ମେଷ: ଆଜି ଆପଣଙ୍କର ଅନୁକୂଳ ମନୋଭାବ ରହିବ । ଆପଣ ମାନସିକ ଏବଂ ଶାରୀରିକ ଭାବରେ ସୁସ୍ଥ ରହିବେ । ଆଜି ଦିନରେ ଆପଣ ଯାହା କରିବେ ତାହା ସଫଳ ହେବ । ଆପଣଙ୍କ ପରିବାରର ପରିବେଶ ଶାନ୍ତିପୂର୍ଣ୍ଣ ରହିବ । ଆପଣଙ୍କ ବାପାମାଙ୍କଠାରୁ ଭଲ ଖବର ଆଶା କରିବେ । ଆଜି ଆପଣ ସେମାନଙ୍କଠାରୁ କିଛି ଲାଭ ପାଇପାରିବେ । ଆର୍ଥିକ ଲାଭ ହେବ ।
![Today Wednesday Odia Horoscope](https://etvbharatimages.akamaized.net/etvbharat/prod-images/05-02-2025/23470509_od_rashi-2.jpg)
ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ରହି ନପାରେ । ସମସ୍ତ ଛୋଟ ଚିନ୍ତା ଆପଣଙ୍କୁ ବ୍ୟଥିତ କରିପାରେ । ଶାରୀରିକ ଅସୁସ୍ଥତା ସମ୍ଭନ୍ଧୀୟ ସମସ୍ୟା ଆପଣ ଅନୁଭବ କରିପାରନ୍ତି । ଆପଣ ଏବଂ ଆପଣଙ୍କ ପ୍ରିୟଜନମାନଙ୍କ ସହ ମତଭେଦ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାକି ଆପଣଙ୍କର ପରିବାରର ପରିବେଶ ଅସନ୍ତୁଳନ ରଖିପାରେ । ଆଜି ଆପଣଙ୍କର କାମ ସଂପୂର୍ଣ୍ଣ କରିବାରେ କଷ୍ଟ ହୋଇପାରେ ।
![Today Wednesday Odia Horoscope](https://etvbharatimages.akamaized.net/etvbharat/prod-images/05-02-2025/23470509_od_rashi-11.jpg)
ମିଥୁନ: ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନ ଲାଭଦାୟୀ ରହିବ । ଆଜି ବନ୍ଧୁ ଓ ପରିଜନଙ୍କ ସହଯୋଗରେ କଠିନ କାମ ସହଜ ହୋଇଯିବ । ଉତ୍ତମ ଭୋଜନ ଓ ବସ୍ତ୍ର ଯୋଗ ରହିଛି । ଅନୁକୂଳ ପରିବେଶ ଯୋଗୁଁ ମନ ଭଲ ରହିବ । ଉତ୍ସାହ ଓ ଫୁର୍ତ୍ତିିର ଦିନ ହେବ । ଶାରୀରିକ ଓ ମାନଶିକ ବାବରେ ସୁସ୍ଥ ରହିବେ ।
![Today Wednesday Odia Horoscope](https://etvbharatimages.akamaized.net/etvbharat/prod-images/05-02-2025/23470509_od_rashi-5.jpg)
କର୍କଟ: ଭାଗ୍ୟଶାଳୀ ହୋଇ ରହିବେ । ସମସ୍ତ ପ୍ରକାର ଭାଗ୍ୟଶାଳୀ କାମର ମଜା ଆପଣ ନେବେ । ନମ୍ର ଭାବରେ ଆପଣ ବିଶେଷ ଉପହାରକୁ ହସି ହସି ଗ୍ରହଣ କରିବେ । କାର୍ଯ୍ୟସ୍ଥଳରେ ଏବଂ ଘରେ ଆପଣ ଅତି ଉତ୍ତମ ସମୟ ସୁନିଶ୍ଚିତ କରିବେ । ବନ୍ଧୁତ୍ୱ ସମ୍ପର୍କ ଯାହାକି ଆପଣ ଆପଣଙ୍କ ପରିବାର ଲୋକଙ୍କ ସହ ସେୟାର କରନ୍ତି, ତାହା ଆପଣଙ୍କ ପାଇଁ ଏକ ଅତି ଉତ୍ତମ ବିଷୟବସ୍ତୁ ଆଣିଦେବ । ଆୟର ନୂଆ ଉତ୍ସ ମିଳିବ ।
