ଓଡିଶା

odisha

ଆଜି ଶୋ'କୁ ମିଳିବ ବିଜେତା; ରେସରେ ଟପ୍ ୫ ପ୍ରତିଯୋଗୀ, କିଏ ହାତେଇବ ବିଗ ବସ୍ ଟ୍ରଫି ? - BIGG BOSS OTT 3 FINALISTS

By ETV Bharat Odisha Team

Published : Aug 2, 2024, 3:10 PM IST

Bigg Boss OTT 3 Finale: ଆଉ ମାତ୍ର କିଛି ସମୟର ଅପେକ୍ଷା । ଆଜି ବିଗ ବସ ଓଟିଟି ୩କୁ ମିଳିବ ତାର ବିଜେତା । ବର୍ତ୍ତମାନ ରେସରେ ୫ଜଣ ପ୍ରତିଯୋଗୀ ରହିଥିବା ବେଳେ କଡା ଟକ୍କର ଦେଖିବାକୁ ମିଳିଛି । ତେବେ କେଉଁଠାରେ ଦେଖିବେ ବିଗ ବସ ଫାଇନାଲ ଶୋ' ଏବଂ ବିଜେତାଙ୍କୁ କ'ଣ ମିଳିବ ? ଜାଣନ୍ତୁ ।

ଆଜି ଶୋ'କୁ ମିଳିବ ବିଜେତା; ରେସରେ ଟପ୍ ୫ ପ୍ରତିଯୋଗୀ, କିଏ ହାତେଇବ ବିଗ ବସ୍ ଟ୍ରଫି ?
ଆଜି ଶୋ'କୁ ମିଳିବ ବିଜେତା; ରେସରେ ଟପ୍ ୫ ପ୍ରତିଯୋଗୀ, କିଏ ହାତେଇବ ବିଗ ବସ୍ ଟ୍ରଫି ? (officialjiocinema, instagram)

ହାଇଦ୍ରାବାଦ:ଆଜି ବିଗ୍ ବସ୍ ଓଟିଟି ୩ର ଯାତ୍ରା ଶେଷ ହେବାକୁ ଯାଉଛି । ତୃତୀୟ ସିଜନ ବେଶ ଆକର୍ଷଣୀୟ ରହିଥିବା ବେଳେ ଆଜି ଶୋ’ର ବିଜେତା ଘୋଷିତ ହେବ । ବର୍ତ୍ତମାନ ଶୋ' କୁ ମିଳିଛି ଟପ୍ ୫ ପାଇନାଲିଷ୍ଟ । ରଣଭୀର ଶୋରି, କ୍ରିତିକା ମଲିକ, ସନା ମକବୁଲ, ନେଜି ଏବଂ ସାଇ କେତନ । ତେବେ ଏହି ପାଞ୍ଚଜଣ ପ୍ରତିଯୋଗୀ ଫାଇନାଲରେ ଏଣ୍ଟ୍ରି କରିଥିବା ବେଳେ କଡା ଟକ୍କର ଦେଖିବାକୁ ମିଳିଛି । ଏଥର ବିଗ ବସ ଟ୍ରଫି କିଏ ହାତେଇବ ତାହା ଉପରେ ସମସ୍ତଙ୍କ ନଜର ।

କେବେ ଏବଂ କେଉଁଠାରେ ବିଗ୍ ବସ୍ ଓଟିଟି ୩ ଫାଇନାଲ ଶୋ' ଦେଖିବେ ?

ଅଗଷ୍ଟ ୨, ୨୦୨୪ (ଆଜି) ବିଗ ବସ ଓଟିଟି ୩ ଏହାର ଗ୍ରାଣ୍ଡ ପ୍ରିମିୟର୍ ହେବ । ଜିଓ ସିନେମା, ଯେଉଁଠାରେ ଶୋ ଷ୍ଟ୍ରିମିଙ୍ଗ୍ ହୋଇଛି, ଯେଉଁଠାରେ ପ୍ରଶଂସକମାନେ ଲାଇଭ୍ ପ୍ରସାରଣ ଦେଖିପାରିବେ । ଫାଇନାଲ୍ ଲାଇଭ୍ ଦେଖିବା ପାଇଁ ଜିଓ ସିନେମା ପ୍ରିମିୟମ୍ ସବସ୍କ୍ରିପସନ୍ ଆବଶ୍ୟକ । ବିଜେତା ଘୋଷଣା ପାଇଁ ସରକାରୀ ସମୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ, ତଥାପି ଏହା ରାତି ୯ଟା ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି ।

