ETV Bharat / state

କଏଦୀଙ୍କ ଟଙ୍କାରେ କଳାଟଙ୍କାର ସମ୍ପତ୍ତି, ଜେଲ ଗଲେ ଜେଲ ସୁପରିଟେଣ୍ଡଣ୍ଟ - Jail Superintended Sent To Jail

author img

By ETV Bharat Odisha Team

Published : Sep 7, 2024, 10:52 PM IST

Kendujhar Jail Superintended Arrested: ଯେଉଁ ଜେଲରେ ସୁପରିଟେଣ୍ଡଣ୍ଟ ଅନ୍ଦାଜରେ ଶାସନ କରୁଥିଲେ‌ ସେହି ଜେଲରେ ଦିନ କାଟିବେ ଜେଲ ସୁପରିଟେଣ୍ଡଣ୍ଟ । ଜେଲ ସୁପରିଟେଣ୍ଡଣ୍ଟ ସତ୍ୟ ପ୍ରକାଶ ସ୍ବାଇଁଙ୍କୁ ଗିରଫ ପରେ ଝାରପଡା ଜେଲକୁ ପଠାଇ ଦିଆଯାଇଛି । ପଢନ୍ତୁ ପୂରା ଘଟଣା ।

Kendujhar Jail Superintended
Kendujhar Jail Superintended (ETV Bharat Odisha)

ଭୁବନେଶ୍ବର: କଳା ଟଙ୍କାର କଳା ପାହାଡ଼ ତିଆରି କରି ଶେଷରେ ଜେଲ ହାଜତକୁ ଯାଇଛନ୍ତି କେନ୍ଦୁଝର ଜେଲ ସୁପରିଟେଣ୍ଡଣ୍ଟ ସତ୍ୟ ପ୍ରକାଶ ସ୍ବାଇଁ । ଝାରପଡ଼ା ଜେଲରେ ଯେ ଦିନେ ଜେଲ ସୁପରିଟେଣ୍ଡ ଥିଲେ ସେ ଆଜି ସେଇ ଜେଲର ବିଚାରଧିନ କଏଦୀ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ପୂର୍ବତନ ଝାରପଡା ଜେଲ ସୁପରିଟେଣ୍ଡଣ୍ଟଙ୍କୁ କୋର୍ଟରେ ହାଜର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ଝାରପଡ଼ା ଜେଲକୁ ପଠାଯାଇଛି । ଏବେ ଯେଉଁ କଏଦୀଙ୍କୁ ନିଜର ସୁପରିଟେଣ୍ଡଣ୍ଟ ଅନ୍ଦାଜରେ ଶାସନ କରୁଥିଲେ‌ ଏବେ ସେଇ କଏଦୀଙ୍କ ଗହଣରେ ବିଚାରବିଭାଗୀୟ କଏଦୀ ଭାବେ ସମୟ କାଟିବେ ।

