ETV Bharat / politics

କ୍ଷମତାରେ ରହିବା ଆମର ଲକ୍ଷ୍ୟ ନୁହେଁ, ଓଡ଼ିଶାବାସୀଙ୍କ ସେବା ଆମର ଲକ୍ଷ୍ୟ: ନବୀନ - Naveen Patnaik At BYJD Meeting

author img

By ETV Bharat Odisha Team

Published : Sep 11, 2024, 7:00 PM IST

Biju Yuva Janata Dal: ଶଙ୍ଖ ଭବନରେ ବିଜୁ ଯୁବ ଜନତା ଦଳର ସାଙ୍ଗଠନିକ ବୈଠକରେ । ଦଳୀୟ କର୍ମକର୍ତ୍ତାଙ୍କୁ ମାର୍ଗଦର୍ଶନ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

Biju Yuva Janata Dal
Biju Yuva Janata Dal (ETV Bharat Odisha)

ଭୁବନେଶ୍ବର: ଆଗାମୀ ଦିନ ପାଇଁ ରଣନୀତି ପ୍ରସ୍ତୁତ କଲା ବିଜେଡି । ବିଜୁ ଯୁବ ଜନତା ଦଳକୁ ମାର୍ଗଦର୍ଶନ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ମହିଳା, ଛାତ୍ର ପରେ ଆଜି ଶଙ୍ଖ ଭବନରେ ବିଜୁ ଯୁବ ଜନତା ଦଳର ସାଂଗଠନିକ କର୍ମକର୍ତ୍ତା ସମ୍ମିଳନୀ ହୋଇଥିବା ବେଳେ ଏଥିରେ ସାମିଲ ହୋଇ ଯୁବ ଜନତା ଦଳକୁ ମାର୍ଗଦର୍ଶନ ଦେଇଛନ୍ତି ନବୀନ । ଏହାସହ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଉପରେ ଦଳ ନିର୍ଭରଶୀଳ ନୁହେଁ ବୋଲି କହିଛନ୍ତି ନବୀନ । ସେହିପରି 3 ମାସ ହୋଇଗଲା ଏବେ ଆଇ ମା' ଗପ ଛାଡି ରାଜ୍ୟ ସରକାର କାମ କରି ଦେଖାନ୍ତୁ ବୋଲି ନବୀନ ପରାମର୍ଶ ଦେଇଛନ୍ତି ।

କ୍ଷମତା ଦଖଲ କରିବା ରାଜନୀତିର ଲକ୍ଷ୍ୟ ନୁହେଁ:

ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, "ଖୁସିର କଥା ଆମ ଦଳର ଯୁବ ନେତୃତ୍ୱ ଆଜି ଶଙ୍ଖ ଭବନରେ ଏକାଠି ହୋଇଛନ୍ତି । ସମସ୍ତଙ୍କୁ ସ୍ୱାଗତ । ଆପଣମାନଙ୍କ ପରିଶ୍ରମ ଯୋଗୁଁ ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଆମର ଆଦର୍ଶ ହେଉଛି ସେବା, ସ୍ୱାଭିମାନ, ସଂଗ୍ରାମ ଓ ସଚେତନତା । କ୍ଷମତା ଦଖଲ କରିବା ରାଜନୀତିର ଲକ୍ଷ୍ୟ ନୁହେଁ । ଜନ୍ମଭୂମୀ, ଲୋକ ଓ ମାନବତା ରକ୍ଷା କରିବା ରାଜନୀତିର ଲକ୍ଷ୍ୟ ହେବା ଦରକାର । ଗତ ନିର୍ବାଚନରେ ବିଜେଡି 41.02% ଭୋଟ ପାଇଥିଲା । ଅନ୍ୟ ଦଳ ତୁଳନାରେ ଆମକୁ ଅଧିକ ଭୋଟ ମିଳିଛି ।"

ଓଡିଶାବାସୀଙ୍କ ଭଲ ପାଇବା ଆମର ବଡ଼ ପୁଞ୍ଜି :ନବୀନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି, "ଓଡିଶାବାସୀଙ୍କ ଭଲ ପାଇବା ଆମର ବଡ଼ ପୁଞ୍ଜି । ବିଜୁ ବାବୁଙ୍କର ଯୁବ ଶକ୍ତି ଉପରେ ବହୁତ ଭରସା ଥିଲା । ଆମ ଯୁବ ବନ୍ଧୁମାନଙ୍କ ଦକ୍ଷତା ଉପରେ ମୋର ପୁରା ବିଶ୍ୱାସ ଅଚ୍ଛି । ଆମର ଯୁବ ସଂଗଠନକୁ ଆହୁରି ସଶକ୍ତ ଓ କ୍ରିୟାଶୀଳ କରିବାକୁ ହେବ । ଆମର ସଦସ୍ୟ ଗ୍ରହଣ ପ୍ରକ୍ରିୟାରେ ଅଧିକରୁ ଅଧିକ ସଦସ୍ୟ ସାମିଲ କରାଯିବା ଉପରେ ଧ୍ୟାନ ଦିଅନ୍ତୁ । ବିଜେଡି ସରକାର ସମୟରେ ଯୁବ ସଶକ୍ତିକରଣ ଉପରେ ଆମେ ବିଶେଷ ଧ୍ୟାନ ଦେଇ କାମ କରୁଥିଲୁ । କ୍ରୀଡା କ୍ଷେତ୍ରରେ ଓଡିଶା ଆଜି ଅନ୍ତର୍ଜାତୀୟ ସ୍ତରରେ ପରିଚୟ ସୃଷ୍ଟି କରିଛି । ବୈଷୟିକ ଶିକ୍ଷା କ୍ଷେତ୍ରରେ ମଧ୍ୟ ଆମ ଯୁବକ ମାନେ ସୁନାମ କରୁଛନ୍ତି । ଏ ଧାରାକୁ ଜାରି ରଖାଯିବା ଦରକାର ।"

