ETV Bharat / politics

ରାଜ୍ୟ ଅଭିବୃଦ୍ଧି ପଛରେ ଶ୍ରେୟ କାହାର ? ତେଜିଲା ରାଜନୀତି - ECONOMIC SURVEY REPORT 2025

'ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୪-୨୫'କୁ ନେଇ ତେଜିଲା ଶ୍ରେୟ ରାଜନୀତି । ବିଜେଡି କହିଲା ପୂର୍ବ ସରକାରଙ୍କ ପରିଶ୍ରମ, ବିଜେପିର ପ୍ରତିକ୍ରିୟା,'ଗତ ସରକାରଙ୍କ ଅପେକ୍ଷା ଏ ସରକାରଙ୍କ ଉପଲବ୍ଧି ଭଲ' ।

Odisha Economic survey report 2025
Odisha Economic survey report 2025 (ETV Bharat Odisha)
author img

By ETV Bharat Odisha Team

Published : Feb 16, 2025, 6:52 PM IST

ଭୁବନେଶ୍ୱର: 'ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୪-୨୫'କୁ ନେଇ ତେଜିଲା ଶ୍ରେୟ ରାଜନୀତି । ରାଜ୍ୟ ଅଭିବୃଦ୍ଧି ପଛରେ କେଉଁ ସରକାରଙ୍କୁ ମିଳିବ ଶ୍ରେୟ ସେନେଇ ଆରମ୍ଭ ହୋଇଯାଇଛି ବୟାନବାଜି । ୮ ମାସର ସରକାର ବିକାଶକୁ ଆଗକୁ ନେବା ପାଇଁ ଆବଶ୍ୟକୀୟ ଚେଷ୍ଟା ସଫଳତାର ସହ କରିଥିବାରୁ ଓଡ଼ିଶା ବିକଶିତ ଦିଗ ଆଡକୁ ଯାଉଥିବା ବିଜେପି କହିଥିବା ବେଳେ ପୂର୍ବ ସରକାରଙ୍କ ଯୋଗୁଁ ଓଡ଼ିଶା ଅର୍ଥନୀତି କ୍ଷେତ୍ରରେ ସମୃଦ୍ଧ ହୋଇଥିବା ବିଜେଡି ପ୍ରତିକ୍ରିୟା ରଖିଛି । ସେପଟେ ଉଭୟଙ୍କୁ ସମାଲୋଚନା କରିଛି କଂଗ୍ରେସ ।

Odisha Economic survey report 2025 (ETV Bharat Odisha)

ଅର୍ଥନୈତିକ ସର୍ଭେ ରିପୋର୍ଟକୁ ନେଇ ଶ୍ରେୟ ରାଜନୀତି:

୯୦ତମ ବଜେଟ ଉପସ୍ଥାପନ ପୂର୍ବରୁ ବିଧାନସଭାରେ ଉପସ୍ଥାପିତ ହୋଇଛି 'ଓଡିଶା ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୪-୨୫'। ତେବେ ଅର୍ଥନୈତିକ ସର୍ଭେ ରିପୋର୍ଟକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟ ଅଭିବୃଦ୍ଧି ପଛରେ ଶ୍ରେୟ କାହାର, ତାହାକୁ ନେଇ ତେଜିଛି ରାଜନୀତି ।

'ବିଗତ ସରକାରଙ୍କ ଅପେକ୍ଷା ଏ ସରକାରଙ୍କ ଉପଲବ୍ଧି ଭଲ':

ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,"ଏହି ୬ରୁ ୭ ମାସ ମଧ୍ୟରେ ସରକାର ରାଜ୍ୟର ବିକାଶକୁ ଆଗକୁ ନେବା ପାଇଁ ଯାହା ଯାହା ଚେଷ୍ଟା ଆବଶ୍ୟକ ତାହାକୁ ସଫଳତାର ସହ କରିଛନ୍ତି । ପ୍ରଥମ ବର୍ଷର ପ୍ରଥମ ପର୍ଯ୍ୟାୟରେ କୌଣସି ସରକାର ଗତିଶୀତଳତାର ସହିତ ବିକାଶକୁ ଆଗକୁ ନେବାର ପ୍ରକ୍ରିୟା ବିଗତ ସମସ୍ତ ସରକାରଙ୍କ ଅପେକ୍ଷା ଏ ସରକାରଙ୍କ ଉପଲବ୍ଧି ବହୁତ ଭଲ ଅଛି । ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ବଜେଟ ଆସିବାକୁ ଯାଉଛି ।"

ସେ ଆଉମଧ୍ୟ କହିଛନ୍ତି," ମୁଦ୍ରାସ୍ପିତୀ କମାଇବା ସହ ଅର୍ଥନୀତି ସୁଦୃଢ ପାଇଁ ନୂଆ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ବିଜେଡି ସରକାର ଗଲେଣି କିନ୍ତୁ ବିଶ୍ଵାସ କରି ପାରୁ ନାହାନ୍ତି । ମରୀଚିକା ପଛରେ ନ ଧାଇଁ ବାସ୍ତବତାକୁ ଆସନ୍ତୁ ବିରୋଧୀ ଦଳର ଭୂମିକା ନିଭାନ୍ତୁ ।"

