ETV Bharat / state

ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଖସି ପଳାଉଥିଲେ ଛାତ୍ର, ବିମାନ ବନ୍ଦରରୁ ବାନ୍ଧିଲା ପୋଲିସ - NEPALI STUDENT DEATH

ଘରୋଇ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରକୁ ଗିରଫ କରିଛି ପୋଲିସ। ଭୁବନେଶ୍ୱର ଏୟାରପୋର୍ଟରୁ ଗିରଫ କରିଛି ଇନଫୋସିଟି ଥାନା ପୋଲିସ।

ବିଶ୍ୱବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାର ଅଭିଯୁକ୍ତ ଗିରଫ
ବିଶ୍ୱବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାର ଅଭିଯୁକ୍ତ ଗିରଫ (ETV Bharat)
author img

By ETV Bharat Odisha Team

Published : Feb 18, 2025, 12:26 PM IST

Updated : Feb 18, 2025, 4:33 PM IST

ଭୁବନେଶ୍ବର: ରାଜ୍ୟ ବାହାରକୁ ଖସି ଯିବାକୁ ଉଦ୍ୟମ ବେଳେ ଜଣେ ଗିରଫ। ଘରୋଇ ବିଶ୍ୱବିଦ୍ୟାଳୟର ଆଉ ଜଣେ ଛାତ୍ରକୁ ଗିରଫ କରିଛି ପୋଲିସ। ଭୁବନେଶ୍ୱର ଏୟାରପୋର୍ଟରୁ ଗିରଫ କରିଛି ଇନଫୋସିଟି ଥାନା ପୋଲିସ। ସେ ଜଣେ ରାଜନେତାଙ୍କ ପୁଅ ବୋଲି ଜଣାପଡିଛି। ଏହି ଘଟଣାରେ ଛାତ୍ରୀଙ୍କୁ ଜୀବନ ହାରିବା ପାଇଁ ପ୍ରବର୍ତ୍ତାଇ ବା ଅଭିଯୋଗରେ ତାଙ୍କୁ ପୋଲିସ ଗିରଫ କରିଛି। ତେବେ ଏହି ଘଟଣାରେ ପୋଲିସ ଦୁଇ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରିଛି । କେସ୍‌ ନମ୍ବର 55/25 ଆଧାରରେ ଦୁଇ ଜଣଙ୍କ ନାଁରେ ଅଭିଯୋଗ ହୋଇଛି ।

ବିଶ୍ୱବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାର ଅଭିଯୁକ୍ତ ଗିରଫ
ବିଶ୍ୱବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାର ଅଭିଯୁକ୍ତ ଗିରଫ (ETV Bharat)
  • ଛାତ୍ରୀ ମୃତ୍ୟୁ ମାମଲାରେ ଜଣେ ଗିରଫ

ତେବେ ଗିରଫ ଛାତ୍ରଙ୍କ ନା ଅଦଭିକ ଶ୍ରୀବାସ୍ତବ । ତାଙ୍କ ଘର ଉତ୍ତର ପ୍ରଦେଶର ଆଲିଗଞ୍ଜର ହୋଇଥିବା ଜଣାପଡିଛି । ସେ ଜଣେ ରାଜନେତାଙ୍କ ପୁଅ ବୋଲି ଜଣାପଡିଛି। ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ବିଶ୍ବବିଦ୍ୟାଳୟରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜୁଥିଲା । ଠିକ୍‌ ଏହି ସମୟରେ ଭୁବନେଶ୍ୱର ଏୟାରପୋର୍ଟରୁ ଗତକାଲି କଲିକତା ଦେଇ ଖସିଯିବାକୁ ଚେଷ୍ଟା କରିଥିଲେ ଅଭିଯୁକ୍ତ। ଇନଫୋସିଟି ଥାନା ପୋଲିସ ତାଙ୍କୁ ଭୁବନେଶ୍ବର ଏୟାରପୋର୍ଟରୁ ଗିରଫ କରିବା ସହ ତାଙ୍କ ଇଣ୍ଡିଗୋ ଟିକେଟ ଜବତ କରିଥିଲା‌ । ଏନେଇ କମିସନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ପ୍ରେସ ନୋଟ ଅନୁସାରେ ତାଙ୍କୁ କେସ ନମ୍ବର ୫୪/୨୫ରେ ବିଜନ ଏସ ୧୦୮ଧାରାରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ବା ଅଭିଯୋଗରେ ଗିରଫ କରାଯାଇଛିା। ଗିରଫ ଛାତ୍ରଙ୍କ ନାଁରେ ନେପାଳୀ ଛାତ୍ରୀଙ୍କ ଭାଇ ସିଦ୍ଧାନ୍ତ ସିଗଦେଲ ଅଭିଯୋଗ କରିଥିଲେ‌।

