ହାଇଦ୍ରାବାଦ: ଜିଓସିନେମା ଓ ଡିସନି ପ୍ଲସ ହଟଷ୍ଟାର ପରସ୍ପର ସହ ମିଶି ଏବେ ଏକ ନୂଆ ଷ୍ଟ୍ରିମିଂ ପ୍ଲାଟଫର୍ମ ଜିଓ ହଟଷ୍ଟାର (Jio Hotstar) ଲଞ୍ଚ ହୋଇଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ ଦ ୱାଲ୍ଟ ଡିସନି କମ୍ପାନୀର ମିଳିତ ଉଦ୍ୟମ JioStar ଦ୍ବାରା ଆରମ୍ଭ କରାଯାଇଛି । ଏହି ପ୍ଲାଟଫର୍ମରେ ସବସ୍କ୍ରାଇବର ଉଭୟ ପ୍ଲାଟଫର୍ମରେ ପୂର୍ବରୁ ଉପଲବ୍ଧ ଥିବା ସମସ୍ତ କଣ୍ଟେଣ୍ଟ ସହ ବିଭିନ୍ନ କ୍ରୀଡା ସମ୍ବନ୍ଧୀୟ ଭିଡିଓ ଓ ଟେକ୍ନୋଲୋଜି ସହିତ ଭରପୂର ମନୋରଞ୍ଜନର ଲାଭ ଉଠାଇପାରିବେ ।
ଯଦି କୌଣସି ଦର୍ଶକ ଜିଓ ହଟଷ୍ଟାରରେ କୌଣସି କଣ୍ଟେଣ୍ଟ ଦେଖିବାକୁ ଚାହୁଁଛନ୍ତି ତେବେ ଏଥିଲାଗି ପ୍ରାରମ୍ଭିକ ମୂଲ୍ୟ 149ଟଙ୍କା ରଖାଯାଇଛି । ଏହାବାଦ JioHotstar ମାଗଣା ଟିୟର ହେବ ଯାହାକି ସମ୍ଭବତଃ ଉପଭୋକ୍ତାମାନଙ୍କୁ ବିଜ୍ଞାପନ ଏବଂ ଷ୍ଟାଣ୍ଡାର୍ଡ ରିଜୋଲ୍ୟୁସନ (480p) ସହିତ ଭିଡିଓ ବିଷୟବସ୍ତୁ ଦେଖିବା ପାଇଁ ଅନୁମତି ଦେବ ।
JioStar କହିଛି ଯେ JioHotStar ପ୍ରାୟ 3 ଲକ୍ଷ ଘଣ୍ଟା ଭିଡିଓ ବିଷୟବସ୍ତୁ ସହିତ ଲାଇଭ୍ ସ୍ପୋର୍ଟ୍ସ କଭରେଜ୍ ମଧ୍ୟ ପ୍ରଦାନ କରିବ । ଷ୍ଟ୍ରିମିଂ ପ୍ଲାଟଫର୍ମର ମୋଟ ୟୁଜର୍ବେସ୍ 50କୋଟି ବୋଲି କୁହାଯାଉଛି ଯେଉଁଥିରେ ଉଭୟ ଜିଓ ସିନେମା ଏବଂ ଡିଜନି + ହଟଷ୍ଟାରର ଉପଭୋକ୍ତା ସାମିଲ । ତେବେ ଉକ୍ତ ଉପଭୋକ୍ତା ଆଧାରରେ ଉଭୟ ପ୍ଲାଟଫର୍ମ (JioCinema ଏବଂ Disney + Hotstar)କୁ ସବସ୍କ୍ରାଇବ ହୋଇଥିବା ଆକାଉଣ୍ଟ ଅଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଉଲ୍ଲେଖଯୋଗ୍ୟ ଯେ JioHotstar ଏବେ ଏକ ନୂଆ ଲୋଗୋ ସହ ଆସିଛି, ଯାହାକି ଏକ ଷ୍ଟାର ସହିତ ପ୍ଲାଟଫର୍ମର ନାମ 'JioHotstar' ଦର୍ଶାଏ ।
When two worlds come together, the extraordinary takes shape. #JioHotstar #InfinitePossibilities pic.twitter.com/1eW3qGUPsG
— JioHotstar (@JioHotstar) February 14, 2025
JioHotstar: ସବସ୍କ୍ରିପସନ ପ୍ଲାନ
