ETV Bharat / state

ଭୁବନେଶ୍ବର ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ୨୪ ଘଣ୍ଟା ଭିତରେ ବଦଳିଲା ନିଷ୍ପତ୍ତି - BJD Called off bandh

author img

By ETV Bharat Odisha Team

Published : 2 hours ago

Updated : 49 minutes ago

BJD Called off Bandh: ଭରତପୁର ଥାନା କାଣ୍ଡ ଘଟଣାରେ ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି । କହିଲା ସରକାର ଦାବି ମାନିଛନ୍ତି, ଆଗାମୀ ଦିନରେ ନ୍ୟାୟ ମିଳିଲେ ଆନ୍ଦୋଳନ କରିବୁ । ଅଧିକ ପଢନ୍ତୁ

BJD Called off 6 hours Bhubaneswar bandh
BJD Called off 6 hours Bhubaneswar bandh (ETVBharat Odisha)

ଭୁବନେଶ୍ବର: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ନିର୍ଯାତନା ମାମଲାରେ ବିରୋଧୀ ଦଳ ‘ବିଜେଡି’ ଦେଇଥିବା 6 ଘଣ୍ଟିଆ ଭୁବନେଶ୍ବର ହରତାଳ ଡାକରା ପ୍ରତ୍ୟାହାର କରି ନେଇଛି । 24 ତାରିଖ (ଆସନ୍ତାକାଲି) ଏହି ବନ୍ଦ ପାଳନ କରିବାକୁ ଗତକାଲି ଦଳ ଘୋଷଣା କରିଥିଲା । ମାତ୍ର ଗତକାଲି ବିଳମ୍ବିତ ରାତିରେ ସରକାର ଏହି ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେବା ପରେ ମାମଲାର ମୋଡ ବଦଳିଛି । ସରକାରୀ ଉଦାସୀନତା ଓ ପୀଡିତାଙ୍କ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଥିବା ମୁଖ୍ୟ ବିରୋଧୀ ଦଳ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛି । ଏନେଇ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ପ୍ରେସମିଟରେ ସୂଚନା ଦେଇଛନ୍ତି ।

  • ସରକାର ଆମ ଦାବି ମାନିଲେ:-

ବିଜେଡିର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କରିଛନ୍ତି,"ଭରତପୁର ଥାନା ଘଟଣା ସାରା ଭାରତକୁ ଆନ୍ଦୋଳିତ କରିଛି । ନିର୍ଯାତନା ଓ ଅଶ୍ଳୀଳ ବ୍ୟବହାର ଯାହା ଥାନାରେ କରାଯାଇଛି । ବିଭିନ୍ନ ବର୍ଗ ଓ ସଂଗଠନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ମହିଳା ବିଜେଡି ବି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏ ଘଟଣାରେ ଚାରି ଦିନ ତଳେ ବିଚାର ବିଭାଗୀୟ ତଦନ୍ତ ଓ ହାଇକୋର୍ଟ ମନିଟରିଂ ପାଇଁ ଦାବି କରିଥିଲେ । ଗତକାଲି ରାତିରେ ରାଜ୍ୟ ସରକାର ବୈଠକ ନେଇ ନବୀନ ପଟ୍ଟନାୟକଙ୍କ ଦାବି ମାନିଥିଲେ । ତେଣୁ ଆସନ୍ତାକାଲି ଯେଉଁ 6 ଘଣ୍ଟିଆ ଭୁବନେଶ୍ୱର ବନ୍ଦ ନିଷ୍ପତ୍ତି ନେଇଥିଲା ବିଜେଡି, ସେଥିରୁ ଓହରିଲା ଦଳ ।’’

  • ସାମହିକ ପ୍ରତ୍ୟାହାର, ନ୍ୟାୟ ମିଳିଲେ ପୁଣି ଆନ୍ଦୋଳନ !

