ମନ୍ତ୍ର ଧ୍ବନୀରେ ଫାଟି ପଡ଼ୁଛି ରାଜଧାନୀ,ଗଣେଶ ପୂଜା ବୁଲି ଦେଖିଲେ ନବୀନ - ganesh puja 2024

By ETV Bharat Odisha Team

Published : Sep 7, 2024, 10:36 PM IST

thumbnail
GANESH PUJA 2024 (ETV Bharat Odisha)

GANESH PUJA 2024: ଭୁବନେଶ୍ବର: ଆଜି ଗଣେଶ ଚତୁର୍ଥୀ । ଧରାବତରଣ କରିଛନ୍ତି ପାର୍ବତୀନନ୍ଦନ। ଚଳଚଞ୍ଚଳ ହୋଇଛି ରାଜଧାନୀର ସମସ୍ତ ପୂଜାମଣ୍ଡପ । ପ୍ରତି ବର୍ଷଭଳି ଚଳିତ ମଧ୍ୟ ନିଆରା ଢଙ୍ଗରେ ଅଗ୍ରପୂଜ୍ୟଙ୍କ ଆବାହନ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି । ନୟାପଲ୍ଲୀ ନୂଆସାହିର ଆଖଣ୍ଡଳମଣି ସେବା ସଂସଦ ପକ୍ଷରୁ ୫୬ ଫୁଟ ଉଚ୍ଚତା ବିଶିଷ୍ଟ ଗଣେଶ ମୂର୍ତ୍ତି ଶୋଭାପାଉଛନ୍ତି ।ଏହା ଭୁବନେଶ୍ୱର ସବୁଠାରୁ ବଡ ଗଣେଶ ହୋଇଥିବାବେଳେ ହାତରେ ଧରିଛନ୍ତି ୫୬ କେଜିର ଲଡୁ । ଚଳିତ ବର୍ଷ ଥିମ୍ ରହିଛି ବିଶ୍ଵରୂପ ଗଣେଶ । ୧୧ ଦିନ ଧରି ପୂଜା ଚାଲିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହେବ। ସେପଟେ ଏଠାକୁ ଆସି ଅଗ୍ରପୂଜ୍ୟଙ୍କ ଦର୍ଶନ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

ଘଣ୍ଟାଘଣ୍ଟା ହୁଳହୁଳିରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ । ସନ୍ଧ୍ୟା ଆଳତି ସହ ଭକ୍ତମାନେ ଅଗ୍ରପୂଜ୍ୟଙ୍କ ଦର୍ଶନ ପାଇଁ ବେଶ ପରମାନଦ ଲାଭ କରିଛନ୍ତି । ସେହିପରି ନବୀନ ଆଜି ପୁରୁଣା ଭୁବନେଶ୍ୱରର ଏକାମ୍ର ରାଜା ଗଣେଶ ପୂଜା କମିଟିରେ ମଧ୍ୟ ଯାଇ ବିଘ୍ନବିନାଶକଙ୍କ ଦର୍ଶନ କରିଛନ୍ତି । ପ୍ରଭୁଙ୍କ କୃପା ଭିକ୍ଷା କରିବା ସହ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ....ଅଗ୍ରପୂଜ୍ୟଙ୍କ ଆଗମନରେ ଉତ୍ସବମୁଖର ଧରାପୃଷ୍ଠ, ସବୁଠି ଚାଲିଛି ଗଜାନନଙ୍କ ଆରାଧନା - GANESH PUJA CELEBRATION  
 

ଇଟିଭି ଭାରତ,ଭୁବନେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.