ETV Bharat / state

ଏସସିବିରେ କାର୍ଯ୍ୟକ୍ଷମ ହେବ ୫୦୦ ଶର୍ଯ୍ୟା ବିଶିଷ୍ଟ ଟ୍ରମା କେୟାର ସେଣ୍ଟର: ସ୍ୱାସ୍ଥ୍ୟମନ୍ତ୍ରୀ - TRAUMA CENTER SET UP AT SCB

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ପାଦେ ଆଗେଇବ କଟକ ଏସସିବି, ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ୫୦୦ ଶର୍ଯ୍ୟା ବିଶିଷ୍ଟ ଟ୍ରମା କେୟାର ସେଣ୍ଟର

500 bed trauma care center will be set up at Cuttack SCB medical
500 bed trauma care center will be set up at Cuttack SCB medical (ETV Bharat Odisha)
author img

By ETV Bharat Odisha Team

Published : Feb 4, 2025, 5:44 PM IST

କଟକ: ସ୍ଵାସ୍ଥ୍ୟ ସେବା ଦିଗରେ ଆଉ ପାଦେ ଆଗେଇଲା କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ । କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ ଏସସିବି ମେଡିକାଲରେ ଖୋଲିବ ୫୦୦ ଶର୍ଯ୍ୟା ବିଶିଷ୍ଟ ଟ୍ରମା କେୟାର ସେଣ୍ଟର । ଯେଉଁଟି ଦୁର୍ଘଟଣା ଜନିତ ଚିକିତ୍ସା ସଙ୍ଗେସଙ୍ଗେ କରିହେବ । ଏନେଇ ଆଜି (ମଙ୍ଗଳବାର) ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।

500 bed trauma care center will be set up at Cuttack SCB medical (ETV Bharat Odisha)

ଏସସିବିରେ ୫୦୦ ଶର୍ଯ୍ୟା ବିଶିଷ୍ଟ ଟ୍ରମା କେୟାର ସେଣ୍ଟର ହେବ କାର୍ଯ୍ୟକ୍ଷମ:

ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କଟକ ଏସସିବି ମେଡିକାଲ ଗସ୍ତ କରିଛନ୍ତି । ଏହି ସମୟରେ ଏସସିବି ମେଡିକାଲରେ ୫୦୦ ଶର୍ଯ୍ୟା ବିଶିଷ୍ଟ ଟ୍ରମା କେୟାର ସେଣ୍ଟରର ମେଗା ପ୍ରୋଜେକ୍ଟ କିପରି କାର୍ଯ୍ୟକ୍ଷମ ହେବ ତାହା ଉପରେ ଗୁରୁତ୍ୱାରୋପ କରିଛନ୍ତି । କେନ୍ଦ୍ର ସରକାରଙ୍କ ୬୦ ପ୍ରତିଶତ ଓ ରାଜ୍ୟର ୪୦ ପ୍ରତିଶତ ସହଯୋଗରେ ଏହି ମେଗା ପ୍ରୋଜେକ୍ଟ ଶୁଭାରମ୍ଭ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

500 bed trauma care center will be set up at Cuttack SCB medical
500 bed trauma care center will be set up at Cuttack SCB medical (ETV Bharat Odisha)

ପ୍ରୋଜେକ୍ଟ ଉପରେ କେନ୍ଦ୍ର ସରକାରଙ୍କ ମୋହର:

୨୦୨୪ ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖିବା ପରେ କେନ୍ଦ୍ର ସରକାର ବର୍ତ୍ତମାନ ଏହି ପ୍ରୋଜେକ୍ଟ ଉପରେ ମୋହର ଲଗାଇଛନ୍ତି । ଏସସିବିରେ ଏହି ପ୍ରକଳ୍ପ ଆରମ୍ଭ ହେବା ପରେ ଏହା ପୂର୍ବ ଭାରତରର ସର୍ବବୃହତ ଟ୍ରମା କେୟାର ସେଣ୍ଟର ଭାବରେ ପରିଚୟ ହାସଲ କରିବ । ଏହି କେୟାରରେ ଅତ୍ୟାଧୁନିକ ଚିକିତ୍ସା ସରଞ୍ଜାମ, ଉପକରଣ ମଧ୍ୟ ଉପଲବ୍ଧ ହେବ । ଏହାବ୍ୟତୀତ ତ୍ୱରିତ ଜରୁରୀକାଳୀନ ଚିକିତ୍ସା, ସ୍ୱତନ୍ତ୍ର ୱାର୍ଡ଼ ଓ ମେଗା ଭିତ୍ତିଭୂମିରେ ଏହା ନିର୍ମାଣ ହେବ ବୋଲି ଆଲୋଚନା ହୋଇଛି ।

Cuttack SCB medical college and hospital
Cuttack SCB medical college and hospital (ETV Bharat Odisha)

ଏହାମଧ୍ୟ ପଢନ୍ତୁ...

SCBରେ ଜଟିଳ ଅସ୍ତ୍ରୋପଚାର, ମୁଣ୍ଡରୁ ବାହାରିଲା ଟାଙ୍ଗିଆ

SCBରେ ହେବ ହାର୍ଟ ଟ୍ରାନ୍ସପ୍ଲାଣ୍ଟ, ଆଜିଠୁ ହୃତପିଣ୍ଡ ପ୍ରତିରୋପଣ ସ୍କ୍ରିନିଂ

SCBରେ ହେବ ହାର୍ଟ ଟ୍ରାନ୍ସପ୍ଲାଣ୍ଟ; MGM ହେଲଥ କେୟାର ସହ ସ୍ୱାସ୍ଥ୍ୟ ବିଭାଗର ଏମଓୟୁ

କଟକ SCB ମେଡିକାଲରେ ଦ୍ବିତୀୟ ଲିଭର ଟ୍ରାନ୍ସପ୍ଲାଣ୍ଟ, ସ୍ବାମୀ ଦେହରେ ସ୍ତ୍ରୀ ଯକୃତ - Liver Transplant In SCB

Health minister at SCB
Health minister at SCB (ETV Bharat Odisha)

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏସସିବି ଗସ୍ତ:

ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଏସସିବି ଗସ୍ତ କରିବା ସମୟରେ ଏହି ଦିଗ ଉପରେ ଆଲୋଚନା କରିଛନ୍ତି । ଏନେଇ ଖୁବଶୀଘ୍ର ଡିପିଆର ପ୍ରସ୍ତୁତ ହେବ ଓ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।ସ୍ୱାସ୍ଥ୍ୟମନ୍ତ୍ରୀ ଆଉମଧ୍ୟ କହିଛନ୍ତି, "କଟକରେ ୫୦୦ ଶର୍ଯ୍ୟା ବିଶିଷ୍ଟ ଟ୍ରମା କେୟାର ସେଣ୍ଟର ଖୁବଶୀଘ୍ର କାର୍ଯ୍ୟକାରୀ ହେବ । ଏନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ଗତକାଲି ଏନେଇ ଆଲୋଚନା ହୋଇଛି । ନିଶ୍ଚିତ ଭାବେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏସସିବି ମେଡିକାଲ କଲେଜ ଆଉ ପାଦେ ଆଗକୁ ଯିବ। ଡେଣ୍ଟାଲ ଇନଷ୍ଟିଚ୍ୟୁସନ ଉପରେ ବି ଗୁରୁତ୍ୱ ଦିଆଯିବ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.