ଓଡିଶା

odisha

By ETV Bharat Odisha Team

Published : Apr 4, 2024, 10:46 PM IST

ETV Bharat / politics

ରାଉରକେଲା କଂଗ୍ରେସରେ ତେଜିଲା ବିରୋଧ, ବିଧାୟକ ପ୍ରାର୍ଥୀ ଚୟନ ଉପରେ ନେତା ଓ କର୍ମୀଙ୍କ ପୁନଃବିଚାର ଦାବି - Internal Conflict In Congress

Internal Conflict In Rourkela Congress: ରାଉରକେଲାରେ କଂଗ୍ରେସ ବିଧାୟକ ପ୍ରାର୍ଥୀତ୍ବକୁ ନେଇ ତେଜୁଛି ଦଳୀୟ ଅନ୍ତକନ୍ଦଳ । ଅନ୍ୟଦଳରୁ ଆସି ଟିକେଟ ପାଇବାକୁ ନେଇ ନେତା ଓ କର୍ମୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ । ଟିକେଟ ଉପରେ ପୁନଃ ବିଚାର କରିବାକୁ କରିଛନ୍ତି ଦାବି । ଅଧିକ ପଢନ୍ତୁ

ରାଉରକେଲା କଂଗ୍ରେସରେ ତେଜିଲା ବିରୋଧ, ବିଧାୟକ ପ୍ରାର୍ଥୀ ଚୟନ ଉପରେ ନେତା ଓ କର୍ମୀଙ୍କ ପୁନଃ ବିଚାର ଦାବି
ରାଉରକେଲା କଂଗ୍ରେସରେ ତେଜିଲା ବିରୋଧ, ବିଧାୟକ ପ୍ରାର୍ଥୀ ଚୟନ ଉପରେ ନେତା ଓ କର୍ମୀଙ୍କ ପୁନଃ ବିଚାର ଦାବି

ରାଉରକେଲା କଂଗ୍ରେସରେ ତେଜିଲା ବିରୋଧ, ବିଧାୟକ ପ୍ରାର୍ଥୀ ଚୟନ ଉପରେ ନେତା ଓ କର୍ମୀଙ୍କ ପୁନଃ ବିଚାର ଦାବି

ରାଉରକେଲା: କଂଗ୍ରେସର ବିଧାନସଭା ଟିକେଟ ତାଲିକା ଘୋଷଣା ପରେ ବର୍ତ୍ତମାନ କଂଗ୍ରେସ ଦଳରେ ଦେଖାଦେଇଛି ଅସନ୍ତୋଷ । ବିଭିନ୍ନ ସ୍ଥାନରେ କଂଗ୍ରେସ ଦଳର ନେତା କର୍ମୀ ଏବଂ ଆଶାୟୀ ପ୍ରାର୍ଥୀଙ୍କ ମହଲରେ ବର୍ତ୍ତମାନ ଅସନ୍ତୋଷ ମନୋଭାବ ଦେଖିବାକୁ ମିଳିଛି । ତେବେ ରାଉରକେଲାରେ ବର୍ତ୍ତମାନ ସେହି ସମାନ ସ୍ଥିତି ଦେଖିବାକୁ ମିଳିଛି । ରାଉରକେଲା ବିଧାନସଭା ମଣ୍ଡଳୀ ପାଇଁ ଟିକେଟକୁ ନେଇ ବିରୋଧ କରିଛି ରାଉରକେଲା ଜିଲ୍ଲା କଂଗ୍ରେସ । ତେବେ ଗତ ଦୁଇ ଦିନ ତଳେ କଂଗ୍ରେସ ଦଳ ପକ୍ଷରୁ ରାଉରକେଲା ବିଧାନସଭା ପ୍ରାର୍ଥୀ ପାଇଁ ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ବିରେନ୍ଦ୍ର ନାଥ ପଟ୍ଟନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ।