ଆୟ ଠାରୁ ୮୯ ଗୁଣା ଧନ ସଞ୍ଚୟ କରିଥିଲେ: ଏନେଇ ଭିଜିଲାନ୍ସ
ଏସପି ଏମଏସ ବିବେକଙ୍କ ସୂଚନା ମୁତାବକ, ପୂର୍ବତନ ଝାରପଡା ଜେଲ ସୁପରିଟେଣ୍ଡଣ୍ଟ ୭ଟି ସ୍ଥାନରେ ଭିଜିଲାନ୍ସ ତଦନ୍ତ ହୋଇଥିଲା । ଏନେଇ ପ୍ରଥମେ ଚାରି ମହଲା କୋଠାର ଝାରପଡ଼ାରେ ୧.୫କୋଟିର ଠାବ ହୋଇଛି । ଘର ବାରି ସମ୍ପତ୍ତି ଭୁବନେଶ୍ୱର, ଢେଙ୍କାନାଳ ଓ ବଲାଙ୍ଗୀରରେ ଦୁଇଟି ମଧ୍ୟ ଠାବ ହୋଇଛି । ସୁନା ରୁପା ୧୦ଲକ୍ଷ ଟଙ୍କାର ଗହଣା ସହ ୫ଲକ୍ଷ ଟଙ୍କାର ଫରେନ୍ ଟୁ୍ର କରିଥିବା ମଧ୍ୟ ଭିଜିଲାନ୍ସ ପାଇଛି । ତାପରେ ବ୍ୟାଙ୍କ ପୋଷ୍ଟାଲ ଡିପୋଜିଟରେରେ ୬ଲକ୍ଷରୁ ଅଧିକ ସହ ହାଉସ ହୋଲଡ ବା ଘରୋଇ ଜିନିଷ ମଧ୍ୟ ୧୫ଲକ୍ଷ ଟଙ୍କା, ଚାରିଚକିଆ ଓ ଦୁଇ ଚକିଆ ଯାନ ମଧ୍ୟ ଠାବ ହୋଇଛି । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନରେ ଏନେଇ କେସ ପରେ ଏନେଇ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଆୟ ଠାରୁ ୮୯ ପ୍ରତିଶତ ଅଧିକ ଧନ ସଞ୍ଚୟ କରିଥିବା ଭିଜିଲାନ୍ସ ତଦନ୍ତ ବେଳେ ଜଣାପଡିଛି ।ଏହା ମଧ୍ୟ ପଢନ୍ତୁ: Vigilance Raid: ଏଥର ଭିଜିଲାନ୍ସ ଜାଲରେ ଜେଲ ସୁପରିଟେଣ୍ଡେଣ୍ଟ,ଏକାଧିକ ସ୍ଥାନରେ ରେଡ୍କଏଦୀଙ୍କ ଟଙ୍କାରେ କଳା ସମ୍ପତ୍ତି ଠୁଳ:
Kendujhar Jail Superintended Arrested
Kendujhar Jail Superintended Arrested (ETV Bharat Odisha)
ଏସପିଙ୍କ ସୂଚନା ଅନୁଯାୟୀ, ଜେଲ ସୁପରିଟେଣ୍ଡଣ୍ଟ ଥିବା ସମୟରେ ସେ କଏଦୀଙ୍କୁ ଟଙ୍କା ମାଗିଥିଲେ । ଏନେଇ ଭିଜିଲାନ୍ସ ପାଖରେ ମଧ୍ୟ ଜଣେ କଏଦୀ ମଧ୍ୟ ଏକ ପିଟିସନ ଫାଇଲ କରି ୨୦୨୩ରେ ଜଣାଇଥିଲେ । ଲକ୍ଷ୍ମଣ ଶ୍ରୀନୀବାସ ନାମକ ବ୍ୟକ୍ତି ଭୁବନେଶ୍ବର ଝାରପଡ଼ା ଜେଲରେ ଅକ୍ଟୋବର ୨୦୨୧ରେ ଝାରପଡ଼ା ଜେଲକୁ ଆସିଥିଲେ । ସେଠାରେ ତାଙ୍କର ପେଟରେ ଯନ୍ତ୍ରଣା ହେବାରୁ ସେ ଜେଲ ଭିତରେ ଚିକିତ୍ସା ଚାହୁଁଥିଲେ । ହେଲେ ସେହିଠାରେ ତତ୍କାଳୀନ ସୁପରିଟେଣ୍ଡଣ୍ଟ ତାଙ୍କୁ ଟଙ୍କା ମାଗିଥିଲେ । ଏପରିକି ଟଙ୍କା ନଦେଲେ ଓ୍ବାର୍ଡରେ ଲଗାଇ ମାଡ଼ ମାରିଥିଲେ । ଅତ୍ୟାଚାର ଦେଇ ଅନେକ ଯନ୍ତ୍ରଣା ଦେଉଥିଲେ । ପରେ ଟଙ୍କା ମାଗୁଥିଲେ । ଆଉ ପରେ ଫାର୍ମାସିଷ୍ଟ ଜରିଆରେ ମଧ୍ୟ ୩ଲକ୍ଷ ୭୦ହଜାର ଟଙ୍କା ଲାଞ୍ଚ ମଧ୍ୟ ଦେଇଥିଲେ । ଯାହାକୁ ନେଇ ସେ ଭିଜିଲାନ୍ସ ସୁପରିଟେଣ୍ଡଣ୍ଟଙ୍କ କଳା ସମ୍ପତ୍ତି ଠୁଳ କରିବାର ଉପାୟ ସମ୍ପର୍କରେ ଜଣାଇଥିଲେ‌ । ଏନେଇ ଭିଜିଲାନ୍ସ ଏହି ବାବୁଙ୍କ ଉପରେ ନଜର ରଖିଥିଲା । ପରେ କିଭଳି ଜେଲ ଭିତରେ କଏଦୀ ମାନଙ୍କୁ ସୁବିଧା ସୁଯୋଗ ଦେଇ କଳା ଟଙ୍କାର ସମ୍ପତ୍ତି ଠୁଳ କରୁଥିଲେ ଏହି ଜେଲ ଅଧିକାରୀ ତାହା ସାମ୍ନାକୁ ଆସିଥିଲା ।

