ETV Bharat / politics

ରାଜ୍ୟସଭାରେ ଦୁର୍ବଳ ହେଉଛି ବିଜେଡି, ବିଜେପିର ବଳ ସାଜୁଛନ୍ତି ଦଳ ଡିଆଁ ନେତା - Politics On Sujeet Quits BJD

author img

By ETV Bharat Odisha Team

Published : Sep 7, 2024, 11:02 PM IST

Rajya Sabha MP Sujeet Kumar Quits BJD And Joins BJP: ୨୦୨୪ ସାଧାରଣ ନିର୍ବାଚନ ଓଡ଼ିଶାରେ ବିଜେଡିର ଗଡ଼ ଭାଙ୍ଗିବା ପରେ ଜଣକ ପରେ ଜଣେ ନେତା ଏବେ ବିଜେପି ମୁହାଁ । ରାଜ୍ୟସଭାରେ ଖସୁଛି ବିଜେଡି ବଳ । ଅଧିକ ପଢନ୍ତୁ

Rajya Sabha MP Sujeet Kumar Quits BJD And Joins BJP
Rajya Sabha MP Sujeet Kumar Quits BJD And Joins BJP (ETV Bharat Odisha)

ଭୁବନେଶ୍ବର: ବିଜେଡି ଛାଡ଼ୁଛନ୍ତି ଜଣଙ୍କ ପରେ ଜଣେ ରାଜ୍ୟସଭା ସାଂସଦ । ଉଚ୍ଚସଦନରେ ଦୁର୍ବଳ ହେବାରେ ଲାଗିଛି ବିଜୁ ଜନତା ଦଳ । ଆଗାମୀ ଦିନରେ ଆହୁରି ସଦସ୍ୟ ଦଳ ଛାଡିବା ନେଇ ଚର୍ଚ୍ଚା ହେଉଛି । ଫଳରେ ଜାତୀୟ ସ୍ତରରେ ବିଜେଡିର ପତିଆରା କମିବ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ । ସଂଖ୍ୟା କମିଲେ ବି ଓଡିଶାର ସ୍ୱାର୍ଥ ହାସଲ ଲାଗି ବିଜେଡି କାର୍ଯ୍ୟ କରିବ ବୋଲି କହିଛନ୍ତି ଦଳର ସାଂସଦ ।

ଫେଡ଼ି ହେଉଛି ବିଜେଡି:

ଲୋକସଭା ପରେ ରାଜ୍ୟସଭାରେ ଦୁର୍ବଳ ହେବାରେ ଲାଗିଛି ବିଜେଡି । ସାଧାରଣ ନିର୍ବାଚନରେ ଲୋକସଭାରେ ଖାତା ଖୋଲିନଥିବା ବିଜେଡି ରାଜ୍ୟସଭାରେ ଦିନକୁ ଦିନ ଫେଡ଼ି ହୋଇଯାଉଛି । ଜଣଙ୍କ ପରେ ଜଣେ ରାଜ୍ୟସଭା ସାଂସଦ ବିଜେଡି ସହ ପଦ ଛାଡ଼ୁଛନ୍ତି । ମମତା ମହନ୍ତ ପରେ ରାଜ୍ୟସଭା ପଦ ଛାଡ଼ିଛନ୍ତି ସୁଜିତ କୁମାର । ନିର୍ବାଚନ ପୂର୍ବରୁ ରାଜ୍ୟସଭାରେ ବିଜେଡି ସଂଖ୍ୟା ୯ ଥିବାବେଳେ ଏବେ ୭ରେ ପହଁଚିଛି । ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି କମିବାର ଆଶଙ୍କା ସୃଷ୍ଟି ହୋଇଛି । ଯାହାକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି ।

ବିଜେପିକୁ ବଳ ସାଜୁଛନ୍ତି ଦଳ ଡିଆଁ ନେତା:

