ଭୁବନେଶ୍ବର: ଆଜିଠାରୁ (ମଙ୍ଗଳବାର) ଆରମ୍ଭ ହୋଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଯୁକ୍ତ ଦୁଇ (+2) ପରୀକ୍ଷା । ଏହା ମାର୍ଚ୍ଚ ୨୭ ଯାଏଁ ଚାଲିବ । ମୋଟ ୨୨ଟି ସିଟିଂରେ ପରୀକ୍ଷା ହେବ । ବିଜ୍ଞାନ, କଳା, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ । ମୋଟ ୩ ଲକ୍ଷ ୯୩ ହଜାର ୬୧୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି ।
ଦିନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପରୀକ୍ଷା:
ପ୍ରଥମ ଦିନ ବିଜ୍ଞାନ ବିଭାଗର ସାହିତ୍ୟ ବିଷୟ ପରୀକ୍ଷା । ପ୍ରତ୍ୟେକ ଦିନ ସକାଳ ୧୦ଟା ରୁ ୧ଟା ପର୍ଯ୍ୟନ୍ତ ହେବ ପରୀକ୍ଷା । ଏପଟେ ପ୍ରଶ୍ନପତ୍ର ଲିକ୍ ଗୁଜବକାରୀଙ୍କ ଉପରେ ନଜର ରଖାଯିବା ସହ ବ୍ରିଭାନ୍ତାକାର ତଥ୍ୟ ଉପରେ ଛାତ୍ରଛାତ୍ରୀ କିମ୍ବା ଅଭିଭାବକମାନେ ଧ୍ୟାନ ନ ଦେବା ପାଇଁ କହିଛନ୍ତି ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡା ।
ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ାଙ୍କ ସୂଚନା ଅନୁସାରେ, ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ପାଇଁ ୨୦୫ ପରୀକ୍ଷା ହବ ହୋଇଛି । ୨୪ ଘଣ୍ଟିଆ ସିସିଟିଭି ସିକ୍ୟୁରିଟି ଓ ପଞ୍ଚସ୍ତରୀୟ ସିକ୍ୟୁରିଟି ବ୍ୟବସ୍ଥା କରାଯାଇଛି । ସକାଳ ୦୮: ୩୦ ସୁଧା ପ୍ରଶ୍ନ ପତ୍ର ହଲରେ ପହଞ୍ଚିଥିବା ବେଳେ ୧୨୭୬ ପରୀକ୍ଷା ସେଣ୍ଟର ରହିଛି । ୩୦ ଜିଲ୍ଲାର ୩୫ ସ୍ଥାନରେ ସ୍କ୍ୱାଡ ରହିବେ ।
ପ୍ରଶ୍ନପତ୍ର ଲିକ୍ ଗୁଜବ କଲେ କଡ଼ା କାର୍ଯ୍ୟାନୁଷ୍ଠାନ:
ପ୍ରଶ୍ନ ପତ୍ର ଲିକ ନ ହେବା ପାଇଁ ବଡ଼ ପଦକ୍ଷପ ଗ୍ରହଣ କରାଯାଇଛି । ଯେଉଁମାନେ ପ୍ରଶ୍ନପତ୍ର ଲିକ କରିବେ କିମ୍ବା କୌଣସି ଭୁଲ ଖବର ବୁଲାଇବେ ସେମାନଙ୍କ ଉପରେ ୧୯୮୮ ପରୀକ୍ଷା ଆକ୍ଟରେ କାର୍ଯ୍ୟାନୁଷ୍ଠାନ ହେବ ।
ଖରା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା:
ପରୀକ୍ଷା ସମୟରେ ୯ ଟା ୩୦ରେ ପରୀକ୍ଷା ହଲ ମଧ୍ୟକୁ ଛାତ୍ରଛାତ୍ରୀମାନେ ପ୍ରବେଶ କରିବେ । ଖରାକୁ ଦୃଷ୍ଟିରେ ରଖି ପରୀକ୍ଷାର୍ଥୀମାନେ ସାଙ୍ଗରେ ପରୀକ୍ଷା କେନ୍ଦ୍ରକୁ ପାଣି ନେଇ ଯାଇପାରିବେ । କିନ୍ତୁ ପରୀକ୍ଷା ହଲ ଭିତରକୁ ପାଣି ବୋତଲ ବାରଣ କରାଯାଇଛି । ପରୀକ୍ଷା ହଲ ମଧ୍ୟରେ ସମ୍ପୂର୍ଣ୍ଣ ଭାବରେ ଓଆରଏସ ସହିତ ପାଣିର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହାସହ ଅତ୍ୟଧିକ ଗରମ ସହ୍ୟ ପାଇଁ ଫ୍ୟାନର ବ୍ୟବସ୍ଥା କରାଯାଇଛି । ଯଦି ପରୀକ୍ଷା ସମୟରେ ପରୀକ୍ଷାର୍ଥୀ ଅସୁସ୍ଥ ହୁଅନ୍ତି ତେବେ ସେମାନଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରାଯିବା ନେଇ ଡେପୁଟି ସୁପରିଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ରହିଛି ।
ସଂପୂର୍ଣ୍ଣ ସ୍କ୍ରିନିଂ ପରେ ପରୀକ୍ଷା ହଲକୁ ଯିବେ ପରୀକ୍ଷାର୍ଥୀ:
ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା କହିଛନ୍ତି, "ସକାଳ ୧୦ରୁ ୧ଟା ପର୍ଯ୍ୟନ୍ତ ପରୀକ୍ଷା ହେବ । ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ମୋଟ ୧୨୭୬ କେନ୍ଦ୍ରରେ ପରୀକ୍ଷା ହେବ । ପ୍ରଶ୍ନପତ୍ର ୨୦୫ ହବରେ ମହଜୁଦ୍ ରହିଛି । ସକାଳ ୮.୩୦ରେ ହବରୁ ବାହାରି ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବ । ୯.୩୦ରେ ଅବ୍ଜରଭର, ସୁପରିଟେଣ୍ଡେଣ୍ଟ ଓ ଡେପୁଟି ସୁପରିଟେଣ୍ଡେଣ୍ଟଙ୍କ ଉପସ୍ଥିତିରେ ସିସିଟିଭି ସ୍ଥଳରେ ପ୍ରଶ୍ନପତ୍ର ଖୋଲାଯିବ । ଜୋନାଲ ସ୍ଥରରେ ୪ଟି ଜୋନରେ ସ୍କ୍ବାର୍ଡ ଅପରେଟ କରୁଛନ୍ତି । ଗେଟରେ ସଂପୂର୍ଣ୍ଣ ସ୍କ୍ରିନିଂ ପରେ ପିଲାଙ୍କୁ ପରୀକ୍ଷା ହଲକୁ ଛଡାଯିବ । ସକାଳ ୯.୫୦ରେ ଉତ୍ତର ଖାତା ଓ ୯.୫୫ରେ ପ୍ରଶ୍ନପତ୍ର ପାଇବେ ପରୀକ୍ଷାର୍ଥୀ । ପ୍ରଶ୍ନପତ୍ର ଲିକ ହେବା ନେଇ ହେଉଥିବା ବ୍ରିଭାନ୍ତାକାର ତଥ୍ୟ ଉପରେ ଛାତ୍ରଛାତ୍ରୀ କିମ୍ବା ଅଭିଭାବକମାନେ ଧ୍ୟାନ ଦିଅନ୍ତୁ ନାହିଁ ।"
- ସକାଳ ୧୦ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ୩ ଘଣ୍ଟା ପରୀକ୍ଷା
- ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ
- ମୋଟ ୧୨୭୬ କେନ୍ଦ୍ରରେ ପରୀକ୍ଷା
- ପ୍ରଶ୍ନପତ୍ର ୨୦୫ ହବରେ ମହଜୁଦ୍
- ସକାଳ ୮.୩୦ ମିନିଟରେ ହବରୁ ବାହାରି ସେଣ୍ଟରରେ ପହଞ୍ଚିବ ପ୍ରଶ୍ନପତ୍ର
- ୯.୩୦ରେ ଅବ୍ଜରଭର, ସୁପରିଟେଣ୍ଡେଣ୍ଟ ଓ ଡେପୁଟି ସୁପରିଟେଣ୍ଡେଣ୍ଟଙ୍କ ଉପସ୍ଥିତିରେ ସିସିଟିଭି ସ୍ଥଳରେ ପ୍ରଶ୍ନପତ୍ର ଖୋଲାଯିବ
- ଜୋନାଲ ସ୍ଥରରେ ୪ଟି ଜୋନରେ ସ୍କ୍ବାଡ
- ଗେଟରେ ସଂପୂର୍ଣ୍ଣ ସ୍କ୍ରିନିଂ ପରେ ପିଲାଙ୍କୁ ପରୀକ୍ଷା ହଲକୁ ଅନୁମତି
- ସକାଳ ୯.୫୦ରେ ଉତ୍ତର ଖାତା ଓ ୯.୫୫ରେ ପ୍ରଶ୍ନପତ୍ର ପାଇବେ ପରୀକ୍ଷାର୍ଥୀ
