ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ୧୦ ମାସର ବକେୟା ଦରମା ପାଇବେ କମ୍ୟୁନିଟି ସପୋର୍ଟ ଷ୍ଟାଫ - COMMUNITY SUPPORT STAFF SALARY

ବଦଳିଲା କମ୍ୟୁନିଟି ସପୋର୍ଟ ଷ୍ଟାଫ । ଏବେ ଲକ୍ଷପତି ଦିଦି ସହାୟିକା ।

Community support staff salary
Community support staff salary (ETV Bharat Odisha)
author img

By ETV Bharat Odisha Team

Published : Feb 14, 2025, 6:56 PM IST

ଭୁବନେଶ୍ୱର: କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ପାଇଁ ଖୁସି ଖବର । ମିଳିବ ବକେୟା ଦରମା । ଆଜି ବିଧାନସଭା ବଜେଟ ଅଧିବେଶନରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶା ଜୀବିକା ମିଶନ ଅଧିନରେ କାର୍ଯ୍ୟରତ ଏମବିକେ, ସିଆରପି, ବ୍ୟାଙ୍କମିତ୍ର, ପ୍ରାଣୀମିତ୍ରଙ୍କୁ ଖୁସି ଖବର ଦେଇଛନ୍ତି ମୋହନ ସରକାର ।

କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ମିଳିବ ବକେୟା ଦରମା:

କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଗତ ୧୦ ମାସର ବକେୟା ଦରମା ପାଇବେ କମ୍ୟୁନିଟି ସପୋର୍ଟ ଷ୍ଟାଫ । ବକେୟା ଦରମା ନେଇ ବିଧାନସଭାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାଦ୍ୱାରା ୬୨ ହଜାରରୁ ଊର୍ଦ୍ଧ୍ବ ଏମବିକେ, ସିଆରପି, ବ୍ୟାଙ୍କମିତ୍ର, ପ୍ରାଣୀମିତ୍ର ଉପକୃତ ହେବେ ।

Community support staff salary (ETV Bharat Odisha)

ଉପକୃତ ହେବେ ୬୨ ହଜାର ୩୪୧ ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫ:

ରାଜ୍ୟରେ ୬୨ ହଜାର ୩୪୧ ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫ କାର୍ଯ୍ୟରତ ଅଛନ୍ତି । ୨୦୨୪ ଏପ୍ରିଲ ମାସରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସେବେ ଠାରୁ ଏମବିକେ, ସିଆରପି, ବ୍ୟାଙ୍କମିତ୍ର, ଏମବିକେ ଓ ପ୍ରାଣୀମିତ୍ରଙ୍କ ଦରମା ଅଟକି ଯାଇଥିଲା । ଜୁନ ପ୍ରଥମ ସପ୍ତାହରେ ସାଧାରଣ ନିର୍ବାଚନ ଫଳ ଆସିଲା, କିନ୍ତୁ ରାଜ୍ୟରେ ସରକାର ବଦଳିଥିଲା । ଫଳରେ ଏମବିକେ, ସିଆରପି, ବ୍ୟାଙ୍କମିତ୍ର ଓ ପ୍ରାଣୀମିତ୍ରମାନେ ସଂକଟରେ ପଡ଼ିଯାଇଥିଲେ ।

୧୦ ମାସର ବକେୟା ଦରମା ପାଇବେ କମ୍ୟୁନିଟି ଷ୍ଟାଫ:

କମ୍ୟୁନିଟି ସପୋର୍ଟ ଷ୍ଟାଫ ବିଭିନ୍ନ ସମୟରେ ଭୁବନେଶ୍ବରର ଲୋୟର ପିଏମଜିରେ ଧାରଣ ମଧ୍ୟ ଦେଇଥିଲେ । ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ଅନୁଯାୟୀ ରାଜ୍ୟ ସରକାର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ସମସ୍ୟାର ସମାଧାନ କରିବା ନେଇ ଘୋଷଣା କରିଛନ୍ତି । ୧୦ ମାସର ବକେୟା ଦରମା ଦେବେ ବୋଲି ନୂଆ ସରକାର ଆଜି ବିଧାନସଭାରେ ଘୋଷଣା କରିଛନ୍ତି ।

ଲକ୍ଷପତି ଦିଦି ସହାୟିକା ହେଲେ କମ୍ୟୁନିଟି ଷ୍ଟାଫ:

