ETV Bharat / health

ମଧୁମେହ ରୋଗୀଙ୍କ ପାଇଁ ୫ ବ୍ୟାୟାମ, ନିୟନ୍ତ୍ରଣ ହେବ ରକ୍ତ ଶର୍କରା - BLOOD SUGAR

ମଧୁମେହ ବା ଡାଇବେଟିସ ରୋଗୀ କେଉଁ ସମୟରେ ବ୍ୟାୟାମ କରିବା ଉଚିତ୍ ? ରକ୍ତରେ ଶର୍କରା ନିୟନ୍ତ୍ରଣ ପାଇଁ କେଉଁ ବ୍ୟାୟାମ କରିବା ଉଚିତ ? ଜାଣନ୍ତୁ...

EXERCISES TO REDUCE BLOOD SUGAR
EXERCISES TO REDUCE BLOOD SUGAR (FREEPIK)
author img

By ETV Bharat Odisha Team

Published : Feb 18, 2025, 1:19 PM IST

ହାଇଦ୍ରାବାଦ: ମଧୁମେହ ବା ଡାଇବେଟିସ ଏପରି ଏକ ଲକ୍ଷଣ ଯାହାର କୌଣସି ଚିକିତ୍ସା ନାହିଁ । କିନ୍ତୁ ଉପଯୁକ୍ତ ଖାଦ୍ୟ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଦ୍ବାରା ଏହାକୁ ନିୟନ୍ତ୍ରଣ କରାଯାଇପାରିବ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ବିଶ୍ବରେ ୮ ଶହ ନିୟୁତ ଲୋକ ମଧୁମେହରେ ପୀଡିତ । ଯୁବଠାରୁ ବୟସ୍କ ଯାଏଁ ପ୍ରାୟ ଅଧିକାଂଶ ଲୋକ ମଧୁମେହ ଆକ୍ରାନ୍ତ । ମଧୁମେହ ରୋଗୀଙ୍କ ପାଇଁ ରକ୍ତରେ ଶର୍କରାସ୍ତରକୁ ନିୟନ୍ତ୍ରଣରେ ରଖିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ । ଯଦି ଆପଣ ଏହି ରୋଗ ପାଇଁ ଔଷଧ ଖାଇ ଖାଇ ବିରକ୍ତି ହୋଇଗଲେଣି । ତେବେ ପ୍ରତିଦିନ ଏକ ନିର୍ଦ୍ଧିଷ୍ଟ ସମୟରେ ଏହି ୫ଟି ବ୍ୟାୟମ କରନ୍ତୁ । ଯାହା ଆପଣଙ୍କ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ ରଖିବ ।

ଏକ ନିର୍ଦ୍ଦିଷ୍ଟ ସମୟରେ ବ୍ୟାୟାମ କାହିଁକି ଆବଶ୍ୟକ ?

ବ୍ୟାୟାମ ଅଧିକ ପ୍ରଭାବଶାଳୀ ଭାବରେ ଇନସୁଲିନ୍ ବ୍ୟବହାର କରି ରକ୍ତରେ ଶର୍କରା ସ୍ତରକୁ ହ୍ରାସ କରିଥାଏ । ଯଦି ଆପଣ ଏକ ନିର୍ଦ୍ଦିଷ୍ଟ ସମୟରେ ବ୍ୟାୟାମ କରନ୍ତି, ତେବେ ଆପଣ ଅନେକ ସ୍ବାସ୍ଥ୍ୟ ଉପକାର ପାଇପାରିବେ ? 2023 ମସିହାରେ NCBI ଦ୍ବାରା ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଯେ, ସଠିକ ସମୟରେ ବ୍ୟାୟାମ କରିବା ଦ୍ବାରା ଦିନସାରା ରକ୍ତରେ ଶର୍କରାସ୍ତ ନିୟନ୍ତ୍ରଣ ହୋଇପାରିବ ।

ବ୍ୟାୟାମ କରିବାର ଉପଯୁକ୍ତ ସମୟ ?

