ଦକ୍ଷିଣ ଆଫ୍ରିକାରୁ ଫେରିଲେ ପଦକ ବିଜୟିନୀ ଓଡ଼ିଆ ସ୍ବିମର ମନ୍ନତା ଓ ସ୍ରିଷ୍ଟି - ODISHA SWIMMERS SRISHTI AND MANNATA
🎬 Watch Now: Feature Video
Published : 12 hours ago
ଭୁବନେଶ୍ବର: ଦକ୍ଷିଣ ଆଫ୍ରିକାରେ ପଦକ ବିଜୟିନୀ ଓଡ଼ିଆ ସ୍ବିମର ମନ୍ନତା ମିଶ୍ର ଓ ସ୍ରିଷ୍ଟି ଉପାଧ୍ୟାୟ ଭୁବନେଶ୍ବରରେ ପହଞ୍ଚିଛନ୍ତି । ଉଭୟ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହୋଇଥିବା କେଜେଡଏନ ପ୍ରୋଭିନିସିଆଲ ଚାମ୍ପିଅନସିପରେ ପଦକ ହାସଲ କରିବା ସହିତ ନିଜ ନିଜ ଇଭେଣ୍ଟରେ ଜାତୀୟ ରେକର୍ଡ ନିଜ ନାଁରେ କରି କୀର୍ତ୍ତିମାନ ସ୍ଥାପନ କରିଛନ୍ତି ।
ମନ୍ନତା ମିଶ୍ର ୧୦୦ ମିଟର ସର୍ଟ କୋର୍ସରେ ବ୍ରେଷ୍ଟ ଷ୍ଟ୍ରୋକ ସନ୍ତରଣରେ ଜାତୀୟ ରେକର୍ଡ କରିଥିବା ବେଳେ ସ୍ରିଷ୍ଟି ଉପାଧ୍ୟାୟ ୧୦୦ ମିଟର ବଟରଫ୍ଲାଏରେ ଜାତୀୟ ରେକର୍ଡ ନିଜ ନାଁରେ କରିଛନ୍ତି । ମନ୍ନତା ଟିମ୍ ଇଭେଣ୍ଟରେ ଗୋଟିଏ ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଓ ଇଣ୍ଡିଭିଜୁଆଲରେ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେହିପରି ସ୍ରିଷ୍ଟି 4ଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପହକ ହାସଲ କରିଛନ୍ତି । ଉଭୟ କ୍ରୀଡ଼ାବିତ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କ ପରିବାର ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହାସହ ଆଗକୁ ମଧ୍ୟ ଭଲ ପ୍ରଦର୍ଶନ ଜାରି ରଖିବାକୁ ପ୍ରୟାସ କରିବେ ବୋଲି ଉଭୟ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ଚେସ୍ରେ ଇତିହାସ, ସର୍ବକନିଷ୍ଠ ଓ୍ୱାର୍ଲ୍ଡ ଚାମ୍ପିୟନ ଗୁକେଶ ଏହା ମଧ୍ୟ ପଢ଼ନ୍ତୁ...2024ରେ କ୍ରିକେଟ କ୍ୟାରିୟର ଶେଷ କଲେ ଏହି ଖେଳାଳି, ନଜର ପକାନ୍ତୁ ତାଲିକା ଉପରେ |
ଇଟିଭି ଭାରତ, ଭୁବନେଶ୍ବର