ଓଡିଶା

odisha

ETV Bharat / entertainment

ଅଭିନେତା ନିଭିନ ପୋଲିଙ୍କୁ ମିଳିଲା କ୍ଲିନଚିଟ୍, ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ମହିଳା - NIVIN PAULY GETS CLIN CHIT

କୋଠାମଙ୍ଗଲାମ ଜିଲ୍ଲା କୋର୍ଟ ନିଭିନ ପୋଲିଙ୍କୁ କ୍ଲିନଚିଟ ଦେଇଛନ୍ତିି । ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ତାଙ୍କୁ ନାଁରେ ହୋଇଥିଲା ମାମଲା ରୁଜୁ । ପୁରା ଖବର ଜାଣନ୍ତୁ,

NIVIN PAULY GETS CLIN CHIT
NIVIN PAULY GETS CLIN CHIT (ETV Bharat Odisha)

By ETV Bharat Entertainment Team

Published : Nov 6, 2024, 5:08 PM IST

ହାଇଦ୍ରାବାଦ: ଯୌନ ନିର୍ଯାତନା ମାମଲାରେ ମାଲାୟାଲମ୍ ଅଭିନେତା ନିଭିନ ପୋଲିଙ୍କ ବିରୋଧରେ ଆସିଥିବା ଅଭିଯୋଗରେ ଏକ ନୂଆ ମୋଡ଼ ଆସିଛି । ତଦନ୍ତକାରୀ ଟିମ ନିଭିନ ପୋଲିଙ୍କୁ ଅଭିଯୁକ୍ତ ତାଲିକାରୁ ବାଦ ଦେଇଛନ୍ତି । ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଦେଇଥିବା ରିପୋର୍ଟ ଆଧାରରେ କୋଠାମଙ୍ଗଲାମ ଜିଲ୍ଲା କୋର୍ଟ ଦ୍ୱାରା ନିଭିଲ ପୋଲି କ୍ଲିନଚିଟ ଦେବା ସହ କ୍ଲିନଚିଟ ଦେଇଛନ୍ତିି । ଉକ୍ତ ମହିଳା ଜଣକ ମିଥ୍ୟା ଅଭିଯୋଗ କରି ନିଭିନଙ୍କୁ ଫସାିତିବା ଜଣାପଡିଛି । ଏଣୁ କୋର୍ଟ ତାଙ୍କୁ କ୍ଲିନଚିଟ୍ ପ୍ରଦାନ କରିଛନ୍ତି ।

ନିଭିନ ପୋଲିଙ୍କୁ କ୍ଲିନଚିଟ୍

ସୂଚନା ଅନୁସାରେ, କୋଠାମଙ୍ଗଲାମ ଜଣେ ମହିଳା ନିଭିନ ପାଉଲିଙ୍କ ବିରୋଧରେ ଆସି ଦୁବାଇରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ । ମହିଳା ଜଣକ ନିଭିନ ପୋଲିଙ୍କ ବିରୋଧରେ ଅଭିଯୋଗ କରିଥିଲେ ଯେ ସେ ସେଠାରେ ଶାରୀରିକ ନିର୍ଯାତନା ଦେଇଥିଲେ ଏବଂ ତାଙ୍କୁ ହଇରାଣ କରିଥିଲେ । ଏନେଇ ମହିଳା ଜଣକ ମାମଲା ରୁଜୁ କରିଥିଲେ । ତେବେ ଏହି ମାମଲାର ଶୁଣାଣି କରି କୋଠାମଙ୍ଗଲାମ ଜିଲ୍ଲା କୋର୍ଟ ନିଭିନ ପୋଲିଙ୍କୁ କ୍ଲିନଚିଟ ଦେଇଛନ୍ତି । ତେବେ କେବଳ ନିଭିନ ପୋଲିଙ୍କୁ ଏହି ମାମଲାରେ ଅଭିଯୁକ୍ତ ତାଲିକାରୁ ବାଦ ଦିଆଯାଇଛି । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ମହିଳାଙ୍କ ଅଭିଯୋଗ ଆଧାରରେ ଅନ୍ୟ 6 ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଜାରି ରହିବ ।

