ମେଷ: ଆଜି କିଛି ନିଷ୍ପତ୍ତି ନେଵା କଠିନ ହୋଇପଡ଼ିଵ । କିନ୍ତୁ ଦୃଢ଼ ସଂକଳ୍ପ କାର୍ଯ୍ୟରେ ଵ୍ରତୀ ହେଵାପାଇଁ ସହଯୋଗ କରିଵ । ଭାଵପ୍ରଵଣତା କାର୍ଯ୍ୟକୁ ପ୍ରଭାଵିତ କରିପାରେ । କିନ୍ତୁ ଥରେ ନିଷ୍ପତ୍ତି ନେଇଗଲା ପରେ ଆପଣ ସେଥିରେ ଲାଗି ରହିଵାକୁ ହେଵ । ପରିସ୍ଥିତିକୁ ସାମ୍ନା କରିଵାପାଇଁ ସ୍ଥିର ଚିତ୍ତରେ ଅଗ୍ରସର ହେଵାକୁ ପଡ଼ିଵ । କାର୍ଯ୍ୟ ବ୍ୟସ୍ତତା ଦେଇ ଗତି କରିବେ ।
ବୃଷ: ଆପଣ ଆଜି ସତର୍କତା ଏବଂ ସଞ୍ଜମ ରକ୍ଷା କରନ୍ତୁ । ଦିନସାରା ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନ ରହିଛି । ପାଖ ଲୋକ ଶତ୍ରୁତା କରିପାରନ୍ତି । ଦୂରଯାତ୍ରା କରି ଶାରୀରିକ ପୀଡ଼ା ଭୋଗିପାରନ୍ତି । ଆପଣ ଚେଷ୍ଟା କଲେ ଏହାକୁ ସଂପୂର୍ଣ୍ଣ ଭାବରେ ଏଡାଇ ପାରିବେ । ତେଣୁ ସତର୍କତାର ସହିତ ଅଗ୍ରସର ହୁଅନ୍ତୁ ।
ମିଥୁନ: ଆଜି ଦିନ ଆପଣଙ୍କ ପାଇଁ ଆଶୀର୍ବାଦ ଭରା ରହିବ । ଆପଣଙ୍କ ପ୍ରେମ ଏବଂ ପରିଶ୍ରମର ଲାଭ ଉଠାନ୍ତୁ । ଆପଣଙ୍କର ଭଲ ଭାଗ୍ୟ ଆପଣଙ୍କୁ ଖୁସି ଦେବ । ସମସ୍ତ କ୍ଷେତ୍ରରୁ ଲାଭ ପ୍ରବାହିତ ହେବ । ଆପଣ ଏକ ବଡ ଧରଣର ପ୍ରକଳ୍ପ ପାଇବାର ସମ୍ଭାବନା ରହିଛି କିମ୍ୱା ଏକ ରାଜିନାମା କାର୍ଯ୍ୟକାରୀ ହେବାରେ ଅପେକ୍ଷାରେ ଅଛି । ଆର୍ଥିକ ଲାଭ ହେବ । ଆଶା କରି ନଥିବା ଦିଗରୁ ଟଙ୍କା ମିଳିବାର ସମ୍ଭାବନା ରହିଛି ।
କର୍କଟ: ପେଶାଦାରମାନଙ୍କ ପାଇଁ ଏହି ଦିନଟି ଫଳପ୍ରଦ ହେବ । ପଦୋନ୍ନତି ହେବାର ସମ୍ଭାବନା ଅଛି । ଆପଣ ଆପଣଙ୍କ ପରିବାର ସଦସ୍ୟଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଆଲୋଚନା କରିପାରନ୍ତି । ଆପଣ ସମ୍ମାନ ଏବଂ ଟଙ୍କା ଅର୍ଜନ କରିବେ । ଆପଣ ଆପଣଙ୍କ ଘରର ଡେକୋରେସନ କରି ସୌନ୍ଦର୍ଯ୍ୟ ବଢାଇ ପାରନ୍ତି । ଅତ୍ୟଧିକ କାର୍ଯ୍ୟ ଯୋଗୁଁ ଆପଣ ଥକି ପଡି ପାରନ୍ତି । ଥଣ୍ଡା କାଶ ଜନିତ ସମସ୍ୟାର ସମ୍ମୁଖିନ ହୋଇପାରନ୍ତି ।