ତେବେ ପ୍ରାର୍ଥୀ ଘୋଷଣା ହେବା ପରେ ଆଜି ରାଉରକେଲା ଜିଲ୍ଲା କଂଗ୍ରେସ ଅଫିସରେ ସମସ୍ତ କଂଗ୍ରେସ କର୍ମୀ ଏବଂ ବୁଥ ସ୍ତରର ନେତା ସହ ଜିଲ୍ଲା ସଭାପତି, ପୂର୍ବତନ ବିଧାୟକ ସହ ବିଧାୟକ ପ୍ରାର୍ଥୀ ଆଦି ଏକାଠି ହୋଇ ଏକ ସଭା ଆୟୋଜନ କରିଥିଲେ । ରାଉରକେଲା ଜିଲ୍ଲା କଂଗ୍ରେସ ବର୍ତ୍ତମାନ ଟିକେଟ କୁ ନେଇ ଅସନ୍ତୋଷ ଜାହିର କରିଛି । ସେମାନେ ଅଭିଯୋଗ କରିଛନ୍ତି ଯେ କାହିଁକି ଜଣେ ଅନ୍ୟ ଦଳର ଲୋକଙ୍କୁ ଆଣି କଂଗ୍ରେସ ରେ ଟିକେଟ ଦିଆଯାଇଛି । କାରଣ ସେ ପୂର୍ବରୁ ଜିଲ୍ଲା କଂଗ୍ରେସ ସଭାପତି ଥିଲେ ଏବଂ ଏହାପରେ ସେ ବିଜେଡି ଦଳକୁ ଯାଇଥିଲେ କିନ୍ତୁ ବିଜେଡି ଦଳରେ କାମ କରିବା ପରେ ପୁଣି ମାସେ ତଳେ କଂଗ୍ରେସରେ ସାମିଲ ହେବା ପରେ ଆଜି ତାଙ୍କୁ କିଭଳି ଭାବରେ AICC ଟିକେଟ ଦେଇଛି ଏହାକୁ ନେଇ ବର୍ତ୍ତମାନ ଅସନ୍ତୋଷ ଦେଖିବାକୁ ମିଳୁଛି ।

ଏହା ମଧ୍ୟ ପଢନ୍ତୁ ...କଂଗ୍ରେସ ଛାଡିଲେ ବାପି ସର୍ଖେଲ, ନିକଟରେ ସ୍ତ୍ରୀ ଧରିଥିଲେ ଶଙ୍ଖ - Bapi Sarkhel Quits Congress

ତେବେ ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ଅଭିଯୋଗ ହୋଇଛି ଯେ ଯେଉଁ ମାନେ ବର୍ଷ ବର୍ଷ ଧରି ଦଳପାଇଁ କାର୍ଯ୍ୟ କରିଛନ୍ତି ଏବଂ ଦଳକୁ ସଂଗଠିତ କରିବା ସହ ଦଳକୁ ବିଭିନ୍ନ ସମୟରେ ସାଥ୍ ଦେଇଛନ୍ତି ସେମାନଙ୍କୁ ଟିକେଟ ନଦେଇ କାହିଁକି ଅନ୍ୟ ଦଳର ଲୋକଙ୍କୁ ଟିକେଟ ପ୍ରଦାନ କରାଯାଉଛି । ଅନ୍ୟ ପକ୍ଷରେ ଟିକେଟ ପାଇଥିବା ବିରେନ୍ଦ୍ର ନାଥ ପଟ୍ଟନାୟକ ନିଜ ପ୍ରତିକ୍ରିୟା କହିଛନ୍ତି ଯେ ସମସ୍ତ କର୍ମୀ ଏବଂ ନେତା ମୋ ସହ ଅଛନ୍ତି ଏବଂ ଦଳ ମଧ୍ୟ ମୋ ସହ ଅଛି । ତେବେ କିଛି ମୁଷ୍ଟିମେୟ କର୍ମୀ ବା ନେତା ମାନେ ବିରୋଧ କରିଛନ୍ତି ଏବଂ ରାଜନୀତିରେ ସମର୍ଥନ ଏବଂ ବିରୋଧ ସବୁ ବେଳେ ଥାଏ । ତେବେ ବିରୋଧ କୁ ସିଧାସଳଖ ଖାରଜ କରିଛନ୍ତି ବିଧାୟକ ପ୍ରାର୍ଥୀ । କିନ୍ତୁ ସେପଟେ କଂଗ୍ରେସର ନିଷ୍ପତ୍ତିରେ ଅସନ୍ତୋଷ କର୍ମୀ ଏବଂ ନେତା ଆଜି କଂଗ୍ରେସ ହାଇ କମାଣ୍ଡ ଙ୍କୁ ଚିଠି ମଧ୍ୟ ଲେଖିଛନ୍ତି ଏବଂ ଏହି ରାଉରକେଲା ବିଧାନସଭା ମଣ୍ଡଳୀ ଟିକେଟ କୁ ନେଇ ପୁନଃ ବିଚାର କରାଯିବାକୁ ନେଇ ଦାବି ହୋଇଛି, ନଟେତ ଏ ନେଇ ଭବିଷ୍ୟତରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ନେତା କର୍ମୀ ମାନେ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details