ETV Bharat / entertainment

'ପୁଷ୍ପା 2' ଟିମକୁ ଶୁଭେଚ୍ଛା ଜଣାଇଲେ ଆମୀର ଖାନ, 'ଦଙ୍ଗଲ' ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ଫିଲ୍ମ - AAMIR KHAN PRAISES PUSHPA 2

'ପୁଷ୍ପା ୨' ଦେଶର ସବୁଠାରୁ ଲାଭଜନକ ଚଳଚ୍ଚିତ୍ର ହେବାକୁ ଯାଉଛି । ଏହାର ଦମଦାର ସଫଳତା ନେଇ ବର୍ତ୍ତମାନ ଶୁଭେଚ୍ଛା ଜଣାଇଛନ୍ତି ଆମୀର ଖାନ ।

AAMIR KHAN PRAISES PUSHPA 2
AAMIR KHAN PRAISES PUSHPA 2 (Poster/IANS)
author img

By ETV Bharat Entertainment Team

Published : Dec 31, 2024, 1:56 PM IST

ହାଇଦ୍ରାବାଦ: ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଚଳଚ୍ଚିତ୍ର 'ପୁଷ୍ପା ୨' ବକ୍ସ ଅଫିସରେ ଏକ ମାସ ପୂରଣ କରିବାକୁ ଯାଉଛି। 'ପୁଷ୍ପା 2' ବିଶ୍ୱ ବକ୍ସ ଅଫିସରେ 1700 କୋଟିରୁ ଅଧିକ ବ୍ୟବସାୟ କରିଛି। ଏଥି ସହିତ ଭାରତରେ 'ପୁଷ୍ପା 2' 1100 କୋଟି ଟଙ୍କା ପାର୍ କରିଛି । 'ପୁଷ୍ପା ୨' ଅଲ୍ଲୁ ଅର୍ଜୁନଙ୍କ କ୍ୟାରିୟରର ପ୍ରଥମ ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ଏବଂ ଭାରତୀୟ ସିନେମାର ତୃତୀୟ ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ହୋଇପାରିଛି। 'ପୁଷ୍ପା ୨' ଚଳଚ୍ଚିତ୍ର ଦେଶ ତଥା ବିଶ୍ୱରୁ ଛୁଟୁଛି ପ୍ରଶଂସାର ସୁଅ । ଏହାପୂର୍ବରୁ ହିନ୍ଦୀ ସିନେମାର ସବୁଠୁ ବଡ ଚଳଚ୍ଚିତ୍ର ପ୍ରଡକ୍ସନ୍ ହାଉସ୍ ୟଶ ରାଜ ଫିଲ୍ମ ତାଙ୍କୁ 'ପୁଷ୍ପା ୨' ର ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ ଏବଂ ବର୍ତ୍ତମାନ ଆମୀର ଖାନ ଏହି ଫିଲ୍ମ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି।

AAMIR KHAN PRODUCTIONS POST
AAMIR KHAN PRODUCTIONS POST (INSTAGRAM)

'ପୁଷ୍ପା 2' ଟିମକୁ ଶୁଭେଚ୍ଛା ଜଣାଇଲେ ଆମୀର ଖାନ

'ପୁଷ୍ପା ୨'ର ସଫଳତାକୁ ନେଇ ଇନଷ୍ଟାଗ୍ରାମ ଷ୍ଟୋରୀରେ ଆମୀର ଖାନ ପ୍ରଡକ୍ସନ୍ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ ଲେଖାଯାଇଛି, 'ଆମୀର ଖାନ ପ୍ରଡକ୍ସନ୍ ତରଫରୁ 'ପୁଷ୍ପା 2: ଦ ରୁଲ'ର ସମଗ୍ର ଟିମକୁ ଅଭିନନ୍ଦନ, ଭବିଷ୍ୟତରେ ଫିଲ୍ମଟି ମଧ୍ୟ ସଫଳ ହେଉ, ଟିମ ତରପୁ ଭଲପାଇବା'।

'ପୁଷ୍ପା ୨' ଆମୀର ଖାନଙ୍କ ଫିଲ୍ମର ରେକର୍ଡ ଭାଙ୍ଗିବ କି?

କହିରଖୁଛୁ ଯେ ପୁଷ୍ପା 2 ଘରୋଇ ବକ୍ସ ଅଫିସରେ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି । ପୁଷ୍ପା 2 ବର୍ତ୍ତମାନ 'ବାହୁବଲୀ 2' ନିକଟତର ହୋଇଥିବା ବେଳେ 'ଦଙ୍ଗଲ' ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି । ଆମୀର ଖାନଙ୍କ ଦଙ୍ଗଲ (2024 କୋଟି ଟଙ୍କା) ଏବଂ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ବାହୁବଲୀ 2 (1810 କୋଟି ଟଙ୍କା) ଆୟ କରିଛି । ଆଗାମୀ ନୂଆ ବର୍ଷ ରେ ଫିଲ୍ମ ଏହି ଦୁଇ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ଖୁବଶୀଘ୍ର 'ବାହୁବଲୀ 2'କୁ ପଛରେ ପକାଇବ 'ପୁଷ୍ପା ୨', 1750 କୋଟି ପାର୍ କଲାଣି ଫିଲ୍ମ

'ପୁଷ୍ପା 2' ବକ୍ସ ଅଫିସ କଲେକ୍ସନ

ସାକନିକଙ୍କ ପ୍ରାରମ୍ଭିକ ଆକଳନ ଅନୁଯାୟୀ, 'ପୁଷ୍ପା 2' ପ୍ରଥମ ସପ୍ତାହରେ 725.8 କୋଟି, ଦ୍ୱିତୀୟ ସପ୍ତାହରେ 264.8 କୋଟି ଏବଂ ତୃତୀୟ ସପ୍ତାହରେ 129.5 କୋଟି ଟଙ୍କା ଆୟ କରିଛି । ଏହି ଚଳଚ୍ଚିତ୍ର ଚତୁର୍ଥ ଶୁକ୍ରବାରରେ 8.75 କୋଟି, ଚତୁର୍ଥ ଶନିବାରରେ 12.5 କୋଟି ଏବଂ ଚତୁର୍ଥ ରବିବାରରେ 15.65 କୋଟି ଟଙ୍କା ଆୟ କରିଛି । 26 ଦିନରେ, ଚଳଚ୍ଚିତ୍ରଟି ସମସ୍ତ ଭାଷାରେ ପ୍ରାୟ 6.65 କୋଟି ଟଙ୍କା ବ୍ୟବସାୟ କରିଛି । ଏହା ସହ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 26 ତମ ଦିନ ପର୍ଯ୍ୟନ୍ତ ଭାରତୀୟ ବକ୍ସ ଅଫିସରେ ମୋଟ 1163.65 କୋଟି ଟଙ୍କା ଆୟ କରିଛି । ସେପଟେ ବିଶ୍ୱରେ ଫିଲ୍ମ ମୋଟ 1760 କୋଟି ଆୟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.