ଭାରତୀୟ କ୍ରିକେଟ ଇତିହାସରେ ଅନେକ ସ୍ମରଣୀୟ ମୁହୂର୍ତ୍ତ ସୃଷ୍ଟି କରିବାରେ ତାମିଲନାଡୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏମଏ ଚିଦାମ୍ବରମ ଷ୍ଟାଡିୟମ, ଯାହା 'ଚେପକ' ଭାବେ ପରିଚିତ, 1952 ମସିହାରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ ଟେଷ୍ଟ ବିଜୟ ସାକ୍ଷୀ ପାଲଟିଥିଲା । ଖାଲି ସେତିକି ନୁହେଁ, 1999 ମସିହାରେ ପାକିସ୍ତାନ 12 ରନର ଜୋରଦାର ବିଜୟ ହାସଲ କରିବା ପରେ ଦର୍ଶକଙ୍କ କରତାଳି (ଷ୍ଟାଣ୍ଡିଂ ଓଭେସନ୍)ରେ କମ୍ପିଥିଲା ପଡିଆ । ଏହାସହିତ 39 ବର୍ଷ ପୂର୍ବେ ଟେଷ୍ଟ କ୍ରିକେଟ ଇତିହାସରେ ଚେପକରେ ହୋଇଥିଲା ଦ୍ୱିତୀୟ ଟାଏ ମ୍ୟାଚ ।
ଭାରତୀୟ କ୍ରିକେଟ ଇତିହାସରେ ପୋଙ୍ଗଲ ଟେଷ୍ଟ-
ଏପଟେ ତାମିଲନାଡୁ ମଧ୍ୟ ଭାରତୀୟ କ୍ରିକେଟ ଇତିହାସରେ ଏକଦା ଆୟୋଜନ କରୁଥିଲା ଐତିହାସିକ ଟେଷ୍ଟ୍ ମ୍ୟାଚ । ଯେପରି ଅଷ୍ଟ୍ରେଲିଆରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଏ ବକ୍ସିଂ ଡେ ଟେଷ୍ଟ ଅବା ସିଡନୀ କ୍ରିକେଟ ଗ୍ରାଉଣ୍ଡ (SCG)ରେ ଖେଳାଯାଏ ନ୍ୟୁ ଇୟର୍ ଟେଷ୍ଟ, ସେହିପରେ ପ୍ରତିବର୍ଷ ଜନୁଆରୀ ମାସର ତୃତୀୟ ସପ୍ତାହରେ ଚେପକରେ ଖେଳାଯାଏ ପୋଙ୍ଗଲ୍ ଟେଷ୍ଟ ବା ମକର ସକ୍ରାନ୍ତି ଟେଷ୍ଟ । 1980 ରୁ 1990 ମସିହା ମଧ୍ୟରେ ପ୍ରତିବର୍ଷ ଜାନୁଆରୀ ମାସ ମଝିରେ ପାର୍ବଣ ସମୟରେ ଏହି ଟେଷ୍ଟର ମଜା ନେଇଥାନ୍ତି ହଜାର ହଜାର ଦର୍ଶକ ।
The Pongal festival is coming. Everyone knows the iconic Boxing Day Test and just a few days ago we saw its grandeur again. Until 1988 India had a tradition of hosting the Pongal Test.
— Vijay Anaparthi (@VijayCricketFan) January 12, 2025
Let's talk about the Pongal Test matches in this thread.