ଏହା ମଧ୍ୟ ପଢନ୍ତୁ:Vigilance Raid: ପ୍ରିନ୍ସପାଲ ବାବୁଙ୍କୁ ଲାଗିଥିଲା ଟଙ୍କା ମୋହ, ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ
ବାବୁଙ୍କ କ୍ୟାରିୟର କଳା କାହାଣୀ:

ତେବେ ଜେଲ ଅଧିକାରୀଙ୍କ ଏପରି କଳା କାରନାମା ସାମ୍ନାକୁ ଆସିବା ପରେ ଏନେଇ ଜଣାପଡ଼ିଛି ।୨୦୦୧ ମସିହାରୁ ଆରମ୍ଭ ହୋଇଥିଲା ବାବୁଙ୍କ କ୍ୟାରିୟର । ୦୫.୦୬.୨୦୦୧ରେ ସମ୍ବଲପୁର ଜେଲରେ ଆସିଷ୍ଟାଣ୍ଟ ଜେଲର ଭାବେ‌ ପ୍ରଥମ ସରକାରୀ ଚାକିରିରେ‌ ଯୋଗ ଦେଇଥଲେ‌ । ପରେ ଧିରେ‌ ଧିରେ ଧିରେ ବ୍ରହ୍ମପୁର,ଢେଙ୍କାନାଳ,ବଡମ୍ବା କଟକ ଓ ପରେ ୨୦୦୮ରେ ଚୌଦ୍ବାର ଜେଲରେ ଥିବା ସମୟରେ ଜେଲ ଭାବେ ପ୍ରମୋସନ ପାଇଥିଲେ । ପରେ ସେ ବଲାଙ୍ଗୀର, ଢେଙ୍କାନାଳ,କେନ୍ଦୁଝର, ଭୁବନେଶ୍ୱର ଝାରପଡା ଜେଲ ସହ ବାଲେଶ୍ବର ମୁକ୍ତାକାଶ ଜେଲ ସହ ଭୁବନେଶ୍ୱର ଝାରପଡା ଜେଲରେ ସୁପରିଟେଣ୍ଡଣ୍ଟ ଭାବେ ପ୍ରମୋସନ ପାଇଁ ଭୁବନେଶ୍ୱର କାମ କରୁଥିଲେ । ଜଣେ ସ୍ଥାନୀୟ ନେତାଙ୍କ ଜରିଆରେ ନିଜର ସମ୍ପର୍କୀୟ କହି ଅନେକ କଳାକାରବାର କରି ଜେଲ ଭିତରେ କଏଦୀଙ୍କ ପାଇଁ ଭିଆଇପି ଓ ଅନେକ ପ୍ରକାର ବେସକାରୀ ବ୍ୟବସ୍ଥା କରି ଅନେକ କଳା ଟଙ୍କା ସମ୍ପତ୍ତି ଠୁଳ କରିଥିଲେ । ପରେ ସେ ନିକଟରେ କେନ୍ଦୁଝର ଜେଲକୁ ବଦଳି ହୋଇ ସେଠାରେ ସୁପରିଟେଣ୍ଡଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ଏନେଇ ଭିଜିଲାନ୍ସ ତାଙ୍କୁ ରାଡାରକୁ ଆଣିଥିଲା ।

ଏହା ମଧ୍ୟ ପଢନ୍ତୁ:JE In Vigilance Net: ଭିଜିଲାନ୍ସ ଜାଲରେ କାଶୀପୁର କୋଟିପତି ଯନ୍ତ୍ରୀ, ଗିରଫ ପରେ କୋର୍ଟ ଚାଲାଣ
୭ଟି ସ୍ଥାନରେ ରେଡ କରିଥିଲା ଭିଜିଲାନ୍ସ:

