ଭୁବନେଶ୍ୱର: ଓଡିଶା କଂଗ୍ରେସକୁ ମିଳିଲା ନୂଆ ମଙ୍ଗୁଆଳ । ରାଜ୍ୟ ପିସିସି ସଭାପତି ହେଲେ ବରିଷ୍ଠ ରାଜନେତା ଭକ୍ତ ଦାସ । ଭକ୍ତ ଦାସ ହେଲେ ପିସିସି ସଭାପତି । ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ସୂଚନା । ଦିର୍ଘ ଦିନର ଅପେକ୍ଷା ପରେ ଆଜି ଏନେଇ ଘୋଷଣା କରିଛି ଏଆଇସିସି । ଓଡିଶାରେ ଗତ ସାଧାରଣ ନିର୍ବାଚନରେ କଂଗ୍ରେସର ଦୟନୀୟ ପ୍ରଦର୍ଶନ ପରେ ପିସିସି ସଭାପତି ପଦରୁ ଦେଇଥିଲେ ଶରତ ପଟ୍ଟନାୟକ ।
![Senior Congress leader Bhakta Charan Das appointed OPCC president](https://etvbharatimages.akamaized.net/etvbharat/prod-images/11-02-2025/23522254_1.jpeg)
ଓଡିଶାକୁ କଂଗ୍ରେସକୁ ମିଳିଲା ନୂଆ ମୁଖିଆ
- ଶେଷରେ ଭକ୍ତ ଦାସଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କଲେ ରାହୁଲ
- ଭକ୍ତ ଦାସ ପିସିସି ନୂଆ ସଭାପତି ନିଯୁକ୍ତ
- AICCର ବଡ ନିଷ୍ପତ୍ତି
ଓଡିଶାକୁ ମିଳିଲା ନୂଆ ମୁଖିଆ ଶେଷରେ ଭକ୍ତଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କଲେ ରାହୁଲ । ଭକ୍ତ ଚରଣ ଦାସ ହେଲେ ଓଡିଶା ପ୍ରଦେଶ କଂଗ୍ରେସର ନୂଆ ମୁଖିଆ । ପିସିସି ସଭାପତି ହେଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ, ବିଧାୟକ ଭକ୍ତ ଚରଣ ଦାସ । ଏଆଇସିସି ପକ୍ଷରୁ ଘୋଷଣଆ ହୋଇଛଇ । ଭକ୍ତଙ୍କୁ ନିଯୁକ୍ତ ଦେଲେ aicc ଅଧ୍ୟକ୍ଷ ମଳିକାର୍ଜୁନ ଖଡଗେ ।
Hon'ble Congress President has appointed Shri Bhakta Charan Das as the President of Odisha Pradesh Congress Committee, with immediate effect. pic.twitter.com/DAn88RHrUh
— INC Sandesh (@INCSandesh) February 11, 2025
ତିନି ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଭକ୍ତ । କେନ୍ଦ୍ରରେ ଦୁଇ ଦୁଇ ଥର ମନ୍ତ୍ରୀ ଥିଲେ ଭକ୍ତ । ୧୯୮୫ ରେ କଳାହାଣ୍ଡିରୁ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଭକ୍ତ । ୧୯୮୯ ରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଥିଲେ ,୧୯୯୦ ରେ ରେଳ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ଭକ୍ତ । ଦୀର୍ଘ ବର୍ଷ ହେବ aicc ସମ୍ପାଦକ ଏବଂ ବିଭିନ୍ନ ରାଜ୍ୟ ପାଇଁ ପ୍ରଭରୀ ନିଯୁକ୍ତ ହୋଇଥିଲେ ।
