କ୍ଷେତରେ ଉଜୁଡା ଧାନ ଦେଖିଲେ, ଚାଷୀଙ୍କୁ କ’ଣ କହିଲେ ନବୀନ ଶୁଣନ୍ତୁ - NAVEEN PATNAIK GANJAM VISIT
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/30-12-2024/640-480-23224327-thumbnail-16x9-55.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Dec 30, 2024, 10:46 PM IST
ଗଞ୍ଜାମ: ଅଦିନିଆ ବର୍ଷା ଆଣିଦେଇଛି ଦୁଃଖ । ଫସଲ ଅମଳ ସମୟରେ ଲଘୁଚାପ ବର୍ଷା ଧାନ ଫସଲ ଉଜାଡି ଦେଇଥିବା ବେଳେ ଆଜି (ସୋମବାର) ହିଞ୍ଜିଳି ବିଧାୟକ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଚାଷୀମାନଙ୍କୁ କ୍ଷୟକ୍ଷତି ବିଷୟରେ ପଚାରି ବୁଝିଛନ୍ତି । ବର୍ଷ ତମାମ ନିଜର ଚାଷ ଜମିରୁ ଅମଳ କରିଥିବା ଧାନ ଗତ ଅଦିନିଆ ଲଗାଣ ବର୍ଷାରେ ଅନେକ ମାତ୍ରାରେ କ୍ଷୟକ୍ଷତି ହୋଇଯାଇଥିବା ବେଳେ ଗଜା ଧାନକୁ ଧରି ଚାଷୀ ନିଜର ବିଧାୟକଙ୍କୁ ଦେଖାଇବା ସହିତ ସହାୟତା ପାଇଁ ନିବେଦନ କରିଥିଲେ ।
ସାଧାରଣ ନିର୍ବାଚନ ପରେ ନିଜର ପ୍ରିୟ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖି ଯେତିକି ଉତ୍ସାହିତ ରହିଥିଲେ ତାଠାରୁ ଅଧିକ ରହିଥିଲା ସମସ୍ତଙ୍କର ମନରେ ଦୁଃଖ । ବିରୋଧି ଦଳ ନେତା ନବୀନ ନିଜ ନିର୍ବାଚନମଣ୍ଡଳୀର ଶେରଗଡ ଏବଂ ହିଞ୍ଜିଳିକାଟୁ ଗ୍ରସ୍ତ ସମୟରେ ସ୍ଥାନୀୟ ଅଞ୍ଚଳର ଚାଷୀମାନଙ୍କ ଠାରୁ ସେମାନଙ୍କ ଦୁଃଖ ଶୁଣିଥିବା ବେଳେ ଏନେଇ ସେଠାରେ ଉପସ୍ଥିତ ରହିଥିବା ଚାଷୀମାନଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ୱାଦଦାତା ସମୀର ଆଚାର୍ଯ୍ୟ ।
ଏହାମଧ୍ୟ ପଢନ୍ତୁ... ଗଞ୍ଜାମରେ ନବୀନ: କ୍ଷେତରେ ବୁଲି କ୍ଷୟକ୍ଷତି ଦେଖିଲେ, ଚାଷୀଙ୍କୁ ଭେଟିଲେ ୩ ଦିନ ବଢିଲା ଅବଧି, ଜାନୁଆରୀ 1 ଯାଏ ପଞ୍ଜୀକରଣ କରିପାରିବେ କ୍ଷତିଗ୍ରସ୍ତ ଚାଷୀ |
ଇଟିଭି ଭାରତ, ଗଞ୍ଜାମ