ଟପ୍ ୫ ଫାଇନାଲିଷ୍ଟ

ନିକଟରେ ଲଭକେଶ କତାରିଆ ଏବଂ ଅରମାନ ମଲିକ ସୋ’ରୁ ବିଦା ହୋଇଥିଲେ । ଏହା ପରେ ବର୍ତ୍ତମାନ ଟ୍ରଫି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶେଷ ପାଞ୍ଚଜଣ ପ୍ରତିଯୋଗୀ ହେଉଛନ୍ତି ସାଇ କେତନ ରାଓ, ସନା ମକବୁଲ୍, ରଣଭୀର ଶୋରି, କ୍ରିତିକା ମଲିକ ଏବଂ ନେଜି । ବର୍ତ୍ତମାନ ଏମାନଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ଏଥିରୁ ଟପ୍ ୫ ଜଣଙ୍କୁ ବଛାଯାଇ ସେମାନଙ୍କୁ ମଧ୍ୟରୁ ଶୋ'ର ବିଜେତା ଘୋଷଣା କରାଯିବ । ଏବେ ଦେଖିବାକୁ ବାକି ରହିଲା ଏମାନଙ୍କ ମଧ୍ୟରୁ କିଏ ଏହି ସିଜନର ବିଜେତା ହେବ ?

ବିଜେତାଙ୍କୁ କ'ଣ ମିଳିବ?

ବିଗ ବସ ଓଟିଟି ତୃତୀୟ ସିଜିନର ବିଜେତାଙ୍କୁ ୨୫ ଲକ୍ଷ ଟଙ୍କା ନଗଦ ଟଙ୍କା ପାଇବେ । ଏହି ପୁରସ୍କାର ରାଶି ବ୍ୟତୀତ ବିଜେତାଙ୍କୁ ଲୋଭନୀୟ ବିଗ ବସ ଓଟିଟି ଟ୍ରଫି ପ୍ରଦାନ କରାଯିବ, ଯାହା ସେମାନଙ୍କର ବିଜୟର ସଙ୍କେତ ଦେବ ।

କିଏ ମାରିବ ବାଜି ?

ବିଗ ବସ ବିଜେତା ନେଇ ବର୍ତ୍ତମାନ ଅନେକ ୟୁଜର୍ସ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସୋସିଆଲ ମିଡିଆ ଟ୍ରେଣ୍ଡ ଅନୁଯାୟୀ, ସନା ମକବୁଲଙ୍କୁ ଶୋ’ର ବିଜେତା ଭାବରେ ବିବେଚନା କରାଯାଉଛି । ଏଥିସହ ନେଜି ଏବଂ ରଣଭୀର ଶୋରୀଙ୍କୁ ପ୍ରଥମ ଏବଂ ଦ୍ୱିତୀୟ ରନର୍ସ ଅପ୍ ହେବେ ବୋଲି କଳ୍ପନାଜଳ୍ପନା କରାଯାଉଛି । ତେବେ, ଏସବୁ କେତେ ସତ ଏବଂ କେତେ ମିଛ ତାହା ଶୋ’ର ଫାଇନାଲ୍ ଘଟିବା ପରେ ହିଁ ଜଣାପଡିବ ।

ଏହା ମଧ୍ୟ ପଢନ୍ତୁ:ବିଗ ବସ୍ ଓଟିଟି ୩; ଶୋ'କୁ ମିଳିଲା ଟପ୍ ୭, ବିଦା ହେଲେ ଏହି ଦୁଇ ପ୍ରତିଯୋଗୀ

କେବେ ଆରମ୍ଭ ହୋଇଥିଲା 'ବିଗ ବସ ଓଟିଟି ୩'

'ବିଗ ବସ ଓଟିଟି ୩' ଜିଓ ସିନେମାରେ ଜୁନ ୨୧ରୁ ଆରମ୍ଭ ହୋଇଥିଲା । ଯେଉଁଥିରେ ସଲମାନ ଖାନ ନୁହଁ ବରଂ ପ୍ରଥମ ଥର ପାଇଁ ଅନୀଲ କପୁର ଏହି ଶୋ' ହୋଷ୍ଟ କରିଛନ୍ତି । ଏଥର ଶୋ'ରେ ୧୬ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏଥର 'ବିଗ୍ ବସ୍ OTT 3' ବିଶାଲ ପାଣ୍ଡେ, ସନା ମକବୁଲ, ରଣଭୀର ଶୋରେ, ନେଜି, ସାଇ କେତନ ରାଓ, ଦୀପକ ଚୌରାସିଆ, ଅରମାନ ମଲିକ, ଚନ୍ଦ୍ରିକା ଦୀକ୍ଷିତ, ଲଭକେଶ କଟାରିଆ, ପୌଲୋମି ଦାସ, ପାୟଲ ମଲିକ, ମୁନିଶା ଖତୱାନି, କ୍ରିତିକା କୁମାରୀ ମଲିକ, ନୀରଜ ଗୋୟତ, ସନା ସୁଲତାନ ଖାନ ପ୍ରତିଯୋଗୀ ଭାବରେ ଘରେ ପ୍ରବେଶ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details