ETV Bharat / opinion

ନୂଆ ଯୁଦ୍ଧାସ୍ତ୍ର ନିର୍ମାଣର ଆବଶ୍ୟକତା ସୃଷ୍ଟି କରିଛି ଋଷ-ୟୁକ୍ରେନ ଯୁଦ୍ଧ - RUSSIA UKRAINE WAR

4 ବର୍ଷରେ ପହଞ୍ଚିବାକୁ ଯାଉଛି ଋଷ-ୟୁକ୍ରେନ ଯୁଦ୍ଧ । ନୂତନ ଯୁଦ୍ଧାସ୍ତ୍ର ଓ ସାମରିକ ଉପକରଣର ବିକାଶ ଏବଂ ନିର୍ମାଣକୁ ତ୍ୱରାନ୍ୱିତ କରିବାକୁ ବାଧ୍ୟ ହୋଇଛନ୍ତି ଦୁଇଦେଶ ।

ନୂଆ ନିର୍ମାଣର ଆବଶ୍ୟକତା ସୃଷ୍ଟି କରିଛି ଋଷ-ୟୁକ୍ରେନ ଯୁଦ୍ଧ
ନୂଆ ନିର୍ମାଣର ଆବଶ୍ୟକତା ସୃଷ୍ଟି କରିଛି ଋଷ-ୟୁକ୍ରେନ ଯୁଦ୍ଧ (ETV Bharat Odisha)
author img

By ETV Bharat Odisha Team

Published : Feb 11, 2025, 3:56 PM IST

ହାଇଦ୍ରାବାଦ: ଚଳିତବର୍ଷ ଫେବୃଆରୀ ୨୪ ତାରିଖରେ ଋଷ-ୟୁକ୍ରେନ ଯୁଦ୍ଧ ଚତୁର୍ଥ ବର୍ଷରେ ପ୍ରବେଶ କରିବାକୁ ଯାଉଛି । ଏହା ମଧ୍ୟରେ ହ୍ୱାଇଟ୍ ହାଉସରେ କ୍ଷମତା ପରିବର୍ତ୍ତନ ମଧ୍ୟ ହୋଇସାରିଲାଣି । ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ସଂଘର୍ଷର ଅନ୍ତ ପାଇଁ ଆଲୋଚନା ଆରମ୍ଭ କରିବାକୁ ଆମେରିକା ନିକଟରେ ପ୍ରସ୍ତାବ ରଖିଥିଲେ ।

  • ଆଲୋଚନା ପାଇଁ ପ୍ରସ୍ତୁତ ୟୁକ୍ରେନ

ଏକ ସାକ୍ଷାତକାରରେ, ବ୍ରିଟିଶ ସାମ୍ବାଦିକ ପିଅର୍ସ ମୋର୍ଗାନ ଜେଲେନ୍ସକିଙ୍କୁ ପ୍ରଶ୍ନ କରିଥିଲେ, ଯେ ସେ ଏହି ପ୍ରସଙ୍ଗରେ ଭ୍ଲାଦିମିର ପୁଟିନଙ୍କ ସହ ଗୋଟିଏ ଟେବୁଲକୁ ଆସି ଆଲୋଚନା କରିପାରିବେ କି ? ଏପରିସ୍ଥଳେ ସେ (ଜେଲେନସ୍କି) କଣ ଅନୁଭବ କରନ୍ତି । ଜେଲେନସ୍କିଙ୍କର ଉତ୍ତର ବେଶ ସକରାତ୍ମକ ଥିଲା । କହିଥିଲେ," ଯଦି ଏହା ଏକମାତ୍ର ବ୍ୟବସ୍ଥା ଯେଉଁଥିରେ ଆମେ ୟୁକ୍ରେନର ନାଗରିକଙ୍କ ପାଇଁ ଶାନ୍ତି ଆଣିପାରିବା ଏବଂ ଧନ-ଜୀବନ ହରାଇବା ନାହିଁ, ତେବେ ନିଶ୍ଚିତ ଭାବରେ ଆମେ ଏହି ବ୍ୟବସ୍ଥା ଗ୍ରହଣ କରିବୁ ।" ଜେଲେନସ୍କି ଆହୁରି ମଧ୍ୟ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ଏହି ପ୍ରସ୍ତାବଗୁଡ଼ିକ ଉପରେ ଆଲୋଚନା ହେବା ପରେ ହିଁ ମସ୍କୋ ସହ ଆଲୋଚନା ସମ୍ଭବପର ହୋଇପାରିବ ।