ଜିଓ ହଟଷ୍ଟାର କହିଛି ଯେ ଏହା ସମସ୍ତ କଣ୍ଟେଣ୍ଟକୁ ପ୍ଲାଟଫର୍ମରେ ଉପଲବ୍ଧ କରାଇବ, ଏଥିରେ ଲାଇଭ ସ୍ପୋର୍ଟ୍ସ ଯେପରିକି କ୍ରିକେଟ, ଟେନିସ, ଗ୍ରାଣ୍ଡ ସ୍ଲାମ୍ସ, ପ୍ରିମିୟର ଲିଗ୍ ଆଦି ସାମିଲ । ଏହାବାଦ ଭାରତୀୟ ଚଳଚ୍ଚିତ୍ର ଡିଜିଟାଲ ପ୍ରିମିୟର, ହଟଷ୍ଟାର ସ୍ପେଶାଲ୍ସ, ଷ୍ଟାର ସିରିଏଲ୍ସ, ଡିଜନି ପ୍ଲସ ଅରିଜିନାଲ୍ସ ଓ ଲୋକପ୍ରିୟ ଡିଜନି ମୁଭିଜ ଓ ଛୋଟପିଲାଙ୍କ ଶୋ' ଇଂରାଜୀ ଭାଷା ସହିତ ଅନ୍ୟ ଭାରତୀୟ ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ ।
ଯେଉଁମାନେ ପୂର୍ବରୁ ଜିଓ ସିନେମା ଓ ଡିଜନି ପ୍ଲସ ହଟଷ୍ଟାରର ୟୁଜର ଅଛନ୍ତି ସେମାନେ ସ୍ବୟଂଚାଳିତ ଭାବେ ଜିଓ ହଟଷ୍ଟାରକୁ ଯିବେ । ନୂଆ ୟୁଜରମାନେ ଏହି ପ୍ଲାଟଫର୍ମକୁ ସବସ୍କ୍ରାଇବ କରିବାକୁ ହେଲେ 149ଟଙ୍କାର ବେସ୍ ପ୍ଲାନରେ ରିଚାର୍ଜ କରିପାରିବେ । କେଉଁ ପ୍ଲାନରେ କଣ ସୁବିଧା ରହିଛି ନିମ୍ନରେ ଦିଆଯାଇଥିବା ଟେବୁଲରେ ଜାଣନ୍ତୁ:
ବିଜ୍ଞାପନ ସହ ପ୍ଲାନ (Ad-supported plans) | |||
ପ୍ଲାନ ନାଁ | ପ୍ଲାନ ଦାମ (ଟଙ୍କାରେ) | ବୈଧତା | ଡିଭାଇସ ସଂଖ୍ୟା |
ମୋବାଇଲ | Rs 149 | 3 ମାସ | ଗୋଟିଏ ଡିଭାଇସ (କେବଳ ମୋବାଇଲରେ ଦେଖିହେବ କଣ୍ଟେଣ୍ଟ) |
ମୋବାଇଲ | Rs 149 | 1 ବର୍ଷ | ଗୋଟିଏ ଡିଭାଇସ (କେବଳ ମୋବାଇଲରେ ଦେଖିହେବ କଣ୍ଟେଣ୍ଟ) |
ସୁପର୍ | Rs 299 | 3 ମାସ | 2ଟି ଡିଭାଇସ (ଏକାବେଳେ ମୋବାଇଲ, ପିସି/ଲାପଟପ୍ ଓ ଟିଭିରେ ଦେଖିହେବ କଣ୍ଟେଣ୍ଟ) |
ସୁପର୍ | Rs 899 | 1 ବର୍ଷ | 2ଟି ଡିଭାଇସ (ଏକାବେଳେ ମୋବାଇଲ, ପିସି/ଲାପଟପ୍ ଓ ଟିଭିରେ ଦେଖିହେବ କଣ୍ଟେଣ୍ଟ) |
ବିନା ବିଜ୍ଞାପନଯୁକ୍ତ ପ୍ଲାନ (Ad-free plans) | |||
ପ୍ଲାନ ନାଁ | ପ୍ଲାନ ଦାମ (ଟଙ୍କାରେ) | ବୈଧତା | ଡିଭାଇସ ସଂଖ୍ୟା |
ପ୍ରିମିୟମ | Rs 299 | 1 ମାସ | 4ଟି ଡିଭାଇସ (ଏକାବେଳେ ମୋବାଇଲ, ପିସି/ଲାପଟପ୍ ଓ ଟିଭିରେ ଦେଖିହେବ କଣ୍ଟେଣ୍ଟ) |
ପ୍ରିମିୟମ | Rs 499 | 3 ମାସ | 4ଟି ଡିଭାଇସ (ଏକାବେଳେ ମୋବାଇଲ, ପିସି/ଲାପଟପ୍ ଓ ଟିଭିରେ ଦେଖିହେବ କଣ୍ଟେଣ୍ଟ) |
ପ୍ରିମିୟମ | Rs 1,499 | 1 ବର୍ଷ | 4ଟି ଡିଭାଇସ (ଏକାବେଳେ ମୋବାଇଲ, ପିସି/ଲାପଟପ୍ ଓ ଟିଭିରେ ଦେଖିହେବ କଣ୍ଟେଣ୍ଟ) |
କହି ରଖୁଛୁ କି, ବିନା ବିଜ୍ଞାପନଯୁକ୍ତ ପ୍ଲାନରେ ୟୁଜର ବିନା କୌଣସି ବାଧକରେ ନିଜ କଣ୍ଟେଣ୍ଟ ଦେଖିପାରିବେ ଅର୍ଥାତ ଭିଡିଓ ମଝିରେ ସ୍କିପ୍ ହୋଇପାରୁନଥିବା କୌଣସି ବିଜ୍ଞାପନ ଆସିବ ନାହିଁ । କିନ୍ତୁ କେବଳ ଲାଇଭ ସ୍ପୋର୍ଟ୍ସରେ ବିଜ୍ଞାପନ ଆସିବ ।