ନୂଆଦିଲ୍ଲୀ: ପଦ୍ମ ଝଡରେ ଚିତପଟାଙ୍ଗ ମାରିଲା ଝାଡୁ । କାମ ଦେଲାନି କେଜ୍ରିୱାଲଙ୍କ କ୍ରେଜ । ଧ୍ବସ୍ତ ହେଲା ଆପ୍ ଗଡ଼ । ଦୀର୍ଘ 27 ବର୍ଷ ପରେ ପୁଣି ଥରେ ରାଜଧାନୀରେ ଫୁଟିଛି ପଦ୍ମ । ସତ୍ତାକୁ ଫେରିଛି ଭାରତୀୟ ଜନତା ପାର୍ଟି । ଏକଜିଟ୍ ପୋଲ ଏକଜାଟ ପ୍ରମାଣିତ ହୋଇଥିବା ବେଳେ ବିଜେପି କ୍ୟାମ୍ପରେ ଚାଲିଛି ଜୋରଦାର ସେଲିବ୍ରେସନ । ରାଜଧାନୀରେ କ୍ଷମତାକୁ ଫେରିବା ପଛରେ କେଉଁ ଫ୍ୟାକ୍ଟର କାମ ଦେଲା । ଜାଣନ୍ତୁ...
ରାଜନୈତିକ ବିଶାରଦ ଅଜୟ ପାଣ୍ଡେ କହିଛନ୍ତି, ‘ଆପର ମାଗଣା ଯୋଜନାକୁ ବିଶ୍ବାସ କଲେନି ଭୋଟର । ବିଜେପିର ସଂକଳ୍ପପତ୍ରକୁ ଭରସା କରି ଭୋଟ ଦେଲେ ଦିଲ୍ଲୀବାସୀ । ଫଳରେ ବିଜେପି 27 ବର୍ଷ ପରେ କ୍ଷମତାକୁ ଫେରିବା ବାଟ ଫିଟିଲା । ଯେଉଁଭଳି ଭାବେ ବିଜେପି ଜିତାପଟ ହାସଲ କରିଛି । ଏହା ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି । '
ନଜର ପକାନ୍ତୁ ବିଜେପି ବିଜୟ ପଛରେ ଥିବା କିଛି ଫ୍ୟାକ୍ଟର:
- ମୋଦିଙ୍କ ଗ୍ୟାରେଣ୍ଟି ଓ ବ୍ରାଣ୍ଡ ମୋଦି, ନିର୍ବାଚନ ସଭାରେ ପ୍ରଧାନମନ୍ତ୍ରୀ ବାରମ୍ବାର କହିଥିଲେ ନିର୍ବାଚନ ସଂକଳ୍ପପତ୍ରରେ ଯାହା ଜାରି କରାଯାଇଛି, ତାହା ମୋଦି ଗ୍ୟାରେଣ୍ଟି ।
- କେନ୍ଦ୍ରରେ ବିଜେପି, ଦିଲ୍ଲୀରେ ବିଜେପି ଆସିଲେ ହେବ ଡବଲ ଇଞ୍ଜିନ ସରକାର । ଏହାକୁ ଫୋକସ କରିଥିଲା ବିଜେପି । ନିର୍ବାଚନ ରାଲିରେ ଡବଲ ଇଞ୍ଜିନ ସରକାର ନାରା ଦେଇଥିଲା ଦଳ ।
- ବିଜେପିର ମାଇକ୍ରୋ ମ୍ୟାନେଜମେଣ୍ଟ, ନିର୍ବାଚନ ପରିଚାଳନା ଦାୟିତ୍ବ ବୁଥ ସ୍ତରୀୟ କର୍ମୀଙ୍କଠାରୁ ଆରମ୍ଭ କରି ନେତାଙ୍କୁ ଅଲଗା ଅଲଗା ଦାୟିତ୍ବ ଦିଆଯାଇଥିଲା । ଏହା ପ୍ରଥମ ନିର୍ବାଚନ ଥିଲା, ଯେଉଁଥିରେ ନିଜେ ପ୍ରଧାନମନ୍ତ୍ରୀ ବୁଥ ସ୍ତରୀୟ କର୍ମୀଙ୍କ ସହ ଆଲୋଚନା କରି ସେମାନଙ୍କ ସାହାସ ବଢାଇଥିଲେ ।
- ହାଇଭୋଲଟେଜ ପ୍ରଚାର । ପ୍ରତ୍ୟେକ ପ୍ରାର୍ଥୀ ଗଳି କନ୍ଦି ସବୁସ୍ଥାନରେ ଜୋରଦାର ପ୍ରଚାର କରିଥିଲେ । ଲିଫଲେଟ୍ ପ୍ରତ୍ୟେକ ଭୋଟରଙ୍କ ଘରେ ପହଞ୍ଚାଇଥିଲେ କର୍ମୀ ।
