ETV Bharat / politics

ଦେବାଶିଷଙ୍କୁ ମୋକିମଙ୍କ ସମାଲୋଚନା: ବିଜେପିର କଡା ପ୍ରତିକ୍ରିୟା, ବିଜେଡିର ସ୍ପଷ୍ଟୀକରଣ 'ବ୍ୟକ୍ତିଗତ ମତ' - Debashish Opinion Controversy

author img

By ETV Bharat Odisha Team

Published : 3 hours ago

Updated : 1 hours ago

Debashish Samantray's Statement Controversy: ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ମନ୍ତବ୍ୟ ପରେ ତୁମ୍ଭିତୋଫାନ । କଂଗ୍ରେସ ନେତା ମହମ୍ମଦ ମୋକିମ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କ'ଣ କହିଛନ୍ତି ଦେବାଶିଷ, ଜାଣନ୍ତୁ ।

Debashish Samantray's Statement
Debashish Samantray's Statement (ETV Bharat Odisha)

କଟକ: ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ମନ୍ତବ୍ୟକୁ ନେଇ ଜୋର ଧରିଛି ରାଜନୀତି । ବିଜେପି ସରକାର ଭାଙ୍ଗିଯିବ ବୋଲି କହି ଟାର୍ଗେଟ୍ କରିଛନ୍ତି ଦୋବାଶିଷ । ଯାହା ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ମହମ୍ମଦ ମୋକିମ । ଅପରପକ୍ଷେ, ଦେବାଶିଷଙ୍କ ମନ୍ତବ୍ୟ ସମ୍ପୂର୍ଣ୍ଣ ବ୍ୟକ୍ତିଗତ, ଏଥିରେ ଦଳର କୌଣସି ଭୂମିକା ନାହିଁ ବୋଲି ସ୍ପଷ୍ଟ କରିଛି ବିଜେଡି । ତେବେ କ'ଣ ମନ୍ତବ୍ୟ ଦେଇଛନ୍ତି ଦେବାଶିଷ ଆସନ୍ତୁ ଜାଣିବା।

ପଦ ହରାଇବେ ବିଜେପି ବିଧାୟକ: ଦେବାଶିଷ

Debashish Samantray's Statemen (ETV Bharat Odisha)

ଦେବାଶିଷ କହିଛନ୍ତି, "ବିଜେପିର 20ରୁ ଅଧିକ ବିଧାୟକଙ୍କ ବିରୁଦ୍ଧରେ ପରାଜିତ ପ୍ରାର୍ଥୀମାନେ ମିଥ୍ୟା ସତ୍ୟପାଠ ମାମଲା ହାଇକୋର୍ଟରେ ହୋଇଛି । ଏହାର ଶୁଣାଣି ସରିଲେ ଅନେକ ପଦ ହରାଇବେ । ଯେପରି ବିଧାୟକ ଥିବାବେଳେ ମହମ୍ମଦ ମୋକିମ ପଦ ହରାଇଥିଲେ । କିନ୍ତୁ 7 ପାଖାପାଖି ବିଧାୟକ ଏହି ମାମଲାରେ ଛନ୍ଦିହେବେ, ଏଥିରେ ସନ୍ଦେହ ନାହିଁ । ରାଜ୍ୟରେ ମୋହନ ସରକାର ଯେଉଁ ସ୍ଥାୟୀ ସରକାର ବୋଲି ଭାବୁଛନ୍ତି ତାହା ରହି ନପାରେ । ତେଣୁ ରାଜ୍ୟରେ ଯେଉଁ ନାରୀମାନଙ୍କ ଉପରେ ଅତ୍ୟାଚାର ଓ ଦୁର୍ବ୍ୟବହାରରେ ଦିଗ ଉପରେ ରୋକ ଲଗାଇବା ପାଇଁ ଏହା ମୋର ଚେତାବନୀ ।"ଏହା ସହିତ ମହମ୍ମଦ ମୋକିମଙ୍କ ବିଧାୟକ ପଦ ରଦ୍ଦ ପ୍ରସଙ୍ଗ କଥା ମନେ ପକାଇ ଦେବାଶିଷ କହିଛନ୍ତି, ୭୦୦ ପୃଷ୍ଠା ଜଜମେଣ୍ଟରେ ମହମ୍ମଦ ମୋକିମଙ୍କ ବିଧାୟକ ପଦ ଯାଇଥିଲା ।"

BJP Reaction On Debashish Statement (ETV Bharat Odisha)

ବିଜେପିର ପ୍ରତିକ୍ରିୟା:

ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି, "ଦେବାଶିଷ ଦିନରେ ସ୍ବପ୍ନ ଦେଖୁଛନ୍ତି। ତାଙ୍କୁ ଉପଦେଶ ଦେଉଛି, ଏମିତି ସ୍ୱପ୍ନ ଦେଖିବା ବନ୍ଦ କରନ୍ତୁ। 24 ବର୍ଷରେ ବିଜେଡି ଯାହା କରିନଥିଲା 100 ଦିନରେ ବିଜେପି ସରକାର ତାହା କରି ଦେଖାଇଛନ୍ତି । ଏହି ସଫଳତା ବିଜେଡି ନେତାଙ୍କୁ ହଜମ ହେଉନି । ଓଡିଶା ପ୍ରଗତି ଆଡକୁ ଗତି କରୁଛି ଦିନରେ ସ୍ବପ୍ନ ଦେଖିବା ବନ୍ଦ କରି ବାସ୍ତବତାକୁ ଆସନ୍ତୁ । ବିଜେଡିରୁ ଜଣକ ପରେ ଜଣେ ବିଜେପିକୁ ଆସୁଛନ୍ତି । ବିଜେଡିର ଘର ଖାଲି ହୋଇଗଲାଣି ତେଣୁ ଏଭଳି ମନ୍ତବ୍ୟ ଦେଇ କର୍ମୀଙ୍କୁ ବଳ ଦେବାକୁ ଚେଷ୍ଟା କରୁଛନ୍ତି ଯେଉଁଥିରେ ସଫଳ ହେବେ ନାହିଁ।"

ମହମ୍ମଦ ମୋକିମଙ୍କ ପ୍ରତିକ୍ରିୟା:

ମୋକିମ କହିଛନ୍ତି, ଏହା ହାସ୍ୟାସ୍ପଦ । ଏହି ମାମଲା କୋର୍ଟରେ ବିଚାରଧୀନ । ଜଣେ ଦାୟିତ୍ବବାନ ରାଜ୍ୟସଭା ସାଂସଦ ଏଭଳି ରାୟ ଶୁଣାଇଲେ କିପରି ? ତାହା ବର୍ତ୍ତମାନ ସମୟରେ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ।

ଏହା ବି ପଢନ୍ତୁ...ORHDC Scam: ଆଉ ବିଧାୟକ ନାହାନ୍ତି ମହମ୍ମଦ ମୋକିମ !

ଏହା ବି ପଢନ୍ତୁ...ସୁପ୍ରିମକୋର୍ଟ ଗଲେ ମୋକିମ, ତଳକୋର୍ଟ ରାୟକୁ ଚାଲେଞ୍ଜ କରି ମାମଲା ଦାୟର - Moquim moves SC

ଏହା ବି ପଢନ୍ତୁ...ବିଜେପିର ମିଥ୍ୟା ପ୍ରତିଶ୍ରୁତି ଉପରେ ଲୋକଙ୍କୁ ସଚେତନ କର: ନବୀନ - NAVEEN ADVICE TO BJD

ଏହା ବି ପଢନ୍ତୁ...ଭରତପୁର ଥାନା କାଣ୍ଡ; ମଙ୍ଗଳବାର 6 ଘଣ୍ଟିଆ ରାଜଧାନୀ ବନ୍ଦ ଡାକରା ଦେଲା ବିଜେଡି - BJD called Bhubaneswar bandh

ବିଜେଡିର ଖଣ୍ଡନ:

ଏଭଳି ରାଜନୈତିକ ବୟାନବାଜି ପରେ ବିଜେଡି ସୋସିଆଲ ମିଡିଆ ହ୍ୟାଣ୍ଡେଲ (x)ରେ ଟ୍ବିଟ୍ କରିଛି । ଦଳ ପକ୍ଷରୁ ଉଲ୍ଲେଖ କରାଯାଇଛି, "ଜନତାଙ୍କ ରାୟକୁ ଦଳ ସ୍ବାଗତ କରିଛି । ବିରୋଧୀ ଦଳ ଭାବେ ବିଜେଡି ସମସ୍ତ ଦାୟିତ୍ବ ତୁଲାଉଛି । ଦେବାଶିଷ ଯାହା ମନ୍ତବ୍ୟ ଦେଇଛନ୍ତି ଏହା ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ । ଦଳର ରାୟ ଏଥିରେ ସମ୍ପୃକ୍ତ ନାହିଁ ।"

ଇଟିଭି ଭାରତ, କଟକ

Last Updated : 1 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.