🧵1/n pic.twitter.com/awoKvunPWN
କେବେ ଆରମ୍ଭ ହୋଇଥିଲା ପୋଙ୍ଗଲ ଟେଷ୍ଟ-
ପୋଙ୍ଗଲ ଟେଷ୍ଟ ପରମ୍ପରା 1959-60 ମସିହାରେ ଆରମ୍ଭ ହୋଇଥିଲା । ଯେତେବେଳେ ଗୁଲାବରାଏ ରାମଚନ୍ଦ୍ରଙ୍କ ନେତୃତ୍ୱାଧିନ ଭାରତୀୟ ଟିମ୍ ରିଚି ବେନୋଙ୍କ ଅଷ୍ଟ୍ରେଲିଆ ବିପକ୍ଷରେ ମୁକାବିଲା କରି ହରାଯାଇଥିଲା । ଭାରତ ମ୍ୟାଚ୍ ହାରିଥିଲା । ତେବେ ଏହି ପ୍ରସିଦ୍ଧ ମ୍ୟାଚ୍ (ଟେଷ୍ଟ୍ ସିରିଜ) 1988 ପର୍ଯ୍ୟନ୍ତ ପ୍ରତିବର୍ଷ ଖେଳାଯାଇଥିଲା । ସେହି ସମୟ ମଧ୍ୟରେ ଖେଳାଯାଇଥିବା 30 ମ୍ୟାଚ୍ ମଧ୍ୟରୁ ଭାରତ 14 ଜିତିଥିଲା, ଇଂଲଣ୍ଡ 8 ଜିତିଥିଲା ଏବଂ ଅବଶିଷ୍ଟ ମ୍ୟାଚ୍ ଡ୍ରରେ ଶେଷ ହୋଇଥିଲା । ଉଲ୍ଲେଖନୀୟ ଯେ, ଚେପକ୍ ନିକଟରେ ଅବସ୍ଥିତ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା 4 ପୋଙ୍ଗଲ ଟେଷ୍ଟ ମଧ୍ୟରୁ ଭାରତ କେବଳ ଗୋଟିଏ ମ୍ୟାଚ ହାରିଥିଲା ।
ଜାନୁଆରୀ ମାସ ସମୟରେ ଭାରତୀୟ ପାଣିପାଗକୁ ବିଚାରକୁ ନେଇ ପୋଙ୍ଗଲ ଟେଷ୍ଟ୍ ସିରିଜ ପାଇଁ ସମୟ ନିର୍ଦ୍ଧାରଣ ହୋଇଥିଲା । କିନ୍ତୁ, କିଛି ମ୍ୟାଚ୍ ନଭେମ୍ବର ଏବଂ ଡିସେମ୍ବରରେ ମଧ୍ୟ ଅନୁଷ୍ଠିତ ହୋଇଥିଲା । ପ୍ରବଳ ବର୍ଷା ଯୋଗୁଁ ସେଗୁଡ଼ିକ ପ୍ରଭାବିତ ହୋଇଥିଲା, ଯାହା ଫଳରେ ଖେଳ ଧୋଇ ଯାଇଥିଲା । ଉଦାହରଣ ସ୍ୱରୂପ, ୨୦୦୫ରେ ଭାରତ ବନାମ ଶ୍ରୀଲଙ୍କା ଟେଷ୍ଟରେ ଘୂର୍ଣ୍ଣିବାତ୍ୟା ବାଜ୍ ବାଧା ସୃଷ୍ଟି କରିଥିଲା । ଏହା ପରେ ଭାରତ ବନାମ ନ୍ୟୁଜିଲାଣ୍ଡ ଟେଷ୍ଟ ମ୍ୟାଚରେ ପାଞ୍ଚ ଦିନ ମଧ୍ୟରେ ମାତ୍ର ୭୧ ଓଭର ବୋଲିଂ ହୋଇଥିଲା । ଏହା ଥିଲା ଟେଷ୍ଟ ଇତିହାସରେ ସବୁଠୁ କମ ଓଭର ଖେଳାଯାଇଥିବା ଟେଷ୍ଟ ମ୍ୟାଚ । ପରେ ୨୦୦୯ରେ ଏହି ରେକର୍ଡ ଭାଙ୍ଗିଥିଲା, ଯେତେବେଳେ ନର୍ଥ ଷ୍ଟାଣ୍ଡରେ ୱେଷ୍ଟଇଣ୍ଡିଜ୍ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ରେ କେବଳ ୧୦ଟି ବଲ୍ ବୋଲିଂ ହୋଇଥିଲା ।
Its nearly impossible to have a pongal test every year due to a lot of test centres in india but they can do it at least every 2 or 3 years at least https://t.co/wHb7XFhWh8
— 𝐑𝐚𝐧𝐣𝐚𝐧 🇮🇳 (@im_ranjan17) January 14, 2025
ଧିରେ ଧିରେ ଲୋପ ପାଇଲା ପୋଙ୍ଗଲ ଟେଷ୍ଟ -
