ହାଇଦ୍ରାବାଦ: ଚାଇନିଜ କମ୍ପାନୀ ରିଅଲମି ଭାରତରେ ଆଜି ଭାରତରେ ଏହାର ଆଗାମୀ ଦୁଇଟି ନୂଆ 5ଜି ସ୍ମାର୍ଟଫୋନକୁ ଲଞ୍ଚ କରିଛି । ରିଅଲମି ପି3 ସିରିଜରେ ଗ୍ରାହକ Realme P3x ଓ Realme P3 Pro ଦୁଇଟି ସ୍ମାର୍ଟଫୋନକୁ କିଣିପାରିବେ । ଉଭୟ ମୋବାଇଲ 50 ମେଗାପିକ୍ସେଲ ପ୍ରାଇମେରି କ୍ୟାମେରା ଓ 6000mAh ବଡ଼ ବ୍ୟାଟେରୀ ସହ ଆସିଛି । ରିଅଲମି ପି3 ପ୍ରୋ ମଡେଲ ସ୍ନାପଡ୍ରାଗନ 7ଏସ ଜେନ 3 ଚିପସେଟ୍ ସହ ଆସିଥିବାବେଳେ P3x ମିଡିଆଟେକ୍ ଡାଇମେନସିଟି 6400 SoC ପ୍ରୋସେସର ସହ ଆସିଛି । ଉଭୟ ଆଣ୍ଡ୍ରଏଡ 15 ଉପରେ ଆଧାରିତ ଓ Realme UI 6.0 ୟୁଜର ଇଣ୍ଟରଫେସ ସହ ଆସିଛନ୍ତି ।
Packed with Snapdragon 7s Gen 3 & 6000mAh battery.
— realme (@realmeIndia) February 18, 2025
Get ready to SLAY with the #realmeP3Pro5G!
First sale on 25th Feb, 12 PM! Starting at ₹21,999* inclusive of 2K off bank offer
*T&C Apply
Search for #realmeP3Pro5G on @Flipkart!https://t.co/p9FT51E3kshttps://t.co/fTFutAU0Im pic.twitter.com/AiksiffCxu
Realme P3 Series: ଭାରତରେ ଦାମ ଓ ଅଫର
- ରିଅଲମି P3 Pro 5G ସ୍ମାର୍ଟଫୋନର ଦାମ ବେସ୍ ମଡେଲ 8GB RAM+128GB ଲାଗି 23,999 ଟଙ୍କା ରହିଛି । ଏହି ହ୍ୟାଣ୍ଡସେଟ୍ଟି ଆଉ ଦୁଇଟି ଭାରିଏଣ୍ଟ 8GB+256GB ଓ 12GB+256GB ଉପଲବ୍ଧ ଥିବାବେଳେ ଏହାର ଦାମ ଯଥାକ୍ରମେ ₹24,999 ଓ ₹26,999 ରହିଛି । ଏହା 3ଟି କଲର ଅପସନ Galaxy Purple, Nebula Glow ଓ Saturn Brownରେ ଉପଲବ୍ଧ । ଏହାକୁ ଗ୍ରାହକ କମ୍ପାନୀର ୱେବସାଇଟ୍ ଓ ଫ୍ଲିପକାର୍ଟରୁ ଫେବୃଆରୀ 25 ତାରିଖରୁ କିଣିପାରିବେ ।
- ଯଦି ଆମେ ଅନ୍ୟ ସ୍ମାର୍ଟଫୋନ ରିଅଲମି P3x 5G ସମ୍ପର୍କରେ ଆଲୋଚନା କରିବା ଏହା ଦୁଇଟି ଭାରିଏଣ୍ଟ 6GB+128GB ଓ 8GB+128GB ସହିତ ଉପଲବ୍ଧ ଥିବାବେଳେ ଏହାର ଦାମ ଯଥାକ୍ରମେ ₹13,999 ଓ ₹14,999 ରହିଛି । ଏହା 3ଟି କଲର ଅପସନ Lunar Silver, Midnight Blue ଓ Stellar Pink ସହିତ ଉପଲବ୍ଧ । ଗ୍ରାହକ ଏହି ହ୍ୟାଣ୍ଡସେଟ୍କୁ ଫେବୃଆରୀ 28 ତାରିଖରୁ ରିଅଲମି ୱେବସାଇଟ୍ ଓ ଫ୍ଲିପକାର୍ଟରୁ କିଣିପାରିବେ ।