- ବିଜେପିର ସଂକଳ୍ପପତ୍ରରେ ଅନେକ ନୂଆ ଘୋଷଣା କରାଯାଇଛି । ଯେଉଁଥିରେ ଜନହିତ ପ୍ରତ୍ୟେକ ଯୋଜନାକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଥିଲା । ଯାହା ଫଳରେ ଦଳର ସଂକଳ୍ପ ପତ୍ରକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ସଫଳ ହେଲେ କର୍ମୀ ।
- ବିଜେପି ପ୍ରଚାରରେ ସଂଘର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥିଲା । ସଂଘର ଜୋରଦାର ସମର୍ଥନ ରହିଥିଲା । ଯାହାକି ବିଜେପିକୁ ମାଇଲେଜ ଦେବାରେ ସଫଳ ହୋଇଥିବା ଚର୍ଚ୍ଚା ହେଉଛି ।
- କେବଳ ନିର୍ବାଚନୀ ପ୍ରଚାର ନୁହେଁ ସଂକଳ୍ପ ପତ୍ରରେ ଦିଆଯାଇଥିବା ଗ୍ୟାରେଣ୍ଟିକୁ ନେଇ ଲୋକଙ୍କ ପାଖକୁ ଯିବା ଦଳକୁ ସଫଳତା ଦେଇଛି ।
- କାମ ଦେଲା କେଜ୍ରିୱାଲଙ୍କ ବିରୋଧୀ ପ୍ରଚାର ଫ୍ୟାକ୍ଟର । ଆମ ଆଦମୀ ପାର୍ଟି ଦୁର୍ନୀତି କରୁଥିବା ନେଇ ପୂର୍ବରୁ ହିଁ ଟାର୍ଗେଟ କରି ଆସୁଥିଲା ଦଳ । ଏହାପରେ ମଦ ଦୁର୍ନୀତି ମାମଲା ହେଉ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନ ଶୀଶାମହଲ ନିର୍ମାଣରେ କୋଟି କୋଟି ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ଏହାକୁ ମୁଦ୍ଦା କରିଥିଲା ଦଳ । ଏଥିରେ ରଣନୀତି ପ୍ରସ୍ତୁତ କରି ମଇଦାନକୁ ଓହ୍ଲାଇଥିଲା ଦଳ ।
- ବର୍ଷାରେ ଦିଲ୍ଲୀର ଦୁର୍ଦ୍ଦଶା ପ୍ରସଙ୍ଗକୁ ମୁଦ୍ଦା କରିଥିଲା ବିଜେପି । ଏହାକୁ ନେଇ ବିଜେପି ନେତା ଆପ୍କୁ ଜୋରଦାର ଟାର୍ଗେଟ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନିଜେ କହିଥିଲେ ଦିଲ୍ଲୀକୁ ଏକ ମର୍ଡନ ସିଟିରେ ପରିଣତ କରିବାକୁ ଚାହୁଁଛନ୍ତି । ଏହା ମଧ୍ୟ ଦିଲ୍ଲୀ ବିଜୟର ଫ୍ୟାକ୍ଟର ବୋଲି କୁହାଯାଉଛି ।
- ଯମୁନା ଦୁର୍ଦ୍ଦଶା ଓ ବାୟୁ ପ୍ରଦୁଷଣକୁ ମୁଦ୍ଦା କରିଥିଲା ଦଳ । ଏହାକୁ ନେଇ ଆପ୍କୁ ଟାର୍ଗେଟ କରିବା ସହ ଜୋରଦାର ପ୍ରଚାର କରିଥିଲା । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ବୁଡ ପକାଇବାକୁ କେଜ୍ରିୱାଲଙ୍କ ଚ୍ୟାଲେଞ୍ଜ ଅନ୍ୟପଟେ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନି ଯମୁନା ପାଣି ପିଇ କେଜ୍ରିୱାଲଙ୍କୁ ଜବାବ ଦେଇଥିଲେ । ଯାହାକି ନିର୍ବାଚନ ପ୍ରଚାରରେ ବିଜେପିକୁ ମାଇଲେଜ ଦେଇଥିଲା
