ETV Bharat / state

ନୂଆବର୍ଷରୁ ନୂଆ ସେବା, ଭୁବନେଶ୍ବରରୁ ୫ଟି ଓ ଝାରସୁଗୁଡାରୁ 4ଟି ନୂଆ ସହରକୁ ଉଡାଣ ଆରମ୍ଭ - NEW FLIGHTS CONNECTIVITY

ଜାନୁଆରୀ 3 ରେ ଭୁବନେଶ୍ବରରୁ ୫ ଟି ସହରକୁ ଉଡିବ ବିମାନ । ପହିଲାରୁ 4 ଟି ସହର ସହ ଯୋଡି ହେବ ଝାରସୁଗୁଡା ।

ନୂଆବର୍ଷରୁ ନୂଆ ସେବା, ଭୁବନେଶ୍ବରରୁ ୫ଟି ଓ ଝାରସୁଗୁଡାରୁ 4ଟି ନୂଆ ସହରକୁ ଉଡାଣ ଆରମ୍ଭ
ନୂଆବର୍ଷରୁ ନୂଆ ସେବା, ଭୁବନେଶ୍ବରରୁ ୫ଟି ଓ ଝାରସୁଗୁଡାରୁ 4ଟି ନୂଆ ସହରକୁ ଉଡାଣ ଆରମ୍ଭ (ETV Bharat odisha)
author img

By ETV Bharat Odisha Team

Published : Dec 30, 2024, 9:58 PM IST

ଭୁବନେଶ୍ବର: ନୂଆବର୍ଷରୁ ଆକାଶପଥରେ ଆହୁରି ଅଧିକ ସହର ସହ ଯୋଡ଼ି ହେବ ଓଡ଼ିଶା । ଉଭୟ ଭୁବନେଶ୍ବର ଏବଂ ଝାରସୁଗୁଡ଼ା ବିମାନ ବନ୍ଦରରୁ ଦେଶରର ପ୍ରମୁଖ ସହରକୁ ଆରମ୍ଭ ହେବ ଉଡାଣ ସେବା । ତେବେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୫ଟି ଓ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ 4ଟି ନୂଆ ସହରକୁ ଉଡାଣ ଆରମ୍ଭ ହେବାକୁ ଯାଉଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟ୍ବିଟରେ ସୂଚନା ଦେଇଛନ୍ତି ।

  • ଭୁବନେଶ୍ବରରୁ କେଉଁ ସହରକୁ ଉଡ଼ିବ ବିମାନ:-

ଜାନୁଆରୀରେ ୩ ତାରିଖରୁ ଭୁବନେଶ୍ବରରୁ ଆଉ ୫ ସହରକୁ ସିଧାସଳଖ ଭାବେ ଉଡ଼ିବ ବିମାନ । ଭୁବନେଶ୍ବରରୁ ମଧ୍ୟ ପ୍ରଦେଶର ଇନ୍ଦୋର, ଉତ୍ତରାଖଣ୍ଡର ଡେରାଡୁନ୍, କେରଳର କୋଚି, ରାଜସ୍ଥାନର ଜୟପୁର, ଉତ୍ତର ପ୍ରଦେଶର ଲକ୍ଷ୍ନୌକୁ ଉଡ଼ିବ ବିମାନ । ସିଧାସଳଖ ବିମାନ ଉଡ଼ାଣ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (ସିଏମ୍‌ଓ) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ରାଜ୍ୟର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଏହି ଏୟାର କନେକ୍ଟିଭିଟି ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି ।