ତେବେ ଗତକାଲି ଭିଜିଲାନ୍ସ ଭୁବନେଶ୍ୱର ଡିଭିଜନ ପକ୍ଷରୁ ଏନେଇ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଥିଲା‌।ତାଙ୍କର ସରକାରୀ ବାସଭବନ ସହ ଭୁବନେଶ୍ୱର ଘର ଓ ସମ୍ପର୍କିତ ଘର ସହ ଏପରିକି ତାଙ୍କର ସ୍ଥାବର ଅସ୍ଥାବର ସମ୍ପତି ଥିବା ସ୍ଥାନରେ ଛାନଭିନ କରିଥିଲା ଭିଜିଲାନ୍ସ । ୧୨ଜଣ ଡିଏସପି ଓ ୧୧ଇନସ୍ପେକ୍ଟରଙ୍କ ସହ ଏସଆଇ ଓ ଏଏସଆଇଙ୍କୁ ନେଇ ବଡ଼ ଧରଣର ଚଢ଼ାଉ କରାଯାଇଥିଲା । ଏନେଇ ୭ଟି ସ୍ଥାନରେ ଟିମ୍ ଏକକାଳୀନ ସକାଳୁ ସକାଳୁ ଚଢ଼ାଉ କରିଥିଲେ । ଭୁବନେଶ୍ବର ଲକ୍ଷ୍ମୀସାଗର ଗୋବିନ୍ଦପ୍ରସାଦରେ ଥିବା LB 104ରେ ସେହିପରି ଖଣ୍ଡଗିରିରେ ସିଧି ବିହାରରେ ଥିବା ପୈତୃକ ଘରେ ମଧ୍ୟ ରେଡ କରାଯାଇଥିଲା । ଭଦ୍ରକରେ ଥିବା ତାଙ୍କ ସମ୍ପର୍କୀୟ ଘର ଧୁଷୁରି ବ୍ଲକରେ ମଧ୍ୟ ରେଡ କରାଯିବା ସହ ଭୁବନେଶ୍ବର ସ୍ଥିତ ଝାରପଡ଼ା ଜେଲ କ୍ବାଟରରେ ତାଙ୍କର ଘର ସହ କେନ୍ଦୁଝର ଜେଲ ସୁପରିଟେଣ୍ଡ ଅଫିସ ଓ କେନ୍ଦୁଝର ଜେଲ ପରିସରରେ ଥିବା ସୁପରିଟେଣ୍ଡଣ୍ଟଙ୍କ କ୍ବାର୍ଟରରେ ମଧ୍ୟ ଚଢାଉ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: Vigilance Net: ଭିଜିଲନ୍ସ ଜାଲରେ କୁବେର ଖଣି ଉପନିର୍ଦ୍ଦେଶକ, ୧୦ ବର୍ଷରେ ୫ କୋଟି କରିଥିଲେ ଠୁଳ

ଇଟିଭି ଭାରତ, ଭୁବନେଶ୍ବର

ଭୁବନେଶ୍ବର: କଳା ଟଙ୍କାର କଳା ପାହାଡ଼ ତିଆରି କରି ଶେଷରେ ଜେଲ ହାଜତକୁ ଯାଇଛନ୍ତି କେନ୍ଦୁଝର ଜେଲ ସୁପରିଟେଣ୍ଡଣ୍ଟ ସତ୍ୟ ପ୍ରକାଶ ସ୍ବାଇଁ । ଝାରପଡ଼ା ଜେଲରେ ଯେ ଦିନେ ଜେଲ ସୁପରିଟେଣ୍ଡ ଥିଲେ ସେ ଆଜି ସେଇ ଜେଲର ବିଚାରଧିନ କଏଦୀ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ପୂର୍ବତନ ଝାରପଡା ଜେଲ ସୁପରିଟେଣ୍ଡଣ୍ଟଙ୍କୁ କୋର୍ଟରେ ହାଜର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ଝାରପଡ଼ା ଜେଲକୁ ପଠାଯାଇଛି । ଏବେ ଯେଉଁ କଏଦୀଙ୍କୁ ନିଜର ସୁପରିଟେଣ୍ଡଣ୍ଟ ଅନ୍ଦାଜରେ ଶାସନ କରୁଥିଲେ‌ ଏବେ ସେଇ କଏଦୀଙ୍କ ଗହଣରେ ବିଚାରବିଭାଗୀୟ କଏଦୀ ଭାବେ ସମୟ କାଟିବେ ।