ସିଂହ: ନିଜ ଜୀଵନରେ କାହାକୁ ବେଶି ଅପେକ୍ଷା କରିଥିଵା ଵ୍ୟକ୍ତିଙ୍କୁ ଆଜି ଭେଟିଵେ । ନିଜ ଜୀଵନସାଥୀଙ୍କୁ ମୂଲ୍ୟଵାନ ଉପହାର ଦେଇପାରନ୍ତି । କଳା ପ୍ରତି ଆକର୍ଷିତ ହେଵେ, ସଫଳତା ପ୍ରଦର୍ଶନ କରିଵାକୁ ସକ୍ଷମ ହେଵେ । ଆୟର ନୂତନ ଉତ୍ସ ମିଳିବ । ବିବାହଜନିତ ସମସ୍ୟାକ ସମାଧାନ ହେବ । ରାଜନୀତି ସହ ଜଡ଼ିତ ଲୋକ ସଫଳ ହେବ ।
କନ୍ୟା: ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ହେଉଛି ଏକ ମହତ୍ୱପୂର୍ଣ୍ଣ ଦିନ । ଆପଣ ବହୁ ପୂର୍ବରୁ ପ୍ରସ୍ତୁତ କରିଥିବା ଯୋଜନା କାର୍ଯ୍ୟକାରୀ କରିବେ । ଯଦି ଆପଣ ଜୀବନର ଅନ୍ୟ କ୍ଷେତ୍ର ଯେପରିକି ସ୍ୱାସ୍ଥ୍ୟ, ଅର୍ଥ କିମ୍ୱା ସଂପର୍କ ବିଷୟରେ ଯତ୍ନଶୀଳ ହେବେ ଏହା ଆପଣଙ୍କ ପାଇଁ ସାହାଯ୍ୟକାରୀ ହେବ । କର୍ମସ୍ଥଳରେ ପ୍ରଶଂସାର ପାତ୍ର ହେବେ ।
ତୁଳା: ଆଜି କୌଣସି ଦାମୀ ଜିନିଷ ଘରକୁ ଆଣିବେ । ନିଜର ରୂପ ସୌନ୍ଦର୍ଯ୍ୟ ପ୍ରତି ସମ୍ବେଦନଶୀଳ ହେବେ । କର୍ମଚଞ୍ଚଳ ରହିବେ । ଶାରୀରିକ ଓ ମାନସିକ ଭାବରେ ସୁସ୍ଥ ରହିବେ । ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ରହିଛି । ଉଚ୍ଚପଦସ୍ତ କର୍ମଚାରୀ ଆପଣଙ୍କ କାର୍ଯ୍ୟ ଉପରେ ସନ୍ତୁଷ୍ଟ ହେବେ । ବ୍ୟବସାୟୀ ଲାଭବାନ ହେବେ । ଛାତ୍ରଛାତ୍ରୀଙ୍କ ପାଇଁ ଆଜିର ଦିନ ଅତ୍ୟନ୍ତ ଭଲରେ କଟିବ ।
ବିଛା: ଆଜି ଆପଣଙ୍କ ଜୀଵନରେ ଏକ ସାଂସାରିକ ଦିନ ରହିଛି । କିଛି ଆଖି ଦୃଶିଆ ଜିନିଷ ନାହିଁ । ଖୁସି ରୁହନ୍ତୁ ଓ ଜୀଵନରେ କିଛି ନୂଆ କରିଵାକୁ ଚେଷ୍ଟା କରନ୍ତୁ । ଆଜି ଗ୍ରହମାନେ ନିଜର ପଥ ବଦଳାଇପାରନ୍ତି । ଯାହା ଆପଣଙ୍କପାଇଁ ସୁଖଦ ଭଵିଷ୍ୟତ ଆଣିଵେ । ଆଶାକୁ ଜୀଵନ୍ତ ରଖିଥାନ୍ତୁ । ମିଠାକଥା କହି ଅନ୍ୟଙ୍କୁ ଆପାୟିତ କରିବେ । ଖର୍ଚ୍ଚର ପରିମାଣ କମ୍ ରହିବ ।
