ETV Bharat / state

ଖୋଲୁନି ମକା ମଣ୍ଡି, ଅଭାବି ବିକ୍ରୀର ଶିକାର ଗଜପତି ଚାଷୀ - GAJAPATI CORN FARMERS PROBLEM

ଗଜପତିରେ ମକା ମଣ୍ଡି ଟେନସନ । ଶାଗମାଛ ଦରରେ ମକା କିଣି ନେଉଛନ୍ତି ସାହୁକାର ।

ଗଜପତିପରେ ମକା ମଣ୍ଡି ଟେନସନ
ଗଜପତିପରେ ମକା ମଣ୍ଡି ଟେନସନ (ETV Bharat Odisha)
author img

By ETV Bharat Odisha Team

Published : Feb 8, 2025, 6:09 PM IST

Updated : Feb 8, 2025, 6:22 PM IST

ଗଜପତି: ଜିଲ୍ଲାରେ ଏଯାଏଁ ଖୋଲିନାହିଁ ମକା ମଣ୍ଡି । ଫଳରେ ଚାଷୀମାନେ ଅଭାବି ବିକ୍ରିର ଶିକାର ହେଉଛନ୍ତି । ସାହୁକାରମାନେ ଶାଗମାଛ ଦରରେ ମକା କିଣି ନେଇ ମାଲେମାଲ୍ ହେଉଥିବା ବେଳେ ଚାଷୀ କିନ୍ତୁ କ୍ଷତିରେ ପଡୁଛି । ଅନ୍ୟପଟେ ଜିଲ୍ଲାରେ ମକା ମଣ୍ଡି ଖୁବଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

ଜିଲ୍ଲାରେ ୧୧ହଜାର ହେକ୍ଟର ଅଞ୍ଚଳରେ ମକା ଚାଷ:

ଗଜପତି ଜିଲ୍ଲାରେ ମକା ଚାଷ ପ୍ରତି ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି । ଧାନ ଚାଷ ହେଉନଥିବାରୁ ସେଠାକାର ଚାଷୀମାନେ ବିଶେଷକରି ମକା ଉପରେ ନିର୍ଭରଶୀଳ । ରା.ଉଦୟଗିରି, ମୋହନା ଏବଂ ନୂଆଗଡ ବ୍ଲକରେ ମକା ଚାଷ ବ୍ୟାପକ ପରିମାଣରେ କରାଯାଉଛି । ଚଳିତ ବର୍ଷ ଜିଲ୍ଲାର ପ୍ରାୟ ୧୧ ହଜାର ହେକ୍ଟର ଅଞ୍ଚଳରେ ମକା ଚାଷ କରାଯାଇଛି ।

ମକା ମଣ୍ଡି ଖୋଲୁନଥିବାରୁ ଚିନ୍ତାରେ ଚାଷୀ (ETV Bharat Odisha)

ଜିଲ୍ଲାରେ ମକାର ଅଭାବି ବିକ୍ରୀ:

ଜିଲ୍ଲାରେ ହଜାର ହଜାର ହେକ୍ଟର ଜମିରେ ମକା ଚାଷ କରାଯାଉଥିଲେ ମଧ୍ୟ ଏହାକୁ ବିକ୍ରି କରିବାର କୌଣସି ବ୍ୟବସ୍ଥା ନଥିବାରୁ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି । ସରକାରୀ ମଣ୍ଡି ଖୋଲିନଥିବାରୁ ସାହୁକାରମାନେ ଗାଁକୁ ଗାଁ ବୁଲି ଚାଷୀଙ୍କ ଠାରୁ ଶାଗମାଛ ଦରରେ କିଣି ନେଉଛନ୍ତି । ଫଳରେ ସେମାନେ କ୍ଷତିର ସମ୍ମୁଖୀନ ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ଏନେଇ ମକା ଚାଷୀ କହିଛନ୍ତି," ଚାଷ ଜମି କମ ଥିବାରୁ କେବଳ ମକା ଉପରେ ଆମେ ନିର୍ଭରଶୀଳ । ସାହୁକାର ଉପରେ ନିର୍ଭର କରିବାକୁ ପଡୁଛି । ଆମ ଜିଲ୍ଲାରେ ଯଦି ମଣ୍ଡି ଜଲଦି ଖୋଲନ୍ତା ଓ ମଣ୍ଡି ଯଦି ଉପଯୁକ୍ତ ଦରରେ କିଣନ୍ତା ତେବେ ଆମକୁ ସାହୁକାର ଉପରେ ନିର୍ଭର କରିବାକୁ ପଡନ୍ତା ନାହିଁ ।"