ରାଜ୍ୟସଭାରେ ଓଡିଶାର ସଦସ୍ୟ କୋଟା ରହିଛି ୧୦ । ସାଧାରଣ ନିର୍ବାଚନର କିଛି ଦିନ ପୂର୍ବରୁ ଓଡ଼ିଶାର ୩ ଜଣ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ସେତେବେଳେର ସଂଖ୍ୟା ଦୃଷ୍ଟିରୁ ବିଜେଡି ୩ ଜଣ ସଦସ୍ୟଙ୍କୁ ରାଜ୍ୟସଭାକୁ ପଠାଇ ପାରିଥାନ୍ତା । କିନ୍ତୁ ୨ ଜଣଙ୍କୁ ଉଚ୍ଚ ସଦନକୁ ପଠାଇଥିଲା । ଆଉ ଗୋଟେ ସିଟ ପୂର୍ବ ପରି ବିଜେପି ନେତା ଅଶ୍ୱିନୀ ବୈଷ୍ଣବକୁ ସମର୍ଥନ ଦେଇଥିଲା ବିଜେଡି । ତେଣୁ ରାଜ୍ୟସଭାରେ ବିଜେଡି ସଂଖ୍ୟା ୯ ଓ ବିଜେପି ୧ ହୋଇଥିଲା । ଗତ ମାସରେ ମମତା ମହନ୍ତ ବିଜେଡି ଓ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ । ବିଜେପିରେ ସାମିଲ ହୋଇ ପୁନର୍ବାର ରାଜ୍ୟସଭା ଯାଇଛନ୍ତି । ଫଳରେ ବିଜେଡି ସଂଖ୍ୟା ଗୋଟିଏ କମିବା ସହ ବିଜେପି ସଂଖ୍ୟା ବଢ଼ିଥିଲା । ସେହିପରି ସୁଜିତ ରାଜ୍ୟସଭାରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିରୁ ସେ ସେହି ସିଟରୁ ପୁନର୍ବାର ରାଜ୍ୟସଭା ଯିବାର ସମ୍ଭାବନା ରହିଛି । ତେବେ ବିଜେପି ସଂଖ୍ୟା ଆଉ ଗୋଟେ ବଢିବା ସହ ବିଜେଡି ସଂଖ୍ୟା କମିବ । ସୁଜିତଙ୍କ ବଦଳରେ ଦଳ ଆଉ କାହାକୁ ପ୍ରାର୍ଥୀ କଲେ ମଧ୍ୟ ସଂଖ୍ୟା ବିଜେପି ସପକ୍ଷରେ ଯିବ ।

ଏହା ମଧ୍ୟ ପଢ଼ନ୍ତୁ...Sujeet Kumar joins BJP: ମମତାଙ୍କ ପରେ ସୁଜିତ, ଶଙ୍ଖ ଛାଡ଼ି ପଦ୍ମ ଧରିଲେ ରାଜ୍ୟସଭା ସାଂସଦ ସୁଜିତ କୁମାର, ବହିଷ୍କାର କଲେ ନବୀନ - BJD MP Sujeet Kumar resignation

କ୍ଷୟ ହେଉଛି ବିଜେଡି ଶକ୍ତି:

ଏନେଇ ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର କହିଛନ୍ତି, "ଲୋକସଭା ବିଜେଡି ବିହୀନ ହୋଇଯାଇଛି । ତେଣୁ ବିଜେଡିର ଏକମାତ୍ର ଭରସା ହେଉଛି ରାଜ୍ୟସଭା । କିନ୍ତୁ ରାଜ୍ୟସଭାରେ ବିଜେଡିର ଶକ୍ତି କ୍ଷୟ ହେଉଛି । ଜଣଙ୍କ ପରେ ଜଣେ ସାଂସଦ ବିଜେଡି ଛାଡୁଛନ୍ତି । ମମତା ମହନ୍ତ ପରେ ସୁଜିତ କୁମାର ଦଳ ଛାଡିଛନ୍ତି । ବିଜେପି ଜଣଙ୍କ ପରେ ଜଣେ ବିଜେଡି ସାଂସଦଙ୍କୁ ଶିକାର କରୁଛି । ଏହା ଦ୍ୱାରା ବିଜେଡି ଦୁର୍ବଳ ହେଉଛି ବୋଲି ବିଚାର କରିବାକୁ ପଡିବ । ଜାତୀୟ ସ୍ତରରେ ବିଜେଡିର ଥିବା ପତିଆରାର ମଧ୍ୟ ଅବକ୍ଷୟ ହେବ ।"