Kendujhar Jail Superintended (ETV Bharat Odisha)
ଆୟ ଠାରୁ ୮୯ ଗୁଣା ଧନ ସଞ୍ଚୟ କରିଥିଲେ: ଏନେଇ ଭିଜିଲାନ୍ସ ଏସପି ଏମଏସ ବିବେକଙ୍କ ସୂଚନା ମୁତାବକ, ପୂର୍ବତନ ଝାରପଡା ଜେଲ ସୁପରିଟେଣ୍ଡଣ୍ଟ ୭ଟି ସ୍ଥାନରେ ଭିଜିଲାନ୍ସ ତଦନ୍ତ ହୋଇଥିଲା । ଏନେଇ ପ୍ରଥମେ ଚାରି ମହଲା କୋଠାର ଝାରପଡ଼ାରେ ୧.୫କୋଟିର ଠାବ ହୋଇଛି । ଘର ବାରି ସମ୍ପତ୍ତି ଭୁବନେଶ୍ୱର, ଢେଙ୍କାନାଳ ଓ ବଲାଙ୍ଗୀରରେ ଦୁଇଟି ମଧ୍ୟ ଠାବ ହୋଇଛି । ସୁନା ରୁପା ୧୦ଲକ୍ଷ ଟଙ୍କାର ଗହଣା ସହ ୫ଲକ୍ଷ ଟଙ୍କାର ଫରେନ୍ ଟୁ୍ର କରିଥିବା ମଧ୍ୟ ଭିଜିଲାନ୍ସ ପାଇଛି । ତାପରେ ବ୍ୟାଙ୍କ ପୋଷ୍ଟାଲ ଡିପୋଜିଟରେରେ ୬ଲକ୍ଷରୁ ଅଧିକ ସହ ହାଉସ ହୋଲଡ ବା ଘରୋଇ ଜିନିଷ ମଧ୍ୟ ୧୫ଲକ୍ଷ ଟଙ୍କା, ଚାରିଚକିଆ ଓ ଦୁଇ ଚକିଆ ଯାନ ମଧ୍ୟ ଠାବ ହୋଇଛି । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନରେ ଏନେଇ କେସ ପରେ ଏନେଇ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଆୟ ଠାରୁ ୮୯ ପ୍ରତିଶତ ଅଧିକ ଧନ ସଞ୍ଚୟ କରିଥିବା ଭିଜିଲାନ୍ସ ତଦନ୍ତ ବେଳେ ଜଣାପଡିଛି ।ଏହା ମଧ୍ୟ ପଢନ୍ତୁ: Vigilance Raid: ଏଥର ଭିଜିଲାନ୍ସ ଜାଲରେ ଜେଲ ସୁପରିଟେଣ୍ଡେଣ୍ଟ,ଏକାଧିକ ସ୍ଥାନରେ ରେଡ୍କଏଦୀଙ୍କ ଟଙ୍କାରେ କଳା ସମ୍ପତ୍ତି ଠୁଳ:
Kendujhar Jail Superintended Arrested
Kendujhar Jail Superintended Arrested (ETV Bharat Odisha)
ଏସପିଙ୍କ ସୂଚନା ଅନୁଯାୟୀ, ଜେଲ ସୁପରିଟେଣ୍ଡଣ୍ଟ ଥିବା ସମୟରେ ସେ କଏଦୀଙ୍କୁ ଟଙ୍କା ମାଗିଥିଲେ । ଏନେଇ ଭିଜିଲାନ୍ସ ପାଖରେ ମଧ୍ୟ ଜଣେ କଏଦୀ ମଧ୍ୟ ଏକ ପିଟିସନ ଫାଇଲ କରି ୨୦୨୩ରେ ଜଣାଇଥିଲେ । ଲକ୍ଷ୍ମଣ ଶ୍ରୀନୀବାସ ନାମକ ବ୍ୟକ୍ତି ଭୁବନେଶ୍ବର ଝାରପଡ଼ା ଜେଲରେ ଅକ୍ଟୋବର ୨୦୨୧ରେ ଝାରପଡ଼ା ଜେଲକୁ ଆସିଥିଲେ । ସେଠାରେ ତାଙ୍କର ପେଟରେ ଯନ୍ତ୍ରଣା ହେବାରୁ ସେ ଜେଲ ଭିତରେ ଚିକିତ୍ସା ଚାହୁଁଥିଲେ । ହେଲେ ସେହିଠାରେ ତତ୍କାଳୀନ ସୁପରିଟେଣ୍ଡଣ୍ଟ ତାଙ୍କୁ ଟଙ୍କା ମାଗିଥିଲେ । ଏପରିକି ଟଙ୍କା ନଦେଲେ ଓ୍ବାର୍ଡରେ ଲଗାଇ ମାଡ଼ ମାରିଥିଲେ । ଅତ୍ୟାଚାର ଦେଇ ଅନେକ ଯନ୍ତ୍ରଣା ଦେଉଥିଲେ । ପରେ ଟଙ୍କା ମାଗୁଥିଲେ । ଆଉ ପରେ ଫାର୍ମାସିଷ୍ଟ ଜରିଆରେ ମଧ୍ୟ ୩ଲକ୍ଷ ୭୦ହଜାର ଟଙ୍କା ଲାଞ୍ଚ ମଧ୍ୟ ଦେଇଥିଲେ । ଯାହାକୁ ନେଇ ସେ ଭିଜିଲାନ୍ସ ସୁପରିଟେଣ୍ଡଣ୍ଟଙ୍କ କଳା ସମ୍ପତ୍ତି ଠୁଳ କରିବାର ଉପାୟ ସମ୍ପର୍କରେ ଜଣାଇଥିଲେ‌ । ଏନେଇ ଭିଜିଲାନ୍ସ ଏହି ବାବୁଙ୍କ ଉପରେ ନଜର ରଖିଥିଲା । ପରେ କିଭଳି ଜେଲ ଭିତରେ କଏଦୀ ମାନଙ୍କୁ ସୁବିଧା ସୁଯୋଗ ଦେଇ କଳା ଟଙ୍କାର ସମ୍ପତ୍ତି ଠୁଳ କରୁଥିଲେ ଏହି ଜେଲ ଅଧିକାରୀ ତାହା ସାମ୍ନାକୁ ଆସିଥିଲା ।

