ଓଡିଶା

odisha

ETV Bharat / entertainment

ଓଲିଉଡରେ ରଥଯାତ୍ରା ଧୁମ, ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି - Celebs Ratha Yatra Wishes

Odia Stars Ratha Yatra Wish To Fans: ଆଜି ପବିତ୍ର ରଥଯାତ୍ରା । ଯାହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ସାରା ଓଡ଼ିଶା । ସେହିପରି ରଥଯାତ୍ରାକୁ ନେଇ ଓଲିଉଡରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି । ଏହି ଅବସରରେ ଓଡ଼ିଆ ତାରକା ମାନେ ରଥଯାତ୍ରାକୁ ଧୁମଧାମରେ ପାଳନ କରିବା ସହ ଫ୍ୟାନ୍ସଙ୍କୁ ଶୁଭକାମନା ଜଣାଇଛନ୍ତି । ଅଧିକ ପଢନ୍ତୁ

By ETV Bharat Odisha Team

Published : Jul 7, 2024, 12:16 PM IST

ଓଲିଉଡରେ ରଥଯାତ୍ରା ଧୁମ, ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି
ଓଲିଉଡରେ ରଥଯାତ୍ରା ଧୁମ, ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି (ETV Bharat Odisha, Instagram)

ହାଇଦ୍ରାବାଦ:ମହାବାହୁଙ୍କପବିତ୍ର ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ସାରା ରାଜ୍ୟ । ଘଣ୍ଟଘଣ୍ଟା ଶଙ୍ଖନାଦ ପାରମ୍ପରିକ ନୃତ୍ୟଗୀତରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର । ବର୍ଷକୁ ଥରେ ରତ୍ନସିଂହାସନରୁ ଓହ୍ଳାଇ ଭକ୍ତଙ୍କୁ ବଡଦାଣ୍ଡରେ ଦର୍ଶନ ଦେବା ସହ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଯିବେ ମହାବାହୁ। ଆଜିର ଏହି ପବିତ୍ର ଦିନରେ ଓଡ଼ିଶାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିବା ବେଳେ ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଓଲିଉଡ ସେଲିବ୍ରିଟିମାନେ ରଥଯାତ୍ରାକୁ ଧୁମଧାମରେ ପାଳନ କରିବା ସହ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ଶୁଭକାମନା ଜଣାଇଛନ୍ତି । ଓଲିଉଡ ଅଭିନେତା ବାବୁସାନ ମହାନ୍ତି, ସବ୍ୟସାଚୀ ମିଶ୍ରଙ୍କ ଠାରୁ ଆରମ୍ଭ କରି ଲିପ୍ସା ମିଶ୍ର, ଏଲିନା ସାମନ୍ତରାୟ ସମେତ ଅନେକ ତାରକା ଫ୍ୟାନ୍ସଙ୍କୁ ରଥଯାତ୍ରାର ଶୁଭକାମନା ଜଣାଇଛନ୍ତି ।

ଓଲିଉଡ ଅଭିନେତା ବାବୁସାନ ମହାନ୍ତି ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ନିଜ ଫିଲ୍ମ 'ପାବାର' ଏକ ପୋଷ୍ଟର ସେୟାର କରି ଲେଖିଛନ୍ତି, ''ଶାନ୍ତ ରହିପାରିବୁ ନାହିଁ । ଆମର ଜଗନ୍ନାଥ ଆଜି ଆମ ପାଖକୁ ଆସିଛନ୍ତି। ସମଗ୍ର ବିଶ୍ୱର ସମସ୍ତଙ୍କୁ 'ପାବାର' ଟିମ ପକ୍ଷରୁ ବହୁତ ରଥଯାତ୍ରାର ଶୁଭକାମନା ।'' ସେହିପରି ଅଭିନେତା ସବ୍ୟସାଚୀ ମିଶ୍ର ନିଜ ଇନଷ୍ଟାଗ୍ରାମରେ ହଜିଯାଉଥିବା ସଂସ୍କୃତି, ପରମ୍ପରା ଏବଂ କୌଳିକ ବୃତ୍ତି ଉପରେ ଆଧାର କରି ପ୍ରସ୍ତୁତ ଫିଲ୍ମ 'ପୁଷ୍କରା'ର କିଛି ଝଲକ ଦେଖାଇ ପବିତ୍ର ରଥଯାତ୍ରାର ଶୁଭକାମନା ଜଣାଇଛନ୍ତି ।

ସେହିପରି ଅଭିନେତ୍ରୀ ଭୂମିକା ଦାଶ ନିଜ ଇନଷ୍ଟ୍ରାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ପାରମ୍ପରିକ ଶାଢୀରେ ଘରେ ପ୍ରଭୁ ଜଗନ୍ନାଥଙ୍କ ପୂଜା କରୁଥିବାର ନଜର ଆସିଛନ୍ତି । ସେ ନିଜର ତିନୋଟି ଫଟୋ ସେୟାର କରି ଲେଖିଛନ୍ତି, ''କୋଟି କୋଟି ଭକ୍ତଙ୍କ ଅଭିବାଦନ ଗ୍ରହଣ କରି ଓହ୍ଲାଇ ଆସୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଭକ୍ତ ଆଉ ଭଗବାନଙ୍କର ମହାମିଳନ, ଭକ୍ତିର ରଙ୍ଗରେ ପୁରୀ ଉଠୁଛି ବଡ଼ଦାଣ୍ଡ । ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ଉପଲକ୍ଷେ ଆପଣ ମାନଙ୍କୁ ଅନେକ ଶୁଭେଛା ଓ ଅଭିନନ୍ଦନ । ଜୟ ଜଗନ୍ନାଥ ।''

ଏହା ମଧ୍ୟ ପଢନ୍ତୁ:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ଅଭିନେତ୍ରୀ ଏଲିନା ସାମନ୍ତରାୟ ନିଜ ପରିବାର ସହ ପୁରୀ ଶ୍ରୀମନ୍ଦିର ଦର୍ଶନ ସମୟର ଫଟୋ ସେୟାର କରିଛନ୍ତି । ଏହା ସେୟାର କରି ସେ ଫ୍ୟାନ୍ସଙ୍କୁ ରଥଯାତ୍ରା ଶୁଭକାମନା ଜଣାଇଛନ୍ତି । ସେହିପରି ଅଭିନେତ୍ରୀ ଲିପ୍ସା ମିଶ୍ର ଘରେ ପ୍ରଭୁ ଜଗନ୍ନାଥଙ୍କ ପୂଜା କରୁଥିବାର ନଜର ଆସିଛନ୍ତି । ସେ ପ୍ରଭୁ ଜଗନ୍ନାଥଙ୍କ ଫ୍ୟାଣ୍ଡେଲ ଓ କାନ ଝୁମକାରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହା ସେୟାର କରି ସେ ସମସ୍ତଙ୍କୁ ପବିତ୍ର ରଥଯାତ୍ରା ଶୁଭେଚ୍ଛା ଜଣାଇଛନ୍ତି । ଅଭିନେତ୍ରୀ ଦେବଯାନୀ ଦେହୁରିଆ ମଧ୍ୟ ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଆ ଚଳଚ୍ଚିତ୍ର "ସୀତା" ପରିବାର ତରଫରୁ ଓଡ଼ିଶାବାସୀଙ୍କୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଶିବାନୀ ସଙ୍ଗୀତାଙ୍କ ସମେତ ଅନେକତ ତାରକା ଫ୍ୟାନ୍ସଙ୍କୁ ଘୋଷଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details