ଭକ୍ତ ଦାସ ପଶ୍ଚିମ ଓଡିଶାର ଜଣେ ପ୍ରଭାବଶାଳୀ ନେତା ଭାବେ ସୁପରିଚିତ। ଭକ୍ତ ପୂର୍ବରୁ ତେଲେଙ୍ଗାନାର ପ୍ରଭାରୀ ଦାୟିତ୍ୱରେ ଥିଲେ । 66 ବର୍ଷୀୟ ଏହି ଭେଟେରାନ ତିନି ତିନି ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ନବମ ,ଏକାଦଶ ଏବଂ ପଞ୍ଚଦଶ ଲୋକସଭାର କଳାହାଣ୍ଡିର ସାଂସଦ ଭାବେ ନିର୍ବାଚିତ ହେବା ପରେ କେନ୍ଦ୍ରରେ ରେଳମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ଭକ୍ତ ।
ସାଧାରଣ ନିର୍ବାଚନ ପରେ ପ୍ରଦେଶ କଂଗ୍ରେସର ସମସ୍ତ କମିଟି ଭଙ୍ଗ କରିଥିଲା aicc । ୨୦୨୪ ଜୁଲାଇ ୨୧ ତାରିଖରେ ଓଡିଶା ପ୍ରଦେଶର ସମସ୍ତ କମିଟି ଭଙ୍ଗ କରିଥିଲା aicc।
Shri Bhakta Charan Das (@BHAKTACHARANDAS), congratulations on being appointed the President of @INCOdisha. I am confident that under your leadership, all Congressmen will work with unwavering dedication for the betterment of Odisha. Your invaluable experience will undoubtedly… pic.twitter.com/bFEfPyYA7e
— Navajyoti Patnaik (@NavjyotiPatnaik) February 11, 2025
8 ମାସ ତଳେ ପିସିସି ସଭାପତିଙ୍କ ଇସ୍ତଫା-
2024 ସାଧାରଣ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ପିସିସିର ସମସ୍ତ କମିଟି ଗୁଡିକୁ ଭଙ୍ଗ କରିଥିଲା AICC । ଜୁଲାଇ 22 ତାରିଖଠାରୁ ଏପର୍ଯ୍ୟନ୍ତ ପ୍ରାୟ 8 ମାସ ପରେ ପିସିସି ସଭାପତି ନାଁରେ ଚୂଡାନ୍ତ ମୋହର ମାରିଲା କଂଗ୍ରେସର ହାଇକମାଣ୍ଡ । ପୂର୍ବତନ ସଭାପତି ଶରତ ପଟ୍ଟନାୟକଙ୍କ ଇସ୍ତଫା ପରେ ନେତା ବିହୀନ କଂଗ୍ରେସ ହୋଇପଡିଥିଲା ଓଡ଼ିଶାରେ ।
ଫେଲ୍ ମାରିଲା 9ରୁ 90 ଆସନ ନାରା:-
କଂଗ୍ରେସ 9ରୁ 90 ଆସନର ନାରା ସହ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ ସୁଦ୍ଧା 14 ଆସନରେ ବ୍ରେକ ମାରିଛି । ଦଳର ଏହି ପରାଜୟ ଓ ଦୁର୍ବଳ ପ୍ରଦର୍ଶନକୁ ଦଳୀୟ ନେତାମାନେ ସ୍ବୀକାର ମଧ୍ୟ କରିଥଇଲେ । ପ୍ରଦେଶ କଂଗ୍ରେସ କମିଟିକୁ ଭଙ୍ଗ କରିଥିଲା ଅଖିଳ ଭାରତୀୟ କଂଗ୍ରେସ କମିଟି ।
ଷ୍ଟିୟରିଂ କମିଟି ନିୟନ୍ତ୍ରଣରେ ରାଜ୍ୟ କଂଗ୍ରେସ -
ପିସିସି ସଭାପତିଙ୍କ ନାଁ ଘୋଷଣା ପରେ ପୁନଃର୍ଗଠନ ହେବ ପିସିସି କମିଟି । ଷ୍ଟିୟରିଂ କମିଟି ନିୟନ୍ତ୍ରଣରେ ରାଜ୍ୟ କଂଗ୍ରେସ ଚାଲିଛି । ‘ପିସିସି’ ସଭାପତି ଦୌଡରେ ଏକାଧିକ ବରିଷ୍ଠ ନେତା ଥିବା ବେଳେ ଆନୁଷ୍ଠାନିକ ଭାବେ ଅନୋମୋଦନ କମିଟିର ମୋହର ଭକ୍ତ ଦାସଙ୍କ ନାଁରେ ବାଜିଛି ।