#WATCH | Vice chairman of NDMC and BJP leader Kuljeet Singh Chahal dances and celebrates with the BJP workers as the party is set to form the government in Delhi after 27 years.#DelhiElectionResults pic.twitter.com/oN2NAKUa5G
— ANI (@ANI) February 8, 2025
ଫୁଟିଲା ପଦ୍ମ, ମୁହଁ ମାଡି ପଡିଲା ଝାଡୁ:
ଦିଲ୍ଲୀରେ ଫୁଟିଲା ପଦ୍ମ । ବିଜେପି ଲହରରେ ଚାଲିଲାନି ଝାଡୁ । ଆମ ଆଦମୀ ପାର୍ଟିର ବଡ଼ ବଡ଼ ନେତା ଯେପରି ଅରବିନ୍ଦ କେଜ୍ରିୱାଲ, ସତୈନ୍ଦ୍ର ଜୈନ, ମନିଷ ସିସୋଦିଆଙ୍କ ପରି ନେତା ପରାଜୟ ସ୍ବୀକାର କରିଛନ୍ତି ।
#WATCH | #DelhiElections2025 | BJP MLA candidate from Malviya Nagar, Satish Upadhyay wins by a margin of 2,131 votes.
— ANI (@ANI) February 8, 2025
BJP will form the government in Delhi; As of now, BJP has won 37 seats and is leading on 11 seats.#DelhiElections2025 pic.twitter.com/REo69JC5Ka
ଦିଲ୍ଲୀରେ ବିଜେପି ରାଜ:
ସରିଲା 27 ବର୍ଷର ଅପେକ୍ଷା । ଦୀର୍ଘ 27 ବର୍ଷ ପରେ ଦିଲ୍ଲୀରେ ଚାଲିବ ବିଜେପି ରାଜ୍ । କଂଗ୍ରେସ ପରେ ଆପ୍ ହାତରେ ଥିଲା ଦିଲ୍ଲୀ କ୍ଷମତା ଡୋରି ।
- 1998 ମସିହାରୁ 2013 ପର୍ଯ୍ୟନ୍ତ ଦିଲ୍ଲୀରେ ଶାସନ କରୁଥିଲା କଂଗ୍ରେସ ।
- ଏହାପରେ 2013ରୁ ଦିଲ୍ଲୀରେ ରାଜ କରୁଥିଲା ଆମ ଆଦମୀ ପାର୍ଟି ।
- ଶେଷରେ 27 ବର୍ଷ ପରେ ଏବେ ଶାସନ କରିବ ଭାରତୀୟ ଜନତା ପାର୍ଟି ।
#WATCH | #DelhiElections2025 | BJP MLA candidate from Malviya Nagar, Satish Upadhyay wins by a margin of 2,131 votes.
