ନୂଆଦିଲ୍ଲୀ: ଦେଶର ରାଜଧାନୀରେ ଆଜିଠୁ ଆରମ୍ଭ ହୋଇଛି ରେଖା ରାଜ୍ । ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରେଖା ଗୁପ୍ତା । ଶାଲିମାର ବାଗ ଆସନରୁ ଜିତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତାଜ୍ ପିନ୍ଧିଛନ୍ତି ରେଖା । ତେବେ ଜାଣିଛନ୍ତି କି କେତେ ସମ୍ପତ୍ତିର ମାଲିକାଣୀ ନୂଆଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ । ନାମାଙ୍କନ ଦାଖଲ ବେଳେ ଦେଇଥିବା ସମ୍ପତ୍ତି ତାଲିକା ହିସାବରେ ସେ ଏକ କୋଟି 25 ଲକ୍ଷ 73 ହଜାର 289 ଟଙ୍କାର ମାଲିକାଣୀ ।
ରେଖାଙ୍କ ସମ୍ପର୍କରେ:
ଛାତ୍ରୀ ଜୀବନରୁ ସେ ରାଜନୀତିରେ ରଖିଥିଲେ ପାଦ । ସୀଲା ଦିକ୍ଷିତ, ସୁଷମା ସ୍ବରାଜ, ଆତିଶୀ ମାର୍ଲେନାଙ୍କ ପରେ ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରେଖା ଗୁପ୍ତା । ସେ ଭାରତୀୟ ରାଜନୀତିରେ ଜଣେ ପ୍ରମୁଖ ନେତ୍ରୀ ଭାବେ ଜଣାଶୁଣା । ଦିଲ୍ଲୀର ଶାଲିମାର ବାଗ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସେ । 1974 ମସିହା ଜୁଲାଇ 19ରେ ହରିୟାଣାର ଜୁଲାନାରେ ଜନ୍ମ ହୋଇଥିବା ରେଖା ଦିଲ୍ଲୀ ବିଶ୍ବ ବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ କରିଛନ୍ତି । ଏହାସହ କଳାରେ ମାଷ୍ଟର ଡିଗ୍ରୀ କରିଛନ୍ତି ।
दिल्ली सरकार के मंत्रिमंडल में शामिल सभी माननीय सहयोगियों को अनंत शुभकामनाएं।
— Rekha Gupta (@gupta_rekha) February 20, 2025
आदरणीय प्रधानमंत्री श्री @narendramodi जी के सबका साथ सबका विकास के मार्ग पर चलते हुए आप सभी के सहयोग से हम आने वाले समय में दिल्ली के अंदर जनसेवा, सुशासन एवं विकास का वो गौरवशाली अध्याय लिखेंगे जिसके… pic.twitter.com/QZp1QEQW9V
ନାମାଙ୍କନ ବେଳେ ଦେଇଥିବା ସମ୍ପତ୍ତି ତାଲିକା ଅନୁସାରେ, ରେଖାଙ୍କ ସମ୍ପତ୍ତି 1 କୋଟି 25 ଲକ୍ଷ 73 ହଜାର 289 ଟଙ୍କା ଅଟେ । ତେବେ ତାଙ୍କର ମୋଟ ସମ୍ପତ୍ତି 3 କୋଟି 55 ଲକ୍ଷ ଅଟେ । ତାଙ୍କ ଉପରେ 48 ଲକ୍ଷ 44 ହଜାର 685 ଟଙ୍କାର ଋଣ ଅଛି ।
यशस्वी प्रधानमंत्री श्री @narendramodi जी ने दिल्ली को जो गारंटी दी थी उसको जल्द से जल्द पूरा करने के लिए हम प्रतिबद्ध है। हमारी सरकार का हर एक दिन विकसित दिल्ली के प्रण को पूरा करने के लिए है।
— Rekha Gupta (@gupta_rekha) February 20, 2025
आज शाम 5 बजे मां यमुना की आरती में शामिल होने के बाद शाम 7 बजे मंत्रिमंडल के सहयोगियों… pic.twitter.com/9kw2V1pdbD
ଆୟକରରେ କେତେ ଦର୍ଶାଯାଇଛି ଆୟ ?