ଧନୁ: ଆପଣଙ୍କ ପିଲାଙ୍କ ଶରୀର ଏବଂ ପାଠପଢା ସଂକ୍ରାନ୍ତୀୟ ବିଷୟ ସାରାଦିନ ଆପଣଙ୍କୁ ଚିନ୍ତାଗ୍ରସ୍ତ କରି ପକାଇପାରେ । ଆପଣଙ୍କ ବିରକ୍ତି ଭାବ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ । ଆଜି ଆପଣ କିଛି ବିଷୟରେ କଳ୍ପନା କରିପାରନ୍ତି । ସାହିତ୍ୟ ଆଡକୁ ଆପଣ ଢଳି ପଡିବାର ସମ୍ଭାବନା ଅଛି । ସନ୍ଧ୍ୟା ବେଳକୁ ଏକ ସୁସମ୍ବାଦ ମିଳିପାରେ । ଯାହା ଦିନଯାକର ଚିନ୍ତାକୁ ଦୂର କରିବ । ବିଦ୍ୟାର୍ଥୀ ପରୀକ୍ଷାମୂଳକ ପ୍ରତିଯୋଗିତାରେ ସଫଳ ହେବେ ।
ମକର: ସାଧାରଣ କଥାକୁ ନେଇ ଘରେ ମନମାଳିନ୍ୟ ହୋଇପାରେ । କୌଣସି ବଡ଼ ନିଷ୍ପତ୍ତି ନେବା ସମୟରେ ବିଜ୍ଞମାନଙ୍କ ପରାମର୍ଶ ନିଅନ୍ତୁ । ଯାତ୍ରା କରିବାର ସମ୍ଭାବନା ରହିଛି । ଅବସ୍ୟା ବ୍ୟବସାୟ ସହ ଜଡ଼ିତ ବ୍ୟକ୍ତି ଲାଭବାନ ହେବେ । ଜିନିଷପତ୍ର ପ୍ରତି ସତର୍କ ରହନ୍ତ, କାରଣ ହଜିଯିବାର ଆଶଙ୍କା ରହିଛି ।
କୁମ୍ଭ: ଆଜି ଆପଣଙ୍କ ପ୍ରତ୍ୟେକ ପଦକ୍ଷେପ ଆଗକୁ ଅଗ୍ରସର ହେବାକୁ ପ୍ରସ୍ତୁତ । ମନ ଆଗ୍ରହୀ, ଆଶାବାଦୀ ଏବଂ ଉଲ୍ଲାସର ଭରା ରହିବ । ସେହିପରି ପୂରୁଣା ସମସ୍ୟା ମଧ୍ୟ ଦୂରେଇ ଯିବ । ଆପଣ ଉତ୍ସାହୀ ଅନୁଭବ କରିବେ । ଆପଣଙ୍କ ଭାଗ୍ୟ ଆପଣଙ୍କର ଉପରେ ଆଶୀର୍ବାଦ ବର୍ଷା କରିବ । ଶତ୍ରୁଙ୍କୁ ପରାଜିତ କରିବେ । ଅନ୍ୟକୁ ଦେଇଥିବା ଟଙ୍କା ପେରି ପାଇବାର ସମ୍ଭାବନା ରହିଛି ।
ମୀନ: ଆଜି ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ । ପରିବାରରେ ମତଭେଦ ରହିପାରେ ଓ ମାତାଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତା ରହିବ । ଚାକିରିରେ ଅସୁବିଧା ସାମ୍ନା କରିପାରନ୍ତି । ସମ୍ପତ୍ତିର ଦସ୍ତାବିଜ୍ କରିବା ସମୟରେ ବିଶେଷ ଧ୍ୟାନ ଦିଅନ୍ତୁ । ନିଜ କଥା ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ । ଖର୍ଚ୍ଚାନ୍ତ ହୋଇପାରନ୍ତି ।