ଖୁବଶୀଘ୍ର ମକା ମଣ୍ଡି ଖୋଲିବାକୁ ଦାବି:

ଚଳିତ ବର୍ଷ ଅଦିନିଆ ବର୍ଷା ମାଡରେ କିଛି ମକା ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଥିରୁ ଯାହା ବର୍ତ୍ତିଯାଇଛି ତାହାକୁ ଅମଳ କରି ସାଇତି ରଖି ମଣ୍ଡି ଖୋଲିଲେ ଏହାକୁ ନେଇ ବିକ୍ରି କରିବା ପାଇଁ ଚାହିଁ ବସିଛି ଚାଷୀ । ହେଲେ ଜିଲ୍ଲାରେ ମକା ମଣ୍ଡି ଖୋଲୁନଥିବାରୁ ବାଧ୍ୟହୋଇ ବେପାରୀକୁ ବିକ୍ରି କରୁଛନ୍ତି ଚାଷୀ । ଖୁବଶୀଘ୍ର ମଣ୍ଡି ଖୋଲିବା ନେଇ ଦାବି କରାଯାଉଥିଲେ ମଧ୍ୟ ଏବେଯାଏଁ ମଣ୍ଡି ଖୋଲିଲା ନାହିଁ ।

ମଣ୍ଡି ଖୋଲିବା ପାଇଁ ଆସିଛି ନିର୍ଦ୍ଦେଶ:
ଅନ୍ୟପଟେ ଏନେଇ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ କହିଛନ୍ତି, "ଜିଲ୍ଲାରେ ମଣ୍ଡି ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଆସିସାରିଛି । ଯଦି ମକାମଣ୍ଡି ଖୋଲିନି ତେବେ ଖୁବଶୀଘ୍ର ଏହା ଆରମ୍ଭ କରାଯିବ ।"

ଏହାମଧ୍ୟ ପଢନ୍ତୁ...

ବନ୍ଦ ହେଉନି କଟନୀ ଛଟନୀ, ଅତିଷ୍ଠ କଳାହାଣ୍ଡି ଚାଷୀ

କଟନୀ-ଛଟନୀ ଟେନସନ୍; ଚାଷୀ ବେଶରେ ମଣ୍ଡି ତନଖି କଲେ ଜିଲ୍ଲାପାଳ

ଧାନ ମଣ୍ଡି ବାତିଲକୁ ନେଇ ତାତିଲେ ନିଆଳି ଚାଷୀ

ଜଗତସିଂହପୁରରେ ଧାନ ମଣ୍ଡିରେ ଅବ୍ୟବସ୍ଥା, ଶୀତ-କାକରରେ ପଡ଼ି ରହିଛନ୍ତି ଚାଷୀ

ଜିଲ୍ଲାରେ ହଜାର ହଜାର ହେକ୍ଟର ଜମିରେ ମକା ଚାଷ କରାଯାଉଥିବା ବେଳେ ମଣ୍ଡି ଖୋଲୁନଥିବାରୁ ଚାଷୀମାନେ ଚିନ୍ତାରେ ପଡିଯାଇଛନ୍ତି । ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ଉଠିଛି ।

ଇଟିଭି ଭାରତ, ଗଜପତି

Last Updated : Feb 8, 2025, 6:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.