ETV Bharat / bharat

ବିନା ପରୀକ୍ଷାରେ ଆଇପିଏସ ଅଫିସର, ୨ ଲକ୍ଷ ଟଙ୍କା ଦେଇ କିଣିଥିଲା ବର୍ଦ୍ଦି ଓ ବନ୍ଧୁକ - Bihar Boy Poses IPS - BIHAR BOY POSES IPS

Bihar Boy Poses IPS: ଯୋଗ୍ୟତା ମାଟ୍ରିକ, ବୟସ ୧୮ ବର୍ଷ । ରାତାରାତି ବନିଗଲେ ଆଇପିଏସ ଅଫିସର । ୨ ଲକ୍ଷ ନେଇ ପୋଲିସ ବର୍ଦ୍ଦି ଓ ବନ୍ଧୁକ ଦେଇଥିଲା ଦଲାଲ । ବାନ୍ଧିଲା ପୋଲିସ ।

Bihar Boy Poses IPS
Bihar Boy Poses IPS (ETV BHARAT ODISHA)
author img

By ETV Bharat Odisha Team

Published : Sep 23, 2024, 10:23 AM IST

ପାଟନା (ବିହାର): ବିନା ୟୁପିଏସସି (UPSC) ପରୀକ୍ଷା ଆଇପିଏସ (IPS) ହେବା ଅସମ୍ଭବ । ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡିଥାଏ । କିନ୍ତୁ ଆମେ ଆପଣଙ୍କୁ ଏମିତି ଜଣେ ଯୁବକଙ୍କ ବିଷୟରେ କହିବୁ ଯିଏ କି ବିନା ପାଠପଢା ଓ ୟୁପିଏସିରେ ମାତ୍ର 18 ବର୍ଷ ବୟସରେ ଆଇପିଏସ ବନିଗଲେ । କିନ୍ତୁ ପର ମୁହୂର୍ତ୍ତରେ ତାଙ୍କୁ ଜେଲ ଯିବାକୁ ପଡିଲା । ସେହି ଯୁବକ ଜଣଙ୍କ କିଏ ଓ କିପରି ଆଇପିଏସ ବନିଲେ ଓ କେଉଁଠି ତାଙ୍କର ଘର, ଆସନ୍ତୁ ଜାଣିବା ପୂରା ଖବର ।

2 ଲକ୍ଷ ଦେଇ IPS:

ବିହାର ଲଖିସରାଇ ଗୋବର୍ଦ୍ଧନ ବିଘା ଗ୍ରାମର ବାସିନ୍ଦା ମିଥିଳେଶ କୁମାର । ବୟସ 18 ବର୍ଷ । ବର୍ତ୍ତମାନ ସେ ଖବରର ସିରୋନାମାରେ ରହିଛନ୍ତି । ପାଠ ପଢିଛନ୍ତି ଦଶମ, କିନ୍ତୁ ବନିଗଲେ ଆଇପିଏସ(IPS) । ଏଥିପାଇଁ ତାଙ୍କୁ ୟୁପିଏସି(UPSC) ପରୀକ୍ଷା ଦେବାକୁ ମଧ୍ୟ ପଡିନଥିଲା । ଦଲାଲକୁ 2 ଲକ୍ଷ ଟଙ୍କା ଦେଇ ସେ ବନିଯାଇଥିଲେ ଟ୍ରେନି ଆଇପିଏସ । ସେ ପିନ୍ଧିଥିବା ପୋଲିସ ବର୍ଦ୍ଦିରେ ଥିଲା ଆଇପିଏସ ବ୍ୟାଚ ଓ ୩ଟି ଷ୍ଟାର । ହାତରେ ବନ୍ଧୁକ ଓ ମୁଣ୍ଡରେ ପୋଲିସ କ୍ୟାପ ଲଗାଇ ନିଜକୁ ବହୁତ ପାଓ୍ବାର ଫୁଲ ବୋଲି ଭାବୁଥିଲେ । କିନ୍ତୁ ଏହି ଖୁସି ବେଶୀ ସମୟ ରହିନଥିଲା । ସେ ଜଣେ ନକଲି ଆଇପିଏସ ବୋଲି ପୋଲିସ ଜାଣିବା ପରେ ତାକୁ ଗିରଫ କରାଯାଇଛି ।