ଦେବୀ ଆହୁରି ମଧ୍ୟ କହିଛନ୍ତି,‘‘ବିଜେଡି ସଭାପତିଙ୍କ ଅନୁମୋଦନରେ କ୍ରମେ ବିଜେଡି ଆନ୍ଦୋଳନ ସାମହିକ ଭାବେ ପ୍ରତ୍ୟାହାର କରାଯାଇଛି । ନାଗରିକଙ୍କ ହଇରାଣ ବିଜେଡି ଚାହୁଁନି । ସରକାର ଆମ ଦାବି ମାନିଛନ୍ତି, ତେଣୁ 60ଦିନ ଭିତରେ ନିରପେକ୍ଷ ଯାଞ୍ଚ ଓ ସହଯୋଗ ରହି ପ୍ରକୃତ ସତ୍ୟ ବାହାରି ପୀଡିତା ନ୍ୟାୟ ପାଇବେ ବୋଲି ଆଶା । ରାଜ୍ୟପାଳଙ୍କ ଝାଡ଼ଖଣ୍ଡ ପୁଅ ASOଙ୍କୁ ମାଡ଼ ମାରିଥିଲେ । ଘଟଣାର 15 ଦିନ ଭିତରେ ରିପୋର୍ଟ ଆସିବା ବୋଲି କୁହାଯାଇଥିଲା । ତାହା ହେଲାନାହିଁ । ସରକାର 100 ଦିନ ପୂରଣରେ ଏପରି ଘଟିଛି । ରାଉରକେଲାରେ ନାବାଳିକା ଗଣଦୁଷ୍କର୍ମ ଖବର ଆସିଛି । ନବରଙ୍ଗପୁରରେ ଭାତ୍ରା ସମ୍ପ୍ରଦାୟର ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି । ସରକାର କାହାଣୀ ନକହି, କାମ କରନ୍ତୁ । ନବୀନ ପଟ୍ଟନାୟକଙ୍କ ଦାବି ଓ ଆନ୍ଦୋଳନର ନିଷ୍ପତ୍ତି ପାଇଁ ବିଳମ୍ବରେ ଦାବି ଶୁଣିଲେ ସରକାର । ଦିନ ନଗଡ଼ାଇ, ତୁରନ୍ତ ନିଷ୍ପତ୍ତି ଓ ନ୍ୟାୟ ମିଳୁ । ନ୍ୟାୟ ନମିଳିଲେ, ବିଜେଡି ପୁଣି ଆନ୍ଦୋଳନକୁ ଓହ୍ଲାଇବ ।"

ଏହା ମଧ୍ୟ ପଢନ୍ତୁ :- ଭରତପୁର ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ, ୬୦ ଦିନରେ ରିପୋର୍ଟ - CM Ordered Judicial Inquiry

ଏହା ମଧ୍ୟ ପଢନ୍ତୁ:- ଭରତପୁର ଥାନା କାଣ୍ଡ;ବିରୋଧୀଙ୍କ ଆନ୍ଦୋଳନ ଚେତାବନୀ, ବିଜେପି କହିଲା ତିଳକୁ ତାଳ କରୁଛନ୍ତି - BJD called Bhubaneswar bandh

ଏହା ମଧ୍ୟ ପଢନ୍ତୁ :-ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ‘ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ’ - Mohan Majhi reaction on Major case

ଏହା ମଧ୍ୟ ପଢନ୍ତୁ :- ଭରତପୁର ମାମଲାର କ୍ରାଇମ ସିନ ରିକ୍ରିଏସନ: ମେଜର-ବାନ୍ଧବୀଙ୍କ ବୟାନ ରେକର୍ଡ, ତେଜିଲା ରାଜନୀତି - Assault on Army Major fiancee case

  • ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଘଟଣାକୁ ଚାପି ଦିଆଯାଇଥିଲା : ଅରୁଣ