ନୂଆ ନିର୍ମାଣର ଆବଶ୍ୟକତା ସୃଷ୍ଟି କରିଛି ଋଷ-ୟୁକ୍ରେନ ଯୁଦ୍ଧ
ନୂଆ ନିର୍ମାଣର ଆବଶ୍ୟକତା ସୃଷ୍ଟି କରିଛି ଋଷ-ୟୁକ୍ରେନ ଯୁଦ୍ଧ (ETV Bharat Odisha)
  • ମୁଁ ଚାହୁଁଛି ଯୁଦ୍ଧ ବନ୍ଦ ହେଉ: ଟ୍ରମ୍ପ

ତେବେ ଏହି ପ୍ରସଙ୍ଗରେ ଟ୍ରମ୍ପ ପ୍ରଶାସନ ମଧ୍ୟ ସକରାତ୍ମକ ମନୋଭାବ ପୋଷଣ କରୁଛନ୍ତି । କାରଣ ଦାୟିତ୍ବ ନେବା ପରେ ଟ୍ରମ୍ପ କହିଛନ୍ତି ଯେ, ସେ ଯୁଦ୍ଧ ସମାପ୍ତ କରିବା ପାଇଁ ପୁଟିନଙ୍କ ସହ ଟେଲିଫୋନରେ ଆଲୋଚନା କରିସାରିଛନ୍ତି । ପୁଟିନ୍‌ଙ୍କ ସହ ଏହି ପ୍ରସଙ୍ଗରେ କେତେଥର ସେ କଥା ହୋଇଛନ୍ତି, ଏହି ପ୍ରଶ୍ନକୁ ଏଡାଇ ଯାଇଥିଲେ ଟ୍ରମ୍ପ । ଆମେରିକାର ଆଭିମୁଖ୍ୟ ସ୍ପଷ୍ଟ କରି ଟ୍ରମ୍ପ କହିଥିଲେ," ପ୍ରତିଦିନ ଲୋକେ ମରୁଛନ୍ତି । ୟୁକ୍ରେନରେ ଏହି ଯୁଦ୍ଧ ଅତି ଖରାପ ସ୍ଥିତିରେ ପହଞ୍ଚି ସାରିଛି । ମୁଁ ଚାହେଁ, ଏହି ନିନ୍ଦନୀୟ ଘଟଣା ଏଇଠି ହିଁ ଶେଷ ହେଉ ।"

  • ବଦଳିଛି ବିଶ୍ବ ସାମରିକ ଦୃଶ୍ୟପଟ୍ଟ

ଗତ ତିନି ବର୍ଷ ମଧ୍ୟରେ ଯୁଦ୍ଧ ରଣନୀତିରେ ପରିବର୍ତ୍ତନ ଏବଂ ସାମରିକ ପ୍ରଯୁକ୍ତିବିଦ୍ୟାରେ ଅଗ୍ରଗତି ହୋଇଛି । ବୈଶ୍ବିକ ସାମରିକ ଦୃଶ୍ୟପଟ୍ଟରେ ଏପରି ଗତିଶିଳତା ଦଶନ୍ଧି ଧରି ଦୃଶ୍ଯମାନ ହୋଇନଥିଲା । ଋଷର ଆକ୍ରମଣ ପରେ ୟୁକ୍ରେନ ମଧ୍ୟ ଅନ୍ତର୍ଜାତୀୟ ସମର୍ଥନ ପାଇବାରେ କୌଣସି ଅବସର ହାତଛଡା କରିନାହିଁ । ତେବେ ଗୋଟିଏ ପଟେ ଅନ୍ୟତମ ଶକ୍ତିଶାଳୀ ଦେଶ ଋଷ ଥିବା ବେଳେ ୟୁକ୍ରେନ ସପକ୍ଷରେ ଆମେରିକା ସମେତ ଏକାଧିକ ପଶ୍ଚିମ ରାଷ୍ଟ୍ର ତଥା ନାଟୋ ସଦସ୍ୟ ରାଷ୍ଟ୍ରମାନେ ରହିଛନ୍ତି । ଏପରି ସ୍ଥିତିରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ବିକଶିତ ଦେଶଗୁଡ଼ିକ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଏକ ବଡ ଯୁଦ୍ଧରେ ସାମିଲ ହୋଇଥିଲେ ବୋଲି ମଧ୍ୟ କୁହାଯାଇପାରିବ ।

