ଓଡିଶା

odisha

ଫଟୋରେ ଖବର: ବାଜପେୟୀଙ୍କଠୁ ଆଡଭାନୀ, ଦେଖନ୍ତୁ ମୋଦି ସରକାରରେ କେତେଜଣଙ୍କୁ ମିଳିଛି ଭାରତ ରତ୍ନ

By ETV Bharat Odisha Team

Published : Feb 11, 2024, 7:39 AM IST

ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ 1954 ମସିହାରେ ପ୍ରଥମ ଥର ଆରମ୍ଭ କରାଯାଇଥିଲା । ତେବେ ଜାଣନ୍ତୁ ମୋଦି ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ କାହାକୁ ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି ।
2015ରେ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ମଦନ ମୋହନ ମାଲବ୍ୟଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିଲା ।
2024ରେ ଅର୍ଥାତ୍ ଚଳିତ ବର୍ଷ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ ପାଇଁ ଘୋଷଣା କରାଯାଇଛି ।
2019ରେ ସାମାଜିକ କାର୍ଯ୍ୟକର୍ତ୍ତା ତଥା ଆରଆରଏସ ସହଯୋଗୀ ନାନାଜୀ ଦେଶମୁଖଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିଲା ।
2024 ମସିହାରେ, ସବୁଜ ବିପ୍ଳବର ଜନକ ଏମ୍ ଏସ. ସ୍ୱାମୀନାଥନଙ୍କୁ ଭାରତ ରତ୍ନ ଦେବାକୁ ଘୋଷଣା କରାଯାଇଛି ।
2024 ମସିହାରେ ଅର୍ଥାତ୍ ଚଳିତ ବର୍ଷ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବାକୁ ଘୋଷଣା କରାଯାଇଛି ।
2019ରେ ଭାରତର 13ତମ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିଲା।
ଚଳିତ ବର୍ଷ ଦେଶର 5ମ ପ୍ରଧାନମନ୍ତ୍ରୀ ଚୌଧରୀ ଚରଣ ସିଂଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିବାକୁ ଘୋଷଣା କରାଯାଇଛି ।
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ 2015ରେ ଭାରତ ରତ୍ନ ପ୍ରଦାନ କରାଯାଇଥିଲା ।
ଭାରତର 9ମ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କୁ ଭାରତ ରତ୍ନା ପ୍ରଦାନ ପାଇଁ ଘୋଷଣା କରାଯାଇଛି ।
2019ରେ ପ୍ରସିଦ୍ଧ ଗାୟକ ତଥା ଚଳଚ୍ଚିତ୍ର ନିର୍ମାତା ଭୁପେନ୍ଦ୍ର ହଜାରିକାଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିଲା ।

ABOUT THE AUTHOR

...view details