ଅନ୍ୟପଟେ 'ଲକ୍ଷପତି ଦିଦି ସହାୟିକା' ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି, "ଆମ ସରକାର ମା’ମାନଙ୍କର ସମସ୍ୟା ପ୍ରତି ସମ୍ବେଦନଶୀଳ ଅଛନ୍ତି । ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାଙ୍କର ଆର୍ଥିକ ଅଭିବୃଦ୍ଧି କରାଇବା ପାଇଁ 'ଲକ୍ଷପତି ଦିଦି ଯୋଜନା' କାର୍ଯ୍ୟକାରୀ ହେଉଛି । ଏହି ଯୋଜନାରେ ଅଧିକରୁ ଅଧିକ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାଙ୍କୁ ବାର୍ଷିକ ଏକ ଲକ୍ଷ ଟଙ୍କାର ରୋଜଗାରକ୍ଷମ କରାଇବା ପାଇଁ ପ୍ରୟାସ କରାଯାଉଛି । ରାଜ୍ୟ ସରକାର ୨୦୨୭ ମସିହା ସୁଦ୍ଧା ୨୫ ଲକ୍ଷ 'ଲକ୍ଷପତି ଦିଦି' ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରହିଛି । ଏହି ଯୋଜନା ମାଧ୍ୟମରେ କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କର ପାରିଶ୍ରମିକ ବାବଦ ଅର୍ଥ ବର୍ତ୍ତମାନ ପାଇଁ ସରକାର ବହନ କରିବେ । ଏଥିପାଇଁ GPLF ମାନଙ୍କୁ ଅନୁଦାନ ପ୍ରଦାନ କରିବେ । ଏହି ନିଷ୍ପତ୍ତି ଦ୍ଵାରା ୬୨ ହଜାରରୁ ଉର୍ଦ୍ଧ୍ଵ କମ୍ୟୁନିଟି ସପୋର୍ଟ ଷ୍ଟାଫ ଲାଭବାନ ହେବେ । ଏପ୍ରିଲ ୨୦୨୪ରୁ ସେମାନେ ସେମାନଙ୍କର ପାରିଶ୍ରମିକ ପାଇବେ ।

ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, "ସ୍ୱୟଂ ସହାୟିକା ଗୋଷ୍ଠୀ ସମୂହଙ୍କ ଆର୍ଥିକ ଅଭିବୃଦ୍ଧି ଓ ସଶକ୍ତିକରଣ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ମୁଖ୍ୟମନ୍ତ୍ରୀ ଆଜି ଲକ୍ଷପତି ଦିଦି ସହାୟିକା ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନା ହେତୁ ଓଡ଼ିଶାର କାର୍ଯ୍ୟରତ ୬୨ ହଜାର ୩୪୧ ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫ ଲାଭାନ୍ବିତ ହେବେ । ଗତ ଏପ୍ରିଲ ୨୦୨୪ରୁ ବକେୟା ଥିବା ସମସ୍ତ ଦରମା ଯୋଗାଇ ଦିଆଯିବ । ଜୀବିକା ମିଶନରେ କାର୍ଯ୍ୟ କରୁଥିବା କମ୍ୟୁନିଟି ସପୋର୍ଟ ଷ୍ଟାଫମାନେ ଲକ୍ଷପତି ଦିଦି ସହାୟିକା ନାଁରେ ଜଣାଯିବେ ।" ଚାକିରି ସ୍ଥାୟିତ୍ୱକୁ ନେଇ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, "ତାଙ୍କର ସ୍ଥାୟୀତ୍ୱ ଆମ ଦାୟିତ୍ୱ ।"

ଏହାମଧ୍ୟ ପଢନ୍ତୁ...

୧୭ରେ ମୁଖ୍ୟମନ୍ତ୍ରୀ ମୋହନ ଖୋଲିବେ ବଜେଟ ପେଡ଼ି, ଏଥର ୩ ଲକ୍ଷ କୋଟି ଛୁଇଁପାରେ ଆକାର

'ଅଷ୍ଟମ ଶ୍ରେଣୀ ପିଲା ଜାଣି ନାହାନ୍ତି ଫେଡ଼ାଣ-ହରଣ, ୨୦୧୪ରୁ ବଢ଼ି ଚାଲିଛି ସଂଖ୍ୟା'

ଚାଷୀ ଓ ଆଇନଶୃଙ୍ଖଳା ନେଇ ବିଧାନସଭା ହୁଲୁସ୍ତୁଲ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ସ୍ଥାୟିତ୍ୱ ନେଇ ଦାବି:

ଅନ୍ୟପଟେ ବିଜେଡି ବିଧାୟିକା ସୁଜାତା ସାହୁ କହିଛନ୍ତି, "ସେମାନେ କାମ କରିଥିଲେ ସେଥିପାଇଁ ତାଙ୍କର ବକେୟା ଦରମା ପାଇବେ । ଏଥିରେ କୌଣସି ନୂଆ କଥା ନାହିଁ । ପୂର୍ବ ସରକାର ଏହି ଯୋଜନା କରିଥିଲେ ଓ ଦରମା ଦେଉଥିଲେ । ତେବେ ସେମାନଙ୍କୁ ସ୍ଥାୟୀ କରିବେ ନକରିବେ ଏବେକାର ସରକାରଙ୍କ ଉପରେ ନିର୍ଭର କରୁଛି । କିନ୍ତୁ ଆମେ ସେମାନଙ୍କ ସ୍ଥାୟୀତ୍ୱ ନେଇ ଦାବି କରିଛୁ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.