  • କ୍ରିମିଆ ବିଲୟରୁ ଆରମ୍ଭ ହେଲା ବିବାଦ

୨୦୧୪ ମସିହାରେ ରୁଷ, କ୍ରିମିଆକୁ ନିଜ ଅଞ୍ଚଳ ଭାବେ ମିଶ୍ରଣ କରିବା ପରେ ୟୁକ୍ରେନ ସେନାକୁ ଆମେରିକା ଏବଂ ‘ନାଟୋ’ ଦ୍ୱାରା ତାଲିମ୍‌ ଏବଂ ଅତ୍ୟାଧୁନିକ କରାଯିବ ଆରମ୍ଭ କରାଯାଇଥିଲା । ଋଷ ଜାଣିଥିଲା ​​ଯେ, ପୂର୍ବରୁ ଜର୍ଜିଆ ଏବଂ ଆଫଗାନିସ୍ତାନରେ ଋଷୀୟ ସେନା ଯେପରି ସ୍ଥିତିର ସାମ୍ନା କରିଥିଲା, ଯଦି ୟୁକ୍ରେନ ବିରୋଧରେ କୌଣସି ସାମରିକ ଆକ୍ସନ ଗ୍ରହଣ କରାଯାଏ, ତେବେ ସ୍ଥିତି ​​ସେପରି ହେବ ନାହିଁ । ଉତ୍ତେଜନା ଆରମ୍ଭରୁ ଋଷ ଭାବିଥିଲା, ସାମରିକ ଶକ୍ତି ପ୍ରୟୋଗ କରି ୟୁକ୍ରେନକୁ ସହଜରେ ଦମନ କରାଯାଇପାରେ । ଋଷ ସେନା ଖୁବ ଅଳ୍ପ ସମୟ ମଧ୍ୟରେ ୟୁକ୍ରେନ ରାଜଧାନୀ କିଭରେ ପହଞ୍ଚି ପାରିବ । କିନ୍ତୁ ୟୁକ୍ରେନୀୟ ସେନାର ଜିଦଖୋର ମନୋଭାବ ଓ ବାହ୍ୟ ସମର୍ଥନ ଋଷର ଏହି ଧାରଣାକୁ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିଲା । ପୁଟିନ ସାମରିକ ଅପରେସନ ନିର୍ଦ୍ଦେଶ ଦେବା ପରେ ପ୍ରାରମ୍ଭିକ ବିଫଳତାର ସମ୍ମୁଖୀନ ହୋଇଥିଲା ଋଷ ସେନା । ଫଳରେ ଋଷ ସେନା ନିଜର ପୂର୍ବ ରଣନୀତି ସମ୍ପର୍କରେ ପୁନର୍ବିଚାର କରିବାକୁ ବାଧ୍ୟ ହୋଇଥିଲା । ତେବେ ଏହି ଦୀର୍ଘ 4ବର୍ଷ ବ୍ୟାପୀ ଯୁଦ୍ଧରେ ଉଭୟ ପକ୍ଷର ପ୍ରଭୂତ କ୍ଷତି ହୋଇଛି । ଯାହାର ସଠିକ୍ ଆକଳନ ଆଜି ମଧ୍ୟ ସମ୍ଭବପର ନୁହେଁ ।

ଯୁଦ୍ଧ ସମୟରେ ହୋଇଥିବା କ୍ଷତିର ଭରଣା କରିବା ପାଇଁ ଯୁଦ୍ଧ ରଣନୀତି ପରିବର୍ତ୍ତନ କରିବାକୁ ଏବଂ ସାମରିକ ଉପକରଣ ଉତ୍ପାଦନ ବୃଦ୍ଧି କରିବାକୁ ଉଭୟ ଦେଶ ବାଧ୍ୟ ହୋଇଥିଲେ । ୟୁକ୍ରେନ ‘ନାଟୋ ’ଉପକରଣ ପାଇଲା, କିନ୍ତୁ ସେଥିମଧ୍ୟରୁ ଅଧିକାଂଶ ୟୁକ୍ରେନ ମାଟିରେ ବ୍ୟବହାର ଅନୁପଯୁକ୍ତ ବୋଲି ପରେ ଜଣାପଡିଲା । ଏହା ସହ ରୁଷ ମଧ୍ୟ ବ୍ୟାପକ ଲ୍ୟାଣ୍ଡମାଇନ୍ ବ୍ୟବହାର କରିଥିଲା, ଫଳରେ ୟୁକ୍ରେନୀୟ ଆକ୍ରମଣ ବନ୍ଦ ହୋଇଥିଲା ।

