ଭୁବନେଶ୍ୱର: ଆଜି ଆସିବ ଆର୍ଥିକ ବର୍ଷ 2025-26ର ବଜେଟ । ବିଧାନସଭାରେ ଆୟ ବ୍ୟୟ ହିସାବର ପେଡି ଖୋଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଧାନସଭା ବଜେଟ ଅଧିବେଶନ 2025ର ଆଜି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିବସ । ବିଜେପି ସରକାରର ୮ ମାସ ପରେ, ବଜେଟ ପୂର୍ବରୁ ବଢିଛି ସମସ୍ତଙ୍କ ଉତ୍କଣ୍ଠା । ମୋହନ ସରାକର କେଉଁ କ୍ଷେତ୍ରକୁ କେତେ ବ୍ୟୟବରାଦ କରୁଛନ୍ତି ତାହା ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର । କେଉଁ କେଉଁ ନୂଆ ଯୋଜନା ଆସୁଛି, ମହିଳା ସଶକ୍ତିକାରଣ ପାଇଁ କଣ ନୂଆ ସ୍କିମ ଘୋଷଣା ହେବ ତା ଉପରେ ସମସ୍ତଙ୍କ ଫୋକସ ।
ନୂଆ ସରକାର ପୂର୍ବରୁ କହିସାରିଛନ୍ତି କି ସରକାରଙ୍କ ଫୋକସରେ ରହିଛି ସୌରଶକ୍ତି କ୍ଷେତ୍ର । ଅର୍ଥାତ ମୋହନ ମାଝୀ ବଜେଟ ପେଡିରେ ସୌରଶକ୍ତି ନେଇ ବଡ ଘଷଣା କରିବା ଆଶା ରହିଛି । ଏହାସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସୁଭଦ୍ରା ଯୋଜନା, ଚାଷୀଙ୍କ ପାଇଁ ଇନପୁଟ୍ ସବସିଡ୍, ବୟସ୍କଙ୍କ ପାଇଁ 3000 ମାସିକ ପେନସନ୍ ଏବଂ ଆୟୁଷ୍ମାନ ଯୋଜନା ନେଇ କଣ ଘୋଷଣା ହେବ ତା ଉପରେ ରହିଛି ନଜର ।
ଏଥର ବଜେଟ ଆକାର ବଢି 2 ଲକ୍ଷ 85 କୋଟି ଛୁଇଁବ ବୋଲି ଆଶା ରହିଛି । ଗତ ବଜେଟରେ ରାଜ୍ୟ ସରକାର 2 ଲକ୍ଷ 65 କୋଟିର ବ୍ୟୟବରାଦ ରଖିଥିଲେ ଆର୍ଥିକ ବର୍ଷ 2024-2025 ପାଇଁ । ଏହାପରେ ଅତିରିକ୍ତ ବଜେଟରେ ସରକାର 12 ହଜାର 156 କୋଟିର ବ୍ୟୟବରାଦ ହୋଇଥିଲା । ସରକାରଙ୍କ ଚାଲୁ ରହିଥିବା ଯୋଜନା ପାଇଁ ହୋଇଥିଲା ବ୍ୟୟବରାଦ ।
ତେବେ 2024-25ରେ ସରକାର ଆଣିଛନ୍ତି ନୂଆ ସ୍କିମ । ଯଥା- ସୁଭଦ୍ରା ଯୋଜନା, ସମୃଦ୍ଧ କୃଷି ଯୋଜନା, ମାଧୋ ସିଂ ହାତଖର୍ଚ୍ଚ । ଏଥରେ ସୁଭଦ୍ରା ଯୋଜନା ପାଇଁ ସରକାର 10 ହଜାର କୋଟି ଦେଇଥିବା ବେଳେ ସମୃଦ୍ଧ କୃଷି ଯୋଜନା ପାଇଁ 5 ହଜାର କୋଟି ଏବଂ 156 କୋଟି ଦେଇଥିଲେ ମାଧୋ ସିଂ ହାତ ଖର୍ଚ୍ଚ ପାଇଁ ।