- 2023-24: 6,92,050 ଟଙ୍କା
- 2022-23: 4,87,850 ଟଙ୍କା
- 2021-22: 6,51,771 ଟଙ୍କା
- 2020-21: 6,07,910 ଟଙ୍କା
- 2019-2020: 5,89,710 ଟଙ୍କା
ରେଖାଗୁପ୍ତାଙ୍କ ରାଜନୈତିକ ଜୀବନ:
ରେଖା ତାଙ୍କ ରାଜନୈତିକ ଜୀବନ 1993 ମସିହାରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରୁ ଆରମ୍ଭ କରିଥିଲେ । 1996-1997ରେ ଦିଲ୍ଲୀ ବିଶ୍ବ ବିଦ୍ୟାଳୟରେ ଛାତ୍ରସଂଘର (DUSU)ର ସଭାପତି ହୋଇଥିଲେ । ପରେ 2007 ଓ 2012ରେ ଉତ୍ତର ପିତମପୁରା (54ୱାର୍ଡ)ରୁ ନିଗମ ପରିଷଦ ଭାବେ ନିର୍ବାଚିତ ହୋଇଥିଲେ । ଏହା ପରେ 2022ରେ ଦିଲ୍ଲୀ ନଗର ନିଗମର ବିଜେପିରୁ ମେୟର ପ୍ରାର୍ଥୀ ଭାବେ ଲଢିଥିଲେ ।
मां यमुना के आशीर्वाद से आज वरिष्ठजनों की उपस्थिति में दिल्ली की मुख्यमंत्री के तौर पर शपथ ली।
— Rekha Gupta (@gupta_rekha) February 20, 2025
मैं दिल्ली की जनता को विश्वास दिलाती हूं कि मेरे जीवन का हर एक पल आपकी सेवा में समर्पित होगा। आदरणीय प्रधानमंत्री श्री @narendramodi जी एवं भाजपा के शीर्ष नेतृत्व ने मुझ जैसी सामान्य… pic.twitter.com/wxD4YQmx4R
ମହିଳା ବିକାଶ ଦିଗରେ କାମ କରିଛନ୍ତି ରେଖା:
ରେଖା ତାଙ୍କ ରାଜନୈତିକ ଜୀବନରେ ମହିଳାଙ୍କ ପାଇଁ କାମ କରିଛନ୍ତି । ମହିଳା କଲ୍ୟାଣ, ଶିକ୍ଷାରେ ସୁଧାର ଓ ବିକାଶ ଉପରେ ବିଶେଷ ଧ୍ୟାନ ଦେଉଥିଲେ । ନିଜ ଅଞ୍ଚଳରେ ସୁଇମିଂ ପୁଲ, ଜିମ୍, ଲାଇବ୍ରେରୀ, ସର୍ବସାଧାରଣଙ୍କ ପାଇଁ ହଲ୍ ମଧ୍ୟ ନିର୍ମାଣ କରିଛନ୍ତି । ଭ୍ରୁଣ ହତ୍ୟା ରୋକିବାକୁ ସଚେତନତା ଅଭିଯାନ ମଧ୍ୟ ଚଳାଇଥିଲେ ରେଖା ।
ଏହା ମଧ୍ୟ ପଢନ୍ତୁ: ମହିଳାଙ୍କ ପାଇଁ ଖୁସି ଖବର, ମାର୍ଚ୍ଚ 8 ତାରିଖରୁ ମାସିକ 2500ଆଜିଠୁ ଦିଲ୍ଲୀରେ ବିଜେପି ସରକାର, ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀ, ୬ କ୍ୟାବିନେଟ ମନ୍ତ୍ରୀ |
ବାପା କରୁଥିଲେ ବ୍ୟାଙ୍କରେ ଚାକିରି:
ରେଖା ଗୁପ୍ତାଙ୍କ ଜଣେ ବ୍ୟାଙ୍କ କର୍ମଚାରୀ । ସେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଚାକିରି କରୁଥିଲେ । ଏଥିପାଇଁ ତାଙ୍କ ପରିବାରକୁ ହରିୟାଣାରୁ ଦିଲ୍ଲୀ ଆସିବାକୁ ପଡିଥିଲା । ପରିବାରରେ ତାଙ୍କ ଜେଜେ ବାପା ଗାଁରେ ରହୁଥିବା ବେଳେ ପାରିବାରିକ ବ୍ୟବସାୟ କଥା ବୁଝୁଛନ୍ତି ।