ETV Bharat / politics

ଓଡ଼ିଆ ନବବର୍ଷ ପୂର୍ବରୁ ସରିବ ବିଜେଡି ସାଙ୍ଗଠନିକ ନିର୍ବାଚନ - BJD COORDINATION COMMITTEE MEETING

ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡିର ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ । ନିର୍ବାଚନ ସମ୍ପର୍କରେ ତଥ୍ୟ ଉପସ୍ଥାପନ କଲେ ପ୍ରତାପ ଦେବ ।

BJD coordination meeting
BJD coordination meeting (ETV Bharat Odisha)
author img

By ETV Bharat Odisha Team

Published : Feb 3, 2025, 10:33 PM IST

ଭୁବନେଶ୍ୱର: ଓଡ଼ିଆ ନବବର୍ଷ ପୂର୍ବରୁ ସରିବ ବିଜେଡି ସମସ୍ତ ସଂଗଠନ ନିର୍ବାଚନ ପ୍ରକ୍ରିୟା । ଦଳକୁ ମିଳିବ ନୂଆ ମଙ୍ଗୁଆଳ । ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସଭାପତି ନିଯୁକ୍ତ ହେବେ । ସେହିପରି ପଞ୍ଚାୟତ ନିର୍ବାଚନରେ ଭଲ ଫଳାଫଳ କରିବା ଲାଗି ଏବେଠୁ ଫୋକସ କରି କାର୍ଯ୍ୟକ୍ରମ ହାତକୁ ନେଉଛି ବିଜେଡି ।

ବିଜେଡି ସମନ୍ୱୟ କମିଟି ବୈଠକ:

ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି (ସୋମବାର) ଦଳର ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଛି । ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଛି ଏହି ବୈଠକ । ବୈଠକରେ ଉପଦେଷ୍ଟା କମିଟି ଅଧ୍ୟକ୍ଷ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ସମନ୍ୱୟ କମିଟିର 13 ଜଣ ସଦସ୍ୟ ଶଙ୍ଖ ଭବନରେ ଉପସ୍ଥିତ ଥିଲେ । ବାକି ସମସ୍ତେ ଭିସି ଜରିଆରେ ଯୋଡି ହୋଇଥିଲେ । ବୈଠକରେ ବିଜେଡିର ସଂଗଠନ ନିର୍ବାଚନ ସମ୍ପର୍କରେ ଆଲୋଚନା ହୋଇଛି । ଦଳର ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଦେବ ମଧ୍ୟ ବୈଠକରେ ସାମିଲ ହୋଇଥିଲେ । ନିର୍ବାଚନ ସମ୍ପର୍କରେ ସେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ ।

BJD coordination meeting (ETV Bharat Odisha)

ଓଡ଼ିଶା ନବବର୍ଷ ପୂର୍ବରୁ ସରିବ ଦଳର ସାଂଗଠନିକ ନିର୍ବାଚନ:

ବିଜେଡି ନେତା ପ୍ରଦୀପ କୁମାର ଅମାତ କହିଛନ୍ତି, "ଠିକ ଭାବେ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ ମଣ୍ଡଳୀ ନେତା ଓ ଜିଲ୍ଲା ନେତାଙ୍କ ସହ ଆଲୋଚନା କରି କାମ ଆରମ୍ଭ କାର୍ଯ୍ୟକ୍ରମ ହୋଇଛି । ଫେବୃଆରୀ ପ୍ରଥମ ସପ୍ତାହରେ ଜିଲ୍ଲା ନିର୍ବାଚନ ଅଧିକାରୀ ନିଯୁକ୍ତି ହେବେ । ତା'ପରେ ନିର୍ବାଚନ ମଣ୍ଡଳୀ ନିର୍ବାଚନ ଅଧିକାରୀ ନିଯୁକ୍ତି ପାଇବେ । ନିର୍ବାଚନ ପ୍ରକ୍ରିୟା ଓଡ଼ିଆ ନବବର୍ଷ ପୂର୍ବରୁ ସରିବ । ଏଥିରେ କାର୍ଯ୍ୟକାରିଣୀ କମିଟି ସଦସ୍ୟ, ଷ୍ଟେଟ କାଉନସିଲ ସଦସ୍ୟ ବି ନିର୍ବାଚିତ ହେବେ । ଏହା ସହ ଦଳୀୟ ସଭାପତି ନିର୍ବାଚନ ହେବେ । ଦଳରେ ବରିଷ୍ଠ ଓ କନିଷ୍ଠ କିଛି ନାହିଁ । ହାତରେ ହାତ ମିଶେଇ, ସହଭାଗିତାରେ ଦଳ ଆଗେଇ ଚାଲିଛି । ମେଳି ବାନ୍ଧିବା ସମସ୍ୟା ବିଜେଡିରେ ହୋଇନାହିଁ । ହେବାର ସମ୍ଭାବନା ମଧ୍ୟ ନାହିଁ । ବରିଷ୍ଠ ଓ ଯୁବଙ୍କ ସମନ୍ୱୟରେ କାର୍ଯ୍ୟକ୍ରମ ଆଗେଇ ଚାଲିବ ।"

BJD coordination meeting
BJD coordination meeting (ETV Bharat Odisha)

ନବୀନ ପଟ୍ଟନାୟକ ପୁନର୍ବାର ଆମର ସଭାପତି ହେବେ:

