ETV Bharat / technology

ମାର୍ଚ୍ଚ 2ରେ ଭାରତରେ ଲଞ୍ଚ ହେବ Xiaomi 15 ସିରିଜ; ଦାମ କେତେ ଜାଣନ୍ତୁ.. - XIAOMI 15 SERIES INDIA LAUNCH

ଆସନ୍ତା ମାସ ମାର୍ଚ୍ଚରେ ଲଞ୍ଚ ହେବାକୁ ଯାଉଛି ସାଓମି 15 ସିରିଜ । ଏଥିରେ କଣ ଖାସ ଓ ଦାମ କେତେ ରହିବ ବିସ୍ତୃତ ଭାବରେ ଜାଣନ୍ତୁ...

Xiaomi 15 series India launch on March 2
Xiaomi 15 series India launch on March 2 (Image Credit: Xiaomi)
author img

By ETV Bharat Tech Team

Published : Feb 18, 2025, 10:42 AM IST

ହାଇଦ୍ରାବାଦ: ଚାଇନିଜ ସ୍ମାର୍ଟଫୋନ ମେକର କମ୍ପାନୀ ସାଓମି ଭାରତ ସମେତ ବିଶ୍ବ ବଜାରରେ ସାଓମି 15 ସିରିଜ ଲଞ୍ଚ ନେଇ ଘୋଷଣା କରିଛି । ଏହି ସିରିଜରେ ଦୁଇଟି ସ୍ମାର୍ଟଫୋନ Xiaomi 15 ଓ Xiaomi 15 Ultra ଲଞ୍ଚ ହେବ । କମ୍ପାନୀ ପୂର୍ବ ମଡେଲଠାରୁ ନୂଆ ସ୍ମାର୍ଟଫୋନରେ କ୍ୟାମେରା ଅପଗ୍ରେଡ୍‌ ସହିତ ଡିଜାଇନରେ ମଧ୍ୟ ପରିବର୍ତ୍ତନ କରିପାରେ । ଏହାସହିତ ଏହାର କାର୍ଯ୍ୟଦକ୍ଷତାକୁ ଉନ୍ନତମାନର କରିବା ସହ ଏଆଇ ଫିଚର ଆଣିପାରେ ବୋଲି ଆଶା କରାଯାଉଛି ।

Xiaomi 15 ସିରିଜ: ଭାରତରେ ଲଞ୍ଚ ତାରିଖ

ସାଓମି 15 ସିରିଜ ଆସନ୍ତା ମାର୍ଚ୍ଚ 2 ତାରିଖରେ ଲଞ୍ଚ ହେବା ନେଇ କମ୍ପାନୀ X ସାଇଟ୍‌ରେ ଏକ ପୋଷ୍ଟ କରି ସୂଚନା ଦେଇଛି । ସାଓମି ଇଣ୍ଡିଆ ଏହି ସିରିଜର ଗ୍ଲୋବାଲ ଲଞ୍ଚ ପୋଷ୍ଟକୁ ରିପୋଷ୍ଟ କରି 'ମାର୍ଚ୍ଚ 2 ତାରିଖକୁ କ୍ୟାଲେଣ୍ଡରରେ ମାର୍କ କରନ୍ତୁ' ବୋଲି କହିଛନ୍ତି । ଏଥିରେ କମ୍ପାନୀ ହ୍ୟାସଟ୍ୟାଗ୍‌ ସହିତ ସାଓମି ଲଞ୍ଚ୍‌ ଓ ସାଓମି 15 ସିରିଜ ଉଲ୍ଲେଖ କରିଛି ।

Xiaomi 15 ସିରିଜ: ଦାମ

କମ୍ପାନୀ 15 ସିରିଜର ଦାମ ଭାରତୀୟ ବଜାରରେ କେତେ ରଖିବ ସେ ସମ୍ପର୍କରେ ସ୍ପଷ୍ଟ କରିନାହିଁ । କିନ୍ତୁ ଆମେ ଯଦି ଚୀନ ବଜାର ମୂଲ୍ୟ ଦେଖିବା Xiaomi 15 Ultra ସେଠାରେ CNY 6,499 (ପାଖାପାଖି ₹78,000) ବିକ୍ରି ହେଉଥିବା ବେଳେ Xiaomi 15ର ବେସ୍‌ ମଡେଲର ଦାମ CNY 4,499 (ପାଖାପାଖି ₹53,000) ରହିଛି । ଭାରତୀୟ ବଜାରରେ ଏହାର ଦାମ ଆହୁରି ବୃଦ୍ଧି ପାଇବ କି ନାହିଁ ତାହା ଲଞ୍ଚ ଇଭେଣ୍ଟରେ ସ୍ପଷ୍ଟ ହେବ ।