  • ନିଜର ଯୁଦ୍ଧାସ୍ତ୍ର ବିକଶିତ କରିବାକୁ ବାଧ୍ୟ ହୋଇଥିଲା ଋଷ

ଯୁଦ୍ଧ ଆରମ୍ଭରେ ଋଷିଆର ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ଆମେରିକାଠାରୁ ଅପେକ୍ଷା ପଛରେ ପଡ଼ିଯାଇଥିଲା । ଆମେରିକା ଆଫଗାନିସ୍ତାନ ଏବଂ ବିଶ୍ୱର ଅନ୍ୟାନ୍ୟ ଯୁଦ୍ଧଗ୍ରସ୍ତ ଦେଶରେ ବ୍ୟାପକ ଭାବରେ ଡ୍ରୋନ ବ୍ୟବହାର କରିଛି । ଋଷ ୨୦୧୯ ମସିହାରେ ଏହାର ଲାନସେଟ୍ ଡ୍ରୋନଗୁଡ଼ିକୁ ପ୍ରଦର୍ଶନ କରିଥିଲା ​​ଏବଂ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ମଧ୍ୟ ସେଗୁଡ଼ିକୁ ପରୀକ୍ଷଣ ମଧ୍ୟ କରିଥିଲା । ଋଷ ପ୍ରାରମ୍ଭରେ ଇରାନୀ ଡ୍ରୋନ ବ୍ୟବହାର କରିଥିଲା ​। ପରବର୍ତ୍ତୀ ସମୟରେ 40 କିଲୋଗ୍ରାମର ଯୁଦ୍ଧାସ୍ତ୍ର ବହନ କରିବାରେ ସମର୍ଥ ନିଜର ଲାନସେଟ୍ ଡ୍ରୋନଗୁଡ଼ିକର ବହୁଳ ଉତ୍ପାଦନ ଆରମ୍ଭ କଲା । ସେଗୁଡ଼ିକୁ ସାମରିକ ଭିତ୍ତିଭୂମି ଏବଂ ସ୍ଥିର ଏବଂ ଭ୍ରାମ୍ୟମାଣ ସାମରିକ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରିବା ପାଇଁ ବ୍ୟବହୃତ ହେଉଥିଲା । ଏଗୁଡ଼ିକର ମୂଲ୍ୟ ପାଶ୍ଚାତ୍ୟ ଦେଶମାନଙ୍କ ଦ୍ୱାରା ବ୍ୟବହୃତ ସାମରିକ ଉପକରଣର ମୂଲ୍ୟ ତୁଳନାରେ ଖୁବ କମ୍ ଥିଲା ।

  • ୟୁକ୍ରେନ ମଧ୍ୟ ବିକଶିତ କରିଛି ଏକାଧିକ ଯୁଦ୍ଧାସ୍ତ୍ର

ସେହି ସମୟରେ, ୟୁକ୍ରେନ୍ ମଧ୍ୟ ଚୀନରୁ ଖୋଲା ବଜାରରେ କିଣାଯାଇଥିବା ଉପକରଣ ବ୍ୟବହାର କରି ଏକ କୁଟୀର ଶିଳ୍ପ ଭାବରେ ଛୋଟ ଡ୍ରୋନର ବହୁଳ ଉତ୍ପାଦନ ଆରମ୍ଭ କରିଦେଇଥିଲା । ୟୁକ୍ରେନ ଶହ ଶହ ଡ୍ରୋନ ତିଆରି କରୁଥିଲେ ମଧ୍ୟ ପ୍ରତ୍ୟେକର ମୂଲ୍ୟ 350 ଆମେରିକୀୟ ଡଲାରରୁ କମ୍ ଥିଲା । ଯୁଦ୍ଧକ୍ଷେତ୍ରରେ ୟୁକ୍ରେନୀୟ ସୈନିକମାନେ ନିଜ ସହ ବିସ୍ଫୋରକ ବହନ କରି ଋଷ ଟ୍ୟାଙ୍କ କିମ୍ବା ତୋପକୁ ଟାର୍ଗେଟ କରୁଥିଲେ । ୟୁକ୍ରେନର S300 ଆଣ୍ଟି-ଏୟାରକ୍ରାଫ୍ଟ ମିସାଇଲ୍ ସିଷ୍ଟମକୁ ଧରାଶାୟୀ କରିବା ପାଇଁ, ରୁଷ ସେନାକୁ ଦେଢ଼ ଟନ୍ ପେଲୋଡ୍ ସହିତ ଗ୍ଲାଇଡ ବୋମା ବିକଶିତ କରିବାକୁ ବାଧ୍ୟ କରିଥିଲା । ଯାହା ବେଶ ଦୂରରୁ କୌଣସି ସାମରିକ ଭିତ୍ତିଭୂମିକୁ ଟାର୍ଗେଟ କରିପାରିବ । ୨୦୧୮ ମସିହାରେ ଋଷ ପେନିସିଲିନ୍ କାଉଣ୍ଟର-ବ୍ୟାଟେରୀ ଆର୍ଟିଲାରୀ ସିଷ୍ଟମ ପରୀକ୍ଷଣ କରିଥିଲା ​​ଯାହା ୨୫ କିଲୋମିଟର ପରିସରରେ ଟାର୍ଗେଟ କରିପାରୁଥିଲା । ଏହାକୁ ମଧ୍ୟ ଋଷ ବିକଶିତ କରିବାକୁ ବାଧ୍ୟ ହେଲା ।

ସମ୍ପାଦକୀୟ...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.