ଏହା ମଧ୍ୟ ପଢନ୍ତୁ:ମଲିଉଡରେ ମି-ଠୁ; ନିଭିନ ପୋଲିଙ୍କ ନାଁରେ ମାମଲା ରୁଜୁ, ଅଭିଯୋଗ ମିଥ୍ୟା କହିଲେ ଅଭିନେତା

ମିଥ୍ୟା ଅଭିଯୋଗରେ ଫସିଥିଲେ ନିଭିନ, ସାମ୍ନାକୁ ଆସିଲା ସତ

ଅଭିନେତା ତଥା ନିର୍ଦ୍ଦେଶକ ଭିନୀତ ଶ୍ରୀନିବାସନ୍ ମଧ୍ୟ ପ୍ରମାଣ ନେଇ ଆଗକୁ ଆସିଥିଲେ ଯେ ନିର୍ଯାତନା ଦିନ ନିଭିନ ପୋଲି ଫିଲ୍ମ 'ଭାସାରାମ ପ୍ୟାରୀ'ର ସେଟରେ ଥିଲେ । ଭିନିତଙ୍କ ଦ୍ୱାରା ଦିଆଯାଇଥିବା ପ୍ରମାଣକୁ ଭିତ୍ତି କରି ସ୍ୱତନ୍ତ୍ର ଅନୁସନ୍ଧାନରୁ ଜଣାପଡିଛି ଯେ, ଯେଉଁ ଦିନ ମହିଳା ନିର୍ଯାତନା ଅଭିଯୋଗ କରିଥିଲେ, ନିଭିନ ପୋଲି ବିଦେଶରେ ନଥିଲେ । ସ୍ୱତନ୍ତ୍ର ତଦନ୍ତକାରୀ ଟିମ ମହିଳାଙ୍କ ବିବୃତ୍ତିରେ ଅନେକ ମିଛ ଜାଣିବାକୁ ଥିବା ପାଇଥିଲେ । ତେବେ ପୋଲିସ ଏହାର ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ:ଅଭିନେତ୍ରୀଙ୍କୁ ଯୌନ ନିର୍ଯାତନା ମାମଲା; ମାଲାୟାଲାମ ଅଭିନେତା ସିଦ୍ଦିକି ଓ ଜୟସୂର୍ଯ୍ୟାଙ୍କ ନାଁରେ ମାମଲା ରୁଜୁ, ଇସ୍ତଫା ଦେଲେ ମୁକେଶ

ଏହି ଅଭିଯୋଗ ଉପରେ ନିଭିନ ଦେଇଥିଲେ ସ୍ପଷ୍ଟୀକରଣ

ମହିଳାଙ୍କ ଅଭିଯୋଗ ପରେ ନିଭିନ ପୋଲି ସ୍ପଷ୍ଟୀକରଣ ଦେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ନିଭିନ ପୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଅଭିଯୋଗ ସମୟରେ ସେ ବିଦେଶରେ ନଥିଲେ ଏବଂ ଏହି ମାମଲାଟି ମିଥ୍ୟା ଅଟେ । ସେହି ମହିଳା ଜଣକ କିଏ ମୁଁ ଜାଣିନାହିଁ । ମୁଁ ତାଙ୍କୁ କେବେ ଦେଖି ନାହିଁ କିମ୍ବା ତାଙ୍କ ସହ କଥାବାର୍ତ୍ତା କରି ନାହିଁ । ଏହା ଭିତ୍ତିହୀନ ଖବର ଏବଂ ମୁଁ ଏହି ଅଭିଯୋଗକୁ ଅସ୍ୱୀକାର କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details