ଭୁବନେଶ୍ୱର: ଓଡ଼ିଆ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ଅଭିନେତା ଲିଭର ସିରୋସିସରେ ରୋଗରେ ପୀଡିତ ଅଛନ୍ତି । ସେ ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲରେ ଆଇୟିୟୁରେ ଭର୍ତ୍ତି ହୋଇଛନ୍ତି । ଅଧିକ ଚିକିତ୍ସା ଲାଗି ତାଙ୍କୁ ଏୟାରଲିପ୍ଟ କରାଯିବ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ସୂଚନା ଦେଇଛନ୍ତି କିମ୍ସ କ୍ୟାନସର ହସ୍ପିଟାଲ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ମନୋଜ ସାହୁ । ସେପଟେ ଗୁରୁଗାଓଁର ଏକ ଘରୋଇ ହସ୍ପିଟାଲକୁ ଏୟାରଲିପ୍ଟ କରିବା ନେଇ ସୂଚନା ଦେଲେ ପୁଅ ବାବୁସାନ ।
ଲିଭର ସିରୋସିସ ରୋଗରେ ପୀଡିତ ଉତ୍ତମ ମହାନ୍ତି
କିମ୍ସ କ୍ୟାନସର ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ମନୋଜ ସାହୁ କହିଛନ୍ତି, ''୩ ଦିନ ତଳୁ ସେ କିମ୍ସରେ ଆଡ଼ମିଶନ ହୋଇଛନ୍ତି । ଅଭିନେତା ଲିଭର ସିରୋସିସରେ ରୋଗରେ ପୀଡିତ । ଗତକାଲିଠାରୁ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି । ଅଧିକ ଚିକିତ୍ସା ଲାଗି ପରିବାର ଲୋକ ଅନ୍ୟ ହସ୍ପିଟାଲକୁ ନେବା ପାଇଁ ଚାହୁଁଛନ୍ତି । ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବାରୁ ଏବେ ଅନ୍ୟ ହସ୍ପିଟାଲକୁ ଏୟାରଲିଫ୍ଟ କରିବା ପାଇଁ ଉପଯୁକ୍ତ ସମୟ । ଯଥାଶୀଘ୍ର ଏୟାର ଲିଫ୍ଟ ପାଇଁ ଚେଷ୍ଟା କରାଯାଉଛି ।
ଗୁରୁଗାଓଁର ଘରୋଇ ହସ୍ପିଟାଲକୁ ହେବେ ଏୟାରଲିପ୍ଟ
ଉତ୍ତମ ମହାନ୍ତିଙ୍କୁ ଗୁରୁଗାଓଁର ଘରୋଇ ହସ୍ପିଟାଲ ମେଦାନ୍ତ ହସ୍ପିଟାଲକୁ ଯଥାଶୀଘ୍ର ଏୟାରଲିଫ୍ଟ କରିବା ପାଇଁ ଚେଷ୍ଟା କରାଯାଉଛି । ଏନେଇ ବୁକିଙ୍ଗ ମଧ୍ୟ କରାଯାଇଛି । ଦୁଇ ଘଣ୍ଟା ମଧ୍ୟରେ ଏୟାରଲିଫ୍ଟ ପାଇଁ ଉଦ୍ୟମ ହେଉଥିବା ସୂଚନା ଦେଲେ ଉତ୍ତମ ମହାନ୍ତିଙ୍କ ପୁଅ ତଥା ଅଭିନେତା ବାବୁସାନ ମହାନ୍ତି । ଅନ୍ୟପଟେ ଅଭିନେତା କେକେ, ଅଭିନେତା ରବି ମିଶ୍ର, ବବି ମିଶ୍ର, ପ୍ରଯୋଜକ ସ୍ଥିତ ପଟ୍ଟନାୟକ, ଟୁଟୁ ନାୟକ ହସ୍ପଟାଲ ପହଞ୍ଚି ଉତ୍ତମ ମହାନ୍ତିଙ୍କୁ ଦେଖା କରିବା ସହ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଓଲିଉଡ ଅଭିନେତା ଉତ୍ତମ ମହାନ୍ତି ଅସୁସ୍ଥ, 'କରାଯିବ ଏୟାରଲିପ୍ଟ'
ସୁଟିଂ ସେଟରେ ବିଗିଡିଲା ସ୍ୱାସ୍ଥ୍ୟବସ୍ଥା !