ଏହା ମଧ୍ୟ ପଢ଼ନ୍ତୁ... ଆଉ ଡର ଲାଗିବନି ପରୀକ୍ଷା, ଆପଣାନ୍ତୁ ଏହି 6ଟି ସ୍ମାର୍ଟ ଉପାୟ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା, ଶୃଙ୍ଖଳିତ ଏବଂ କପି ମୁକ୍ତ କରିବାକୁ ପ୍ରସ୍ତୁତି |
କେତେ ପିଲା ଦେଉଛନ୍ତି ପରୀକ୍ଷା:
ରାଜ୍ୟରେ ଚଳିତ ବର୍ଷ ୩ ଲକ୍ଷ ୯୩ ହଜାର ୬୧୮ ଜଣ ପରୀକ୍ଷାର୍ଥୀ ଯୁକ୍ତ ୨ ପରୀକ୍ଷା ଦେଉଛନ୍ତି । କଳା ବିଭାଗରେ ରେଗୁଲାରରେ ୨ ଲକ୍ଷ ୩୦ ହଜାର ୬ ଶହ ୭୭, ଏକ୍ସରେଗୁଲାରରେ ୧୬ ହଜାର ୭ଶହ ୧୪ ଜଣ ମୋଟ ଆକାରରେ ୨ ଲକ୍ଷ ୪୭ ହଜାର ୩ ଶହ ୯୧ ଜଣ ପରୀକ୍ଷାର୍ଥୀ ରହିଛନ୍ତି । ବାଣିଜ୍ୟ ବିଭାଗରେ ରେଗୁଲାର ୨୩ ହଜାର ୬ ଶହ ୫୬, ଏକ୍ସ ରେଗୁଲାରରେ ୧୮ ଶହ ୭୦ ଜଣ ପରୀକ୍ଷାର୍ଥୀ ଅଛନ୍ତି । ମୋଟ ଆକାରରେ ୨୫ ହଜାର ୫ ଶହ ୨୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ବିଜ୍ଞାନ ବିଭାଗରେ ରେଗୁଲାର ୧ ଲକ୍ଷ ୦୬ ହଜାର ୫ ଶହ ୦୫, ଏକ୍ସରେଗୁଲାରରେ ୮ ହଜାର ୪ ଶହ ୭୫ ଜଣ ପରୀକ୍ଷାର୍ଥୀ ଅଛନ୍ତି । ମୋଟ ଆକାରରେ ୧୧୪୯୮୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସେହିପରି ଧନ୍ଦାମୂଳକ ଶିକ୍ଷା ବିଭାଗରେ ରେଗୁଲାରରେ ୫ ହଜାର ୪୯ ଜଣ, ଏକ୍ସରେଗୁଲାରରେ ୬ ଶହ ୭୨ ଜଣ, ମୋଟ ଆକାରରେ ୧୧ ହଜାର ୭ ଶହ ୨୧ ଜଣ ପରୀକ୍ଷାର୍ଥୀ ରହିଛନ୍ତି । ମୋଟ ଆକାରରେ ରେଗୁଲାର ପିଲା ପରୀକ୍ଷା ଦେବେ ୩ ଲକ୍ଷ ୬୫ ହଜାର ୮ ଶହ ୮୭ ଓ ଏକ୍ସରେଗୁଲାର ୨ ଲକ୍ଷ ୭ ହଜାର ୭ ଶହ ୩୧ ଜଣ । ମୋଟ ଆକାରରେ ୩ ଲକ୍ଷ ୯୩ ହଜାର ୬ ଶହ ୧୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।
ଚଳିତ ବର୍ଷ ମୋଟ ପରୀକ୍ଷାର୍ଥୀ ୩ ଲକ୍ଷ ୯୩ ହଜାର ୬୧୮
- ଯୁକ୍ତ ଦୁଇ କଳା:
- ରେଗୁଲାର ୨ ଲକ୍ଷ ୩୦ ହଜାର ୬ ଶହ ୭୭ ପରୀକ୍ଷାର୍ଥୀ
- ଏକ୍ସ-ରେଗୁଲାର ୧୬ ହଜାର ୭ ଶହ ୧୪ ପରୀକ୍ଷାର୍ଥୀ
- ମୋଟ ୨ ଲକ୍ଷ ୪୭ ହଜାର ୩ ଶହ ୯୧ ପରୀକ୍ଷାର୍ଥୀ
- ଯୁକ୍ତ ଦୁଇ ବାଣିଜ୍ୟ:
- ରେଗୁଲାର ୨୩ ହଜାର ୬ ଶହ ୫୬ ପରୀକ୍ଷାର୍ଥୀ
- ଏକ୍ସ ରେଗୁଲାରରେ ୧୮ ଶହ ୭୦ ପରୀକ୍ଷାର୍ଥୀ
- ମୋଟ ୨୫ ହଜାର ୫ ଶହ ୨୬ ପରୀକ୍ଷାର୍ଥୀ
- ଯୁକ୍ତ ଦୁଇ ବିଜ୍ଞାନ:
- ରେଗୁଲାର ୧ ଲକ୍ଷ ୦୬ ହଜାର ୫ ଶହ ୦୫ ପରୀକ୍ଷାର୍ଥୀ
- ଏକ୍ସ-ରେଗୁଲାର ୮ ହଜାର ୪ ଶହ ୭୫ ଜଣ ପରୀକ୍ଷାର୍ଥୀ
- ମୋଟ ୧ ଲକ୍ଷ ୧୪ ହଜାର ୯୮୦ ପରୀକ୍ଷାର୍ଥୀ
- ଧନ୍ଦାମୂଳକ ଶିକ୍ଷା:
- ରେଗୁଲାର ୫ ହଜାର ୪୯ ପରୀକ୍ଷାର୍ଥୀ
- ଏକ୍ସ-ରେଗୁଲାର ୬ ଶହ ୭୨ ପରୀକ୍ଷାର୍ଥୀ
- ମୋଟ ୧୧ ହଜାର ୭ ଶହ ୨୧ ପରୀକ୍ଷାର୍ଥୀ
ଇଟିଭି ଭାରତ, ଭୁବନେଶ୍ବର