ETV Bharat / state

ଓଡ଼ିଶାରେ ବ୍ୟାପକ ହେବ ଜଳସେଚନ ବ୍ୟବସ୍ଥା, ଏତିକି ଯୋଜନା ପ୍ରସ୍ତୁତ - ODISHA ASSEMBLY BUDGET SESSION 2025

ବ୍ୟାପକ ହେବ ଜଳସେଚନ ବ୍ୟବସ୍ଥା । ରାଜ୍ୟରେ ୩୧ଟି ବୃହତ୍ତ ଓ ମଧ୍ୟମ, ୨୭ଟି ବ୍ୟାରେଜ ଏବଂ ୭୨ଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ।

ODISHA ASSEMBLY BUDGET SESSION 202
ODISHA ASSEMBLY BUDGET SESSION 202 (ETV BHARAT ODISHA)
author img

By ETV Bharat Odisha Team

Published : Feb 20, 2025, 7:16 PM IST

ଭୁବନେଶ୍ବର: ରାଜ୍ୟରେ କୃଷି ଓ ଆନୁଷଙ୍ଗିକ କୃଷିକୁ ଆଗକୁ ବଢ଼େଇବା ଲାଗି ବ୍ୟାପକ ଜଳସେଚନ ବ୍ୟବସ୍ଥା ଆବଶ୍ୟକ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନେକ ବୃହତ୍ତ, ମଧ୍ଯମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସ୍ଥାପନ କରିବା ପାଇଁ ଯୋଜନା କରିଛନ୍ତି । ୩୧ଟି ବୃହତ୍ତ ଓ ମଧ୍ୟମ, ୨୭ଟି ବ୍ୟାରେଜ ଏବଂ ୭୨ ଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ସେହିପରି ରାଜ୍ୟରେ ୭୯ଟି ନୂତନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରସ୍ତାବ ଅଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ସୂଚନା ଦେଇଛନ୍ତି ।

ବଢିବ ବୃହତ୍ତ,ମଧ୍ୟମ, ବ୍ୟାରେଜ ଓ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ସଂଖ୍ୟା:

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ରାଜ୍ୟରେ ୧୫ ଟି ବୃହତ୍ତ, ୫୬ ଟି ମଧ୍ଯମ, ୪୦୦୨ ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ଅଛି । ରାଜ୍ୟରେ ୩୧ଟି ବୃହତ୍ତ ଓ ମଧ୍ୟମ ଜଳ ଭଣ୍ଡାର ପ୍ରକଳ୍ପ, ୨୭ ଟି ବ୍ୟାରେଜ ପ୍ରକଳ୍ପ ଏବଂ ୭୨ ଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ସେହିପରି ରାଜ୍ୟରେ ୭୯ ଟି ନୂତନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଅଛି । ୩୧ଟି ବୃହତ୍ତ ଓ ମଧ୍ୟମ ଜଳ ଭଣ୍ଡାର ପ୍ରକଳ୍ପ ପାଇଁ ବ୍ୟୟ ଅଟକଳ ପ୍ରାୟ ୫୨୨୯୦.୯ କୋଟି ଟଙ୍କା ହୋଇଛି । ୨୭ଟି ବ୍ୟାରେଜ ପ୍ରକଳ୍ପ ପାଇଁ ୧୩୬୦୦.୩୦ କୋଟି ଟଙ୍କା ବ୍ୟବସ୍ଥା ହୋଇଛି । ସେହିପରି ୭୨ଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ପାଇଁ ପ୍ରାୟ ୧୭୧୫୮.୨୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଏସବୁ ପ୍ରକଳ୍ପ ଗୁଡିକର ବ୍ୟୟ ବରାଦ କେନ୍ଦ୍ରୀୟ ଏବଂ ରାଜସ୍ବ ପାଣ୍ଠିରୁ କରାଯିବ ।''

ODISHA ASSEMBLY BUDGET SESSION 202 (ETV BHARAT ODISHA)

ସମ୍ବଲପୁର ଭଇଁଚନଳା ଉପରେ କେରାଣ୍ଡିଝୋର ନଦୀବନ୍ଧ ନିର୍ମାଣ କରାଯିବା:

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ''ମହାନଦୀ ଅବବାହିକାର ସମ୍ବଲପୁର ଜିଲ୍ଲାର ରେଢାଖୋଲ ବ୍ଲକ ଅନ୍ତର୍ଗତ ଝାରପଡା ଗ୍ରାମ ନିକଟରେ ଭଇଁଚନଳା ଉପରେ କେରାଣ୍ଡିଝୋର ନଦୀବନ୍ଧ ନିର୍ମାଣ କରାଯିବାର ଯୋଜନା ଅଛି । ରେଢାଖୋଲର କୁଲୁଣ୍ଡି ନାଁ'ରେ ଗୋଟିଏ ବୃହତ ଉଠା ଜଳସେଚନ ପ୍ରକଳ୍ପ କରାଯିବାର ପ୍ରସ୍ତାବ ବିଚାରଧୀନ ଅଛି । ସେହିପରି ଓଡିଶାର ପ୍ରଥମ ବୃହତ୍ତ କେନାଲ ଯୋଜନା ହୀରାକୁଦ ବନ୍ଧ ପ୍ରକଳ୍ପ ୧୯୬୨ ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା । ଏହି ସମୟରେ ପ୍ରାୟ ୧,୨୯,୫୫୪.୬୫ ହେକ୍ଟର ଜମି ଜଳସେଚିତ ହେଉଥିଲା । ବର୍ତ୍ତମାନ ପ୍ରାୟ ୧,୫୯,୧୦୬.୪୯ ହେକ୍ଟର ଜମିକୁ ଜଳସେଚିତ ହେଉଛି । ଜଳସେଚନର ପରିସର ବୃଦ୍ଧି କରିବା ପାଇଁ ନୂତନ ଭାବେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଉଛି । ଏହା ଏକ ଭୂତଳ ପାଇପ ଦ୍ବାରା ଜଳସେଚନ ପ୍ରକଳ୍ପ ।''

ଏହା ମଧ୍ୟ ପଢନ୍ତୁ-ରାଜ୍ୟରେ ୭ ସୂତା ଓ ୪ ଚିନି କଳ ଅକାମୀ: ସମବାୟ ମନ୍ତ୍ରୀ - SUGAR AND SPINNING MILL IN ODISHA

ଏହା ମଧ୍ୟ ପଢନ୍ତୁ-ମହିଳାଙ୍କୁ ନ୍ୟାୟ ଦାବି; ଗୃହ ଭିତରେ ଓ ବାହାରେ ଆନ୍ଦୋଳନ, ଜବାବ ରଖିଲା ବିଜେପି - ODISHA ASSEMBLY ADJOURNED

ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଜଳ ବିତରଣ ପ୍ରଣାଳୀ କାର୍ଯ୍ୟ ସମ୍ପୂର୍ଣ୍ଣ :

''ଗଙ୍ଗାଧର ମେହେର ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପର ପ୍ରଥମ ଭାଗ କାର୍ଯ୍ୟ ୨୦୨୧ ମାର୍ଚ୍ଚ ୩ରେ ଆରମ୍ଭ ହୋଇ ୨୦୨୪ ଜୁନ ୩୦ରେ ସମ୍ପୂର୍ଣ୍ଣ ହୋଇଛି । ବର୍ତ୍ତମାନ ଏହା କାର୍ଯ୍ୟକ୍ଷମ ଓ ମେଣ୍ଟେନାନ୍ସ କାର୍ଯ୍ୟ ଚାଲିଛି । ଏହାର ଦ୍ଵିତୀୟ ଭାଗ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଜଳ ବିତରଣ ପ୍ରଣାଳୀ କାର୍ଯ୍ୟ ୨୦୨୦ ସେପ୍ଟେମ୍ବର ୧୬ରେ ଆରମ୍ଭ ହୋଇ ଡିସେମ୍ବର ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ ହୋଇଛି । ଏହା ମଧ୍ୟ କାର୍ଯ୍ୟକ୍ଷମ ଓ ମେଣ୍ଟେନାନ୍ସ କାର୍ଯ୍ୟ ଚାଲିଛି । ଏଥିସହିତ ଅତିରିକ୍ତ ଆୟକଟ ଗଙ୍ଗାଧର ମେହେର ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପର କାର୍ଯ୍ୟ ନିର୍ମାଣଧୀନ ଅଛି । ଏହି ପ୍ରକଳ୍ପ ୨୧ ଜୁନ ୨୦୨୨ରେ ଆରମ୍ଭ ହୋଇ ଚଳିତବର୍ଷ ଜୁନ ସୁଦ୍ଧା ସମ୍ପୂର୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ନିର୍ମାଣଧୀନ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ୩୧,୩୫୦ ହେକ୍ଟରରୁ ଅଧିକ ଜମିକୁ ଜଳସେଚିତ ହେବ । ପ୍ରକଳ୍ପ ସମ୍ପୂର୍ଣ କରିବା ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ୧୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ୨୦୨୫-୨୬ ଆର୍ଥିକ ବର୍ଷରେ ୧୨୬.୪୭ କୋଟି ଟଙ୍କା ବ୍ୟୟ କରାଯିବ ।''

