ETV Bharat / technology

ଚନ୍ଦ୍ରରେ ପ୍ରଜ୍ଞାନ ରୋଭର କମାଲ; ଖୋଜି ବାହାରକଲା 160KM ଚଉଡ଼ା ବିରାଟ ବଡ଼ ଗାତ - Pragyan rover discovers crater - PRAGYAN ROVER DISCOVERS CRATER

Pragyan Rover Latest News: ଚନ୍ଦ୍ରର ଦକ୍ଷିଣ କ୍ଷେତ୍ରରୁ ପ୍ରଜ୍ଞାନ ରୋଭର ଦ୍ବାରା ପଠାଯାଇଥିବା ତଥ୍ୟରୁ ଜଣାପଡ଼ିଛି ଯେ ଚନ୍ଦ୍ରପୃଷ୍ଠରେ ଏକ 160କିମି ପୁରାତନ ଗାତ ମିଳିଛି । ଅଧିକ ପଢନ୍ତୁ

Pragyan Rover Latest News
Pragyan Rover Latest News (ISRO)
author img

By ETV Bharat Tech Team

Published : Sep 23, 2024, 11:40 AM IST

ନୂଆଦିଲ୍ଲୀ: ଚନ୍ଦ୍ରଯାନ-3ର ସଫଳତା ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଚନ୍ଦ୍ରଯାନ-4 ମିଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ନିକଟରେ ଏହି ମିଶନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୁ ମଧ୍ୟ ମିଳିସାରିଛି । ଏହାରି ଭିତରେ ଚନ୍ଦ୍ରପୃଷ୍ଠରୁ ଏକ ବଡ଼ ଅପଡେଟ ପଠାଇଛି ପ୍ରଜ୍ଞାନ ରୋଭର । ସେପ୍ଟେମ୍ବର 2023ରେ ସୁପ୍ତ ଅବସ୍ଥାରୁ ଫେରି ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ଚନ୍ଦ୍ରରେ ନିଜ କାମ ଜାରି ରଖିଛନ୍ତି । ଚନ୍ଦ୍ରପୃଷ୍ଠରେ ପ୍ରଜ୍ଞାନ ରୋଭର ଏକ ବିରାଟ ବଡ଼ କ୍ରେଟର ବା ଗାତ ଖୋଜି ବାହାର କରିଛି ।

ଜହ୍ନରେ ମିଳିଲା ବିରାଟ ବଡ଼ ଗାତ:-

ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଜ୍ଞାନ ରୋଭର ଗବେଷଣା ଜାରି ରଖିଛି । ଏଠାରେ ହିଁ ଏହି ପ୍ରାଚୀନ କ୍ରେଟର ସମ୍ପର୍କରେ ସୂଚନା ମିଳିଛି । ଏହି ଗାତଟି ପ୍ରାୟ 160କିମି ଚଉଡ଼ା । କୁହାଯାଉଛି ଏହି ଗାତଟି ଚନ୍ଦ୍ରଯାନ-3 ଲ୍ୟାଣ୍ଡିଂ ସାଇଟ ନିକଟରେ ରହିଛି । ଏ ସମ୍ପର୍କରେ ଅହମ୍ମଦାବାଦ ସ୍ଥିତ ଫିଜିକାଲ ରିସର୍ଚ୍ଚ ଲ୍ୟାବର ବୈଜ୍ଞାନିକଙ୍କ ପକ୍ଷରୁ ପ୍ରକାଶିତ ସାଇନ୍ସ ଡାଇରେକ୍ଟରେ ପ୍ରକାଶିତ ହୋଇଛି ।

Also Read: 4 ସେକେଣ୍ଡ ବିଳମ୍ବ ପାଇଁ ସାକାର ହେଲା ଭାରତୀୟଙ୍କ ସ୍ବପ୍ନ, ଚନ୍ଦ୍ରଯାନ-3 ନେଇ ଇସ୍ରୋର ବଡ ଖୁଲାସା - Chandrayaan 3

ବହୁ ପୁରାତନ ଏହି ଗର୍ତ୍ତ:-

ରିପୋର୍ଟ ଅନୁସାରେ, ଏହି କ୍ରେଟରଟି ଚନ୍ଦ୍ରର ସାଉଥ-ପୋଲ ଏଟିକନ ବେସିନ ହେବା ପୂର୍ବରୁ ସୃଷ୍ଟି ହୋଇଛି । ଖାସ କଥା ହେଉଛି ସାଉଥ-ପୋଲ ଏଟିକନ ବେସିନ ଚନ୍ଦ୍ରପୃଷ୍ଠରେ ଅବସ୍ଥିତ ସବୁଠୁ ପୁରାତନ ବେସିନ । ପ୍ରଜ୍ଞାନ ରୋଭର ପକ୍ଷରୁ ନିଆଯାଇଥିବା ଫଟୋ ଅନୁସାରେ ଏହି ପ୍ରାଚୀନ କ୍ରେଟରର ଢାଞ୍ଚା ସମ୍ପର୍କରେ ମଧ୍ୟ ତଥ୍ୟ ମିଳିଛି । ଯାହାକି ବୈଜ୍ଞାନିକମାନଙ୍କୁ ଚନ୍ଦ୍ର ସମ୍ପର୍କରେ ଅନେକ କିଛି ତଥ୍ୟ ଦେଇପାରେ ବୋଲି ଆଶା କରାଯାଉଛି । ଚନ୍ଦ୍ରର ପ୍ରାରମ୍ଭିକ ଇତିହାସ ସମ୍ପର୍କରେ ତଥ୍ୟ ମିଳିବା ଆଶାରେ ବୈଜ୍ଞାନିକମାନେ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି ।

Also Read: ରୋଭର ପ୍ରଜ୍ଞାନ ଆଶାନୁରୂପକ କାର୍ଯ୍ୟ ଶେଷ କରିଛି: ଇସ୍ରୋ ମୁଖ୍ୟ

ଚନ୍ଦ୍ରଯାନ-3 ମିଶନ ସମ୍ପର୍କରେ...

ଗତବର୍ଷ 2023 ଜୁଲାଇ 14 ତାରିଖରେ ଭାରତ ଚନ୍ଦ୍ରଯାନ-3 ଲଞ୍ଚ କରିଥିଲା । ଏହାପରେ ଅଗଷ୍ଟ 23 ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଏହା ସଫଳ ଅବତରଣ କରି ଇତିହାସ ସୃଷ୍ଟି କରିଥିଲା । କାରଣ କୌଣସି ଯାନ ଚନ୍ଦ୍ରର ଦକ୍ଷିଣ ପୃଷ୍ଠରେ ଅବତରଣ କରିବା ସାରା ବିଶ୍ବରେ ପ୍ରଥମ ଥିଲା । କିନ୍ତୁ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ 4ର୍ଥ ଦେଶ ହୋଇପାରିଥିଲା । ଏହା ପୂର୍ବରୁ ଆମେରିକା, ଋଷ ଓ ଚୀନ ଏହି ସଫଳତା ହାସଲ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.