ETV Bharat / state

BSE: ସହଜ ହେଲା +2 ନାମଲେଖା, SAMSକୁ ଛାତ୍ରଛାତ୍ରୀଙ୍କ ତଥ୍ୟ ଦେବ ଉଚ୍ଚ ବିଦ୍ୟାଳୟ - Student Data On SAMS

author img

By ETV Bharat Odisha Team

Published : Sep 7, 2024, 10:35 PM IST

Board Of Secondary Education Odisha: ସହଜ ହେବ ଯୁକ୍ତ ୨ ନାମ ଲେଖା । ଏକାଦଶ ଶ୍ରେଣୀ ନାମଲେଖା ପାଇଁ SAMSକୁ ଛାତ୍ରଛାତ୍ରୀଙ୍କ ତଥ୍ୟ ଦେବ ଉଚ୍ଚ ବିଦ୍ୟାଳୟ । ଅଧିକ ପଢ଼ନ୍ତୁ

Board Of Secondary Education
Board Of Secondary Education (ETV Bharat Odisha)

ଭୁବନେଶ୍ବର: ଗଣେଶ ପୂଜାରେ ବଡ଼ ଘୋଷଣା କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଏଣିକି ଯୁକ୍ତ ଦୁଇ (+2) ନାମଲେଖା ପାଇଁ ସାମ୍ସ (SAMS)ରେ ଛାତ୍ରଛାତ୍ରୀଙ୍କ ତଥ୍ୟ ଦେବ ସ୍କୁଲ । ନବମରେ ପଢିଥିବା ପିଲାମାନଙ୍କ ଅନଲାଇନ ପଞ୍ଜିକରଣ ବ୍ୟବସ୍ଥା ହୋଇଛି । ବାପା, ମାଆଙ୍କ ନାଁ, ଜନ୍ମ ତାରିଖ ପରି ତଥ୍ୟ ପୋର୍ଟାଲରେ ଅପଲୋଡ଼ ହେବ । ଦଶମ ପରୀକ୍ଷାରେ ଏହି ତଥ୍ୟ ପୁଣି ରହିବ । ସାର୍ଟିଫିକେଟ ପାଇବା ସମୟରେ ଏହି ସମୟରେ ସ୍କୁଲ ସବୁ ତଥ୍ୟ SAMSକୁ ଦେବ । ଯାହା ଯୁକ୍ତ ଦୁଇ କଲେଜ ନାମଲେଖା ପାଇଁ ସୁବିଧା ହେବ । ଏଥି ପାଇଁ ନବମରୁ ହିଁ ଛାତ୍ରଛାତ୍ରୀମାନଙ୍କୁ ସବୁ ଠିକ ତଥ୍ୟ ଦେବାକୁ ପଡିବ । ହେଲେ ଭୁଲ ତଥ୍ୟ ଠିକ କରିବାକୁ ଲମ୍ବା ପ୍ରକ୍ରିୟା ଦେଇ ଯିବାକୁ ହେବ । ସ୍କୁଲର ପ୍ରଧାନ ଶିକ୍ଷକ ଏହାକୁ ଯାଞ୍ଚ କରିବେ । CBSE ଓ ICSE ଯୁକ୍ତ ଦୁଇ ପାଇଁ ମଧ୍ୟ ଏହି ତଥ୍ୟ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ବିଏସଇ ସଭାପତି ଶ୍ରୀକାନ୍ତ ତରାଇ ।

+2 ନାମଲେଖା ପାଇଁ ସାମ୍ସକୁ ଛାତ୍ରଛାତ୍ରୀଙ୍କ ତଥ୍ୟ ଦେବ ସ୍କୁଲ:

BSEର ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି, "ବୋର୍ଡ ତରଫରୁ ନବନ ଶ୍ରେଣୀରେ ଯେଉଁ ପିଲାମାନେ ଆସି ପଢ଼ିବେ ସେମାନଙ୍କ ପାଇଁ ଅନଲାଇନରେ ପଞ୍ଜିକରଣ କରିବାର ବ୍ୟବସ୍ଥା ଆମେ କରିଛୁ । ଛାତ୍ରଛାତ୍ରୀମାନେ ଯେଉଁ ତଥ୍ୟ ସବୁ ଦେଇଛନ୍ତି, ଯେପରି କି ବାପା ମାଆଙ୍କ ନାଁ, ଜନ୍ମ ତାରିଖ ଭଳି ସମସ୍ତ ତଥ୍ୟ ନିର୍ଭୁଲ ଭାବରେ SAMS ପୋର୍ଟାଲରେ ଅପଲୋଡ କରିବେ । ଯାହା ଫଳରେ ଏସବୁ ତଥ୍ୟ ଆମ ପାଖରେ ରହିଲେ ୧୦ମ ଶ୍ରେଣୀ ପରୀକ୍ଷା କରାଇବାରେ ସହ ସାର୍ଟିଫିକେଟ ଦେବାରେ ସହଜ ହେବ । ଆମେ ଏସବୁ ତଥ୍ୟ SAMS ପୋର୍ଟାଲରେ ଦେଇଦେବୁ । ଯାହାଫଳରେ ଯୁକ୍ତ ୨ ପ୍ରବେଶିକା ବେଳେ ସେମାନଙ୍କ ପାଇଁ ସହଜ ହେବ । ସଠିକ ଭାବରେ ତଥ୍ୟ ଅପଲୋଡ କରିବାକୁ ପଡ଼ିବ । ତଥ୍ୟ ଭୁଲ ହେଲେ ତଥ୍ୟ ଠିକ କରିବାକୁ ଲମ୍ବା ପ୍ରକ୍ରିୟା ଦେଇ ଯିବାକୁ ହେବ । ସ୍କୁଲରେ ପ୍ରଧାନଶିକ୍ଷକ ଓ କ୍ଲର୍କମାନେ ଛାତ୍ରଛାତ୍ରୀମାନଙ୍କୁ ପଞ୍ଜିକରଣରେ ସାହାଯ୍ୟ କରିବେ । ପ୍ରତି ବର୍ଷ ପାଖାପାଖି ୬ ଲକ୍ଷ ପିଲା ମାଟ୍ରିକ ପରୀକ୍ଷା ଦେଉଛନ୍ତି ।"

ଛାତ୍ରଛାତ୍ରୀଙ୍କ ନାମ ଲାଖେଇବା ହେବ ସହଜ:

ଏପଟେ CHSEର ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର କହିଛନ୍ତି, "ବୋର୍ଡର ପଦକ୍ଷେପକୁ ନେବେ ଆମେ ତାହା କାର୍ଯ୍ୟକାରି ପାଇଁ ଚେଷ୍ଟା କରିବୁ । ଯୁକ୍ତ ଦୁଇରେ କିପରି ନିର୍ଭୁଲ ଭାବେ ନାମଲେଖା ହୋଇ ପାରିବ । ଏହାକୁ କାର୍ଯ୍ୟକାରୀ କରିବାକୁ ବୋର୍ଡ ଓ SAMS ସହ ଆଲୋଚନା କରିବ CHSE । ପିଲାମାନେ ରୁଚି ଓ ମାର୍କ ଆଧାରରେ ଷ୍ଟ୍ରିମ ନେଉଛନ୍ତି । SAMSକୁ ବୋର୍ଡ ପିଲାମାନଙ୍କ ଯେଉଁ ଅନନ୍ୟ IDବା ନମ୍ବର ଦେବ, ତାହା ପଞ୍ଜିକରଣ ଓ ନାମଲେଖା ଭଲ ଭାବେ ହୋଇ ପାରିବ ।"

ଏହା ମଧ୍ୟ ପଢ଼ନ୍ତୁ...ଫେବୃଆରୀ ୧୫ରୁ ଯୁକ୍ତ ଦୁଇ ପରୀକ୍ଷା, ବଦଳିଲା ପ୍ରଶ୍ନପତ୍ର ଢାଞ୍ଚା; ଜାଣନ୍ତୁ କେଉଁ କେଉଁ ଶିକ୍ଷା କୋଶ୍ଚିନ ପ୍ୟାଟର୍ଣ୍ଣ ବଦଳିଲା ? - Plus two new question pattern

କେବେ ହେବ ଯୁକ୍ତ ଦୁଇ ପରୀକ୍ଷା:

ଫେବୃଆରୀ ୧୫ ତାରିଖରୁ ଯୁକ୍ତ ଦୁଇ (+2) ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବା ନେଇ ଯୋଜନା କରାଯାଇଛି । ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୨ ତାରିଖରୁ ୧୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକ ତାଙ୍କ ସୁବିଧା ଦେଖି ଏହି ସମୟ ମଧ୍ୟରେ ପରୀକ୍ଷା କରିବେ । ସେହିଭଳି ଇଣ୍ଟରନାଲ ପରୀକ୍ଷା ଆସନ୍ତା ଡିସେମ୍ବର ୨୬ ତାରିଖରୁ ଜାନୁଆରୀ ୧୫ ମଧ୍ୟରେ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ୨୦୨୫ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ପାଇଁ ଫର୍ମ ପୂରଣ ଚଳିତ ମାସରୁ ଆରମ୍ଭ କରିବା ପାଇଁ ସିଏଚ୍‌ଏସ୍‌ଇ ଯୋଜନା ରଖିଥିଲା । କିନ୍ତୁ ବର୍ତ୍ତମାନ ସମୟରେ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ନାମଲେଖା ଶେଷ ହୋଇ ନ ଥିବାରୁ ଏହାକୁ ଆଉ କିଛି ଦିନ ପର୍ଯ୍ୟନ୍ତ ଘୁଞ୍ଚା ଯାଇଥିଲା । ଯୁକ୍ତ ଦୁଇ ପରୀକ୍ଷା ଫର୍ମ ପୂରଣ ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...OPSC: ଓପିଏସସି OCS-୨୦୨୨ ପରୀକ୍ଷା ଫଳ ପ୍ରକାଶ; ୧୩୬୭ କୃତକାର୍ଯ୍ୟ, ଏହି ଦିନ ସାକ୍ଷାତକାର ପରୀକ୍ଷା