ଏହା ମଧ୍ୟ ପଢ଼ନ୍ତୁ...ଦଳ ଛାଡୁଛନ୍ତି ତୃଣମୂଳ ନେତା; ସଂଗଠନ ସଜଡ଼ା ହୋଇନଥିବାରୁ ନିଷ୍କ୍ରିୟ ହେଉଛି ବିଜେଡି ! - BJD MLA Training Programme

ସେ ଆହୁରି ମଧ୍ୟ କହିଛନ୍ତି, "ନିର୍ବାଚନ ପୂର୍ବରୁ ବିଜେପି ଓ ବିଜେଡି ମଧ୍ୟରେ ଥିବା ଅଘୋଷିତ ମଧୁର ସମ୍ପର୍କର ଅବସାନ ଘଟିଛି । କୌଣସି କାରଣରୁ ଉଭୟ ଦଳ ମଧ୍ୟରେ ମେଣ୍ଟ ହୋଇନଥିଲା । ମେଣ୍ଟ ନହେବାର ଭରପୁର ଫାଇଦା ବିଜେପି ହାସଲ କରିଛି । ନିଜ ଗୋଡ଼ରେ ଛିଡା ହୋଇ ବିଜେପି ସରକାର ଗଢ଼ିଛି । ମୁଖ୍ୟ ବିରୋଧୀ ଦଳର ଶକ୍ତି କ୍ଷୟ ହେଉ ବୋଲି ବିଜେପି ଚାହିଁବ । ବିଜେଡିର ପ୍ରଭାବ ହ୍ରାସ ପାଉ ବୋଲି ସ୍ୱାଭାବିକ ଭାବେ ଚେଷ୍ଟା କରିବ । ସମାନ କୌଶଳ ବିଜେଡି କ୍ଷମତାରେ ଥିବା ବେଳେ ଅବଲମ୍ବନ କରିଥିଲା । ମୁଖ୍ୟ ବିରୋଧୀ ଥିବା କଂଗ୍ରେସ ଦଳର ନେତାଙ୍କୁ ବିଜେଡି ଏମିତି ଶିକାର କରିଥିଲା । ତାହାର ଉଦାହରଣ ହେଉଛନ୍ତି ଭୁପିନ୍ଦର ସିଂ । ଏମିତି ଅନେକ ଦୃଷ୍ଟାନ୍ତ ରହିଛି । ପରିବର୍ତ୍ତିତ ପରିସ୍ଥିତିରେ ବର୍ତ୍ତମାନ ବିଜେପି ସେହି ବାଟ ଧରିଛି ।"

ଏହା ମଧ୍ୟ ପଢ଼ନ୍ତୁ...ମମତା ମହାନ୍ତ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ; ମୁଖ୍ୟମନ୍ତ୍ରୀ ମୋହନ କହିଲେ ଦିଲ୍ଲୀରେ ସାଜିବେ ଓଡିଶାର ସ୍ୱର - Mamata elected to Rajya Sabha

ସଂଖ୍ୟା କମିଲେ ବି ପ୍ରଭାବ ପଡିବନି :