ସେହିପରି ସମନ୍ୱୟ କମିଟି ସଦସ୍ୟ ମହେଶ ସାହୁ କହିଛନ୍ତି, "ମାର୍ଚ୍ଚ 31 ସୁଦ୍ଧା କିମ୍ବା ଓଡ଼ିଆ ନୂଆବର୍ଷ ପୂର୍ବରୁ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ନିର୍ବାଚନ ମଣ୍ଡଳୀ ନେତାଙ୍କ ସହ ଆଲୋଚନା କରି ୱାର୍ଡ, ପଂଚାୟତ, ବ୍ଲକ, ଏନଏସି ନେତା ଚୟନ ହେବେ । ନବୀନ ପଟ୍ଟନାୟକ ପୁନର୍ବାର ଆମର ସଭାପତି ହେବେ । ଏଥିରେ ସନ୍ଦେହ ନାହିଁ । ଦଳରେ ନବୀନଙ୍କ ପ୍ରତିନ୍ଦ୍ୱନ୍ଦ୍ବୀ ନାହାନ୍ତି । ସଂଗଠନ, ସଦସ୍ୟ ସଂଗ୍ରହ ବାବଦରେ ଆଲୋଚନା ହୋଇଛି । ବିଜେଡିର 34 ଟି ସାଙ୍ଗଠନିକ ଜିଲ୍ଲା ରହିଛି । 23ରୁ ଅଧିକ ନିର୍ବାଚନ ମଣ୍ଡଳୀରେ ସଦସ୍ୟ ସଂଗ୍ରହ ଅଭିଯାନ ଶେଷ ହୋଇଛି । ଅନ୍ୟାନ୍ୟ ବଳକା ଅଞ୍ଚଳରେ ଚାଲିଛି । ଦଳର ନିର୍ବାଚନ ସହ ସଦସ୍ୟ ସଂଗ୍ରହ ଅଭିଯାନର ସମ୍ପର୍କ ନାହିଁ ।"

ଏହାମଧ୍ୟ ପଢନ୍ତୁ...

ବଜେଟରେ ଓଡ଼ିଶାକୁ ଅବହେଳା, ବର୍ଷିଲେ ବିରୋଧୀ

ଆସିଲା ନିବେଶ, ଆରମ୍ଭ ହେଲା ରାଜନୀତି: BJD କହିଲା ଚୁକ୍ତି ନୁହେଁ ଗ୍ରାଉଣ୍ଡିଂ କର

BJDର ସମସ୍ତ ଛାମୁଆ ସଂଗଠନ ଭଙ୍ଗ କଲେ ନବୀନ

ନୀତି ଆୟୋଗ ବିତ୍ତୀୟ ସ୍ୱାସ୍ଥ୍ୟ ସୂଚକାଙ୍କରେ ଓଡ଼ିଶା ପ୍ରଥମ, ନବୀନଙ୍କ ସୁଶାସନକୁ ଶ୍ରେୟ ଦେଲା BJD

'ସଭ୍ୟ ସଂଗ୍ରହ ଅଭିଯାନକୁ ଅଧିକ କ୍ରିୟାଶୀଳ କରାଯିବ'

ଅନ୍ୟପଟେ ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି, "ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ସାଙ୍ଗଠନିକ ପ୍ରକ୍ରିୟା ଜୋରଦାର କରାଯାଇଛି । ସମସ୍ତଙ୍କୁ ସାଙ୍ଗରେ ନେଇ କାର୍ଯ୍ୟକ୍ରମ କରିବା ସହ ସଂଗଠନକୁ ଶକ୍ତିଶାଳୀ କରାଯିବ । ସଭ୍ୟ ସଂଗ୍ରହ ଅଭିଯାନକୁ ଅଧିକ କ୍ରିୟାଶୀଳ କରାଯିବ । ସେଥିପାଇଁ କିଛି ନିର୍ଦ୍ଦିଷ୍ଟ ନେତୃତ୍ୱକୁ ଦଳର ସଭାପତି ଦାୟିତ୍ୱ ଦେଇଛନ୍ତି । ଏହି ଉଦ୍ୟମ ତୃଣମୂଳ ସ୍ତରରେ କର୍ମୀ ମାନଙ୍କୁ ଏକଜୁଟ କରିବାରେ ସଫଳ ହେବ । ଦଳକୁ ତୃଣମୂଳ ସ୍ତରରେ ସଂଠିତ କରିବ । ଲମ୍ବା ସମୟ ଧରି ଓଡିଶାବାସୀ ନବୀନ ବାବୁଙ୍କ ଉପରେ ବିଶ୍ଵାସ ରଖିଛନ୍ତି । ଆଞ୍ଚଳିକ ଦଳ ହିସାବରେ ଆଜି ବି ବିଜେଡି ଓଡିଶାବାସୀଙ୍କ ଅଗ୍ରାଧିକାର ରହିଛି । ବିରୋଧୀ ଦଳର ଭୂମିକା ସମର୍ପିତ ଭାବେ ନିର୍ବାହ କରିବା ଆମ ଦାୟିତ୍ୱ । ସେହି ଦାୟିତ୍ୱ ନବୀନଙ୍କ ନେତୃତ୍ୱରେ ଓଡିଶାବାସୀଙ୍କ ବିଭିନ୍ନ ସମସ୍ୟା ସମାଧାନ କରିବା ଆମ ପାଇଁ ଚ୍ୟାଲେଞ୍ଜ ।"

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.