ETV Bharat / technology

ଲଞ୍ଚ ହେଲା ଶସ୍ତା ଫୋନ Lava Yuva Smart; କମ ଦାମରେ ମିଳିବ ଏହି ଫିଚର - LAVA YUVA SMART LAUNCHED

ଲାଭା ଲଞ୍ଚ କଲା ଶସ୍ତା ଫୋନ 'ଲାଭା ୟୁଭା ସ୍ମାର୍ଟ' । ଦାମ କେତେ ଓ କମ ଦାମରେ କଣ ସବୁ ଫିଚର ମିଳିବ ଜାଣନ୍ତୁ...

Lava Yuva Smart launched in India
Lava Yuva Smart launched in India (Image Credit- X)
author img

By ETV Bharat Tech Team

Published : Jan 27, 2025, 6:39 PM IST

ହାଇଦ୍ରାବାଦ: ଭାରତରେ ସୁଲଭ ମୂଲ୍ୟରେ ଏକ ସ୍ମାର୍ଟଫୋନ ଲଞ୍ଚ କରିଛି ଲାଭା । ଏହି ଫୋନର ନାଁ ହେଉଛି 'Lava Yuva Smart', ଯାହାର ଦାମ 10ହଜାର ଟଙ୍କା ତଳେ ରହିଛି । ଏହାର ଡିଜାଇନ ମଧ୍ୟ ବେଶ ସୁନ୍ଦର ରହିଥିବା ବେଳେ ପଛରେ ବର୍ଗାକାର କ୍ୟାମେରା ମଡ୍ୟୁଲ ରହିଛି । ସିକ୍ୟୁରିଟି ଲାଗି ଫୋନର ସାଇଡରେ ଫିଙ୍ଗରପ୍ରିଣ୍ଟ ସେନ୍ସର ରହିଛି । ଏଥିରେ 13MP ପ୍ରାଇମେରି କ୍ୟାମେରା ସହ 5000mAh ବ୍ୟାଟେରୀ ମିଳୁଛି । ଏହାର ସେଲିଂ ସମ୍ପର୍କରେ କମ୍ପାନୀ ଘୋଷଣା କରିନାହିଁ ।

Lava Yuva Smart: ଦାମ

  • ଲାଭା ୟୁଭା ସ୍ମାର୍ଟ 5G ସ୍ମାର୍ଟଫୋନର ଲଞ୍ଚ ଅଫର ଦାମ 6000ଟଙ୍କା ରହିଛି ।
  • ଏହି ଫୋନଟି Glossy Blue, Glossy White ଓ Glossy Lavender କଲର ଅପସନ ସହିତ ଉପଲବ୍ଧ ।
  • ଏଥିରେ କମ୍ପାନୀ 1ବର୍ଷର ୱାରେଣ୍ଟି ଓ ଘରେ ଫ୍ରି ସର୍ଭିସ ପ୍ରଦାନ କରୁଛି ।
  • ଏହି ହ୍ୟାଣ୍ଡସେଟ୍‌ଟି ଏବେ ଆମାଜନରେ 6299 ଟଙ୍କାରେ ଉପଲବ୍ଧ ହେବ ।

Lava Yuva Smart: ସ୍ପେଶିଫିକେସନ

  • ଡିସପ୍ଲେ: ଏହି ସ୍ମାର୍ଟଫୋନଟି 6.75-inch HD+ ଡିସପ୍ଲେ, 60Hz ରିଫ୍ରେସ ରେଟ୍‌, 1600X720 ପିକ୍ସେଲ ରିଜୋଲ୍ୟୁସନ ସହ ଆସିଛି ।
  • ପ୍ରୋସେସର: Unisoc 9863A ଅକ୍ଟା-କୋର ପ୍ରୋସେସର
  • RAM ଓ ଷ୍ଟୋରେଜ: 3GB RAM ଓ 64GB ଷ୍ଟୋରେଜ (ଏକ୍ସପାଣ୍ଡେବଲ)
  • କ୍ୟାମେରା: 13MP ପ୍ରାଇମେରି, LED ଫ୍ଲାସ୍‌ ଓ 5MP ଫ୍ରଣ୍ଟ କ୍ୟାମେରା
  • ବ୍ୟାଟେରୀ: 5000mAh
  • ଚାର୍ଜିଂ: 10W ୱେୟାର୍ଡ (USB-C)
  • ସଫ୍ଟୱେର: ଆଣ୍ଡ୍ରଏଡ 14
  • କନେକ୍ଟିଭିଟି: 4G LTE, Wi-Fi 802.11, Bluetooth 4.2 ଓ GPS
  • ଅନ୍ୟାନ୍ୟ ଫିଚର: ସାଇଡ୍‌ ଫିଙ୍ଗରପ୍ରିଣ୍ଟ ସେନ୍ସର, ଫେସ୍‌ ଅନଲକ୍‌ ଓ 3.5mm ଅଡିଓ ଜ୍ୟାକ୍‌ଟ

ଲାଭା ୟୁଭା ସ୍ମାର୍ଟରେ କଣ ନୂଆ ?

ଗତ ଡିସେମ୍ବର ଲାଭା ୟୁଭା 2 ସ୍ମାର୍ଟଫୋନ ଲଞ୍ଚ ହେବା ପରେ କମ୍ପାନୀ ଏବେ Lava Yuva Smartକୁ ଲଞ୍ଚ କରିଛି । ଏଥିରେ 6.67 ଇଞ୍ଚର Yuva 2 ଅପେକ୍ଷା ସାମାନ୍ୟ ବଡ଼ 6.75 ଇଞ୍ଚର ଡିସପ୍ଲେ ମିଳିବ । ୟୁଭା-2ରେ 18W ଚାର୍ଜିଂ ସପୋର୍ଟ ଥିବା ବେଳେ ଏଥିରେ 10W ସପୋର୍ଟ ମିଳୁଛି । ସେହିପରି ୟୁଭା 2ରେ Unisoc T760 ପ୍ରୋସେସର ଥିବା ବେଳେ ଏଥିରେ Unisoc 9863A ଅକ୍ଟା-କୋର ପ୍ରୋସେସର ମିଳୁଛି । କ୍ୟାମେରା କଥା ଦେଖିଲେ Yuva 2ରେ 50MP+2MP ଡୁଆଲ କ୍ୟାମେରା ସେଟଅପ୍‌ ଥିବା ବେଳେ ଏଥରେ 13MP ମେନ୍‌ ସେନ୍ସର ଅଛି । ସେହିପରି Yuva 2ରେ 8MP ଫ୍ରଣ୍ଟ କ୍ୟାମେରା ମିଳୁଥିବା ବେଳେ ଏଥିରେ 8MP ସେଲ୍ଫି କ୍ୟାମେରା ମିଳୁଛି । ସେହିପରି ୟୁଭା 2ରେ 4GB RAM ଓ 128GB ଷ୍ଟୋରେଜ ମିଳୁଥିବା ବେଳେ ଏଥିରେ କମ ମିଳୁଛି । କହି ରଖୁଛୁ କି, ୟୁଭା 2 ସ୍ମାର୍ଟଫୋନକୁ ଭାରତରେ 9499 ଟଙ୍କାରେ ଲଞ୍ଚ କରାଯାଇଥିଲା ।

ଏହା ବି ପଢନ୍ତୁ
50MP କ୍ୟାମେରା ସହ ଲଞ୍ଚ ହେଲା Lava Yuva 2 5G; ଦାମ 10ହଜାରରୁ କମ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.