ETV Bharat / health

ନିୟମିତ ପିଅନ୍ତୁ ପଇଡ଼ ପାଣି, ମିଳିବ ଅପୂର୍ବ ଫାଇଦା - COCONUT WATER BENEFITS

ପଇଡ଼ ପାଣିରେ ଭରପୂର ପୋଷକତତ୍ତ୍ବ । ଖାଲି ପେଟରେ ପିଇଲେ ମିଳିବ ଅପୂର୍ବ ଫାଇଦା ।

Coconut Water Benefits
Coconut Water Benefits (FREEPIK)
author img

By ETV Bharat Odisha Team

Published : Feb 17, 2025, 1:02 PM IST

ହାଇଦ୍ରାବାଦ: ପଇଡ଼ ପାଣି ଶରୀର ପାଇଁ ବେଶ ଉପକାରୀ । ଏଥିରେ ଭରପୂର ପୋଷକତତ୍ତ୍ବ ରହିଥାଏ । ଏହା ଶରୀରରେ ହଜମ ଶକ୍ତି ବଢାଇବା ସହ ବିଭିନ୍ନ ପ୍ରକାର ରୋଗ କବଳରୁ ରକ୍ଷା କରିଥାଏ । ନିୟମିତ ଭାବେ ଲଗାତାର ଦୁଇ ମାସ ଧରି ଖାଲି ପେଟରେ ପଇଡ ପାଣି ପିଇଲେ ଏହା ସ୍ବାସ୍ଥ୍ୟ ପକ୍ଷେ ଖୁବ ଲାଭଦାୟକ ହୋଇଥାଏ ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ପଇଡ ପାଣି ପିଇବା ଶରୀର ପକ୍ଷେ କେତେ ଉପକାରୀ ଆସନ୍ତୁ ଜାଣିବା।

ପଇଡ ପାଣିର ଉପକାରିତା:

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ପ୍ରତିଦିନ ପଇଡ ପାଣି ପିଇବା ଖୁବ ଲାଭଦାୟକ। ଏହି ପାଣିରେ ଥିବା କିଛି ଉପାଦାନ ହଜମ ପ୍ରକ୍ରିୟାକୁ ବଢାଇବାରେ ସାହାଯ୍ୟ କରେ । ବିଭିନ୍ନ ଦୁରାରୋଗରୁ ବି ସୁରକ୍ଷା ଦିଏ । ପ୍ରତିଦିନ ସକାଳେ ଖାଲି ପେଟରେ ପଇଡ ପାଣି ପିଇବା ଦ୍ୱାରା ଶରୀର ହାଇଡ୍ରେଟେଡ୍ ରହିଥାଏ। ଏହା ଶରୀରରେ ଜଳୀୟାଂଶର ଅଭାବକୁ ମଧ୍ୟ ପୂରଣ କରିଥାଏ।

ଏହା ବି ପଢନ୍ତୁ...ସପ୍ତାହରେ କେତେ ଥର ଶାଗ ଖାଇବା ଉଚିତ ? ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ..

ଏହା ବି ପଢନ୍ତୁ...ପ୍ରଖର ମସ୍ତିଷ୍କ ପାଇଁ ଅଖରୋଟ ନା ପିସ୍ତାବାଦାମ ? କେଉଁଠା ଭଲ, ଜାଣନ୍ତୁ

ସଂକ୍ରମଣଜନିତ ରୋଗରୁ ସୁରକ୍ଷା ପ୍ରଦାନ କରିଥାଏ ପଇଡ ପାଣି । କାରଣ ଏହାକୁ ନିୟମିତ ପାନ କରିବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିପାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ପ୍ରତିଦିନ ସକାଳେ ପଇଡ଼ ପାଣି ପିଇବା ଦ୍ୱାରା ହୃଦ୍‌ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ । ପଇଡରେ ଥିବା ପୋଷକ ତତ୍ତ୍ବ ଶରୀରରେ କୋଲେଷ୍ଟ୍ରଲକୁ ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଖାଲି ସେତିକି ନୁହେଁ, ହୃତପିଣ୍ଡକୁ ଶକ୍ତିଶାଳୀ କରିଥାଏ । ଯାହାଦ୍ବାରା ହୃଦରୋଗ ଆଶଙ୍କା କମ୍ ରହିଥାଏ ।

ଇଲେକ୍ଟ୍ରୋଲାଇଟ୍ସ: ପଇଡ ପାଣିରେସୋଡିୟମ, ପଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭଳି ଇଲେକ୍ଟ୍ରୋଲାଇଟ୍ସ ଭରପୂର ରହିଛି । ଏହି ଖଣିଜ ପଦାର୍ଥ ଗୁଡିକ ଶରୀରରେ ତରଳ ପଦାର୍ଥ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରିଥାନ୍ତି । ଏହିସବୁ ପଦାର୍ଥ ଜଳୀୟ ଅଂଶ ପାଇଁ ଅତ୍ୟନ୍ତ ଜରୁରୀ ।

ହାଇଡ୍ରେସନ : ପଇଡ ପାଣି ପିଇବା ଦ୍ବାରା ଏହା ଝାଳ ଯୋଗୁଁ ହରାଇଥିବା ତରଳ ପଦାର୍ଥକୁ ପୂରଣ କରିବାରେ ସାହାଯ୍ୟ କରିପାରେ । ଏହା ଶରୀରର ତାପମାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।

ପୋଷକ ତତ୍ତ୍ୱ: ଏଥିରେ ଥିବା କ୍ୟାଲସିୟମ, ଆଇରନ ଏବଂ ଭିଟାମିନ C ଭଳି ପୋଷକ ତତ୍ତ୍ୱ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିପାରେ ।

(Disclaimer: ଏଠାରେ ଦିଆଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ସୂଚନା ଏବଂ ପରାମର୍ଶ କେବଳ ଆପଣଙ୍କ ବୁଝିବା ପାଇଁ । ଆମେ କିଛି ଅଧ୍ୟୟନ, ଡାକ୍ତରୀ ଏବଂ ସ୍ୱାସ୍ଥ୍ୟ ବୃତ୍ତିଗତ ସୁପାରିଶ ଉପରେ ଆଧାର କରି ଏହି ସୂଚନା ପ୍ରଦାନ କରୁଛୁ । କିନ୍ତୁ ସେଗୁଡ଼ିକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.