ETV Bharat / state

13ରୁ ବିଧାନସଭା; ଆଇନଶୃଙ୍ଖଳା ଓ ଚାଷୀ ସମସ୍ୟାକୁ ପ୍ରସଙ୍ଗ କରିବ ବିଜେଡି, ପ୍ରସ୍ତୁତ ଶାସକ ଦଳ - ODISHA ASSEMBLY BUDGET SESSION

ଦୁଇଟି ପର୍ଯ୍ଯାୟରେ ବିଧାନସଭା । ପ୍ରଥମ ପର୍ଯ୍ୟାୟ ଫେବୃଆରୀ 13ରୁ 21 ଫେବୃଆରୀ । ଦ୍ୱିତୀୟ ପର୍ଯ୍ୟାୟ 7 ମାର୍ଚ୍ଚରୁ 5 ଏପ୍ରିଲ୍ ।

ODISHA ASSEMBLY BUDGET SESSION
ODISHA ASSEMBLY BUDGET SESSION (ETV BHARAT ODISHA)
author img

By ETV Bharat Odisha Team

Published : Feb 11, 2025, 7:43 PM IST

ଭୁବନେଶ୍ୱର: ଆସନ୍ତା 13 ତାରିଖରୁ ଆରମ୍ଭ ହେଉଛି ଓଡିଶା ବିଧାନସଭାର ବଜେଟ ଅଧିବେଶନ । ରାଜ୍ୟରେ ପ୍ରସଙ୍ଗ ଅନେକ ଥିବାରୁ ଆସନ୍ତା ଅଧିବେଶନ ବେଶ ସରଗରମ ହେବାର ସମ୍ଭାବନା ରହିଛି । ବିରୋଧୀ ଦଳ ବିଜେଡି ଆଇନଶୁଙ୍ଖଳା ଓ ଚାଷୀ ସମସ୍ୟାକୁ ପ୍ରସଙ୍ଗ କରିବ ବୋଲି କହିଛି । ବିରୋଧୀଙ୍କ ସମସ୍ତ ମୁଦ୍ଦାକୁ ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଥିବା ଶାସକ ଦଳ ପକ୍ଷରୁ କୁହାଯାଇଛି ।

ବିରୋଧି ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, "ଆସନ୍ତାକାଲି ବିଜେଡିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ଦଳର ସଭାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରଣନୀତି ପ୍ରସ୍ତୁତ ହେବ । ବିଧାନସଭାରେ ପୁରୁଣା ଓ ତତ୍କାଳିକ ପ୍ରସଙ୍ଗ ଉଠାଯିବ । ରାଜ୍ୟରେ ବର୍ତ୍ତମାନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ତେଣୁ ଏହାକୁ ଦଳ ବଡ଼ ପ୍ରସଙ୍ଗ କରିବ । ଧାନ ସଂଗ୍ରହ ସମୟରେ ଚାଷୀଙ୍କ ଦୁର୍ଗତି ହୋଇଛି । ଅଭାବୀ ବିକ୍ରୀ କରିବାକୁ ଚାଷୀ ବାଧ୍ୟ ହୋଇଛନ୍ତି । ସରକାର ବାରମ୍ବାର ପ୍ରତିଶ୍ରୁତି ଦେବା ପରେ ମଧ୍ୟ କଟନୀ ଛଟନୀ ହୋଇଛି । ଚାଷୀ ମାରଣ ନୀତି ପୋଷଣ ହୋଇଛି ।"

ସେ ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟରେ ଆଇନ କାନୁନର ପରିସ୍ଥିତି ତଳକୁ ତଳକୁ ଖସି ଯାଇଛି । ରାଜଧାନୀ ଭୁବନେଶ୍ୱରରେ ଆଇନ ଶୃଙ୍ଖଳା ସ୍ଥିତି ଖରାପ । ପ୍ରତ୍ୟେକ ଦିନ ହତ୍ୟା, ନାରୀ ନିର୍ଯାତନା, ଚୋରୀ, ଡକାୟତି ଓ ଆକ୍ରମଣ ଘଟଣା ସାମ୍ନାକୁ ଆସୁଛି । ଅନ୍ୟ ଅଂଚଳରେ କଣ ହେଉଥିବ ଏହା ଅନୁମାନ କରିହେଉଛି । ଭିଆଇପି ଅଂଚଳରେ ଚୋରୀ ହେଉଛି । ସମ୍ପୂର୍ଣ୍ଣ ଭାବେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ସବୁ ଦଳ ଓ ସଦସ୍ୟ ନିଜର ପ୍ରସଙ୍ଗ ଉଠାଇବା ଲାଗି ଅଧିକାର ପାଇଛନ୍ତି । ବିଧାନସଭା ସୁରୁଖୁରୁରେ ଚଳାଇବା ଶାସକ ଦଳର ଦାୟିତ୍ୱ ।"