ଭାରତରେ ଧିରେ ଧିରେ ପୋଙ୍ଗଲ ଟେଷ୍ଟ ପରମ୍ପରା ଲୋପ ପାଇଯାଇଥିଲା । 1960 ଦଶକରେ ସିରିଜ ଆରମ୍ଭର 29 ବର୍ଷ ପରେ ଏହି ଐତିହାସିକ ସିରିଜ ହଜିଲା ପରମ୍ପରାରେ ଗଣତି ହୋଇଥିଲା, ଯେତେବେଳେ ଓ୍ବେଷ୍ଟଇଣ୍ଡିଜ୍ ଭାରତୀୟ ଗସ୍ତରେ ଆସିଥିଲା । ଶେଷ ଥର ପାଇଁ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ 1989 ମସିହାରେ ଏହି ଟେଷ୍ଟ ସିରିଜ ଖେଳିଥିଲେ । ଏହି ସମୟରେ ରବି ଶାସ୍ତ୍ରୀଙ୍କ ନେତୃତ୍ୱରେ ଆୟୋଜକ ଦଳ ୨୫୫ ରନର ବିଶାଳ ବ୍ୟବଧାନରେ ଟେଷ୍ଟ ଜିତିଲା । କିମ୍ବଦନ୍ତୀ ସ୍ପିନର ନରେନ୍ଦ୍ର ହିରୱାନିଙ୍କ ୧୬ ୱିକେଟ୍ ଅକ୍ତିଆର ଯୋଗୁଁ ଏହି ଟେଷ୍ଟ ମ୍ୟାଚ୍ ଭାରତୀୟ ପ୍ରଶଂସକଙ୍କ ପାଇଁ ଅବିସ୍ମରଣୀୟ ହୋଇ ରହିଛି। ହିରୱାନି ବର୍ତ୍ତମାନ ସୁଦ୍ଧା ଭାରତୀୟ ବୋଲରଙ୍କ ଦ୍ୱାରା ଏକ ଟେଷ୍ଟ ମ୍ୟାଚରେ ସର୍ବାଧିକ ୱିକେଟ୍ ନେବାର ରେକର୍ଡ ବଜାୟ ରଖିଛନ୍ତି ।
ହିରାୱାନିଙ୍କ ରେକର୍ଡ ପ୍ରଦର୍ଶନ ଏବଂ ପୋଙ୍ଗଲ ଟେଷ୍ଟ ସିରିଜରେ ଭାରତର ପ୍ରାଧାନ୍ୟ ସତ୍ତ୍ୱେ, ପୋଙ୍ଗଲ୍ ଟେଷ୍ଟ ବନ୍ଦ କରିଦିଆଯାଇଥିଲା । ୧୯୮୯ ପରଠାରୁ ଭାରତ କେବେ ପୋଙ୍ଗଲ ଟେଷ୍ଟ ଖେଳିନାହିଁ।
ତେବେ ଏହି ଫେମସ୍ ସିରିଜ ବନ୍ଦ ହେବାର ଏହା ନିର୍ଦ୍ଧିଷ୍ଟ କାରଣ ହୋଇପାରେ କି ଭାରତୀୟ ଟିମର ଅନ୍ତର୍ଜାତୀୟ କ୍ରିକେଟ କ୍ୟାଲେଣ୍ଡର । ଯେତେବେଳେ ପୋଙ୍ଗଲ ଟେଷ୍ଟ ପରମ୍ପରା ଆରମ୍ଭ ହୋଇଥିଲା ସେ ସମୟରେ କେବଳ ରେଡ ବଲ୍ କ୍ରିକେଟ (ଟେଷ୍ଟ କ୍ରିକେଟ) ଖେଳାଯାଉଥିଲା । ତେବେ ୧୯୭୨ ମସିହାରେ ଆରମ୍ଭ ହୋଇଥିବା ଏକଦିବସୀୟ ଫର୍ମାଟର ଲୋକପ୍ରିୟତା ୧୯୮୯ ପର୍ଯ୍ୟନ୍ତ ଦର୍ଶକଙ୍କ ନିକଟରେ ଆକର୍ଷଣୀୟ ହୋଇଥିଲା । ସୀମିତ ଓଭର ଫର୍ମାଟ ଧିରେ ଧିରେ ଲୋକଙ୍କୁ ପସନ୍ଦ ଆସିଥିଲା ଏବଂ ଭାରତର ୧୯୮୩ ବିଶ୍ୱକପ୍ ବିଜୟ ମଧ୍ୟ ଭାରତରେ ଦିନିକିଆ ଫର୍ମାଟର ଲୋକପ୍ରିୟତାରେ ବୃଦ୍ଧି ଘଟାଇଥିଲା ।
ପୋଙ୍ଗଲ ଟେଷ୍ଟ ସିରିଜ୍ ବନ୍ଦ ହୋଇଯାଇଛି । ଐତିହାସିକ ପରମ୍ପରା ଆଉ ଦେଶରେ ଚାଲୁନାହିଁ । କିନ୍ତୁ ଭାରତର କ୍ରିକେଟ୍ ଇତିହାସରେ ଏହା ଏକ ସ୍ମୃତିସ୍ତମ୍ଭ ଅଧ୍ୟାୟ ହୋଇ ରହିଛି । ପରମ୍ପରା ବର୍ତ୍ତମାନ ଅତୀତର କଥା ହୋଇଗଲେ ମଧ୍ୟ, ଏହାର ଐତିହ୍ୟ ଏବଂ ସମୃଦ୍ଧି ଆଜି ବି କ୍ରିକେଟ ପ୍ରମୀଙ୍କୁ ବିମୋହିତ କରିଥାଏ ।