— ANI (@ANI) February 8, 2025
BJP will form the government in Delhi; As of now, BJP has won 37 seats and is leading on 11 seats.#DelhiElections2025 pic.twitter.com/REo69JC5Ka
୧୯୯୩ରୁ ୧୯୯୮ ଦିଲ୍ଲୀରେ ବିଜେପି ରାଜ:
୨୭ ବର୍ଷ ବ୍ୟବଧାନ ପରେ ପରେ ଦିଲ୍ଲୀ ସିଂହାସନ ହାତେଇଛି ଭାରତୀୟ ଜନତା ପାର୍ଟି-ବିଜେପି । ୧୯୯୩ରେ ପ୍ରଥମ ଥର ଦିଲ୍ଲୀ ବିଧାନସଭା ନିର୍ବାଚନ ହୋଇଥିଲା ଏବଂ ଏଥିରେ ବିଜୟୀ ହୋଇଥିଲା ବିଜେପି । ୧୯୯୩ରୁ ୧୯୯୮ ପର୍ଯ୍ୟନ୍ତ ଦିଲ୍ଲୀରେ ରାଜ କରିଥିଲା ବିଜେପି ସରକାର । ୧୯୯୩ରୁ ୧୯୯୮ ମଧ୍ୟରେ ବିଜେପିରୁ ତିନି ଜଣ ମୁଖ୍ୟମନ୍ତ୍ରୀ ହୋଇଥିଲେ । ପ୍ରଥମେ ବିଜେପିରୁ ମୁଖ୍ୟମନ୍ତ୍ରୀ ହୋଇଥିଲେ ମଦନଲାଲ ଖୁରାନା । ସେ ୨୭ ମାସ ମୁଖ୍ୟମନ୍ତ୍ରୀ ରହିବା ପରେ ଇସ୍ତଫା ଦେଇଥିଲେ । ପରେ ତାଙ୍କ ସ୍ଥାନରେ ବିଜେପିରୁ ନୂଆ ମୁଖ୍ୟମନ୍ତ୍ରୀ ହୋଇଥିଲେ ସାହିବ ସିଂହ ବର୍ମା । ପରେ ବିଜେପିରୁ ତୃତୀୟ ମୁଖ୍ୟମନ୍ତ୍ରୀ ହୋଇଥିଲେ ସୁଷମା ସ୍ବରାଜ । ସ୍ବରାଜ ମାତ୍ର ୫୨ ଦିନ ପାଇଁ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ ।
#WATCH | Delhi: BJP workers celebrate outside party office as the party is set to form the government in Delhi
— ANI (@ANI) February 8, 2025
As of now, BJP has won 19 seats and is leading on 28 seats#DelhiElections2025 pic.twitter.com/2lyafaZixl
୧୯୯୮ରୁ ୨୦୧୩, କଂଗ୍ରେସ କରିଥିଲା ହ୍ୟାଟ୍ରିକ:
ବିଜେପି ପରେ ଦିଲ୍ଲୀ ସିଂହାସନରେ ବସିଥିଲା କଂଗ୍ରେସ । ୧୯୯୮ ନିର୍ବାଚନରେ ବିଜେପିକୁ ମାତ୍ ଦେଇ କ୍ଷମତା ହାତେଇଥିଲା ହାତ ଦଳ । ମୁଖ୍ୟମନ୍ତ୍ରୀ ହୋଇଥିଲେ ସ୍ବର୍ଗତ ଶୀଲା ଦୀକ୍ଷିତ । ୧୯୯୮ ପରେ ଲଗାତର ୨୦୦୩ ଏବଂ ୨୦୦୮ରେ ବାଜିମାତ୍ କରିଥିଲା କଂଗ୍ରେସ । ତତକାଳୀନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ନେତୃତ୍ବରେ ଦିଲ୍ଲୀରେ ତିନି ତିନି ଥର କ୍ଷମତାରେ ଥିଲା କଂଗ୍ରେସ । ୧୯୯୮ରୁ ୨୦୦୧୩ ପର୍ଯ୍ୟନ୍ତ କଂଗ୍ରେସ ହାତରେ ଥିଲା ଦିଲ୍ଲୀ ସିଂହାସନ । ତେବେ ୨୦୧୩ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ସହ ଦୀର୍ଘ ୧୫ ବର୍ଷର ଶାସନର ପତନ ଘଟିଥିଲା ।