ଜଗତସିଂହପୁର ଜଳସେଚନ ଦିଗ ଅବହେଳିତ:

ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, "ଜଳସେଚନକୁ ଗୁରୁତ୍ୱ ନଦେଲେ କୃଷି କାର୍ଯ୍ୟ ଆଗେଇ ପାରିବ ନାହିଁ । କୃଷି ପାଇଁ ଜଳ ସେଚନ ମୁଖ୍ୟ । ନୂଆ ସରକାର ଜଳସେଚନକୁ ଗୁରୁତ୍ୱ ଦେବା କଥା । ନୂଆ ସରକାର ବିଶେଷ ଭାବେ ଜଳସେଚନ ନେଇ ନୂଆ ଯୋଜନା କରିଥିବା ଭଳି ଲାଗୁନାହିଁ । ବିଭିନ୍ନ କେନାଲର ସଂଯୋଗୀକରଣ ହେବା ଦରକାର । ଛୋଟ, ମଧ୍ୟମ ଓ ବଡ଼ ପ୍ରକଳ୍ପ କରିବାର ଅଛି । ଜଳସେଚିତ ଜମି ପରିମାଣ ବୃଦ୍ଧି କରିବାର ଆବଶ୍ୟକତା ରହିଛି । ଜଳ ସେଚନ ନେଇ ସରକାର ଯେଉଁ ସ୍ୱପ୍ନ ଦେଖାଉଛନ୍ତି, ତାହାପିପି ବାସ୍ତବତାଠାରୁ ବହୁ ଦୂରରେ ଅଛି । ଜଗତସିଂହପୁର ଜିଲ୍ଲାରେ ଜଳସେଚନ ଦିଗ ଅବହେଳିତ ହୋଇ ରହିଛି ।

ବିଜେଡି ସରକାର ସମୟରେ ଜଳସେଚନ ପ୍ରକଳ୍ପ ନେଇ କୌଣସି ପଦକ୍ଷେପ ନିଆୟାଇନାହିଁ:

ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା କହିଛନ୍ତି,'' ବିଜେଡି ସରକାର ସମୟରେ ଗୋଟେ ଏକର ଚାଷ ଜମି ବଢିନାହିଁ । କାରଣ ଜଳସେଚନ ପ୍ରକଳ୍ପ ନେଇ ସେମାନେ କୌଣସି ପଦକ୍ଷେପ ନେଲେ ନାହିଁ । ବିଜେଡି ସରକାର ଆର୍ଟିଫିସିଆଲ କାର୍ଯ୍ୟ କରୁଥିଲେ । ଆମେ ଗ୍ରାଉଣ୍ଡରେ କାମ କରୁଛୁ । ଚାଷ ଓ ଚାଷୀଙ୍କୁ ଆଗକୁ ନେବାକୁ ହେଲେ ଜଳସେଚନ ବ୍ୟବସ୍ଥାକୁ ସୁଦୃଢ କରିବା ଦରକାର । କେନାଲ ଓ ରିଙ୍ଗ ବନ୍ଦ ହେବାର ଆବଶ୍ୟକତା ରହିଛି । ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୋହନ ସରକାର ପଦକ୍ଷେପ ନେଉଛନ୍ତି । ଏହାକୁ ଧୀରେ ଧୀରେ କରାଯାଇଛି । ଓଡିଶାର ମାନଦଣ୍ଡ ହେଉଛି ଜଳସେଚନ । ଜଳସେଚନ ଯେଉଁଠି ନାହିଁ, ସେଠି କିଛି ନାହିଁ । ''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.