaw Issues (ETV Bharat Odisha)

ଭୁବନେଶ୍ବର: ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ତେଜିଛି ରାଜନୀତି । ଏହା ଉପରେ ବିତର୍କ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ ପରେ ରାଜନୀତି ଥମିବାରେ ନାଁ ନେଉନାହିଁ । ଏହାରି ଭିତରେ ଆରମ୍ଭ ହୋଇଯାଇଛି ଟ୍ବିଟ୍ ୱାର। ଦୀର୍ଘଦିନର ନୀରବତା ପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇ ନବୀନ ନିଜ ଟ୍ବିଟର ହ୍ୟାଣ୍ଡେଲ (X)ରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଅନ୍ୟପଟେ ନବୀନଙ୍କ ଟ୍ବିଟର ଜବାବ ରଖିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର।

Ravenshaw Issues
Ravenshaw Issues (ETV Bharat Odisha)

ଓଡ଼ିଆ ଅସ୍ମିତାକୁ ନେଇ ନବୀନଙ୍କ ପ୍ରଶ୍ନ:

ନାଁ ନନେଇ କିମ୍ବା ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି ନବୀନ । କିଛି ଲୋକ ଇତିହାସକୁ ବିକୃତ କରିବା ପାଇଁ ଅପଚେଷ୍ଟା କରୁଥିବା ନବୀନ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ Xରେ ଉଲ୍ଲେଖ କରିଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏକ୍ସରେ ଲେଖିଛନ୍ତି, " ଏହା କ'ଣ ଓଡ଼ିଆ ଅସ୍ମିତା ? ମହାପୁରୁଷମାନଙ୍କ ପ୍ରତି ସମ୍ମାନ, କୃତଜ୍ଞ ରହିବା ଜାତିର ନୈତିକ ଦାୟିତ୍ୱ । ମହାପୁରୁଷମାନଙ୍କ ତ୍ୟାଗ, ସାଧନା ଓ ଦୂରଦୃଷ୍ଟି ଦ୍ୱାରା ଗଢ଼ି ଉଠିଥିବା ଉତ୍କର୍ଷ ଅନୁଷ୍ଠାନ ଜାତିର ଅକ୍ଷୟ କୀର୍ତ୍ତି । ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତିରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅତୁଳନୀୟ ଅବଦାନ ରହିଛି । ଓଡ଼ିଶାର ସାମଗ୍ରିକ ବିକାଶରେ ମୟୂରଭଞ୍ଜ ରାଜପରିବାରର ଅବଦାନ ସମସ୍ତେ ଜାଣନ୍ତି । ସାହିତ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି ଆଦି ସବୁ କ୍ଷେତ୍ରରେ ସେମାନଙ୍କ ଅବଦାନ ଅସୀମ ।"

ଏହା ମଧ୍ୟ ପଢ଼ନ୍ତୁ...ବିଧାନସଭାରେ ରେଭେନ୍ସା ଝଡ଼; ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡି ସୁରକ୍ଷା ମାଗିଲେ ବ୍ୟୋମକେଶ, ଗୃହରେ ବିଜେଡିର ପ୍ରବଳ ହଟ୍ଟଗୋଳ - Ravenshaw University row

ଏହା ମଧ୍ୟ ପଢ଼ନ୍ତୁ...Ravenshaw: ରେଭେନ୍ସା ନାମ ପରିବର୍ତ୍ତନ ବିବାଦ; କିଏ ଥୋମାସ ଏଡୱାର୍ଡ, କଟକ ସହ କଣ ତାଙ୍କ ସମ୍ପର୍କ ? କଣ କହିଲେ ଐତିହାସିକ ? - TE Ravenshaw

ଏହା ମଧ୍ୟ ପଢ଼ନ୍ତୁ...ରେଭେନ୍ସା ନାଁ ପରିବର୍ତ୍ତନ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି, ଶାସକ ବିରୋଧୀ ମୁହାଁମୁହିଁ - CONTROVERSY OVER RAVENSHAW NAME

'ଇତିହାସକୁ ବିକୃତ କରିବାକୁ ଅପଚେଷ୍ଟା'

