ETV Bharat / state

ଉଜୁଡା କ୍ଷେତକୁ ଦେଖି ଧାନ ଜମିରେ ଟଳିପଡିଲେ ଚାଷୀ - FARMER DEATH

ଉଜୁଡା କ୍ଷେତକୁ ଦେଖି ସହିପାରିଲେନି ଚାଷୀ । ଧାନ ଜମିରେ ଟଳିପଡିଲେ । ସରକାରୀ ସହାୟତା ଦାବି କଲେ ମୃତକଙ୍କ ପରିବାର ।

Farmer Dies
Farmer Dies (ETV Bharat Odisha)
author img

By ETV Bharat Odisha Team

Published : Dec 31, 2024, 2:21 PM IST

ନିଆଳି: ଅଦିନିଆ ବର୍ଷା ଚାଷୀ ମୁହଁରୁ ଆହାର ଛଡାଇ ନେଇଛି । ଧାର କରଜ କରି ଚାଷ କରିଥିଲା ଚାଷୀ । ବର୍ଷକ ଯାକ ଫସଲ ଅମଳ ସମୟରେ ପ୍ରକୃତି ଦାଉ ସାଧିଲା । ଜମିରେ ଧାନ ଗଜା ହୋଇଯାଇଛି । ବର୍ଷ ଯାକର ପରିଶ୍ରମ ପାଣିରେ ପଡ଼ିଥିବା ବେଳେ ଚାଷୀ ଏବେ ସର୍ବଶାନ୍ତ ହୋଇଛନ୍ତି ।‌ ଆଜି ସକାଳୁ କଟକ ଜିଲ୍ଲା ନିଆଳି ବ୍ଳକ ମହଙ୍ଗା ଅଞ୍ଚଳରେ ଘଟିଛି ଦୁଃଖଦ ଘଟଣା । ଜଣେ ଚାଷୀ ନିଜର ଭାଗ ଚାଷ ଧାନ ଜମିକୁ ଯାଇଥିବା ସମୟରେ ଉଜୁଡା କ୍ଷେତକୁ ଦେଖି ବିଲରେ ଟଳି ପଡ଼ିଥିବା ଅଭିଯୋଗ ଆଣିଛନ୍ତି ମୃତ ଚାଷୀଙ୍କ ପରିବାର ଲୋକ ।

Farmer Dies (ETV Bharat Odisha)

ଫସଲ ନଷ୍ଟ ଦେଖି ଟଳିପଡ଼ିଲେ:

ସୂଚନା ଅନୁସାରେ, କଟକ ଜିଲ୍ଲାର ନିଆଳି ବ୍ଳକ ମହଙ୍ଗାପଡା କୈଳାସ ପ୍ରଧାନ (୭୫) ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ । ଚଳିତ ବର୍ଷ ୨ ଏକର ଜମିରେ ଧାନ ଚାଷ କରିଥିଲେ । ଅଦିନିଆ ବର୍ଷାରେ ଧାନ ଫସଲ ଉଜୁଡା ଫଳରେ ଦୁଃଖରେ ଭାଙ୍ଗି ପଡିଥିଲେ କୈଳାସ । ଆଜି ସକାଳୁ ଧାନ ଜମିକୁ ଯାଇଥିବା ସମୟରେ ଉଜୁଡା କ୍ଷେତକୁ ଦେଖି କୈଳାସଙ୍କ ହୃଦ୍‌ଘାତ ହେବାସହ ଧାନ ବିଲରେ ଟଳି ପଡ଼ିଥିଲେ । ଏହି ଖବର ସ୍ଥାନୀୟ ଅଞ୍ଚଳରେ ପଚାରିତ ହେବା ପରେ କୈଳାସଙ୍କ ଧାନ ଜମିରେ ଲୋକଙ୍କ ସୁଅ ଛୁଟିଥିଲା । କୈଳାସଙ୍କ ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି ।

ସରକାରୀ ସହାୟତା ଦାବି:

ଏନେଇ ମୃତ କୈଳାସଙ୍କ ଝିଅ କହିଛନ୍ତି, "ବାପା ବିଲକୁ ଯାଇଥିଲେ । ବର୍ଷାରେ ଧାନ କ୍ଷୟକ୍ଷତି ଦେଖି ବିଲରେ ଟଳି ପଡ଼ିଥିଲେ । ଧାନରୁ ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳେ । ମୁଁ ସରକାରଙ୍କୁ ଅନୁରୋଧ କରୁଛି ଯେ, ଆମକୁ କିଛି ସରକାରୀ ସହାୟତା ମିଳୁ ।" ସେହିପରି ଗ୍ରାମର ଯୁଧିଷ୍ଠିର ଜେନା କହିଛନ୍ତି, "କୈଳାସ ଜଣେ ଗରିବ ଲୋକ । ବୟସ ୭୫। ଭାଗ ଚାଷ କରିଥିଲେ । ଚାଷ କ୍ଷୟକ୍ଷତି ହୋଇଛି । ବିଲକୁ ଯାଇଥିବାବେଳେ ଧାନ ନଷ୍ଟ ହୋଇଥିବା ଦେଖି କୈଳାସଙ୍କର ହୃଦଘାତ ହୋଇ ମୃତ ବରଣ କରିଛନ୍ତି । କୈଳାସଙ୍କ ପରିବାର କହିଲେ ଏକ ମାତ୍ର ଝିଅ ଓ ସ୍ତ୍ରୀ ଅଛନ୍ତି ।‌ ସରକାରଙ୍କୁ ଅନୁରୋଧ ଯେ, କୈଳାସଙ୍କ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦିଅନ୍ତୁ ।‌"

ଏହା ମଧ୍ୟ ପଢ଼ନ୍ତୁ...ଫସଲ କ୍ଷୟକ୍ଷତି ପାଇଁ ପୁଣି ଗଲା ଚାଷୀଙ୍କ ଜୀବନ, SRCଙ୍କୁ ଚିଠି ଲେଖିଲେ ବିଧାୟକ

ଏହା ମଧ୍ୟ ପଢ଼ନ୍ତୁ...ଗଞ୍ଜାମ ପରେ କେନ୍ଦ୍ରାପଡ଼ାରେ ଚାଷୀ ମୃତ୍ୟୁ, ଫସଲ ହାନୀ କାରଣ କହିଲେ ପରିବାର

ସେପଟେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି ନିଆଳି ତହସିଲଦାର ଲିଲେନ କୁମାର ସାହୁ ଓ ନିଆଳି କୃଷି ଅଧିକାରୀ ସନ୍ଧ୍ୟାରାଣୀ ଦାଶ । ତହସିଲଦାର ଓ କୃଷି ଅଧିକାରୀ କ୍ଷତିଗ୍ରସ୍ତ ଚାଷ ଜମି ପାଖକୁ ଯାଇ ସ୍ଥିତ ଦେଖିବା ସହ ମୃତକଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ।
ଇଟିଭି ଭାରତ, ନିଆଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.