ଦୁଇଟି ପର୍ଯ୍ଯାୟରେ ବିଧାନସଭା-

  • ପ୍ରଥମ - ଫେବୃଆରୀ 13ରୁ 21 ଫେବୃଆରୀ
  • ଦ୍ୱିତୀୟ- 7 ମାର୍ଚ୍ଚରୁ 5 ଏପ୍ରିଲ୍

ଜବାବରେ ଶାସକ ଦଳ ନେତା ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, "ବିରୋଧୀ ଦଳ ମାନଙ୍କୁ ସମ୍ମୁଖୀନ ହେବା ଲାଗି ଶାସକ ଦଳ ପ୍ରସ୍ତୁତ ହୋଇଅଛି । ଦୁର୍ନୀତିକୁ ପ୍ରସଙ୍ଗ କରି ବିରୋଧୀ ଦଳ ଶାସକ ଦଳକୁ ଘେରେ । ମୋହନ ସରକାରକୁ ଦୁର୍ନୀତି ସ୍ପର୍ଶ କରିନାହିଁ । ଏ କଥା ଓଡିଶାବାସୀ ଜାଣିଛନ୍ତି । ଏ ସରକାର ପ୍ରତ୍ୟେକ କାମ ନିଖୁଣ ଭାବେ କରିଛି । ସେ କଥା ମଧ୍ୟ ଓଡିଶାବାସୀ ଜାଣିଛନ୍ତି । ବିରୋଧୀ ଯେଉଁ ପ୍ରସଙ୍ଗ ଉଠେଇଲେ ମଧ୍ୟ ଉତ୍ତର ଆମ ପାଖରେ ଅଛି । ବିଗତ ଦିନରେ ଓଡ଼ିଶାର ଆଇନ ଶୃଙ୍ଖଳାର ଯାହା ରେକର୍ଡ ଥିଲା, ସେ ରେକର୍ଡ ଆଜି ତାରିଖରେ ନାହିଁ । ଆଜିର ତାରିଖରେ ଓଡିଶା ପ୍ରଦେଶ ସୁରକ୍ଷିତ । ଏ କଥା ସାଧାରଣ ଲୋକ ବୁଝିଛନ୍ତି । କିଛି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିବା ବେଳେ ସୁଧୁରା ଯାଇଛି ।"

ଆଇନ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଅପରାଧ କରି ଅପରାଧୀ ନିଶ୍ଚିନ୍ତରେ ବିଜେପି ସରକାରରେ ବୁଲୁନାହିଁ । ଯାହା ପୂର୍ବର ବିଜେଡି ସରକାରରେ ଦେଖିବାକୁ ମିଳୁଥିଲା । ଯିଏ ଅପରାଧ କରୁଛି, ସେ ତୁରନ୍ତ କିମ୍ବା 48 ଘଣ୍ଟା ମଧ୍ୟରେ ଗିରଫ ହେଉଛି । ଏଭଳି ବିରଳ ଦୃଶ୍ୟ ଏବେ ରାଜ୍ୟରେ ଦେଖିବାକୁ ମିଳୁଛି । ଅପରାଧ ଯିଏ କରିବ ସେ ଦଣ୍ଡିତ ହେବ । ଏହା ଏ ସରକାରର ନୀତି । ଅପରାଧୀଙ୍କ ମନରେ ବର୍ତ୍ତମାନ ସରକାରଙ୍କ ପ୍ରତି ଭୟ ରହିଛି । ସରକାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଗୁରୁତର ସହ ନେଇଛନ୍ତି । ଏହାକୁ ସମାଧାନ କରି ଚାଲିବା କଥା ଚାଲିଛନ୍ତି । ଆଗାମୀ ଦିନରେ ଅପରାଧର ହାର ମଧ୍ୟ ସୁଧାର ଆସିବ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.