ETV Bharat / state

4 ଦିନରେ ସରିବ ରାସନକାର୍ଡ e-KYC ଅବଧି, ଏବେ ବି କରିନାହାନ୍ତି 40 ଲକ୍ଷ - E KYC UPDATING

40 ଲକ୍ଷ ହିତାଧିକାରୀ ରାସନ କାର୍ଡ ଅପଡେଟ କରିନଥିବା କହିଲେ ଯୋଗାଣ ମନ୍ତ୍ରୀ । ଜାନୁଆରୀ 31ରେ ସରୁଛି ମହଲତ ।

4 ଦିନରେ ସରିବ ରାସନକାର୍ଡ e-KYC, ଏବେ ବି ଅପଡେଟ୍‌ କରିନାହାନ୍ତି 40 ଲକ୍ଷରୁ ଅଧିକ
4 ଦିନରେ ସରିବ ରାସନକାର୍ଡ e-KYC, ଏବେ ବି ଅପଡେଟ୍‌ କରିନାହାନ୍ତି 40 ଲକ୍ଷରୁ ଅଧିକ (ETV Bharat Odisha)
author img

By ETV Bharat Odisha Team

Published : Jan 27, 2025, 5:39 PM IST

ଭୁବନେଶ୍ବର: ଆଉ ମାତ୍ର 4 ଦିନ ପରେ ଶେଷହେବ ରାସନ କାର୍ଡର e-KYC ଅପଡେଟ ପ୍ରକ୍ରିୟା । ହେଲେ ଏପର୍ଯ୍ୟନ୍ତ ପ୍ରାୟ 40 ଲକ୍ଷରୁ ଅଧିକ ହିତାଧିକାରୀ ଅପଡେଟ କରିନାହାନ୍ତି । ତେବେ ପୂର୍ବ ନିର୍ଦ୍ଧାରିତ ସମୟରେ କୌଣସି ପରିବର୍ତ୍ତନ କରାଯିବନି । ଯଦି କେହି କୌଣସି କାରଣ ପାଇଁ କେହି ଅଭିଯୋଗ କଲେ, ପରବର୍ତ୍ତୀ ସମୟରେ ସେମାନଙ୍କୁ ସମୟ ଦେବାକୁ ସରକାର ବିଚାର କରିପାରନ୍ତି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ।

  • ଅପଡେଟ କରିଛନ୍ତି 88 ପ୍ରତିଶତ: ମନ୍ତ୍ରୀ

ମନ୍ତ୍ରୀ କହିଛନ୍ତି,‘‘ଏବେ ସୁଦ୍ଧା 88 ପ୍ରତିଶତ ଲୋକ ଇ-କେୱାଇସି କରିସାରିଲେଣି । ଆହୁରି 40 ଲକ୍ଷ 40 ହଜାର 684 ଜଣ ହିତାଧିକାରୀ ଅପଡେଟ୍‌ କରି ନାହାନ୍ତି । ବୋଧହୁଏ କେହି ଅନୁପସ୍ଥିତ ଥିବା କାରଣରୁ କରିପାରିନଥାନ୍ତି । ସେମାନଙ୍କ ମଧ୍ୟରେ ଅଯୋଗ୍ୟ ଏବଂ ମୃତ ବ୍ୟକ୍ତି ଥାଇପାରନ୍ତି । ମୋଟ 3 କୋଟି 35 ଲକ୍ଷ 570 ରୁ 2 କୋଟି 95 ଲକ୍ଷ 89 ହଜାର 912 ଜଣ ହିତାଧିକାରୀ ଇ-କେୱାଇସି ଅପଡେଟ୍‌ କରି ସାରିଛନ୍ତି । ରାଜ୍ୟରେ 2 କୋଟି 94 ଲକ୍ଷ 59 ହଜାର 886 ଏବଂ ରାଜ୍ୟ ବାହାରେ ଏକ ଲକ୍ଷ 30 ହଜାର 26 ଜଣ କାର୍ଡଧାରୀ ଇ-କେୱାଇସି କରିଛନ୍ତି । ଜାନୁଆରୀ 31 ତାରିଖରୁ ଇ-କେୱାଇସି ଯାଞ୍ଚ ସରିବା ପରେ ଯଦି ଅଭିଯୋଗ ଆସେ ଏହା ଉପରେ ସରକାର ବିଚାର କରିବେ । ସମୟ ସରିଗଲା ପରେ ଯେଉଁମାନେ କାର୍ଡ ସରେଣ୍ଡର ନକରିବେ, ସେମାନଙ୍କ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ । ଏହି ପ୍ରକ୍ରିୟା ସରିଲେ ନୂତନ ରାସନ କାର୍ଡ ପାଇଁ ଆବେଦନ କରିପାରିବେ ।’’

4 ଦିନରେ ସରିବ ରାସନକାର୍ଡ e-KYC, ଏବେ ବି ଅପଡେଟ୍‌ କରିନାହାନ୍ତି 40 ଲକ୍ଷରୁ ଅଧିକ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :-

ମହଲତ ଦେଲେ ସରକାର, ଜାନୁଆରୀ 31 ସୁଦ୍ଧା E-KYC ନକଲେ କଟିଯିବ ରାସନକାର୍ଡ

କେବେ ସରିବ ଇ-କେୱାଇସି, କେବେ ମିଳିବ ନୂଆ ରାସନ କାର୍ଡ, ଫିଜିକାଲ କେୱାଇସି କଣ ? ଜାଣନ୍ତୁ - Ration Card E KYC

  • ଜାଲ ରାସନ କାର୍ଡଧାରୀ ସରେଣ୍ଡର କରନ୍ତୁ: ମନ୍ତ୍ରୀ

ତେବେ ମନ୍ତ୍ରୀ ପୂର୍ବରୁ ଜାଲ କାର୍ଡଧାରୀଙ୍କୁ ଚେତାବନୀ ସହ ଅପିଲ୍‌ ମଧ୍ୟ କରି ସାରିଛନ୍ତି । ସରକାରୀ ଚାକିରି କିମ୍ବା ଅନ୍ୟ କାରଣରୁ ଅଯୋଗ୍ୟ ହିତାଧିକାରୀ ଥିଲେ, ସରେଣ୍ଡର କରନ୍ତୁ । ନଚେତ ସରକାର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ମନ୍ତ୍ରୀ କହିସାରିଛନ୍ତି । ଏବେ ବାକି ଥିବା 40 ଲକ୍ଷରୁ କେତେ ସଂଖ୍ୟକ ଅପଡେଟେସନ ହେଉଛି, ତାହା ଜଣାପଡିବା ପରେ ଭୂତ ଓ ଜାଲ କାର୍ଡଧାରୀଙ୍କ ସଂଖ୍ୟା ସ୍ପଷ୍ଟ ହୋଇଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.