  • ଛାତ୍ରୀ ଜଣକ ନେପାଳ ବାସିନ୍ଦା

ପୀଡ଼ିତାଙ୍କ ଘର ନେପାଳରେ ହୋଇଥିବା ବେଳେ ସେ ଭୁବନେଶ୍ବରର ଘରୋଇ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ବିଟେକ ତୃତୀୟ ବର୍ଷ କମ୍ପୁଟର ସାଇନ୍ସରେ ପାଠ ପଢୁଥିଲେ। ଶିକ୍ଷାଲାଭ ପାଇଁ ସେହି ଶିକ୍ଷାନୁଷ୍ଠାନର ଛାତ୍ରୀ ନିବାସରେ ରହୁଥିଲେ । ଗତ ଦୁଇବର୍ଷ ପୂର୍ବେ ଅଦଭିକ ଶ୍ରୀବାସ୍ତବଙ୍କ ସହ ତାଙ୍କର ଚିହ୍ନା ପରିଚୟ ହୋଇଥିଲା । ତେବେ ମିଳାମିଶା ପରେ ପିଡିତାଙ୍କ ଅଜାଣତ ବା ଅଗୋଚରରେ ତାଙ୍କର କିଛି ଫଟୋ ଏବଂ ଭିଡିଓ ନିଜ ମୋବାଇଲ ଫୋନରେ ଉଠାଇ ନେଇଥିଲେ ଅଦଭିକ । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏନେଇ ଶିକ୍ଷାନୁଷ୍ଠାନର ଆଇଆରଓ ବିଭାଗ ପାଖରେ ଅଭିଯୋଗ ମଧ୍ୟ ପହଞ୍ଚିଥିଲା। ପରେ ଶିକ୍ଷାନୁଷ୍ଠାନର ସାହାଯ୍ୟ ନେଇ ଦୁଇ ଦୁଇଥର ଏହି ସମସ୍ୟାର ଆପୋଷ ସମାଧାନ କରାଯାଇଥିଲା।

  • ମାନସିକ ଦୁଶ୍ଚିନ୍ତାରେ ଥିଲେ ପିଡିତା

ହେଲେ ଏହି ଘଟଣା ନେଇ ଗିରଫ ଅଭିଯୁକ୍ତଙ୍କ ଠାରେ କୌଣସି ପ୍ରକାର ପରିବର୍ତ୍ତନ ଦେଖାଯାଇନଥିଲା। ସେ ଏନେଇ ପିଡିତାଙ୍କୁ ପୁନର୍ବାର ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଅତ୍ୟନ୍ତ ମାନସିକ ଦୁଶ୍ଚିନ୍ତାରେ ଥିଲେ ପିଡିତା । ଘଟଣା ଦିନ ଅର୍ଥାତ ଗତ ତା.୧୬.୦୨.୨୦୨୫ ରିଖ ସକାଳେ ଉଭୟଙ୍କ ମଧ୍ୟରେ ପୁନର୍ବାର ଝଗଡା ହୋଇଥିଲା । ସେହିଦିନ ଅପରାହ୍ନରେ ପୀଡ଼ିତା ଜଣକ ନିଜ ରୁମରେ ଜୀବନ ହାରିଥିଲେ । ଯାହା ତାଙ୍କ ସହପାଠୀ ମାନେ ଦେଖିବାକୁ ପାଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢିଥିଲା। ଯେହେତୁ ଛାତ୍ର ଜଣକ ରାଜନେତାଙ୍କ ପୁଅ ବୋଲି ତାଙ୍କ ବିରୋଧରେ କୌଣସି ଆକ୍ସନ ନ ହେବାରୁ ଛାତ୍ରଛାତ୍ରୀମାନେ ବିଶ୍ବବିଦ୍ୟାଳୟ ପରିସରରେ ଉତେଜନା କରିବାରୁ ଏହି ଘଟଣା ସାମ୍ନାକୁ ଆସିଥିଲା। ପରେ ପୋଲିସ ଏହି ଘଟଣାକୁ ରଫାଦଫା କରିଥିଲା । ନେପାଳର ଛାତ୍ର ଛାତ୍ରୀଙ୍କୁ ସାଇନ ଡାଏ ଘୋଷଣା କରି ଘରକୁ ଯିବା ପାଇଁ ଷ୍ଟେସନ ଓ ଏୟାରପୋର୍ଟରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଛାଡିବା ପରେ ଏହି ଘଟଣା ଉଗ୍ରରୁପ ନେଇଥିଲା।