ଏହା ମଧ୍ୟ ପଢନ୍ତୁ:Vigilance Raid: ପ୍ରିନ୍ସପାଲ ବାବୁଙ୍କୁ ଲାଗିଥିଲା ଟଙ୍କା ମୋହ, ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ
ବାବୁଙ୍କ କ୍ୟାରିୟର କଳା କାହାଣୀ:

ତେବେ ଜେଲ ଅଧିକାରୀଙ୍କ ଏପରି କଳା କାରନାମା ସାମ୍ନାକୁ ଆସିବା ପରେ ଏନେଇ ଜଣାପଡ଼ିଛି ।୨୦୦୧ ମସିହାରୁ ଆରମ୍ଭ ହୋଇଥିଲା ବାବୁଙ୍କ କ୍ୟାରିୟର । ୦୫.୦୬.୨୦୦୧ରେ ସମ୍ବଲପୁର ଜେଲରେ ଆସିଷ୍ଟାଣ୍ଟ ଜେଲର ଭାବେ‌ ପ୍ରଥମ ସରକାରୀ ଚାକିରିରେ‌ ଯୋଗ ଦେଇଥଲେ‌ । ପରେ ଧିରେ‌ ଧିରେ ଧିରେ ବ୍ରହ୍ମପୁର,ଢେଙ୍କାନାଳ,ବଡମ୍ବା କଟକ ଓ ପରେ ୨୦୦୮ରେ ଚୌଦ୍ବାର ଜେଲରେ ଥିବା ସମୟରେ ଜେଲ ଭାବେ ପ୍ରମୋସନ ପାଇଥିଲେ । ପରେ ସେ ବଲାଙ୍ଗୀର, ଢେଙ୍କାନାଳ,କେନ୍ଦୁଝର, ଭୁବନେଶ୍ୱର ଝାରପଡା ଜେଲ ସହ ବାଲେଶ୍ବର ମୁକ୍ତାକାଶ ଜେଲ ସହ ଭୁବନେଶ୍ୱର ଝାରପଡା ଜେଲରେ ସୁପରିଟେଣ୍ଡଣ୍ଟ ଭାବେ ପ୍ରମୋସନ ପାଇଁ ଭୁବନେଶ୍ୱର କାମ କରୁଥିଲେ । ଜଣେ ସ୍ଥାନୀୟ ନେତାଙ୍କ ଜରିଆରେ ନିଜର ସମ୍ପର୍କୀୟ କହି ଅନେକ କଳାକାରବାର କରି ଜେଲ ଭିତରେ କଏଦୀଙ୍କ ପାଇଁ ଭିଆଇପି ଓ ଅନେକ ପ୍ରକାର ବେସକାରୀ ବ୍ୟବସ୍ଥା କରି ଅନେକ କଳା ଟଙ୍କା ସମ୍ପତ୍ତି ଠୁଳ କରିଥିଲେ । ପରେ ସେ ନିକଟରେ କେନ୍ଦୁଝର ଜେଲକୁ ବଦଳି ହୋଇ ସେଠାରେ ସୁପରିଟେଣ୍ଡଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ଏନେଇ ଭିଜିଲାନ୍ସ ତାଙ୍କୁ ରାଡାରକୁ ଆଣିଥିଲା ।