ସେ ଏହା ମଧ୍ୟ କହିଛନ୍ତି, "ଇତିହାସକୁ ବିକୃତ କରିବା ପାଇଁ କିଛି ଲୋକ ଅପଚେଷ୍ଟା କରୁଛନ୍ତି । ଆଗାମୀ ପୀଢ଼ି ପାଇଁ ଏହା କି ବାର୍ତ୍ତା ଦେବ ? କଥାରେ କୋଣାର୍କ ହୁଏ ନାହିଁ । ଗୋଟିଏ ଅନୁଷ୍ଠାନ ଟିଏ ଗଢ଼ିବା ସହଜ ନୁହେଁ । ଦରକାର ଅନେକ ତ୍ୟାଗ ଓ ତପସ୍ୟା । ସାମୟିକ ସଫଳତାର ଉଲ୍ଲାସରେ ମଦମତ୍ତ ନେତାମାନେ ଆଜି ନୂଆ ଇତିହାସ ଲେଖିବା ଆରମ୍ଭ କରିଛନ୍ତି । ସେମାନେ ମନେ ରଖିବା ଉଚିତ, ହିମାଳୟ ପରି ଉତ୍ତୁଙ୍ଗ ବରପୁତ୍ରମାନଙ୍କ ବ୍ୟକ୍ତିତ୍ୱକୁ ମଳିନ କରିବାକୁ ଚେଷ୍ଟା କଲେ ନିଜର ଅସ୍ତିତ୍ୱ ହରାଇ ବସିବେ ।"

ଅସ୍ମିତା ବୁଝିବାକୁ ଆପଣଙ୍କୁ ଆହୁରି ଗୋଟିଏ ଜନ୍ମ ଲାଗିବ: ଜୟ ନାରାୟଣ

ଜୟ ନାରାୟଣ ଲେଖିଛନ୍ତି, "ଓଡ଼ିଆ ଅସ୍ମିତାର ମର୍ମ ବୁଝିବା ପାଇଁ ଆପଣଙ୍କୁ ଆହୁରି ଗୋଟିଏ ଜନ୍ମ ଲାଗିବ । 25 ବର୍ଷରେ ଓଡ଼ିଆ ଅସ୍ମିତାକୁ ଆପଣ ଯେଉଁ ଅବସ୍ଥାରେ ଛାଡି ଯାଇଛନ୍ତି, ଓଡ଼ିଶାର ଜନତା ତାହା ବୁଝି ଠିକଣା ଜବାବ ଦେଇଛନ୍ତି, ସେଥିପାଇଁ ଆପଣଙ୍କ ନେତୃତ୍ବାଧୀନ ସରକାରକୁ ବିଦା କରିଛନ୍ତି । ଆମ ମହାପୁରୁଷମାନଙ୍କ ଠାରୁ ଆପଣ କ’ଣ ଅନୁପ୍ରାଣିତ ହୋଇଛନ୍ତି, ପୂର୍ବ ଦିନମାନଙ୍କରେ ସମଗ୍ର ରାଜ୍ୟବାସୀ ଦେଖିସାରିଛନ୍ତି । ଓଡ଼ିଶାର ମହାପୁରୁଷମାନଙ୍କ ପ୍ରତି ତ୍ୟାଗ, ସାଧନା ଓ ଆଦର୍ଶରେ ଭାରତୀୟ ଜନତା ପାର୍ଟିର ନେତୃବୃନ୍ଦ ସର୍ବୋପରି ଅନୁପ୍ରାଣିତ ହୋଇଛନ୍ତି ।"

'ଆପଣ ରିଲ୍ ଭାଇରାଲ କରିବାରେ ବିଶ୍ୱାସ ରଖନ୍ତି'

"ସାମୟିକ ସଫଳତାରେ ଉଲ୍ଲାସ ଆପଣ ହିଁ ନେଉଥିଲେ । ବିଜେପି କହିବା ଆଉ କରିବାରେ ବିଶ୍ବାସ ରଖେ, ସେଥିପାଇଁ ରାଜ୍ୟବାସୀ ଭୋଟ୍ ଦେଇ ସରକାର ଗଠନ କରିଛନ୍ତି । ଆପଣ ରିଲକୁ ଭାଇରାଲ କରାଇବାରେ ବିଶ୍ବାସ କରନ୍ତି ଆମେ ଆଉ ଆମ ଦଳ ବ୍ରାଣ୍ଡକୁ ପ୍ରତିଷ୍ଠିତ କରାଇବାରେ ଦୃଢ ବିଶ୍ବାସ ରଖୁ" ବୋଲି କହିଛନ୍ତି ଜୟନାରାୟଣ ।

ଏହା ବି ପଢନ୍ତୁ...ରେଭେନ୍ସା ରାଜନୀତି: ଭର୍ତ୍ତୃହରିଙ୍କ ସମ୍ପାଦକୀୟକୁ ନେଇ ବର୍ଷିଲେ ସୌମ୍ୟ, ପଢାଇଲେ ଇତିହାସ - Ravenshaw Issues

Last Updated : Sep 11, 2024, 9:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.