  • ବଜେଟ୍‌ ଅଧିବେଶନରେ କିଟ୍‌ ପ୍ରସଙ୍ଗ

ଆଜି ବଜେଟ ଅଧିବେଶନର ଶୂନ୍ୟକାଳରେ ଉଠିଲା କିଟ୍‌ ଛାତ୍ରୀ ମୃତ୍ୟୁ ପ୍ରସଙ୍ଗ। କିଟର ମୁଖ୍ୟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରିବାକୁ ଦାବି କଲେ ବିଜେପି ବିଧାୟକ ବାବୁ ସିଂହ । ସେ କହିଛନ୍ତି ‘‘କିଟ୍‌ରେ ବନ୍ଧୁ ବାନ୍ଧବ କେତେ ଅଛନ୍ତି ତାହା କୁହନ୍ତୁ। କିଟ କଥା ନେଇ ସାରା ଦେଶ ଆଜି ଚିନ୍ତିତ। ନେପାଳ ଜଗନ୍ନାଥ ସଂସ୍କୃତି ନେଇ ଉଦ୍ବୁଦ୍ଧ। କିଟ୍‌ରେ ଜମି ଦୁର୍ନୀତି। ଚତୁଃପାର୍ଶ୍ବରେରେ ଜମି ଶାଗ ମାଛ ଦରରେ ଜବରଦସ୍ତ ନେଇଛନ୍ତି। ଭଡାଟିଆ ଗୁଣ୍ଡା ଲଗାଇ ଭଙ୍ଗେଇଛନ୍ତି। ଜଙ୍ଗଲ ଜମିକୁ ଜବରଦସ୍ତ ନେଇଛନ୍ତି। ଜମି କିଣାବିକାରେ କେଉଁମାନେ ଅଛନ୍ତି ସେ ବିଷୟରେ ବିଧାନସଭାରେ ଜାଣିବାର ଅଧିକାର ଅଛି।’’

ସେପଟେ ଶୂନ୍ୟକାଳରେ କଂଗ୍ରେସ ବିଧାୟକ ତାରା ବାହିନିପତି କିଟ୍ ପ୍ରସଙ୍ଗରେ କହିଛନ୍ତି ଯେ ‘‘ସାରା ବିଶ୍ୱରେ ଓଡିଶା ନିନ୍ଦିତ ହେଲା। ନେପାଳ ସହ ଆମ ସମ୍ପର୍କ ଅତି ଘନିଷ୍ଠ। ଜଗନ୍ନାଥଙ୍କ ପାଇଁ କସ୍ତୁରୀ ସେଠାରୁ ଆସିଥାଏ। କିନ୍ତୁ ଯେଉଁଭଳି ଭାବେ ନେପାଳୀ ଛାତ୍ରଛାତ୍ରୀଙ୍କୁ କିଟ୍ କର୍ତ୍ତୃପକ୍ଷ ବାଡ଼େଇଲେ ତାହା ନୀନ୍ଦନୀୟ। ଦିଲ୍ଲୀ ଆଜି ଏହି ଘଟଣାରେ ପଡୁଚି ଉଠୁଚି। ଯେଉଁ ଭିଡିଓ ସବୁ ଭାଇରାଲ ହେଉଛି ତାକୁ ଦେଖିଲେ କାନ୍ଦ ଲାଗୁଛି। ଘଟଣାର ନ୍ୟାୟିକ ତଦନ୍ତ ହେବା ଦରକାର। ଏହା ନହେଲେ ମୁଁ ଗୃହରେ ଧାରଣାରେ ବସିବି’’ ବୋଲି ଚେତାବନୀ ଦେଲେ ତାରା।

  • ଗତକାଲି ରାତିରେ ହୋଇଥିଲା ଉତ୍ତେଜନା

ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଗତକାଲି ରାତିରେ ଶିକ୍ଷାନୁଷ୍ଠାନ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । କିଛି ଛାତ୍ର‌ଛାତ୍ରୀ ଏହି ଘଟଣା ପଛରେ ଜଣେ ଛାତ୍ର ଯେ କି ତାଙ୍କୁ ଜୀବନ ହାରିବା ପାଇଁ ଚାପ ପକାଉଥିବା ଅଭିଯୋଗ କରିଥିଲେ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ଛାତ୍ରଛାତ୍ରୀ । ଏହି ଘଟଣା ପାଇଁ କଲେଜ ଅଶାନ୍ତ ହୋଇପଡିଥିଲା । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ରାତି ସାରା ଛାତ୍ରଛାତ୍ରୀଙ୍କୁ ବୁଝାସୁଝା ପାଇଁ ଚେଷ୍ଟା କରାଯାଇଥିଲା । କିଛି ସିନିୟର୍ ଅଫିସର ରାତି ସାରା ଆଲୋଚନା ଜାରି ରଖିଥିଲେ । କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ମଧ୍ୟ ଅଭିଯୋଗ ରହିଥିଲା । ବିଶ୍ବବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ବାହାରକୁ ନଯିବାକୁ ନୋଟିସ ଲଗାଯାଇଛି । ଘଟଣାରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଏହା ମଧ୍ୟ ପଢନ୍ତୁ ଘରୋଇ ବିଶ୍ବବିଦ୍ୟାଳୟରେ ଜୀବନ ହାରିଲେ ଛାତ୍ରୀ: କ୍ୟାମ୍ପସରେ ଉତ୍ତେଜନା, ଜଣେ ଅଟକ

ଏହା ମଧ୍ୟ ପଢନ୍ତୁ ବିଦେଶୀ ବିଟେକ ଛାତ୍ରୀ ମୃତ୍ୟୁ: ହସ୍ତକ୍ଷେପ କଲେ ରାଜ୍ୟ ସରକାର, ନେପାଳ ପ୍ରଧାନମନ୍ତ୍ରୀଙ୍କ ଉଦବେଗ

Last Updated : Feb 18, 2025, 4:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.