ବିଜେଡିର ବରିଷ୍ଠ ବିଧାୟକ ଅନ୍ୟ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଘଟଣାଟି ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ବର ଗସ୍ତ କାର୍ଯ୍ୟକ୍ରମ ପାଇଁ ଚାପି ଦିଆଯାଇଥିଲା ବୋଲି ଅରୁଣ ଅଭିଯୋଗ କରିଛନ୍ତି । କହିଛନ୍ତି, "ଗତ 14 ତାରିଖର ଏହି ଘଟଣା । ଏହାକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଚାପିବାକୁ ଚେଷ୍ଟା କରାଯାଇଥିଲା । 17ରେ ଉଚ୍ଚପଦସ୍ତ ପୋଲିସ ଅଫିସର ଭରତପୁର ଥାନାକୁ କ୍ଲିନଚିଟ ଦେଲେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସରିବା ପରେ ଘଟଣାର ତୀବ୍ରତାକୁ ସ୍ୱୀକାର କରି 5 ଜଣଙ୍କୁ ନିଲମ୍ବନ କଲେ । ହାଇକୋର୍ଟ ନିଷ୍ପତ୍ତି ଆସିବା ପୂର୍ବରୁ 18 ତାରିଖରେ ନିଲମ୍ବନ କଲେ । ପୀଡିତା ଆହତ ଅବସ୍ଥାରେ ଘଟଣା ଜଣାଇଲେ । ଏହା ସାରା ଭାରତରେ ଆଲୋଡନ ସୃଷ୍ଟି କରିଥିଲା । ଜେନେରାଲ ଭି କେ ସିଂ ବି କୋର୍ଟକୁ ଚିଠି ଲେଖିଛନ୍ତି । ଦାୟିତ୍ୱ ସମ୍ପନ୍ନ ବିରୋଧୀ ଫଳ ଭାବେ ବିରୋଧୀ ଦଳ ନେତା ଏହି ଘଟଣାର ଗୁରୁତ୍ୱ ଦେଖି SIT ତଦନ୍ତ ଓ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ । ଯାହା ସେ ସମୟରେ ମାନିଲେନି ସରକାର । କାରଣ ଏହାକୁ ଚପାଇବାକୁ ଚେଷ୍ଟା ହୋଇଥିଲା । ଭିଡିଓ ଭାଇରାଲ କରି ପୀଡିତାଙ୍କୁ ଭୁଲ ଭାବେ ସଜେଇବାକୁ ଚେଷ୍ଟା କରାଗଲା । ଘଟଣାର ଗୁରୁତ୍ୱ ଦେଖି ଦଳ ପକ୍ଷରୁ ଭୁବନେଶ୍ୱରରେ ହରତାଲ ଡାକରା ଦିଆଯାଇଥିଲା । ଏପରି ଘଟଣା ଘଟୁଛି କାହିଁକି ? ରାଉରକେଲାରେ ନାବାଳିକା ଦୁଷ୍କର୍ମ ଓ ଅନ୍ୟ ଘଟଣା କାହିଁକି ଘଟୁଛି ? କାରଣ ରାଜ୍ୟପାଳଙ୍କ ପୁଅ ASOଙ୍କୁ ମାଡ଼ ମାରିଲେ, ହେଲେ କାର୍ଯ୍ୟାନୁଷ୍ଠାନ ନିଆଗଲାନାହିଁ । ଯେଉଁଥି ପାଇଁ ଅପରାଧୀ ମାନେ ଉତ୍ପୀଡ଼ନ କରିବାକୁ ପ୍ରୋତ୍ସାହନ ପାଇଲେ । ଏହାର ମଞ୍ଜି ରାଜ୍ୟପାଳଙ୍କ ପୁଅ ଘଟଣା । ତଦନ୍ତ କରିବାକୁ ଜିଲ୍ଲାପାଳଙ୍କ ଅଧିକାର ନାହିଁ । ହେଲେ ଘଟଣା ହଜାଇବାକୁ ଜିଲ୍ଲପାଳ ତଦନ୍ତ ଓ 15 ଦିନ ଭିତରେ ରିପୋର୍ଟ କଥା କହିଲେ । ବହୁତ 15 ଦିନ ପଳେଇଲା ।’’