![Today Wednesday Odia Horoscope](https://etvbharatimages.akamaized.net/etvbharat/prod-images/05-02-2025/23470509_od_rashi-3.jpg)
ସିଂହ: ସକାଳ ଭଲରେ ବିତିବ । ସାମାଜିକ ଓ ବ୍ୟବସାୟିକ କ୍ଷେତ୍ରରେ ଆନନ୍ଦପ୍ରଦ ଓ ଲାଭପ୍ରଦ ସମାଚାର ମିଳିବ । ବନ୍ଧୁଙ୍କ ସହ ଦିନ ଭଲରେ ବିତିବ । ଆୟରେ ବୃଦ୍ଧି ଓ ଧନ ଲାଭ ହେବ । ଦ୍ବିପ୍ରହର ପରେ ଆପଣଙ୍କ କଥା କିମ୍ବା ବ୍ୟବହାର କାହାକୁ ଖରାପ ଲାଗିପାରେ । ବାହନ ଚଳେଇବା ବେଳେ ସାବଧାନ ରକ୍ଷାକରନ୍ତୁ । ମାନସିକ ଚିନ୍ତା ବଢିପାରେ । ସନ୍ତାନ ଓ ପରିଜନଙ୍କ ସହ ମନୋମାଳିନ୍ୟ ରହିପାରେ ।
![Today Wednesday Odia Horoscope](https://etvbharatimages.akamaized.net/etvbharat/prod-images/05-02-2025/23470509_od_rashi-6.jpg)
କନ୍ୟା: ଅତୀତର କାର୍ଯ୍ୟକୁ ନେଇ ଆଜି ପ୍ରଶଂସିତ ହେଵେ । ଅନ୍ୟର ଆଦେଶ ମାନିବା ବଦଳରେ ନିଜ ଢଙ୍ଗରେ ସମସ୍ୟାଗୁଡ଼ିକୁ ସମାଧନ କରିଵାକୁ ପସନ୍ଦ କରିଵେ । ନିଜ ଅସନ୍ତୁଷ୍ଟ ପ୍ରକାଶ ନକରି ଶାନ୍ତ ଓ ସଙ୍ଗଠିତ ରହିଵା ଉଚିତ ହେବ ।
![Today Wednesday Odia Horoscope](https://etvbharatimages.akamaized.net/etvbharat/prod-images/05-02-2025/23470509_od_rashi-12.jpg)
ତୁଳା: ଆପଣ ନିଜର ଵ୍ୟକ୍ତିତ୍ଵ ଓ ଅନ୍ତର୍ନିହିତ ଶକ୍ତିକୁ ଵିଶ୍ଵ ଦରଵାରରେ ପରିଚିତ କରାଇଵେ । ନୂଆ ଵସ୍ତ୍ର କିଣି ପାରନ୍ତି । ନିଜ ପାଖରେ ଥିବା ବନ୍ଧୁ ଓ ବାନ୍ଧବୀଙ୍କୁ ଅଧିକ ସମୟ ଓ ଧ୍ୟାନ ଦେଵେ । ଆଜିର ଦିନଟି ଆପଣ ନିଜ ସ୍ବପ୍ନ ରାଇଜରେ ବିତାଇଵେ । ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବ ।
![Today Wednesday Odia Horoscope](https://etvbharatimages.akamaized.net/etvbharat/prod-images/05-02-2025/23470509_od_rashi-7.jpg)
ବିଛା: ଆପଣଙ୍କ ଘରର ପରିବେଶ ଶାନ୍ତିପୂର୍ଣ୍ଣ ଏବଂ ଖୁସିବାସି ଭରା ରହିବ । ଆଜି ଆପଣ ମାନସିକ ଏବଂ ଶାରୀରିକ ଭାବରେ ସୁସ୍ଥ ଅନୁଭବ କରିପାରନ୍ତି । ଅତ୍ୟଧିକ ଏବଂ ଆରାମଦାୟକ ଖର୍ଚ୍ଚ ଆପଣଙ୍କ ପାଇଁ ଦ୍ୱନ୍ଦପୂର୍ଣ୍ଣ ରହିବ । ଯେଉଁମାନେ ଅସୁସ୍ଥ ଅଛନ୍ତି, ସେମାନେ ଯନ୍ତ୍ରଣାମୁକ୍ତ ହୋଇପାରନ୍ତି । ଆପଣଙ୍କ ଶତ୍ରୁମାନେ ପରାସ୍ତ ସ୍ୱୀକାର କରିବେ ।
![Today Wednesday Odia Horoscope](https://etvbharatimages.akamaized.net/etvbharat/prod-images/05-02-2025/23470509_od_rashi-10.jpg)
