ହାଇଦ୍ରାବାଦ: ମେଲବର୍ଣ୍ଣରେ ନୈରାଶ୍ୟଜନକ ପରାଜୟ ପରେ ବର୍ଡର-ଗାଭାସ୍କର ଟ୍ରଫିରେ 1-2 ରେ ପଛୁଆ ରହିଛି ଟିମ୍ ଇଣ୍ଡିଆ । ଦଳ ହାରିବାର ମୁଖ୍ୟ କାରଣ କୁହାଯାଉଛି ବରିଷ୍ଠ ଖେଳାଳିଙ୍କ ଖରାପ ପ୍ରଦର୍ଶନ । ବିଶେଷ କରି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଏଥି ପାଇଁ ଦାୟୀ କରାଯାଉଛି । ଉଭୟ ଖେଳାଳିଙ୍କୁ ଫର୍ମକୁ ନେଇ ବର୍ଷିଛନ୍ତି ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ କୋହଲି ଶତକ ହାସଲ କରିଥିବା ବେଳେ ବାକି 3 ମ୍ୟାଚରେ ଖରାପ ଫର୍ମରେ ରହିଥିଲେ, ଯାହା ତାଙ୍କଠାରୁ ଦଳ ଆଶା କରିଥିଲା ତାହା ସେ କରିବାରେ ଫେଲ ହୋଇଥିଲେ । ସେହିପରି ରୋହିତ 3ଟି ମ୍ୟାଚ ଖେଳି ମାତ୍ର 31 ରନ କରିଛନ୍ତି ।
ଗାଭାସ୍କର ଇଣ୍ଡିଆ ଟୁଡେକୁ କହିଛନ୍ତି, '' ଏହା ଚୟନକର୍ତ୍ତାଙ୍କ ଉପରେ ନିର୍ଭର କରେ। ଆଶା କରାଯାଉଥିବା ପ୍ରଦର୍ଶନ ହେଲା ନାହିଁ । ଟପ୍ ଅର୍ଡର ଭଲ ପ୍ରଦର୍ଶନ କରିବା କଥା, କିନ୍ତୁ ସେମାନେ ଯଦି ରନ କରିବାରେ ଫେଲ ହେଉଛନ୍ତି ତେବେ ନିମ୍ନ କ୍ରମକୁ କାହିଁକି ଦୋଷ ଦିଆଯିବ । ଟପ୍ ଅର୍ଡର ଭଲ ପ୍ରଦର୍ଶନ କରିଥିଲେ ଭାରତର ସ୍ଥିତି ଆଜି ଏପରି ହୋଇନଥାନ୍ତା । ''
Rohit Sharma Out Of Form...#ViratKohli #RCB #Cricket #player #zelena pic.twitter.com/HmUgLRVl99
— Vipin.Yadav (@vipin_y18) December 30, 2024
କୋହଲିଙ୍କୁ ପାଦ ମୁଭଣ୍ଟରେ ସମସ୍ୟା ରହିଛି: ଗାଭାସ୍କର
I have never seen a player making same mistake, but Virat Kohli is the only player, who got out for atleast 50+ times to play his favourite shot (cover drive) 🤐
— Richard Kettleborough (@RichKettle07) December 30, 2024
- He idolize Sachin, who scored 241 at SCG without cover drive, but Virat never learned from Sachin 😶#INDvAUS pic.twitter.com/at03PQDlvG
କୋହଲିଙ୍କ ଖରାପ ପ୍ରଦର୍ଶନ ସମ୍ପର୍କରେ ଗାଭାସ୍କର କହିଛନ୍ତି, ' ବଲ ପିଚକୁ ଯାଉନଥିଲା, ପାଦ ସିଧା ପିଚରେ ଯାଉଛି, ବଲ ଆଡକୁ ନୁହେଁ। ଯଦି ପାଦ ବଲ ଆଡକୁ ଅଧିକ ଯାଏ, ତେବେ ରନ ହେବାର ଅଧିକ ସମ୍ଭାବନା ଅଛି । କିନ୍ତୁ ପାଦ ଯମାବି ହଲୁ ନାହିଁ, କିନ୍ତୁ ତୁମେ ବଲ ପାଖରେ ପହଞ୍ଚିବାକୁ ଚେଷ୍ଟା କଲେ ଏହା ହିଁ ଘଟିବ । ରନ୍ ହୋଇପାରିବ ନାହିଁ ।
ସିଡନୀ ଟେଷ୍ଟ ଉପରେ ସମସ୍ତଙ୍କ ନଜର:
26-30 ଡିସେମ୍ବର ମଧ୍ୟରେ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ବକ୍ସିଂ ଡେ ଟେଷ୍ଟରେ ଭାରତକୁ 184 ରନରେ ପରାଜୟ କରିଥିଲା କଙ୍ଗାରୁ ଦଳ । ଯେଉଁଥିପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ 2025 ର ଫାଇନାଲରେ ପହଞ୍ଚିବା ଭାରତ ପାଇଁ ମୁସକିଲ ହୋଇପଡିଛି । ବର୍ଡର ଗାଭାସ୍କର ଟ୍ରଫିର 4ଟି ଟେଷ୍ଟ ମ୍ୟାଚ ସରିଥିବା ବେଳେ ଗୋଟିଏରେ ଭାରତ ଜିତିଛି । ବରିଷ୍ଠ ଖେଳାଳି ବାରମ୍ବାର ନିରାଶ କରୁଛନ୍ତି । ବୋଲିଂ ବିଭାଗ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବ୍ୟାଟିଂ ବିଭାଗରେ ନୈରାଶ୍ୟଜନକ ପ୍ରଦର୍ଶନ ରହିଛି । ଯେଉଁଥି ପାଇଁ ବିରାଟ ରନ କରିବାରେ ବିଫଳ ହେଉଛି ଭାରତ ।