ବିଶେଷଜ୍ଞଙ୍କ ଅନୁଯାୟୀ, ଖାଇବା ପରେ ବ୍ୟାୟାମ କରିବା । ବିଶେଷ କରି ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନ ପରେ ରକ୍ତରେ ଶର୍କରାସ୍ତରକୁ ନିୟନ୍ତ୍ରଣ କରାଯାଇପାରିବ । ସାଧାରଣତଃ ଖାଇବା ପରେ ଶର୍କରା ସ୍ତର ବୃଦ୍ଧି ହୋଇଥାଏ ।ଏହି ଉପାୟରେ ଭୋଜନ ପରେ ବ୍ୟାୟାମ କରିବା ସମୟରେ ମାଂସପେଶୀ ରକ୍ତରେ ମିଶ୍ରିତ ଗ୍ଲୁକୋଜକୁ ଶୋଷଣ କରିଥାଏ । 2023 NCBI ଅଧ୍ୟୟନରୁ ଜଣାଯାଇଛି ଯେ, ଭୋଜନ ପରେ 15 ମିନିଟର ଚାଲିବା କିମ୍ବା ହାଲୁକା ବ୍ୟାୟାମ ଖାଇବା ପରେ ରକ୍ତରେ ଶର୍କରା ସ୍ତରକୁ ହ୍ରାସ କରିପାରେ । ଖାଇବା ପୂର୍ବରୁ ସକାଳେ ବ୍ୟାୟାମ କରିବା ମଧ୍ୟ ରକ୍ତରେ ଶର୍କରାସ୍ତର ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ଏହା ମଧ୍ୟ ପଢନ୍ତୁ...ଆପଣ ମଧୁମେହରେ ଆକ୍ରାନ୍ତ କି ? ଖାଦ୍ୟରେ ସାମିଲ କରନ୍ତୁ ଏହି ସୁପରଫୁଡ୍... - DIET FOR DIABETES PATIENTS

ଏହା ମଧ୍ୟ ପଢନ୍ତୁ...ଡାଇବେଟିସ ରୋଗୀ ଧ୍ୟାନ ଦିଅନ୍ତୁ, ଭୁଲରେ ବି ଖାଆନ୍ତୁନି ଏହି ଫଳ... - FRUITS TO AVOID IN DIABETES

ଏହା ମଧ୍ୟ ପଢନ୍ତୁ...ମଧୁମେହ ରୋଗୀ ଗୁଡ଼ ଖାଇପାରିବେ କି ? କଣ କୁହନ୍ତି ବିଶେଷଜ୍ଞ - EFFECTS OF JAGGERY ON DIABETES

ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ କରିବ ଏହି ୫ଟି ବ୍ୟାୟାମ:

  • ଚାଲିବା: ଭୋଜନ ପରେ 15 ରୁ 30 ମିନିଟ୍ ଚାଲିବା ଅତ୍ୟନ୍ତ ଲାଭଦାୟକ । ଭୋଜନ ପରେ ଚାଲିଲେ ରକ୍ତରେ ଶର୍କରା ସ୍ତରର ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
  • ଯୋଗ: ଭୂଜଙ୍ଗ ଆସନ, ବାଳା ଆସାନ ଭଳି ସରଳ ଯୋଗ ସ୍ଥିତି ରକ୍ତ ସଞ୍ଚାଳନରେ ଉନ୍ନତି ଆଣିଥାଏ ଏବଂ ରକ୍ତରେ ଶର୍କରା ସ୍ତର କମ୍ କରିଥାଏ ।
  • ଷ୍ଟ୍ରେନଥ୍ ଟ୍ରେନିଂ: ଶରୀରର ମାଂସପେଶୀକୁ ଶକ୍ତିଶାଳୀ କରିବା ଏବଂ ଶକ୍ତି ବୃଦ୍ଧି କରିବା ପାଇଁ ଏହା ଏକ ଉପାୟ । ହାଲୁକା ଓଜନ ଉଠାଇବା କିମ୍ବା ସପ୍ତାହରେ ଦୁଇରୁ ତିନିଥର ଜିମ୍ ଯିବା ଦ୍ବାରା ରକ୍ତରେ ଶର୍କରା ସ୍ତର ବୃଦ୍ଧି ନହେବାରେ ସାହାଯ୍ୟ କରିଥାଏ ।
  • ସାଇକେଲ ଚଳାଇବା: କ୍ୟାଲୋରୀ ଜାଳିବା ଏବଂ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ସାଇକେଲ ଚଲାଇବା ଏକ ଭଲ ବ୍ୟାୟାମ ଭାବରେ ବିବେଚନା କରାଯାଏ ।
  • ସନ୍ତରଣ: ସନ୍ତରଣ ବା ପହଁରିବା ପୁରା ଶରୀରକୁ ବ୍ୟାୟାମ କରାଏ । ଏହା ଶରୀରରେ ରକ୍ତରେ ଶର୍କରାସ୍ତରକୁ ସ୍ଥିର ରଖେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.