ଏହା ମଧ୍ୟ ପଢ଼େନ୍ତୁ...ରାଜ୍ୟସଭାରେ ଦୁର୍ବଳ ହେଉଛି ବିଜେଡି, ବିଜେପିର ବଳ ସାଜୁଛନ୍ତି ଦଳ ଡିଆଁ ନେତା - Politics On Sujeet Quits BJD

ନିଜ ଚିନ୍ତାଧାରା ଅନ୍ୟ ଉପରେ ଥୋପିବା ଗ୍ରହଣୀୟ ନୁହେଁ :

ନବୀନ ପଟ୍ଟନାୟକ କହିଛନ୍ତି, "କିଛି ଲୋକ ନିଜ ଚିନ୍ତାଧାରାକୁ ଅନ୍ୟ ଉପରେ ଥୋପିବାକୁ ଚାହୁଁଛନ୍ତି । ଯାହା ଗଣତାନ୍ତ୍ରିକ ସମାଜରେ ଗ୍ରହଣୀୟ ନୁହେଁ । ଆମର ମହାନ ନେତୃତ୍ୱମାନଙ୍କୁ ନିନ୍ଦା କରିବାର କେତେକ ସୀମାକୁ ଯାଇଛନ୍ତି । ଏହା ଓଡିଆ ଅସ୍ମିତା କି ? ଆମର ମହାନ ଜନନେତାଙ୍କ ବଳିଦାନ ପ୍ରତି ଏହା ଆମର ସମ୍ମାନ କି ? ଏହିପରି କରି ଆମେ ଆମର ଭବିଷ୍ୟତ ପିଢ଼ି ପାଇଁ କେଉଁ ପ୍ରକାରର ନୀତି ଆଦର୍ଶ ଛାଡି ଯିବା । ବଡ ପାଟିରେ କହିଲେ ମିଛ ସତ ହୁଏ ନାହିଁ ।"
ଏହା ମଧ୍ୟ ପଢ଼େନ୍ତୁ...ରେଭେନ୍ସା-ଓଡ଼ିଆ ଅସ୍ମିତା, ନବୀନଙ୍କୁ ଜବାବ ଦେଲେ ଜୟନାରାୟଣ - Naveen Jay Narayan X War

ଆଇ ମା' ଗପ ଛାଡି ସରକାର କାମ କରି ଦେଖାନ୍ତୁ :

"ସରକାରକୁ 3 ମାସ ହୋଇଗଲା, ଏବେ ଆଇ ମା' ଗପ ଛାଡି ସରକାର କାମ କରି ଦେଖାନ୍ତୁ । ସୁଭଦ୍ରା ଯୋଜନାରୁ ଆରମ୍ଭ କରି ମାଗଣା ବିଜୁଳି ଓ ଭତ୍ତା ସବୁଥିରେ ଦୋମୁଁହା କଥା । ସବୁଥିରେ ମିଛ । ମିଛ କହି ନିର୍ବାଚନ ଜିତିପାର । କିନ୍ତୁ ଲୋକଙ୍କ ହୃଦୟ ନୁହେଁ । ଲୋକଙ୍କ ହୃଦୟ ଜିତିବା ପାଇଁ ସେବା ହିଁ ମୁଖ୍ୟ । ବିଜୁ ବାବୁଙ୍କ ନୀତି ଆଦର୍ଶରେ ବିଜେଡି ଗଠିତ । ଯିଏ ସଶକ୍ତ ଓ ଉନ୍ନତ ଓଡିଶା ଗଠନର ସ୍ୱପ୍ନ ଦେଖିଥିଲେ ।"
ଏହା ମଧ୍ୟ ପଢ଼େନ୍ତୁ...ନବୀନଙ୍କ ପୂଜା ମଣ୍ଡପ ବୁଲାକୁ ନେଇ ଟାର୍ଗେଟ କଲା ବିଜେପି - BJP On Naveen Visits Puja Mandap

ବିଜେଡି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଉପରେ ନିର୍ଭରଶୀଳ ନୁହେଁ:

"ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ କରିବା ଦିଗରେ ଅଗ୍ରସର ହୋଇ ଆମେ ଜନସାଧାରଣଙ୍କ ହୃଦୟରେ ଅଛନ୍ତି । ବିଜେଡି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଉପରେ ନିର୍ଭରଶୀଳ ନୁହେଁ । ଆମ ସମାଜ ଉପରେ ସାମାଜିକ ଗଣମାଧ୍ୟମର ବହୁଳ ପ୍ରଭାବ ରହିଛି । ତେଣୁ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହି ମିଥ୍ୟା ଓ ଅପପ୍ରଚାର ବିରୋଧରେ ଲଢେଇ କର । ଏହା ସହ ସାମାଜିକ କାର୍ଯ୍ୟକ୍ରମ ଜାରୀ ରହୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.