ଏହା ମଧ୍ୟ ପଢନ୍ତୁ:JE In Vigilance Net: ଭିଜିଲାନ୍ସ ଜାଲରେ କାଶୀପୁର କୋଟିପତି ଯନ୍ତ୍ରୀ, ଗିରଫ ପରେ କୋର୍ଟ ଚାଲାଣ
୭ଟି ସ୍ଥାନରେ ରେଡ କରିଥିଲା ଭିଜିଲାନ୍ସ:

ତେବେ ଗତକାଲି ଭିଜିଲାନ୍ସ ଭୁବନେଶ୍ୱର ଡିଭିଜନ ପକ୍ଷରୁ ଏନେଇ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଥିଲା‌।ତାଙ୍କର ସରକାରୀ ବାସଭବନ ସହ ଭୁବନେଶ୍ୱର ଘର ଓ ସମ୍ପର୍କିତ ଘର ସହ ଏପରିକି ତାଙ୍କର ସ୍ଥାବର ଅସ୍ଥାବର ସମ୍ପତି ଥିବା ସ୍ଥାନରେ ଛାନଭିନ କରିଥିଲା ଭିଜିଲାନ୍ସ । ୧୨ଜଣ ଡିଏସପି ଓ ୧୧ଇନସ୍ପେକ୍ଟରଙ୍କ ସହ ଏସଆଇ ଓ ଏଏସଆଇଙ୍କୁ ନେଇ ବଡ଼ ଧରଣର ଚଢ଼ାଉ କରାଯାଇଥିଲା । ଏନେଇ ୭ଟି ସ୍ଥାନରେ ଟିମ୍ ଏକକାଳୀନ ସକାଳୁ ସକାଳୁ ଚଢ଼ାଉ କରିଥିଲେ । ଭୁବନେଶ୍ବର ଲକ୍ଷ୍ମୀସାଗର ଗୋବିନ୍ଦପ୍ରସାଦରେ ଥିବା LB 104ରେ ସେହିପରି ଖଣ୍ଡଗିରିରେ ସିଧି ବିହାରରେ ଥିବା ପୈତୃକ ଘରେ ମଧ୍ୟ ରେଡ କରାଯାଇଥିଲା । ଭଦ୍ରକରେ ଥିବା ତାଙ୍କ ସମ୍ପର୍କୀୟ ଘର ଧୁଷୁରି ବ୍ଲକରେ ମଧ୍ୟ ରେଡ କରାଯିବା ସହ ଭୁବନେଶ୍ବର ସ୍ଥିତ ଝାରପଡ଼ା ଜେଲ କ୍ବାଟରରେ ତାଙ୍କର ଘର ସହ କେନ୍ଦୁଝର ଜେଲ ସୁପରିଟେଣ୍ଡ ଅଫିସ ଓ କେନ୍ଦୁଝର ଜେଲ ପରିସରରେ ଥିବା ସୁପରିଟେଣ୍ଡଣ୍ଟଙ୍କ କ୍ବାର୍ଟରରେ ମଧ୍ୟ ଚଢାଉ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: Vigilance Net: ଭିଜିଲନ୍ସ ଜାଲରେ କୁବେର ଖଣି ଉପନିର୍ଦ୍ଦେଶକ, ୧୦ ବର୍ଷରେ ୫ କୋଟି କରିଥିଲେ ଠୁଳ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.