ହାଇଦ୍ରାବାଦ: ଦେଶର ଲୋକପ୍ରିୟ ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ ବଜାଜ ଅଟୋ ନିଜର ସବୁଠୁ ଲୋକପ୍ରିୟ ପଲସର ସିରିଜର ବାଇକ୍ Bajaj Pulsar N160j ଏକ ନୂଆ ବେସ୍ ଭାରିଏଣ୍ଟକୁ ଲଞ୍ଚ କରିଛି, ଯେଉଁଥିରେ ସିଙ୍ଗଲ୍ ସିଟ୍ ମିଳୁଛି । କମ୍ପାନୀ ପାରିବାରିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଗୋଟିଏ ସିଟ୍ ଭାରିଏଣ୍ଟକୁ ଲଞ୍ଚ କରିଛି ଅର୍ଥାତ ଏହି ସିଟ୍ ପୂର୍ବ ପରି 2 ଖଣ୍ଡରେ ଆସିନାହିଁ । ଏହାସହିତ କମ୍ପାନୀ ଏକ ନୂଆ ଗ୍ରାହକ ବର୍ଗଙ୍କୁ ଫୋକସରେ ରଖି ଏହାକୁ ଲଞ୍ଚ କରିଛି । ସବୁଠୁ ଖାସ କଥା ହେଉଛି ଏହି ବାଇକ୍କୁ ଷ୍ଟାଣ୍ଡାର୍ଡ ଭାରିଏଣ୍ଟଠାରୁ 10ହଜାର ଟଙ୍କା କମରେ ଲଞ୍ଚ କରାଯାଇଛି ।
- ସିଙ୍ଗଲ୍ ସିଟ୍ ଭାରିଏଣ୍ଟରେ କଣ ଖାସ୍ ?
ଏହି ମୋଟରସାଇକେଲରେ ସ୍ପିଲ୍ଟ (Spilt) ସିଟ୍ ଜାଗାରେ ସିଙ୍ଗଲ୍ ପିସ୍ ସିଟ୍ ରହିଛି । ଏଥିରେ ଅନ୍ୟ ପରିବର୍ତ୍ତନ ମଧ୍ୟ କରାଯାଇଛି ଯେପରିକି ସ୍ପିଲ୍ଟ ଗ୍ରାବ୍ ରେଲ୍ ଜାଗାରେ ମଜଭୁତ ସିଙ୍ଗଲ ପିସ୍ ଗ୍ରାବ ରେଲ୍ ଦିଆଯାଇଛି । ଏହା ସେତେବେଳେ ଗୁରୁତ୍ବପୂର୍ଣ୍ଣ ଯେତେବେଳେ ବାଇକ୍ ଉପରେ ଅଧିକ ଲୋକ ବସିବା ଆବଶ୍ୟକ କରନ୍ତି । ମଜଭୁତ ଗ୍ରାବ ରେଲ୍ ଓଜନକୁ ସହିବାକୁ ଡିଜାଇନ କରାଯାଇଛି । ଏହା ପୂର୍ବରୁ ମଧ୍ୟ କମ୍ପାନୀ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜ ଉତ୍ପାଦରେ ଉନ୍ନତି ଆଣିଥାଏ ।
ଉଦାହରଣ ସ୍ବରୂପ, ଗତବର୍ଷ କମ୍ପାନୀ Bajaj Freedom CNG ବାଇକ୍ର ବଜାର ପ୍ରବେଶ କରିଥିଲା, ଯାହାକି ଏକ ଅତିରିକ୍ତ ଲମ୍ବା ସିଟ୍ ସହିତ ଆସିଥାଏ । Pulsar N160 ସହିତ ମଧ୍ୟ ଏହା କରାଯାଇପାରେ । Pulsar N160ରେ ଦିଆଯାଇଥିବା ସିଙ୍ଗଲ୍ ସିଟ୍ରେ ଚାଳକଙ୍କ ସମେତ ଆଉ 2ଜଣ ଯାତ୍ରୀ ଆରାମରେ ବସିପାରିବେ । ଏହି ବାଇକ୍କୁ ଆଗକୁ ସଂକୀର୍ଣ୍ଣ ଥିବାରୁ ପଛରେ ବସିଥିବା 2 ଯାତ୍ରୀ ଗୋଡ଼ ରଖିବା ମଧ୍ୟ ଆରାମଦାୟକ ହେବ ।
- ଦାମ କେତେ ?
Bajaj Pulsar N160 ସିଙ୍ଗଲ ସିଟ୍ ଭାରିଏଣ୍ଟର ଦାମ 1,21,722 ଟଙ୍କା (ଏକ୍ସ-ଶୋ'ରୁମ, ପୁଣେ) ରହିଛି । ଏଥିରେ ହାର୍ଡୱେୟାର ପରିବର୍ତ୍ତନ କରାଯାଇଥିବା ବେଳେ ପୂର୍ବ ମଡେଲଠାରୁ ଏହା ଶସ୍ତା ଅଛି । Bajaj Pulsar N160ର ଦାମ 1.39 ଲକ୍ଷ ଟଙ୍କା ରହିଛି ।
- ସିଙ୍ଗଲ ସିଟ୍ ଭାରିଏଣ୍ଟର ଇଞ୍ଜିନ କିପରି ?
ବଜାଜ ପଲସର ଏନ160ରେ 164.82cc ସିଙ୍ଗଲ ସିଲିଣ୍ଡର, SOHC, ଏୟାର କୁଲ୍ଡ ଇଞ୍ଜିନ ଲଗାଯାଇଛି । ଏହା 15.7bhp ପାୱାର ଓ 14.65Nm ଟର୍କ ଉତ୍ପନ୍ନ କରିଥାଏ । ଏହାର ଭିଜୁଆଲ ପ୍ରୋଫାଇଲ ସମ୍ପର୍କରେ କହିଲେ ଏହା ଷ୍ଟାଣ୍ଡାର୍ଡ ଭାରିଏଣ୍ଟ ପରି ଦୃଶ୍ୟମାନ ହୋଇଥାଏ । ଏହାର ରଙ୍ଗ ଓ ଗ୍ରାଫିକ୍ସରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ମୋଟରସାଇକେଲରେ ଏଲଇଡି DRLs ସହିତ ବାଇ-ଫଙ୍କସନାଲ ଏଲଇଡି ପ୍ରୋଜେକ୍ଟର ହେଡଲ୍ୟାମ୍ପ ଦିଆଯାଇଛି । ସେପଟେ ପଛ ପାର୍ଶ୍ବରେ ଗ୍ଲିଟର ପ୍ୟାଟର୍ଣ୍ଣ ଭଳି LED ଟେଲ୍ ଲ୍ୟାମ୍ପ ଦିଆଯାଇଛି । ଏହାର ଟର୍ଣ୍ଣ ଇଣ୍ଡିକେଟର ହେଉଛି ହେଲୋଜେନ୍ ୟୁନିଟ ।