Xiaomi 15 ସିରିଜ: ସ୍ପେଶିଫିକେସନ

ଅନେକ ଲିକ୍‌ ତଥ୍ୟ ଅନୁସାରେ, ସାଓମି 15 ସ୍ମାର୍ଟଫୋନ 6.36 ଇଞ୍ଚ OLED ଡିସପ୍ଲେ, 1.5K ରିଜୋଲ୍ୟୁସନ ସହ ଆସିପାରେ । ଏଥିରେ ସ୍ନାପଡ୍ରାଗନ 8 ଏଲିଟ୍‌ ଚିପସେଟ୍‌ ସହ ଆସିପାରେ । ଷ୍ଟୋରେଜ କଥା କହିଲେ ଏଥିରେ 12GB RAM ଓ 1TB UFS 4.0 ପର୍ଯ୍ୟନ୍ତ ରହିପାରେ । ସେହିପରି ଏଥିରେ 5500mAh ବ୍ୟାଟେରୀ ଯାହାକି 90W ଫାଷ୍ଟ ଚାର୍ଜିଂ ସହ ଆସିପାରେ । ଫୋନଟି ଆଣ୍ଡ୍ରଏଡ-15 ଆଧାରିତ HyperOS 2.0 ଦ୍ବାରା ଚାଲିପାରେ । ଫୋନର ଅନେକ ଲିକ୍‌ ଫଟୋରୁ ଜଣାପଡ଼ୁଛି ଯେ ଏହା Leica ପାୱାର୍ଡ 50MP ପ୍ରାଇମେରି କ୍ୟାମେରା ସହ ଆସିପାରେ ।

ସେହିପରି ଯଦି ଆମେ ସାଓମି 15 Ultraର ସମ୍ଭବତଃ ସ୍ପେଶିଫିକେସନ ସମ୍ପର୍କରେ ଆଲୋଚନା କରିବା, ତେବେ ଏହା ବଡ଼ ଡିସପ୍ଲେ 6.73 ଇଞ୍ଚ 2K କ୍ବାଡ୍‌-କର୍ଭଡ ଡିସପ୍ଲେ ମିଳିପାରେ । ଏଥିରେ ସ୍ନାପଡ୍ରାଗନ 8 ଏଲିଟ୍‌ ପ୍ରୋସେସର ଓ 16GB RAM, 1TB ଷ୍ଟୋରେଜ ଅପସନ ମିଳିପାରେ । ବ୍ୟାଟେରୀ ଓ ଚାର୍ଜିଂ ଭାବେ 6100mAh ବ୍ୟାଟେରୀ ଓ 90W ଫାଷ୍ଟ ଚାର୍ଜିଂ ଅପସନ ମିଳିପାରେ । ଏହାବାଦ କ୍ୟାମେରା କଥା କହିଲେ ଏଥିରେ 50MP Sony LYT900 OIS ପ୍ରାଇମେରି କ୍ୟାମେରା, 50MP ସାମସଙ୍ଗ JN5 ଅଲଟ୍ରାୱାଇଡ, 50MP IMX858 3x ଟେଲିଫଟୋ ଲେନ୍ସ ସହ ଆସିପାରେ ।

ଏହା ବି ପଢନ୍ତୁ
  1. ଲଞ୍ଚ ହେଲା Vivo V50 ସ୍ମାର୍ଟଫୋନ; ମିଳିବ 6000mAh ବ୍ୟାଟେରୀ ଓ ଉନ୍ନତ କ୍ୟାମେରା
  2. ମାର୍ଚ୍ଚ ଏହି ତାରିଖରେ ଲଞ୍ଚ ହେବ Nothing Phone 3a; ଜାଣନ୍ତୁ ଡିଜାଇନଠୁ ଦାମ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.