ସୂଚନା ଅନୁସାରେ, ଅଭିନେତା ଉତ୍ତମ ମହାନ୍ତି ଫିଲ୍ମର ସୁଟିଂ ପାଇଁ ବାହାରକୁ ଯାଇଥିଲେ । ସେଠାରେ ହିଁ ତାଙ୍କର ଦେହ ହଠାତ ଖରାପ ହୋଇଥିଲା । ତାପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଏହା ପରେ ଚିକିତ୍ସା ହୋଇ ଘରକୁ ଆସିଥିଲେ । ହେଲେ ଗତକାଲି ପୁଣି ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ କିମ୍ସରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏହି ଖବର ଜାଣିବା ପରେ ଫ୍ୟାନ୍ସ ସମେତ ସେଲିବ୍ରିଟି ଚିନ୍ତିତ ଥିବା ବେଳେ ତାଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି ।
ଲିଭର ସିରୋସିସ ରୋଗ କ'ଣ ?
ଲିଭର୍ ସିରୋସିସ୍ ଯକୃତ ରୋଗର ଏକ ଗୁରୁତର ଚିକିତ୍ସା ଅବସ୍ଥା । ଏହି ରୋଗରେ ଯକୃତ ଠିକ୍ ଭାବରେ କାମ କରିବା ବନ୍ଦ କରିଦିଏ । ବିଶେଷଜ୍ଞଙ୍କ ମତରେ, ଯକୃତ ଟିସୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଗଲେ ଏହି ସମସ୍ୟା ହୁଏ, ଅର୍ଥାତ୍ ଏହି ଟିସୁ ଗୁଡ଼ିକର ପୁନରୁଦ୍ଧାର ସମ୍ଭବ ହୁଏ ନାହିଁ । ଯକୃତ ନଷ୍ଟ ହେବାର ଏହା ଏକ ଅବସ୍ଥା । ବାସ୍ତବରେ, ଯକୃତ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଯାହାକି ପୋଷକ ତତ୍ତ୍ୱକୁ ପରିଷ୍କାର କରିବା ପାଇଁ କାମ କରେ । ଶରୀରରୁ ଅନେକ ବିଷାକ୍ତ ପଦାର୍ଥ ନିଷ୍କାସନ କରିବାରେ ମଧ୍ୟ ସାହାଯ୍ୟ କରେ । ଯେତେବେଳେ ଖରାପ ଟିସୁ ଭଲ ଟିସୁ ସ୍ଥାନ ନେଇଯାଇଥାଏ, ସେତେବେଳେ ଯକୃତର କାର୍ଯ୍ୟ କରିବାର କ୍ଷମତା ସମାପ୍ତ ହୋଇଯାଇଛି ବୋଲି ସ୍ପଷ୍ଟ ହୁଏ । ଏଥିସହ ଏହି ଅବସ୍ଥାରେ ଶରୀରରେ କମ୍ ରକ୍ତ ଜମାଟ ବାନ୍ଧିବା ପ୍ରୋଟିନ୍ ଉତ୍ପନ୍ନ କମ୍ ହେଉଥିବାରୁ ଏହି ସବୁ ସମସ୍ୟା ଦେଖାଯାଏ । ସେଗୁଡିକ ହେଲା,
ଲିଭର ସିରୋସିସ ଲକ୍ଷଣ:-
- କ୍ଳାନ୍ତି ଅନୁଭବ କରିବା
- ସହଜ ରକ୍ତସ୍ରାବ କିମ୍ବା ଆଘାତ
- ଭୋକ ନ ଲାଗିବା
- ବାନ୍ତି ଲାଗିବା
- ଗୋଡ଼, ପାଦ କିମ୍ବା ଗୋଡ଼ରେ ଫୁଲା
- ଓଜନ ହ୍ରାସ
- କୁଣ୍ଡାଇ ହେଉଥିବା ଚମଡ଼ା
- ଚର୍ମ ଏବଂ ଆଖି ହଳଦିଆ ପଡ଼ିବା (ଜଣ୍ଡିସ୍)
- ଚର୍ମରେ ଶିରା ଦେଖାଯିବା
- ହାତର ପାପୁଲିରେ ଲାଲ ପଡ଼ିବା
- ଋତୁସ୍ରାବ ବନ୍ଦ ହେବା
- ଋତୁସ୍ରାବ ସମୟରେ ରକ୍ତସ୍ରାବ
- ପୁରୁଷମାନଙ୍କ ମଧ୍ୟରେ ଯୌନ ଇଚ୍ଛା ହ୍ରାସ, ସ୍ତନ ବୃଦ୍ଧି
- ପରିସ୍ରାର ଗାଢ଼ ରଙ୍ଗ
(Disclaimer: ଉପରିସ୍ଥ ରୋଗ ବିଷୟରେ ଥିବା ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।
ଭୁବନେଶ୍ୱର, ଇଟିଭି ଭାରତ