ନୂଆବର୍ଷରୁ ନୂଆ ସେବା, ଭୁବନେଶ୍ବରରୁ ୫ଟି ଓ ଝାରସୁଗୁଡାରୁ 4ଟି ନୂଆ ସହରକୁ ଉଡାଣ ଆରମ୍ଭ
ନୂଆବର୍ଷରୁ ନୂଆ ସେବା, ଭୁବନେଶ୍ବରରୁ ୫ଟି ଓ ଝାରସୁଗୁଡାରୁ 4ଟି ନୂଆ ସହରକୁ ଉଡାଣ ଆରମ୍ଭ (ETV Bharat odisha)
ନୂଆବର୍ଷରୁ ନୂଆ ସେବା, ଭୁବନେଶ୍ବରରୁ ୫ଟି ଓ ଝାରସୁଗୁଡାରୁ 4ଟି ନୂଆ ସହରକୁ ଉଡାଣ ଆରମ୍ଭ
ନୂଆବର୍ଷରୁ ନୂଆ ସେବା, ଭୁବନେଶ୍ବରରୁ ୫ଟି ଓ ଝାରସୁଗୁଡାରୁ 4ଟି ନୂଆ ସହରକୁ ଉଡାଣ ଆରମ୍ଭ (ETV Bharat odisha)
  • ଝାରସୁଗୁଡ଼ାରୁ କେଉଁ ସହରକୁ ଉଡିଵ ବିମାନ:-

ସେହିପରି ଜାନୁଆରୀରେ ପହିଲାରୁ ଝାରସୁଗୁଡ଼ା ଦେଶର ୪ ପ୍ରମୁଖ ସହର ସହ ବିମାନ ସେବାରେ ଯୋଡିହେବ । ଝାରସୁଗୁଡ଼ାରୁ ସିଧାସଳଖ ଭାବରେ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଓ ମୁମ୍ବାଇକୁ ବିମାନ ଉଡିବ ।

ଏହା ମଧ୍ୟ ପଢନ୍ତୁ:-

'ଭୁବନେଶ୍ବର ବିମାନ ବନ୍ଦର ନିକଟରେ ବାଘ ଦେଖିଥିବା କହିଲେ ମହିଳା', ନନ୍ଦନ କାନନରୁ ଆସିଲା ଯନ୍ତା

ଭୁବନେଶ୍ବର ବିମାନ ବନ୍ଦରରେ ନୂଆ ଟର୍ମିନାଲ, ୨ ବର୍ଷରେ କାର୍ଯ୍ୟକ୍ଷମ - New terminal in Bhubaneswar airport

  • ଦେଶର ବିଭିନ୍ନ ସ୍ଥାନକୁ ବିମାନ ସେବା ଯୋଗାଉଚ୍ଛି ଭୁବନେଶ୍ୱର ବିମାନ ବନ୍ଦର:-

ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦର ଗୋଟିଏ ଘଣ୍ଟା ପିଛା ୧୫୫୯ ଯାତ୍ରୀ ଯାତ୍ରା କରୁଛନ୍ତି । ଭୁବନେଶ୍ୱର ବିମାନ ବନ୍ଦର ବାର୍ଷିକ ୪.୪ ମିଲିୟନ ଯାତ୍ରୀଙ୍କ ପାଇଁ ସୁବିଧା ସୁଯୋଗ ଯୋଗାଇ ଆସୁଛି । ଗୋଟିଏ ସପ୍ତାହରେ ଭୁବନେଶ୍ବରରୁ ପ୍ରାୟ ୬୮୦ ବିମାନ ଚଳାଚଳ କରୁଛି । ଯେପରିକି ଅହମ୍ମଦାବାଦ, ବେଙ୍ଗାଲୁରୁ, ମୁମ୍ବାଇ, କଲିକତା, ଦିଲ୍ଲୀ, ଗୌହାଟି, ହାଇଦ୍ରାବାଦ, ପ୍ରୟାଗରାଜ, ରାଞ୍ଚି, ଚେନ୍ନାଇ, ପାଟନା, ରାୟପୁର, ବାରଣାସୀ, ଝାରସୁଗୁଡ଼ା ରାଉରକେଲା, ପୁଣେ, ଜାମସେଦପୁର, ଜୟପୁର, ଉତ୍କକେଲା ଓ ଦୁର୍ଗାପୁର ଆଦି ସ୍ଥାନକୁ ଭୁବନେଶ୍ବର ବିମାଣ ବିନ୍ଦରରୁ ବିମାନ ଚଳାଚଳ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.