- ଗ୍ରାହକ ଯୋଗ୍ୟ ବ୍ୟାଙ୍କ କାର୍ଡ ଅଫର ସହିତ Realme P3 Pro 5G ଉପରେ Rs. 2,000 ରିହାତି ଏବଂ Realme P3x 5G ଉପରେ ₹1,000 ରିହାତି ପାଇପାରିବେ ।
Realme P3 Series: ସ୍ପେଶିଫିକେସନ
Realme P3 Pro
- ଡିସପ୍ଲେ: 6.83 ଇଞ୍ଚ 1.5K କ୍ବାଡ୍-କର୍ଭଡ୍ AMOLED ଡିସପ୍ଲେ, 1500ନିଟ୍ସ ପିକ୍ ବ୍ରାଇଟନେସ୍, 120Hz ରିଫ୍ରେସ୍ ରେଟ୍ ।
- ପ୍ରୋସେସର: କ୍ବାଲକମ୍ ସ୍ନାପଡ୍ରାଗନ 7ଏସ ଜେନ 3
- କ୍ୟାମେରା: 50MP Sony IMX896 ଡୁଆଲ କ୍ୟାମେରା, 16MP Sony IMX480 ଫ୍ରଣ୍ଟ କ୍ୟାମେରା ରହିଛି ।
- ବ୍ୟାଟେରୀ: 6000mAh ବ୍ୟାଟେରୀ, 80W SUPERVOOC ଚାର୍ଜିଂ ସପୋର୍ଟ
- ସଫ୍ଟୱେର: ଆଣ୍ଡ୍ରଏଡ 15 ଆଧାରିତ ରିଅଲମି UI 6.0 ଦ୍ବାରା ଚାଳିତ ।
- ଅନ୍ୟାନ୍ୟ ଫିଚର: ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର, ସର୍କଲ-ଟୁ-ସର୍ଚ୍ଚ, ୱେଟ୍ ଟଚ୍ ଟେକ୍ନୋଲୋଜି, ଭିସି କୁଲିଂ ସିଷ୍ଟମ, ଏଆଇ ଇରେଜ 2.0, ଏଆଇ ରିଫ୍ଲେକ୍ସନ ରିମୁଭର । ପାଣି ଓ ଧୂଳି ପ୍ରତିବନ୍ଧକ ଲାଗି IP66, IP68, IP69 ରେଟିଂ ।
Game on, all day!
— realme (@realmeIndia) February 17, 2025
Pushing the #realmeP3Pro5G to its limits! The Snapdragon 7s Gen 3 & GT Boost mode makes every game smooth .
Who’s ready to squad up? #BornToSlay
Check out #realmeP3Pro5G on @Flipkart!https://t.co/p9FT51EBa0https://t.co/fTFutAUyxU
Realme P3x
- ଡିସପ୍ଲେ: 120Hz ରିଫ୍ରେସ୍ ରେଟ୍
- ପ୍ରୋସେସର: ମିଡିଆଟେକ୍ ଡାଇମେନସିଟି 6400
- କ୍ୟାମେରା: 50MP ଏଆଇ କ୍ୟାମେରା
- ବ୍ୟାଟେରୀ: 6000mAh ବ୍ୟାଟେରୀ, 45W SUPERVOOC ଚାର୍ଜିଂ ସପୋର୍ଟ
- ସଫ୍ଟୱେର: ଆଣ୍ଡ୍ରଏଡ 15 ଆଧାରିତ ରିଅଲମି UI 6.0 ଦ୍ବାରା ଚାଳିତ ।
- ଅନ୍ୟାନ୍ୟ ଫିଚର: ପାଣି ଓ ଧୂଳି ପ୍ରତିବନ୍ଧକ ଲାଗି IP68, IP69 ରେଟିଂ ରହିଛି । ଏହାବାଦ ରିଅଲମି GT ଗେମିଂ ମୋଡ୍, 18GB ଡାଇନାମିକ୍ ରାମ୍, ରେନ୍ୱାଟର ସ୍ମାର୍ଟ ଟଚ୍ ସାମିଲ ।