ବିଜେଡି ସାଂସଦ ମୁନ୍ନା ଖାଁ କହିଛନ୍ତି, "ରାଜ୍ୟସଭାରେ ଆମେ ଦୁର୍ବଳ ହୋଇନାହୁଁ । ସଂଖ୍ୟା କମିଲେ ମଧ୍ୟ ଆମ ଉପରେ ପ୍ରଭାବ ପଡିବ ନାହିଁ । ଯେତେଦିନ ଯାଏଁ ଆମେ ଅଛୁ, ଟେବୁଲ ବାଡେଇ ଆମେ ରାଜ୍ୟ ସମ୍ବନ୍ଧୀୟ ଦାବି ରଖିବୁ । ଲୋକସଭାରେ ଆମର ସଂଖ୍ୟା ନାହିଁ । ଅମେ ମାନୁଛୁ । ଯେତେ ଜଣ ରାଜ୍ୟସଭାରେ ଅଛୁ, ଆମେ ସ୍ୱର ଉତ୍ତୋଳନ କରିବୁ । ଲୋକଙ୍କ ସହିତ ଥିବା ଲୋକ ଦଳ ଛାଡ଼ନ୍ତି ନାହିଁ । ନବୀନ ପଟ୍ଟନାୟକଙ୍କ ପ୍ରତି ସାରା ଓଡ଼ିଶାର ଆସ୍ଥା ଅଛି । ନବୀନ ପଟ୍ଟନାୟକ ଥିବା ଯାଏଁ ଦଳର କିଛି ହେବାର ନାହିଁ । ରାଜନୀତିରେ ଏମିତି ହୁଏ । ଦଳ ସରକାରକୁ ଆସିଲେ ଏମିତି ଅଦଳବଦଳ ହୁଏ । ଆମେ ଏହାକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛୁ ।"

ଏହା ମଧ୍ୟ ପଢ଼ନ୍ତୁ...BJD Oppose Waqf Bill: ରାଜ୍ୟସଭାରେ ୱାକଫ ସଂଶୋଧନ ବିଲକୁ ସମର୍ଥନ କରିବନି ବିଜେଡି - Waqf Amendment bill

ଯିଏ ବିଜେପିକୁ ଆସିବ, ତାକୁ ସ୍ବାଗତ:

ବିଜେପି ବିଧାୟକ ବାବୁ ସିଂ ଏହାକୁ ନେଇ କହିଲେ ଶୁଆଶାରୀ ଉପାଖ୍ୟାନ । ବାବୁ ସିଂ କହିଛନ୍ତି, "କାହାକୁ ପିଞ୍ଜରା ଭିତରେ ରଖା ଯାଇ ପାରିବ ନାହିଁ, ଏକଥା ସୁଜିତ କୁମାରଙ୍କ ମତରୁ ସ୍ପଷ୍ଟ ହୋଇ ଯାଇଛି । କାହାରି ହାତ ଗୋଡ ବାନ୍ଧି ରଖି ପାରିବେ ନାହିଁ । ସମସ୍ତଙ୍କର ସ୍ବାଧିନତା ରହିଛି। ମମତା ମହାନ୍ତ ବିଜେଡି ରାଜ୍ୟସଭା ସଦସ୍ୟ ଥିଲେ। ବିଜେଡି ଛାଡ଼ି ବିଜେପି ଯୋଗ ଦେଲେ । ଏବେ ବିଜେପିର ରାଜ୍ୟସଭା ସଦସ୍ୟ । ସେହିପରି ସୁଜିତ କୁମାର ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ଗତ କାଲି ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ସୁଜିତ କୁମାରଙ୍କୁ ବିଜେପିକୁ ସ୍ୱାଗତ କରୁଛୁ । ବିଜେପିର ଦ୍ଵାର ଖୋଲା ଅଛି । ଯିଏ ଦେଶକୁ, ରାଜ୍ୟକୁ ଏବଂ ଲୋକଙ୍କୁ ଭଲ ପାଉଥିବା ତା ପାଇ ବିଜେପିରେ ଆସନ ସଂରକ୍ଷଣ ହୋଇ ଅଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.