ନିକଟରେ ବଜେଟ ରୂପରେଖ ଉପରେ ବୟାନ ରଖି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ, " ସରାକର 2025-26 ପାଇଁ ବଜେଟ ଚିଠା ପ୍ରସ୍ତୁତ କରିସାରିଛନ୍ତି । ରାଜ୍ୟର ବିକାଶ ଇଂଜିନକୁ ଅଧିକ ଗତି ଦେବାକୁ ଫୋକସରେ ରହିଛି । ଆସନ୍ତା ବର୍ଷରେ ରାଜ୍ୟର ଆର୍ଥିକ ଅବିବୃଦ୍ଧିକୁ ଲକ୍ଷ୍ୟରେ ରଖି ବଜେଟ ପ୍ରସ୍ତୁତ ହୋଇଛି । ସରକାରଙ୍କ ନଜରରେ ଅନେକ ନୂଆ ଯୋଜନା ରହିଛି । ରୋଜଗାର ବୃଦ୍ଧି, ଲୋକଙ୍କୁ କାମ, ଶିଳ୍ପ ବିକାଶ ଏବଂ ଭିତ୍ତି ପ୍ରସ୍ତର ବିକାଶ ମଧ୍ୟ ସରାକଙ୍କ ଫୋକସରେ ଅଛି ।"
ଏହା ବି ପଢନ୍ତୁ- ଓଡ଼ିଶା ବଜେଟ ଇତିହାସ: ୧ କୋଟିରୁ ଆରମ୍ଭ, ଏବେ ୩ ଲକ୍ଷ କୋଟି ମୁହାଁ - ODISHA BUDGET HISTORY
ପ୍ରଶ୍ନକାଳରେ ଉଠିଲା ଥାନା ଏବଂ ଫାଣ୍ଡି ଖୋଲିବା ପ୍ରସଙ୍ଗ-
ଥାନା ନିର୍ମାଣ ପାଇଁ ଏକ ପଲିସି ରହିଛି ଏବଂ ଥାନା ନିର୍ମାଣ ପାଇଁ କିଛି କ୍ରାଇଟେରିଆ ରହିଥାଏ । ସେଗୁଡିକ ହେଲା, ଜନସଂଖ୍ୟା, କ୍ଷେତ୍ରଫଳ, ଆଇନ ଶୃଙ୍ଖଳା, ନକ୍ସଲ କାର୍ଯ୍ୟକଳାପ, ଅପରାଧୀ ପରିସଂଖ୍ୟାନ, ସହରୀକରଣ ଓ ଶିଳ୍ପାୟନ, ସାମ୍ପ୍ରଦାୟିକ ସମ୍ବେଦନଶୀଳତା, ସଂଯୋଗୀକରଣ ଓ ଯୋଗାଯୋଗ ବ୍ୟବସ୍ଥା ଭଳି ଆଠ ଗୋଟି ଆବଶ୍ୟକତା ରହିଛି । ଥାନା ଏବଂ ଫାଣ୍ଡି ପାଇଁ ଯଦି ଏଭଳି ପ୍ରସ୍ତାବ ଆସେ ତେବେ ସେଠାରେ ଫାଣ୍ଡି ବା ଥାନା ନିର୍ମାଣ ପାଇଁ ଅନୁମତି ମିଳିଥାଏ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ପ୍ରଶ୍ନକାଳରେ ଗୃହ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ଆଇନ ମନ୍ତ୍ରୀ ବିଧାୟକ ଇରାସିସ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଛନ୍ତି, "ଫାଣ୍ଡି ଗଠନ ପାଇଁ ଆଠଟି ପାରାମିଟର ରହିଛି । ସରକାରଙ୍କ ପାଖରେ ବର୍ତ୍ତମାନ ସୁଦ୍ଧା ୨୭ ନୂଆ ଥାନା ଓ ଫାଣ୍ଡି ପାଇଁ ପ୍ରସ୍ତାବ ଆସିଛି । ଗୃହରେ ସଦସ୍ୟ ମାନେ ଯାହା ବି ପ୍ରସ୍ତାବ ରଖିଛନ୍ତି ତାହାକୁ ବିଭାଗ ବିଚାର କରି ଏ ଦିଗରେ ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ ।"
ସମଗ୍ର ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା ୨୭ ଟି ପ୍ରସ୍ତାବ ଆସିଛି ନୂଆ ଥାନା ଏବଂ ଫାଣ୍ଡି କରିବା ପାଇଁ । ଜିଲ୍ଲାରୁ ପ୍ରସ୍ତାବ ଆସିବା ପରେ ବିଭାଗ ତା ଉପରେ ନିଷ୍ପତ୍ତି ନେବ । ଯେଉଁ ଯେଉଁ ଜାଗାରେ ସମ୍ଭାବନା ଅଛି ଥାନା ଏବଂ ଫାଣ୍ଡି ନିର୍ମାଣ ପାଇଁ ସେଗୁଡିକ ଉପରେ ବିଭାଗ ବିଚାର କରିବ । ମୂଳ ପ୍ରଶ୍ନ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।