  • ସରକାର ଭାବନ୍ତୁ ନାହିଁ ଯେ 60 ଦିନରେ ଲୋକ ଭୁଲି ଯିବେ

‘‘ବଳଭଦ୍ର ପଡିବା ଘଟଣାରେ କି ରିପୋର୍ଟ ଆସିଲା ତାହା ସରକାର ଜଣାଇଲେ ନାହିଁ । କେବଳ ଶୈଶବର ସରକାର କହୁଛନ୍ତି । ଏହି ଦୁର୍ବଳ ମାନସିକତାରୁ ସରକାର ବାହାରନ୍ତୁ । ଏ ସବୁର ସୂତ୍ରଧାର ସରକାର । ନବୀନ ପଟ୍ଟନାୟକଙ୍କ ଦାବି ମାନିଛନ୍ତି । 60 ଦିନରେ ରିପୋର୍ଟ ପ୍ରକାଶ କରନ୍ତୁ । ଏହା ଭିତରେ ପ୍ରମାଣ ନଷ୍ଟ କରିବା ଓ ପୀଡିତାଙ୍କ ଛବି ମଳିନ କରିବା କାମ କରିଛନ୍ତି । ତେଣୁ ସହଯୋଗର ସନ୍ଦେହ ଅଛି । ସତ୍ୟାସତ୍ୟରେ ପହଞ୍ଚନ୍ତୁ । ସମ୍ବେଦନଶୀଳ ପ୍ରସଙ୍ଗ ଅକ୍ଷର ଅକ୍ଷରେ ପାଳନ କରନ୍ତୁ । ବିଚାର ବିଭାଗୀୟ ତଦନ୍ତକୁ ଅପେକ୍ଷା କରିଛୁ । ପ୍ରମାଣ ନଷ୍ଟ ନ କରନ୍ତୁ । ସରକାର ଭାବନ୍ତୁ ନାହିଁ ଯେ 60 ଦିନରେ ଲୋକ ଭୁଲି ଯିବେ । ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଏପରି କରିବାକୁ ଯେପରି ଆଉ କେହି ସାହସ କରିବେନାହିଁ ।"

ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, "ନ୍ୟାୟିକ ତଦନ୍ତ ପାଇଁ ବିଳମ୍ବରେ ହେଲେ ବି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସତ୍ୟକୁ ଆଣିବାକୁ ହେଲେ, ନ୍ୟାୟିକ ତଦନ୍ତ ପୂର୍ବରୁ ଟର୍ମସ ଅଫ ରେଫରାନ୍ସ ଘୋଷଣା ହେଉ । ଆନ୍ତରୀଣ ରିପୋର୍ଟ କୋର୍ଟ ଆଗରେ ରହୁ । ସେହିପରି ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି, "ଭରତପୁର ଥାନାର ସମ୍ବେଦନଶୀଳ ଘଟଣାରେ ଦାୟିତ୍ୱବାନ ବିରୋଧୀ ଦଳ ଭାବେ ବିଜେଡି ଯେଉଁ ଦାବି କରିଥିଲା, ସେଥିରେ ଆଜି ସରକାର ମୁଣ୍ଡ ନୁଆଁଇଛନ୍ତି. ସାରା ଦେଶର ମହିଳା ମର୍ମାହତ । ସରକାର ରାତି ଅଧିଆ ଯେଉଁ 60 ଦିନରେ ରିପୋର୍ଟ ଆସିବା କଥା କହିଛନ୍ତି, ଆମେ ଅପେକ୍ଷାରେ ଅଛୁ ।’’

ଇଟିଭି ଭାରତ, ଭୁବନେଶ୍ବର

Last Updated : 49 minutes ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.