ବଦଳିଲା ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚା:

ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପାର୍ଟନକୁ ବଦଳାଯାଇଛି । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପ୍ରଶ୍ନପତ୍ର ଢାଞ୍ଚା ବଦଳିଛି । ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ ଶିକ୍ଷାବର୍ଷରୁ ଏହା ଲାଗୁ କରାଯିବ । ନୂଆ ପ୍ରଶ୍ନପତ୍ର କିଭଳି ରହିବ ଏବଂ ମାର୍କ କିପରି ଦିଆଯିବ ସେ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ଜୁନ୍ ୨୮ ତାରିଖରେ ପରିଷଦର ବୈଠକ ଏହି ନିଷ୍ପତ୍ତି ନିଆଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ, ଜାଣନ୍ତୁ କେମିତି ଜାଣିବେ ରେଜଲ୍ଟ - Matric Supplementary Exam Result

କେଉଁମାନେ ଦେବେ କେତେ ମାର୍କର ପରୀକ୍ଷା:

ସିଏଚ୍‌ଏସ୍‌ଇର ବିଜ୍ଞପ୍ତି ଅନୁଯାୟୀ, "୨୦୨୫ରେ ଯୁକ୍ତଦୁଇ ବାର୍ଷିକ ପରୀକ୍ଷା ଦେବାକୁ ଥିବା ରେଗୁଲାର ଛାତ୍ରୀଛାତ୍ର (୨୦୨୩ରେ ନାମଲେଖାଇଥିବା ଛାତ୍ରାଛାତ୍ର)ଙ୍କ ପାଇଁ ଏହି ନୂତନ ପ୍ରଶ୍ନପତ୍ର ଢାଞ୍ଚା ଲାଗୁ ହେବ । ପ୍ରାକ୍ଟିକାଲ ଥିବା ବିଷୟଗୁଡ଼ିରେ ଛାତ୍ରୀଛାତ୍ରଙ୍କୁ ୭୦ ମାର୍କର ଥିଓରୀ ଏବଂ ୩୦ ମାର୍କର ପ୍ରାକ୍ଟିକାଲ ଦେବାକୁ ପଡ଼ିବ । ପ୍ରୋଜେକ୍ଟ ଥିବା ବିଷୟରେ ୮୦ ମାର୍କ ଥିଓରୀ ଏବଂ ୨୦ ମାର୍କର ପ୍ରୋଜେକ୍ଟ ଦେବାକୁ ପଡ଼ିବ । ତେବେ ଇଣ୍ଟିଗ୍ରେଟେଡ ଧନ୍ଦାମୂଳକ ବିଷୟରେ ୫୦ ମାର୍କର ଥିଓରୀ ଓ ୫୦ ମାର୍କର ପ୍ରାକ୍ଟିକାଲ ଏବଂ ଭୋକେସନାଲ ଟ୍ରେଡ୍ ବିଷୟରେ ୪୦ ମାର୍କର ଥିଓରୀ ଓ ୬୦ ମାର୍କର ପ୍ରକ୍ଟିକାଲ ଦେବାକୁ ପଡ଼ିବ । ତେବେ ନନ୍‌ପ୍ରାକ୍ଟିକାଲ ବିଷୟ ଗୁଡ଼ିକରେ ୮୦ ମାର୍କର ଥିଓରୀ ଏବଂ ୨୦ ମାର୍କର ଉଣ୍ଟରନାଲ ପରୀକ୍ଷାରୁ ଦିଆଯିବ । ପ୍ରୋଜେକ୍ଟ ନ ଥିବା ବିଷୟଗୁଡ଼ିକରେ ୪୦ ମାର୍କର ଥିଓରୀ ଏବଂ ୧୦ ମାର୍କ ଇଣ୍ଟରନାଲ ପରୀକ୍ଷାରୁ ଦିଆଯିବ । ପ୍ରାକ୍ଟିକାଲ/ ପ୍ରୋଜେକ୍ଟ ନ ଥିବା ବିଷୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କୁ ପାସ୍ ହେବା ପାଇଁ ମୋଟ ୮୦ ମାର୍କରୁ ୨୪ ମାର୍କ ଅର୍ଥାତ୍ ୩୦% ରଖିବାକୁ ପଡ଼ିବ । ସେହିଭଳି ୨୦୨୨ ରେ ନାମଲେଖାଇଥିବା ଏକ୍ସରେଗୁଲାର ଛାତ୍ରୀଛାତ୍ରଙ୍କର କିଭଳି ମାର୍କ ଦିଆଯିବ ସେ ନେଇ ମଧ୍ୟ ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.