Bihar Boy Poses IPS
Bihar Boy Poses IPS (ETV BHARAT ODISHA)

ଟଙ୍କା ନେଇ ଫସାଇ ଦେଲା ଦଲାଲ:

ଗିରଫ ହେବା ପରେ ଯୁବକ ମିଥିଳେଶ ପୋଲିସକୁ କହିଥିଲେ, '' ମନୋଜ ସିଂଙ୍କ ନାମକ ଜଣେ ବ୍ୟକ୍ତି ମୋତେ ଆଇପିଏସ ବନେଇ ଦେବାକୁ କହିଥିଲେ । ତେଣୁ ପୋଲିସ ୟୁନିଫର୍ମ ପାଇଁ ସେ ମୋଠାରୁ 2 ଲକ୍ଷ ଟଙ୍କା ନେଇଥିଲେ । ମୋତେ ଏକ ପିସ୍ତଲ ମଧ୍ୟ ମିଳିଥିଲା, କିନ୍ତୁ ଏଥିପାଇଁ 30 ହଜାର ଟଙ୍କା ମୁଁ ଦେଇନାହିଁ । ଖୁବଶୀଘ୍ର ମୋର ଡ୍ୟୁଟି ଆରମ୍ଭ ହୋଇଯିବ ବୋଲି ମନୋଜ ମୋତେ କହିଥିଲେ । ମୋତେ ସମସ୍ତେ ଯେମିତି ଆଇପିଏସ ଭାବେ ଗ୍ରହଣ କରିବେ ସେଥିପାଇଁ ଏକ ଦାମୀ ବାଇକ ରଖିଥିଲି । ଯେଉଁଥିରେ ବିହାର ପୋଲିସର ଲୋଗୋ ଲଗାଇଥିଲି । ''

Bihar Boy Poses IPS
Bihar Boy Poses IPS (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ, ଚେକିଂ ନାଁରେ କରୁଥିଲେ ଲୁଟ୍ - Police Arrested Robbers Gang

ଏହା ମଧ୍ୟ ପଢନ୍ତୁ-Fake Police Arrest: ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ: ଯୁବତୀଙ୍କୁ ଫସାଉଥିଲେ ପ୍ରେମ ଜାଲରେ, ଧରାପକାଇଦେଲା କାର୍‌ - Fake Cop Arrested

ଏହା ମଧ୍ୟ ପଢନ୍ତୁ-ଅସଲି ଜୁଆ ଆଡ୍ଡା ଉପରେ ନକଲି ପୋଲିସର ଚଢାଉ, ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ

କେମିତି ଗିରଫ ହେଲା ମିଥିଳେଶ:

ପ୍ରତିଦିନ ପୋଲିସ ପୋଷା ସହ ନିଜକୁ ଆଇପିଏସ କହି ସିକନ୍ଦରରେ ଦବଦବା ଦେଖାଉଥିଲା ମିଥିଳେଶ । ସ୍ଥାନୀୟ ଲୋକଙ୍କର ସନ୍ଦେହ ହେବାକୁ ସେମାନେ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଯୁବକଙ୍କୁ ଗିରଫ କରିଥିଲା ।

ଏବେ ପ୍ରଶ୍ନ ଉଠୁଛି ଯେ ମନୋଜ ସିଂ କିଏ ? ଯିଏ ଯୁବକମାନଙ୍କୁ ନକଲି ଆଇପିଏସ୍ କରିବା କହି ଟଙ୍କା ନେଉଛି । ୟୁନିଫର୍ମଠାରୁ ଆରମ୍ଭ କରି ନକଲି ପିସ୍ତଲ ମଧ୍ୟ ଯୋଗାଉଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.