ଧନୁ: ଆଜି ଦିନର ପ୍ରାରମ୍ଭ ସମୟ ସେତେ ଅନୁକୂଳ ରହି ନପାରେ । କୌଣସି କାରଣ ନଥାଇ ମନ ବ୍ୟସ୍ତ ରହିପାରେ । ଶାନ୍ତ ରହିବା ପାଇଁ ଈଶ୍ବରଙ୍କୁ ଆରାଧନା କରନ୍ତୁ । ଦିନର ଦ୍ବିତୀୟାର୍ଦ୍ଧରେ ନକ୍ଷତ୍ରଗଣ ଆପଣଙ୍କ ସପକ୍ଷ ଆଡକୁ ଗତି କରିବେ । ଧୈର୍ଯ୍ୟ ରଖନ୍ତୁ, ଯଦି ସମ୍ଭବ ହୁଏ କୌଣସି ଭ୍ରମଣ ଯୋଜନାକୁ ଘୁଞ୍ଚାନ୍ତୁ । ପିଲାଛୁଆଙ୍କ ସ୍ୱାସ୍ଥ୍ୟ ଆପଣଙ୍କର ବ୍ୟସ୍ତତାର କାରଣ ହୋଇପାରେ ।
![Today Wednesday Odia Horoscope](https://etvbharatimages.akamaized.net/etvbharat/prod-images/05-02-2025/23470509_od_rashi-9.jpg)
ମକର: ନିଜ କାର୍ଯ୍ୟକୁ ସଫଳ କରିବାକୁ ଏଅଧିକ ପରିଶ୍ରମ କରିବାକୁ ହେବ । ଆପଣଙ୍କ ପ୍ରିୟ ଲୋକ ଶତ୍ରୁତା କରିପାରନ୍ତି । ରାଗ ବଦଳରେ ନିଜ ଯୋଜନା ଉପରେ ଭରସା ରଖନ୍ତୁ । ବିବାହକୁ ନେଇ ଥିବା ସମସ୍ୟା ଦୂର ହେବ । ବ୍ୟବସାୟରେ ସତର୍କ ରହିଲେ ଲାଭବାନ ହେବେ । ବୁଲାବୁଲି କରିବାକୁ ଯାଇପାରନ୍ତି ।
![Today Wednesday Odia Horoscope](https://etvbharatimages.akamaized.net/etvbharat/prod-images/05-02-2025/23470509_od_rashi-4.jpg)
କୁମ୍ଭ: ଆଜି ଆପଣ ଯେକୌଣସି ସମସ୍ୟାର ସମାଧନ କରିପାରିଵେ । କିନ୍ତୁ ଆପଣଙ୍କ ଚାରିପାଖର ଲୋକମାନେ କିଛି ନା କିଛି କହିଵେ । ଏହା ଆପଣଙ୍କୁ ବିଷାଦଗ୍ରସ୍ତ କରିଵ । ଶତ୍ରୁ ବଢ଼ିପାରନ୍ତି । କାର୍ଯ୍ୟ ଭାର ପାଇଁ କ୍ଲାନ୍ତ ରହିପାରନ୍ତି । ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ ।
![Today Wednesday Odia Horoscope](https://etvbharatimages.akamaized.net/etvbharat/prod-images/05-02-2025/23470509_od_rashi-1.jpg)
ମୀନ: ଆଜି ଆପଣଙ୍କ ଖର୍ଚ୍ଚ ଉପରେ ନଜର ରଖନ୍ତୁ । କାରଣ ଖର୍ଚ୍ଚ ନିୟନ୍ତ୍ରଣ ବାହାରକୁ ଯାଇପାରେ । ଆପଣ ଆଜି ଉଧାର ନିଅନ୍ତୁ ନାହିଁ କିମ୍ୱା ଦିଅନ୍ତୁ ନାହିଁ; ଏହି ପାଇଁ ଏହା ଉପଯୁକ୍ତ ସମୟ ନୁହେଁ । ଦୂରଯାତ୍ରା ବେଳେ ସତର୍କ ରୁହନ୍ତୁ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
![Today Wednesday Odia Horoscope](https://etvbharatimages.akamaized.net/etvbharat/prod-images/05-02-2025/23470509_od_rashi-8.jpg)