ETV Bharat / state

ତୁରନ୍ତ କରାଇ ନିଅନ୍ତୁ ରାସନ କାର୍ଡ E- KYC ଅପଡେଟ୍, ନଚେତ୍... - RATION CARD E KYC UPDATE

ରାସନ କାର୍ଡକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କ ବଡ ସୂଚନା, ଖୁବଶୀଘ୍ର ଖୋଲିବ ପୋର୍ଟାଲ, ନୂଆ ଆବେଦନକାରୀଙ୍କ ହେବ ଯାଞ୍ଚ

Ration card E KYC update last date
Ration card E KYC update last date (ETV Bharat Odisha)
author img

By ETV Bharat Odisha Team

Published : Feb 11, 2025, 5:02 PM IST

ଭୁବନେଶ୍ୱର: ରାସନ୍ କାର୍ଡ E- KYCକୁ ନେଇ ବଡ଼ ଅପଡେଟ । ଆବେଦନ ନ କରିଥିଲେ ଆଉ ମିଳିବନି ସୁଯୋଗ । ଫେବୃଆରୀ ୧୫ ତାରିଖ ରାସନ କାର୍ଡ E- KYC ଆବେଦନର ଶେଷ ତାରିଖ ଥିବା ବେଳେ ଏହାର ଅବଧି ଆଉ ବଢିନପାରେ । ଅନ୍ୟପଟେ ଯେଉଁ ସରକାରୀ ଅଫିସର ମାନେ ରାସନ କାର୍ଡ ଫେରାଇ ନାହାନ୍ତି ଧରାପଡିଲେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଚେତାବନୀ ଦେଇଛନ୍ତି ।

Ration card E KYC update last date (ETV Bharat Odisha)

ଆଉ ବଢିବନି ଇ-କେଓ୍ବାଇସି ଅବଧି:

ଫେବୃଆରୀ ୧୫ ତାରିଖରେ ଶେଷ ହେବାକୁ ଯାଉଛି ରାସନ କାର୍ଡ E- KYC ଅପଡେଟ । ପୂର୍ବରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଏହି ଅବଧି ରହିଥିବା ବେଳେ ରାଜ୍ୟ ସରକାର ଫେବୃଆରୀ ୧୫ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରିଛନ୍ତି । ଆଉ ୪ ଦିନ ପରେ ଶେଷ ହେବାକୁ ଯାଉଛି ରାସନ କାର୍ଡ ଇ-କେଓ୍ବାଇସି ଡେଡଲାଇନ । ତେବେ ଏହି ଅବଧି ଆଉ ବଢିନପାରେ । ତେଣୁ ଯେଉଁମାନେ ଆବେଦନ ନ କରିଛନ୍ତି ଏହି ୪ ଦିନ ମଧ୍ୟରେ ଆବେଦନ ନକଲେ ସେମାନଙ୍କର ରାସନ କାର୍ଡ କଟିଯିବ ।

ଆହୁରୀ ୩୭ ଲକ୍ଷ କରିନାହାନ୍ତି E- KYC:

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି," E- KYC ଅବଧି ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏପର୍ଯ୍ୟନ୍ତ ଆହୁରି ୩୭ ଲକ୍ଷ ଲୋକ E- KYC କରିନାହାନ୍ତି । ଯେଉଁମାନେ E- KYC ନ କରିପାରିବେ ଧରାଯିବ ଯେ ସେମାନେ ସରେଣ୍ଡର କରିଛନ୍ତି ବୋଲି ସେମାନଙ୍କ କାର୍ଡ କାଟି ଦିଆଯିବ ଓ ସେହି ସ୍ଥାନରେ ନୂଆ ଲୋକଙ୍କ କାର୍ଡ କରାଯିବ ।"

ସରକାରୀ କର୍ମଚାରୀଙ୍କୁ ମନ୍ତ୍ରୀଙ୍କ ଚେତାବନୀ:

ଖାଦ୍ୟ ଯୋଗାଣ ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି," ଅନେକ ସରକାରୀ ଅଫିସରମାନେ କାର୍ଡ ସରେଣ୍ଡର କରିସାରିଛନ୍ତି, ଯେଉଁ ସରକାରୀ କର୍ମଚାରୀମାନେ କାର୍ଡ ସରେଣ୍ଡର ନ କରିଛନ୍ତି ଏବେବି ସମୟ ଅଛି ସେମାନେ କାର୍ଡ ସରେଣ୍ଡର କରିଦିଅନ୍ତୁ, ନଚେତ ଆଗାମୀ ଦିନରେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଏହାମଧ୍ୟ ପଢନ୍ତୁ...

ଫେବୃଆରୀ 15ରେ ସରୁଛି କଣ୍ଟ, ରାସନ କାର୍ଡ e-KYC ବନ୍ଦ

ଠିକା କର୍ମଚାରୀ ଓ ସ୍ୱଳ୍ପ ବେତନଭୋଗୀ ଫେରାନ୍ତୁ ନାହିଁ ରାସନ କାର୍ଡ: ଯୋଗାଣ ମନ୍ତ୍ରୀ

4 ଦିନରେ ସରିବ ରାସନକାର୍ଡ e-KYC ଅବଧି, ଏବେ ବି କରିନାହାନ୍ତି 40 ଲକ୍ଷ

ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ନାଲି ଆଖି, 'ବନ୍ଦ କର ଅଧିକ କଟନୀ ଛଟନୀ'

କେବେ ହେବ ନୂଆ ରାସନ କାର୍ଡ?

ନୂଆ ରାସନ କାର୍ଡକୁ ନେଇ ମନ୍ତ୍ରୀ କହିଛନ୍ତି, "ଯେଉଁମାନେ ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି, ସେଗୁଡିକର ଯାଞ୍ଚ ଚାଲିଛି । ସେମାନଙ୍କ ନୂଆ କାର୍ଡ କରିବା ପାଇଁ ଚିନ୍ତା କରାଯାଉଛି । ଏବେ ପୋର୍ଟାଲ ଖୋଲାଯିବ । ଯେଉଁମାନେ ନୂଆ କରି ଆବେଦନ କରିଛନ୍ତି ସେମାନଙ୍କର ଆବେଦନକୁ ବିଚାରକୁ ନିଆଯିବ । 6 ଲକ୍ଷ ନୂଆ ହିତାଧିକାରୀ ଆବେଦନ କରିଛନ୍ତି ।"
ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.