'ପୂର୍ବ ସରକାରଙ୍କ ପରିଶ୍ରମ ଏବଂ ସାଧନ':

ଅନ୍ୟପଟେ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବର୍ତ୍ତମାନର ସରକାର ଏକ ଭାଗ୍ୟଶାଳୀ ସରକାର । ସେ ଉତ୍ତରାଧିକାରୀ ସୁତ୍ରରେ ଏକ ଭଲ ସରକାର ପାଇଛନ୍ତି । ଆମେ ଆଶା କରିବୁ ତାହାର ସମ୍ପୂର୍ଣ୍ଣ ସଦୂପଯୋଗ କରିବେ । ଦୂରଦୃଷ୍ଟି ସମ୍ପନ୍ନ ମନୋଭାବ ନେଇ ବଜେଟ ତିଆରି କରିବେ । ପୂର୍ବତନ ସରକାର ଯେଉଁ ଉତ୍ତମ ଅର୍ଥନୈତିକ ବ୍ୟବସ୍ଥା ଛାଡି ଯାଇଛନ୍ତି ତାହାର ସମ୍ପୂର୍ଣ୍ଣ ସଦୂପଯୋଗ କରିବା ପାଇଁ ବର୍ତ୍ତମାନର ସରକାର ହାତଛଡା କରିବେ ନାହିଁ । ଅର୍ଥନୈତିକ ସର୍ଭେ ରିପୋର୍ଟରେ ମୁଖ୍ୟତଃ ୨୦୧୯-୨୦ ରୁ ୨୦୨୩-୨୪ ଭିତରେ ଓଡିଶା ଅର୍ଥନୀତି ବିକାଶର ଉଲ୍ଲେଖ କରାଯାଇଛି । ଗତବର୍ଷ ମାନଙ୍କରେ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ସୁନ୍ଦର ସଫଳତା ହାସଲ କରିଛି । ଆଚିଭର ବର୍ଗରେ ଓଡ଼ିଶା ସ୍ଥାନ ପାଇଛି । ଏହା ପୂର୍ବ ସରକାରଙ୍କ ପରିଶ୍ରମ ଏବଂ ସାଧନ । ଆସନ୍ତାକାଲି ସରକାର ଯେଉଁ ବଜେଟ ଉପସ୍ଥାପନ କରିବେ ଏ ସୁଯୋଗର ଉପଯୋଗ କରିବେ ଏବଂ ରାଜ୍ୟର ଅର୍ଥ ବ୍ୟବସ୍ଥାକୁ ଆହୁରି ଊର୍ଦ୍ଧ୍ୱଗାମୀ କରିବା ପାଇଁ ଯେଉଁ ଦିଗ ଆମେ ଦେଇ ଛାଡି ଦେଇଛୁ ତାକୁ ଆହୁରି ଦୀର୍ଘ କରିବା ପାଇଁ ବ୍ୟବସ୍ଥା କରିବେ । ଯଦି ଏ ସୁଯୋଗକୁ ସରକାର ହରାଇବେ ଓଡିଶା ନିମ୍ନ ସ୍ତରରେ ପହଞ୍ଚିବ।"

କଂଗ୍ରେସର କଟାକ୍ଷ:

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କଟାକ୍ଷ କରି କହିଛନ୍ତି, "ଯଦି ଅଭିବୃଦ୍ଧି ଶ୍ରେୟ ନେବାକୁ ପ୍ରତିଯୋଗିତା କରୁଛନ୍ତି ତାହେଲେ ଦରଦାମ ବୃଦ୍ଧିର ଶ୍ରେୟ ବି ନିଅନ୍ତୁ । ରାଜ୍ୟ ଅଭିବୃଦ୍ଧି ହାର ବଢ଼ି ନାହିଁ ପୂର୍ବ ବର୍ଷ ଅପେକ୍ଷା କମିଛି ।"

ଏହାମଧ୍ୟ ପଢନ୍ତୁ...

ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ, ଅଭିବୃଦ୍ଧି ହାର ୭.୨% ରହିବା ଆକଳନ

ଅବ୍ୟବସ୍ଥା ଘେରରେ ଅଙ୍ଗନବାଡି କେନ୍ଦ୍ର, ଅନ୍ଧାରରେ ୩୧ ହଜାର ୪୫୬ ଅଙ୍ଗନବାଡ଼ି

ଗୃହରେ ତାରାଙ୍କ ବିସ୍ଫୋରକ ବୟାନ, କାଉଣ୍ଟର କଲେ ଯୋଗାଣମନ୍ତ୍ରୀ; କହିଲେ 'ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି'

କାହିଁକି ଚାଲି ପାରୁନି ଗୃହ ? କାରଣ କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ

କଣ କହୁଛି ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୪-୨୫:

ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୪-୨୫ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ୯.୫ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଆଉ ମଧ୍ୟ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ଏହି ବର୍ଷରେ ଓଡିଶା ଅର୍ଥନୀତିର ସମସ୍ତ କ୍ଷେତ୍ରରେ ସୁଦୃଢ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ଏହା ସର୍ବଭାରତୀୟ ସ୍ତରର ୬.୪ ପ୍ରତିଶତ ତୁଳନାରେ ଅଧିକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.